-
ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି।
-
ସାଧାରଣ ନିର୍ବାଚନ ୨୦୨୪ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ କ୍ଯାସଲେସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବାପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ।
-
ଦେଶର ବିଭିନ୍ନ ସ୍ଥାନରେ ଥିବା କାନାଡ଼ାର କୂଟନୀତିଜ୍ଞଙ୍କୁ ଭାରତ ବହିଷ୍କାର କରିବାର କିଛି ମାସ ପରେ କାନାଡା ମଧ୍ୟ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ହ୍ରାସ କରିଛି।
-
୨୦୧୨ ମସିହାରୁ ଜାତିସଂଘରେ ପର୍ଯ୍ୟବେକ୍ଷକ ମାନ୍ୟତା ପାଇଥିବା ପାଲେଷ୍ଟାଇନ ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ କରି ଆସୁଛି। ଏହା ସଫଳ ହେଲେ ପାଲେଷ୍ଟାଇନ୍ ଏକ ରାଷ୍ଟ୍ରର ମାନ୍ୟତା ପାଇବା ଭଳି ହେବ।
-
୨୦୧୨ ମସିହାରୁ ଜାତିସଂଘରେ ପର୍ଯ୍ୟବେକ୍ଷକ ମାନ୍ୟତା ପାଇଥିବା ପାଲେଷ୍ଟାଇନ ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ କରି ଆସୁଛି। ଏହା ସଫଳ ହେଲେ ପାଲେଷ୍ଟାଇନ୍ ଏକ ରାଷ୍ଟ୍ରର ମାନ୍ୟତା ପାଇବା ଭଳି ହେବ।
-
ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ସାଂସଦ ଥିବା ରୀତା ବହୁଗୁଣା ଯୋଶୀଙ୍କ ଟିକେଟ୍ ବାତିଲ କରି ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପୁଅ ନୀରଜ ତ୍ରିପାଠୀଙ୍କ ଉପରେ ବିଜେପି ଆତ୍ମବିଶ୍ୱାସ ପ୍ରକଟ କରିଛି।
-
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତାଙ୍କୁ ତିନି ଦିନ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହେପାଜତକୁ ପଠାଇ ଦିଆଯାଇଛି।
-
ଭାରତରେ ଲୋକସଭା ନିର୍ବାଚନରେ ହୋଇଥିବା ଖର୍ଚ୍ଚ ପ୍ରାୟତଃ ଆଲୋଚନା କରାଯାଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଗୋଟିଏ ଭୋଟ୍ ପାଇଁ ନିର୍ବାଚନ ଆୟୋଗ ୬୦ ଟଙ୍କା ଖର୍ଚ୍ଚ କରିଛନ୍ତି ।
-
ଦୁ୍ର୍ବଳ ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ଆଜିର କାରବାର ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୭୯୩.୨୫ ପଏଣ୍ଟ ହ୍ରାସ ପାଇ ୭୪୨୪୪.୯୦ ସ୍ତରରେ ବନ୍ଦ ହୋଇଛି।
-
ରାଜ୍ୟର ୩.୫-୪ ପ୍ରତିଶତ ପରିବାର ପାଖରେ ଏସି ରହିଛି। ଡାଇକିନ୍ର ବରିଷ୍ଠ ଉପସଭାପତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲଦୀପକ ଭିରମାନିଙ୍କ ସୂଚନା ଅନୁସାରେ ସର୍ବଭାରତୀୟ ସ୍ତରରେ ୭ ପ୍ରତିଶତ ପରିବାର ପାଖରେ ଏସି ଥିବା ବେଳେ ଓଡ଼ିଶାରେ ଏସି ସାନ୍ଦ୍ରତା ଜାତୀୟ ହାରର ପାଖାପାଖି ଅଧା ରହିଛି।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବିଶ୍ବବ୍ୟାପୀ ଦୌଡ଼ ଚାଲିଥିବା ବେଳେ ମେଟା ଏଥିରେ ପଛରେ ରହିବାକୁ ଚାହୁନାହିଁ। ଏହା ନିଜର ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ଆପ୍ରେ ଏଆଇ ଟୁଲ୍ର ପରୀକ୍ଷଣ ଆରମ୍ଭ କରିଛି। ଭାରତରେ କେତେକ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ଲାଗି ମେଟା ଏଆଇ ଚାଟ୍ବଟ୍ ଉପଲବ୍ଧ ହୋଇଛି।
-
ନିର୍ବାଚନ ପରେ ଟେଲିକମ୍ ଶୁଳ୍କରେ ୧୫-୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି। ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୪ରେ ଫଳାଫଳ ଘୋଷଣା ହେବ।
-
ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।
-
ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର।
-
ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା। ଇଷ୍ଟର୍ନ କମାଣ୍ଡର ମିଶାଇଲ ଫାୟାରିଂ କଣ୍ଟିଜେଣ୍ଟସ ତାଲିମ ଅଭ୍ୟାସରେ ଭାଗ ନେଇଥିଲେ।
-
ବିଶ୍ୱରେ ଆଉ ଏକ ଯୁଦ୍ଧର ସମ୍ଭାବନା ଦେଖା ଦେଇଛି । ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛି ।
-
ଦିଲ୍ଲୀ ଉପରାଜ୍ୟପାଳ ସରକାରଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖୁଛନ୍ତି ଏବଂ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି ଯାହା ଦ୍ୱାରା ସେମାନେ ଦିଲ୍ଲୀରେ ସହଜରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ ବୋଲି ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି।
-
ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ଅବକାରୀ ଦୁର୍ନୀତି ମାମଲାରେ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଁ ଆପ୍ ନେତା ମନୀଷ ସିସୋଦିଆ କରିଥିବା ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଇଡି ଏବଂ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ସିବିଆଇ ଓ ଇଡିର ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ଏପ୍ରିଲ ୨୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ମୁଣ୍ଡ ଫଟା ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ଫଳରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପାତ୍ରା ବୃଦ୍ଧି ପାଇବ।
-
ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଦେଶର କିମ୍ବଦନ୍ତୀ ବକ୍ସର ତଥା ଛଅ ଥରର ବିଶ୍ଵ ଚମ୍ପିଆନ୍ ମେରୀ କମ୍ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଦଳ ମୁଖ୍ୟ(ଶେଫ୍ ଡି ମିଶନ୍) ପଦରୁ ଇସ୍ତଫା ଦେଇଛନ୍ତି।