-
ନିର୍ବାଚନୀବଣ୍ଡର ଦ୍ୱିତୀୟ ବୃହତ୍ତମ କ୍ରେତା ହାଇଦ୍ରାବାଦସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଠିକାକାମର ବିଲ୍ ପୈଠକ ବାବଦରେ ୭୮ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି। ମେଘା ଇଂଜିନିୟରିଂ ୯୬୬ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କ୍ରୟ କରିଥିବା ନିର୍ବାଚନ କମିସନଙ୍କ ୱେବ୍ସାଇଟ୍ରୁ ଜଣାପଡ଼ିଛି।
-
ଇରାନ୍ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ହେବାର ଆଶଙ୍କା ଭିତରେ ଶୁକ୍ରବାର ସନ୍ଧ୍ୟାରେ ଇରାନ ସମର୍ଥିତ ହେଜବୁଲ୍ଲା ଇସ୍ରାଏଲ ଉପରେ ୨୦ରୁ ଅଧିକ ରକେଟ୍ ମାଡ଼ କରିଛି।
-
ଇସ୍ରାଏଲ ଉପରେ ଆକ୍ରମଣ ନକରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇେଡନ୍ ଇରାନ୍କୁ ଚେତାବନୀ ଶୁଣାଇଛନ୍ତି। ମାତ୍ର ଏହାକୁ ଖାତିର ନକରି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍ ଜୋରଦାର ପ୍ରସ୍ତୁତି ଚଳାଇଛି।
-
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାରିକେଡରେ ଥିବା ଗାଡ଼ିଗୁଡ଼ିକ ଉପରେ ମଧ୍ୟ ପଥର ମାଡ଼ କରାଯାଇଛି।
-
ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ ସନ୍ଦେଶଖାଲିରେ ବହୁ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଓ ମାନବାଧିକାର ଉଲ୍ଲଙ୍ଘନ କରାଯାଇଥିବା କଥା ସ୍ପଷ୍ଟ କରାଯାଇଛି ।
-
ଇସ୍ରାଏଲ ଓ ଇରାନ ମଧ୍ୟ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି । ଏହାର କାରଣ ହେଉଛି ୟୁଏଇରୁ ଭାରତ ଆସୁଥିବା ଏକ ଇସ୍ରାଏଲୀ ଜାହାଜ ଏମଏସସି ଏରିସକୁ ଦଖଲ ଇରାନ କରିଛି ।
-
ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ହେଉଛି ସିଭିଲ୍ ସର୍ଭିସ୍ ପରୀକ୍ଷା। ଅବଦୁଲ୍ ନସର ୫ ବର୍ଷ ବୟସରେ ତାଙ୍କ ମାତାପିତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଲାଳନ ପାଳନ ଅନାଥ ଆଶ୍ରମରେ ହୋଇଥିଲା। ସେ ଖବର କାଗଜ ବିକି ଶେଷରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।
-
ମାନବ ମସ୍ତିଷ୍କ ହେଉଛି ନ୍ୟୁରନ୍ ଏବଂ ସିନେପ୍ସର ଏକ ଜଟିଳ ନେଟୱାର୍କ ଯାହା ଅନୁଭୂତି ଏବଂ ଶିକ୍ଷଣର ପ୍ରତିକ୍ରିୟାରେ କ୍ରମାଗତ ଭାବରେ ଅନୁକୁଳିତ ଏବଂ ପୁନଃସଂଗଠିତ ହୁଏ | ସ୍ନାୟୁ ବିଜ୍ଞାନରେ ଏକ ପୁରାତନ କଥା ଅଛି: “ନ୍ୟୁରନ୍ ଦ୍ୟାଟ୍ ଫାୟାର ଟୁଗେଦର ୱେର ଟୁଗେଦର” ଏହାର ଅର୍ଥ ହେଉଛି ଯେ ତୁମେ ଯେତେ ଅଧିକ ନିଜ ମସ୍ତିଷ୍କରେ ଏକ ନ୍ୟୁରୋ-ସର୍କିଟ୍ ସକ୍ରିୟ କରିବ, ସର୍କିଟ ସେତେ ଶକ୍ତିଶାଳୀ ହେବ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ଉଦ୍ଧବ ଠାକରେଙ୍କ ସମର୍ଥିତ ଗୋଷ୍ଠୀଙ୍କୁ ନକଲି ଶିବସେନା ବୋଲି କହିଥିଲେ। ଏହାର ଜବାବରେ ଉଦ୍ଧବ ଠାକରେ ମୋଦୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଛନ୍ତି ମୋ ଦଳ ଆପଣଙ୍କ ଡିଗ୍ରୀ ଭଳି ନକଲି ନୁହେଁ।
-
ଗତ ଜାନୁଆରୀ ୨୨ ତାରିଖରେ କୋର୍ଟରେ ଶୁଣାଣି ବେଳେ ଜଣେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଥିବା ଆଇନଜୀବୀ ଅତୁଲ ଓକିଲଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
-
ସାଉଦି ଆରବରେ ମାଚିଲାକଥ ଅବଦୁଲ ରହିମଙ୍କ ଫାଶୀଦଣ୍ଡ ଲାଗୁ ହେବାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ରହିମଙ୍କୁ ବଞ୍ଚାଇବା ପାଇଁ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ସମେତ ସମସ୍ତ ଧର୍ମ ଓ ବିଶ୍ୱାସର କେରଳବାସୀ ଏକାଠି ହୋଇଛନ୍ତି। ସବୁ ବର୍ଗର କେରଳବାସୀ ରହିମଙ୍କ ମୁକ୍ତି ପାଇଁ ଆବଶ୍ୟକ ୩୪ କୋଟି ଟଙ୍କାର ବ୍ଲଡ୍ ମନି (ନିହତ ହୋଇଥିବା ପରିବାର ସଦସ୍ୟଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ) ସଂଗ୍ରହ କରିଛନ୍ତି।
-
ଶନିବାର ଅଷ୍ଟ୍ରେଲିଆର ସିଡ୍ନୀ ସହରର ଏକ ବ୍ୟସ୍ତବହୁଳ ସପିଂ ମଲ୍ରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଛୁରାମାଡ଼ରେ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଆତଙ୍କ ଖେଳିଯିବାରୁ ବୋଣ୍ଡି ବେଳାଭୂମି ନିକଟସ୍ଥ ୱେଷ୍ଟଫିଲ୍ଡ ବୋଣ୍ଡି ଜଙ୍କସନରୁ ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
-
ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ବର୍ଣଭିଟା ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍ ଶ୍ରେଣୀରୁ ହଟାଇ ଦେଇଛି।
-
ବିହାର ରାଜନୀତିରେ ହଲଚଲ। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି।
-
ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଅଛି ଏବଂ ଏହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ବିପଦରେ।
-
ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦଙ୍କୁ ସବୁ ଦଳର ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
-
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଯେ pgcuet.samarth.ac.in ୱେବସାଇଟରେ ଫଳାଫଳ ଉପଲବ୍ଧ ଅଛି।
-
ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)ର ବିଶ୍ୱସନୀୟତା ସମ୍ପର୍କରେ ସୂଚନା ଅଧିକାର (ଆରଟିଆଇ) ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇନଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
-
ପଞ୍ଜାବ କିଙ୍ଗ୍ସର ସହ ମାଲିକାଣୀ ପ୍ରୀତି ଜିଣ୍ଟା ଅନ୍ୟ ଦଳ ମାଲିକଙ୍କଠାରୁ ବୋଧହୁଏ ସବୁଠାରୁ ଉତ୍ସାହୀ। ତାଙ୍କ ଦଳ ଥେର ମଧ୍ୟ ଆଇପିଏଲ୍ ଟ୍ରଫି ଜିତିନଥିଲେ ହେଁ ଏହା ବଲିଉଡ୍ ନାୟିକା ପ୍ରୀତି ଜିଣ୍ଟାଙ୍କ ଉତ୍ସାହକୁ କମ୍ କରି ପାରିନାହିଁ। ଦଳର ବିଜୟ ହେଉ ବା ପରାଜୟ; ସର୍ବଦା ଖୁସ୍ ମିଜାଜ୍ରେ ଜିଣ୍ଟାଙ୍କୁ ଷ୍ଟାଡିୟମ୍ରେ ଦେଖିବାକୁ ମିଳିଥାଏ।
-
୪୦ ବର୍ଷ ତଳେ ଆଜିର ଦିନରେ ଭାରତ ପ୍ରଥମ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଥିଲା। ୧୯୮୪ ଏପ୍ରିଲ ୧୩ରେ ଖେଳା ଯାଇଥିବା ଅନ୍ତିମ ଲିଗ୍ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫୪ ରନ୍ରେ ପରାସ୍ତକରି ଭାରତ ଏସିଆକପ୍ର ପ୍ରଥମ ସଂସ୍କରଣ ଜିତିଥିଲା।