-
ଦେଶର ଅନେକ ରାଜ୍ୟରେ ହିଟ୍ୱେଭର ପ୍ରକୋପ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର କହିବାନୁଯାୟୀ, ଚଳିତବର୍ଷ ହିଟ୍ୱେଭ ଦିନ ସଂଖ୍ୟା ୧୦ରୁ ୨୦ ଦିନ ଅଧିକ ରହିପାରେ। ଗତବର୍ଷ ତୁଳନାରେ ଏହା ପ୍ରାୟ ଦୁଇଗୁଣା।
-
ଅନଚାର୍ଟେଡ ୱାଟର୍ସ ନାମକ ଏକ ସଂସ୍ଥାର ଗବେଷଣାରୁ ଜଣାଯାଇଛି ଯେ ଅତ୍ୟଧିକ ଖରାଦିନ ପରେ ଅତ୍ୟଧିକ ଥଣ୍ଡାଦିନ ଆସିଲେ ଗହମ ଉତ୍ପାଦନ ପ୍ରମୁଖ ଉତ୍ପାଦନକାରୀ ସ୍ଥାନଗୁଡ଼ିକରେ ପ୍ରାୟ ୨୦ ପ୍ରତିଶତ କମି ଯାଇଥାଏ। ଏଥିଯୋଗୁ ଦେଶରେ ସାମଗ୍ରିକ ଗହମ ଉତ୍ପାଦନ ୫ରୁ ୧୦ ପ୍ରତିଶତ କମିଯାଇପାରେ। କେବଳ ଗହମ ନୁହେଁ ପନିପରିବା ଠାରୁ ଆରମ୍ଭ କରି ଡାଲି ଫସଲ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବ।
-
ପାଲେଷ୍ଟାଇନର ସାଧାରଣ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଇସ୍ରାଏଲର ଏକ ସାମରିକ ଓ ପୁଲିସ ଶାଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ବିଚାର କରୁଛି ବୋଲି ରବିବାର ଆମେରିକାର ଦୁଇଟି ସୂତ୍ରରୁ ଜଣାପଡ଼ିଛି।
-
ସଦ୍ୟତମ କଂଗ୍ରେସ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୨ରେ ସମୁଦାୟ ୬୫,୯୬୦ ଜଣ ଭାରତୀୟ ଆନୁଷ୍ଠାନିକ ଭାବେ ଆମେରିକାର ନାଗରିକତା ହାସଲ କରିବା ସହ ଭାରତ ଆମେରିକାକୁ ଦ୍ୱିତୀୟ ବୃହତ୍ତମ ନୂତନ ନାଗରିକ ଯୋଗାଣକାରୀ ଭାବେ ଉଭା ହୋଇଛି।
-
ଗତ ଦଶନ୍ଧୀ ମଧ୍ୟରେ ବିଶ୍ବ ସାମରିକ ଖର୍ଚ୍ଚରେ ରେକର୍ଡ ପରିମାଣ ବୃଦ୍ଧି ଘଟିଛି। ୨୦୨୩ରେ କେବଳ ଏଥିରେ ୬.୮ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମୋଟ ଖର୍ଚ୍ଚ ୨,୪୪,୦୦୦ କୋଟି ଡଲାର ରହିଛି। ଅସ୍ତ୍ରଶସ୍ତ୍ର ବ୍ୟୟ ଖର୍ଚ୍ଚ ତାଲିକାରେ ପ୍ରଥମ ୫ଜଣଙ୍କ ମଧ୍ୟରେ ବାର୍ଷିକ ୮୩.୬ ବିଲିୟନ ଡଲାର ଖର୍ଚ୍ଚ କରି ଭାରତ ୪ର୍ଥ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ବିତୀୟ ସ୍ଥାନରେ ରହିଛି।
-
ଟ୍ରଷ୍ଟ ତିରୁମାଳା ତିରୁପତି ଦେବସ୍ଥାନମ୍ ଏବର୍ଷ ପୁଣି ୧୦୦୦ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଜମା ରଖିଛି। ଏକ ରିପୋର୍ଟ ଅନୁଯାୟୀ, ମନ୍ଦିର ଟ୍ରଷ୍ଟ ଚଳିତବର୍ଷ ୧୧୬୧ କୋଟି ଟଙ୍କାର ଫିକ୍ସଡ ଜମା ରଖିଛି। ବିଶ୍ବରେ ଯେକୌଣସି ମନ୍ଦିର କୌଣସି ବର୍ଷରେ ଏତେ ପରିମାଣର ଫିକ୍ସଡ ଜମା ରଖି ନଥିଲା।
-
ଦେଶର ସର୍ବବୃହତ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ସହିତ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିଟ୍ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯,୦୨୦ କୋଟି ଟଙ୍କାରେ ପହଞ୍ଚିଛି।
-
ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ଅଗ୍ରାହ୍ୟ କରିଦେଇଛନ୍ତି।
-
ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ବଳାତ୍କାର ଶିକାର ହୋଇଥିବା ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ୩୦ ସପ୍ତାହ ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।
-
ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟାମକମାନେ ଦୁଇଟି ବଡ ମସଲା ବ୍ରାଣ୍ଡରୁ ଚାରିଟି ଉତ୍ପାଦ (MDH ରୁ ତିନୋଟି ଏବଂ ଏଭରେଷ୍ଟରୁ ଗୋଟିଏ) ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତ।
-
ଭାରତର ପ୍ରତ୍ୟକ୍ଷ କର ସଂଗ୍ରହରେ ବଡ଼ ଅଭିବୃଦ୍ଧି ରେକର୍ଡ ହୋଇଛି। ବାର୍ଷିକ ହାରରେ ୧୭.୭ ପ୍ରତିଶତ ବୃଦ୍ଧି ସହିତ ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୧୯.୫୮ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି।
-
ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ୩୦ ଟଙ୍କା ହେଲାଣି।
-
କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି ୯୦ ଡଲାର ପାରକରିଛି।
-
ଆମେରିକୀୟ ସଂସଦର ନିମ୍ନ ସଦନ(ୟୁଏସ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ)ରେ ଆମେରିକାରେ ଚାଇନିଜ୍ ଭିଡିଓ ଶେୟାରିଂ ଆପ୍ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ବନ୍ଧୀୟ ନୂତନ ଆଇନ୍କୁ ଅନୁମୋଦନ ମିଳିଛି।
-
ନାସା ମୁଖ୍ୟ ବିଲ୍ ନେଲ୍ସନ୍ ଚୀନ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଚୀନ୍ ଚନ୍ଦ୍ରର କିଛି ଅଂଶ ଦଖଲ କରିବାକୁ ଚାହୁଁଛି ଏବଂ ଏଥିପାଇଁ ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଇଛି। ନେଲ୍ସନ୍ଙ୍କ କହିବାନୁଯାୟୀ, ସେମାନେ ଏହି ସୂଚନା ଲୁଚାଉଛନ୍ତି।
-
ପଶ୍ଚିମବଙ୍ଗରେ ୨୦୧୬ରେ ହୋଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ଆଜି କଲିକତା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ବହୁଚର୍ଚ୍ଚିତ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ମମତା ବାନାର୍ଜୀ ସରକାର ପାଇଁ ବଡ଼ ଧରଣର ଝଟ୍କା ହୋଇଛି।
-
୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ। ଏହାପୂର୍ବରୁ ବିଜେପି ଖାତା ଖୋଲିଛି। ଗୁଜରାଟର ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶଭାଇ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
-
ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଆଲିଙ୍ଗନ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି।
-
ଇସ୍ରାଏଲ ସେନାର ସାମରିକ ଗୁଇନ୍ଦା ନିର୍ଦ୍ଦେଶାଳୟର ମୁଖ୍ୟ ମେଜର ଜେନେରାଲ ଅହରନ ହାଲିଭା ଇସ୍ତଫା ଦେଇଛନ୍ତି
-
ଯୁକ୍ତରାଷ୍ଟ୍ର ଆମେରିକାରେ ପଢୁଥିବା ତେଲେଙ୍ଗାନାର ଦୁଇ ଜଣ ଛାତ୍ର ଆମେରିକାର ଆରିଜୋନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।