Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
881 12-06-2024 Odia

1. ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ତାଙ୍କ ନାମ ସାମ୍ନାରେ ମୋଦୀ କା ପରିବାରଲେଖିଥିବା ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହାକୁ ହଟାଇବାକୁ ମଧ୍ୟ ନିବେଦନ କରିଛନ୍ତି।

2 .୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ବବ୍ୟାଙ୍କ ପୂର୍ବାନୁମାନ କରିଛି । ଏହା ଗତ ଜାନୁଆରି ମାସରେ ବିଶ୍ବବ୍ୟାଙ୍କ କରିଥିବା ୬.୪ ପ୍ରତିଶତ ପୂର୍ବାନୁମାନଠାରୁ ଅଧିକ

3. ଓଡିଶା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାମ ବିଜେପି ଘୋଷଣା କରିଛି ।  ଉପ-ମୁଖ୍ୟମନ୍ତ୍ରୀ ଭାବରେ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାମ ଘୋଷଣା କରାଯାଇଛି। ଫଳରେ ୨୫ ବର୍ଷ ପରେ ଓଡିଶା ପୁଣି ଉପ-ମୁଖ୍ୟମନ୍ତ୍ରୀ ପାଇଛି

4. ଲୋକସଭା ନିର୍ବାଚନରେ ​​ବିଜେପିର ନିର୍ବାଚନୀ ପ୍ରଦର୍ଶନ ସମ୍ପର୍କରେ ସଂଗଠନର ମୁଖ ମୁଖ ସଂଗଠନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ମୁଖ୍ୟ କାରଣ।

5. ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତି ସାଲ୍ୟୁଲସ ଚିଲିମା ମୃତ । ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣ ମୃତ୍ୟୁବରଣ କରିଛନ୍ତି

6. ମହାରାଷ୍ଟ୍ରରେ ଏମଭିଏ ସରକାରଙ୍କ ପତନର ଯନ୍ତ୍ରଣା ସଞ୍ଜୟ ରାଉତଙ୍କ ମନରେ ରହିଛି। ସଞ୍ଜୟ କହିଛନ୍ତି ଯେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ତାଙ୍କ ଆତ୍ମା ​​ସନ୍ତୁଷ୍ଟ ହେବ ନାହିଁ।

7. ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଆସନ୍ତା ୩୦ ଯାଏ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ।

8. କଂଗ୍ରେସକୁ ଫେରିବେ ବରିଷ୍ଠ ନେତା ସୁରେଶ(ସୁର) ରାଉତରାୟ। ଏନେଇ ଦେଇଛନ୍ତି ବଡ଼ ସଙ୍କେତ। ପିସିସି ସଭାପତିଙ୍କ ସହ ଦଳର ନେତାମାନେ ସୁରଙ୍କୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।

9. ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପୂର୍ବରୁ ବିଜୟଓ୍ବାଡାରେ ଆୟୋଜିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ସେହିଭଳି ବିଶାଖାପାଟଣା ରାଜ୍ୟର ଆର୍ଥିକ ରାଜଧାନୀ ହେବ ବୋଲି ସେ କହିଛନ୍ତି।

10. ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

11. ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ ଡିଭୋଲ୍ୟୁସନ୍‌ ବା ଆଦାୟ କର ବଣ୍ଟା ଯାଇଛି । ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଏଥିରେ ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶକୁ ମିଳିଛି ବୋଲି ଜଣାପଡ଼ିଛି ।

12. ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କଡ଼ଗମ (ଡିଏମକେ)ର ଅଧ୍ୟକ୍ଷ ଏମକେ ଷ୍ଟାଲିନ ଥଥୁକୁଡି ଆସନରୁ ସାଂସଦ ଥିବା କାନିମୋଝିଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ସଂସଦୀୟ ଦଳର ନେତା ଘୋଷଣା କରିଛନ୍ତି।

13. ନୂଆପଲ୍ଲୀ ଥାନା ଶିରିପୁର ଅଞ୍ଚଳରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକରିବାକୁ ଯାଉଥିବା ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଚନ୍ଦନ କୁମାର ମହାପାତ୍ର(୩୧)ଙ୍କର ମୃତ୍ୟୁ ଘଟିଛି।

14. ନିଟ୍ ୟୁଜି ୨୦୨୪ ପାଇଁ ଆରମ୍ଭ ହୋଇଥିବା କାଉନସେଲିଂ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖକୁ ଧାର୍ଯ୍ୟ କରି ଖଣ୍ଡପୀଠ କହିଛନ୍ତି ଯେ ଯଦି ଜବାବ ଦାଖଲ ପାଇଁ ଅଧିକ ସମୟ ଦରକାର ହୁଏ, ତେବେ କୋର୍ଟ କାଉନସେଲିଂ ବନ୍ଦ କରିଦେବେ।

15. ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୬ଟି ପଦକ ହାସଲ କରିଛନ୍ତି।

16. ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ।

17. ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ ଦୁଇଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମତି ଦେଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ।

18. ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍‌ଡିପାଲେ ଗ୍ରାମରେ ଓ୍ବାଇଏସ୍‌ଆର୍‌ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ।

19. ନିର୍ବାଚନ ପୂର୍ବରୁ ପିଆଜ ଦାମ୍ ଉପରେ ଲଗାମ ଲଗାଇବା ପାଇଁ ସରକାର ରପ୍ତାନୀ ଉପରେ ରୋକ ଲଗାଇଦେଇଥିଲେ । କିନ୍ତୁ  ଏବେ ୨ ସପ୍ତାହ ହେବ ପିଆଜ ଦାମ୍ ୩୦-୫୦ ପ୍ରତିଶତ ବଢିଛି ।

20. କେନ୍ଦ୍ର କ୍ୟାବିନେଟରେ ସାରା ଦେଶରୁ 72ଜଣ ନେତା ସ୍ଥାନ ପାଇଥିବାବେଳେ ଏଥିରୁ 99 ପ୍ରତିଶତ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରୁ 6ଜଣ 100 କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ଏମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି- ତେଲଗୁ ଦେଶମ ପାର୍ଟି ବା ଟିଡିପିରୁ ଆନ୍ଧ୍ରର ଗୁଣ୍ଟୁର ଆସନରୁ ବିଜୟୀ ହୋଇଥିବା ସାଂସଦ ଡାକ୍ତର ପେମାସାନି ଚନ୍ଦ୍ରଶେଖର।

313 Y
882 12-06-2024 English

1.  Malawi's vice president and nine others were killed in a plane crash, the country's president said Tuesday.

2. Lt Gen Upendra Dwivedi will be the next Chief of the Army Staff succeeding incumbent Gen Manoj Pande, the government announced Tuesday.

3. Mohan Charan Majhi, as the 15th Chief Minister of Odisha.The Chief Minister's swearing-in ceremony will be held at the Janata Maidan here, Wednesday

4. BJP leader Pravati Parida, 57, who was chosen as one of the two deputy chief ministers, won the Assembly polls from Nimapara seat .

5. Deputy Chief Minister-designate Kanak Vardhan Singh Deo, 67, who defeated BJD candidate Saroj Kumar Meher by a slender margin of 1,357 votes in the Assembly polls, comes from the erstwhile royal family of Patnagarh.

6. Two Indian nationals, who were recruited by the Russian Army, have recently been killed in the ongoing conflict between Russia and Ukraine, the Ministry of External Affairs (MEA) said, Tuesday.

7. Kewda flower plant, which is found in many coastal areas of the country, is considered a cash crop for farmers in Ganjam district.

8. Kolkatabased lawyer Santanu Sinha, who was served a legal notice for making false and defamatory allegations against BJP’s IT head Amit Malviya and the party’s West Bengal unit, Tuesday claimed that his statements were “misinterpreted”.

9. The Election Commission of India (ECI) has decided to deploy 55 companies of Central Armed Police Forces (CAPF) personnel for the byeelections for four Assembly constituencies in West Bengal to be conducted July 10.

10. Women in Karnataka have availed themselves of 227 crore free rides in government non-luxury buses under the ‘Shakti’ guarantee in the last one year, costing the state exchequer `5,526.64 crore, Transport Minister Ramalinga Reddy said Tuesday.

11. Extensive efforts to track down terrorists involved in the attack on pilgrims in Jammu and Kashmir’s Reasi district continued Tuesday, with 11 teams of security personnel working on the ground and a multi-directional cordon laid around the Ranso-Poni-Treyath belt, officials said.

12. Leaders of the Congress and other opposition parties Tuesday said Prime Minister Narendra Modi should pay heed to the “advice” of RSS chief Mohan Bhagwat and visit Manipur which has seen violence for over a year now, a day after Bhagwat said the situation in the strife-torn state must be considered a priority.

13. Tamil Nadu Assembly Speaker M Appavu Tuesday advanced the Legislative Assembly session to June 20 from June 24 announced earlier.

14. Extending the Ayushman Bharat coverage to everyone aged above 70 years and the pan-India roll out of the U-WIN portal to digitise routine vaccinations are among the highlights of Narendra Modi’s new government’s 100-day agenda for the Union health ministry.

15.  Indian universities and higher education institutions will now be allowed to offer admissions twice a year on lines of foreign universities with the University Grants Commission (UGC) giving a go ahead to the plan, UGC chief Jagadesh Kumar said.

16. The US has lifted a ban on providing American weapons and training to a controversial Ukrainian military unit that was key to the defense of the major port city of Mariupol, the State Department said Tuesday.

17. Hamas accepts a UN resolution backing a plan to end the war with Israel in Gaza and is ready to negotiate details, a senior official of the Palestinian militant group said Tuesday in what the US Secretary of State called “a hopeful sign”.

18.  India will remain the fastest-growing major economy recording a steady growth of 6.7 per cent in the next three years including the current financial year, said a world bank report released Tuesday.

19. The micro loans portfolio of various lenders grew by 27 per cent year-on-year for the March 2024 quarter, a report said Tuesday.

20. India will host next year’s men's Junior Hockey World Cup (WC), marking the event’s return to the country after nine years, the executive board of the International Hockey Federation (FIH) announced here Tuesday.

309 Y
883 11-06-2024 Odia

1. ୧୦ ବର୍ଷ ଧରି ମୋଦୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦିଆଯାଇଥିବା ବେଳେ ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପୂର୍ବ ଭଳି ରେଳ ଏବଂ ଆଇଟି ଓ ‌ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦିଆଯାଇଛି।

2. ମନ୍ତ୍ରିମଣ୍ଡଳରେ ଦୁଇ ନମ୍ବରରେ ଥିବା ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ ବଜାୟ ରଖିଥିବା ବେଳେ ଅମିତ ଶାହ ସ୍ବରାଷ୍ଟ୍ର, ନିର୍ମଳା ସୀତାରମଣ ଅର୍ଥ ଏବଂ ଜୟଶଙ୍କର ‌ବୈଦେଶିକ ବିଭାଗ ବଜାୟ ରଖିଛନ୍ତି।

3. ଲୋକସଭାକୁ ନିର୍ବାଚିତ ହୋଇଥିବା ୫୪୩ ସଭ୍ୟମାନଙ୍କ ମଧ୍ୟରେ ଡିଏମ୍‌କେର ଟିଆର ବାଲୁ ହେଉଛନ୍ତି ସବୁଠୁ ବୟସ୍କ ବ୍ୟକ୍ତି। ତାମିଲନାଡୁର ଏହି ସାଂସଦଙ୍କ ବୟସ ହେଉଛି ୮୨। ସେ ସାତ ଥର ଲୋକସଭାକୁ ନିର୍ବାଚିତ ହେଲେଣି। ସବୁଠାରୁ କନିଷ୍ଠ ସାଂସଦ ହେଉଛନ୍ତି ଉତ୍ତର ପ୍ରଦେଶର ପୁଷ୍ପେନ୍ଦ୍ର ସରୋଜ। ସମାଜବାଦୀ ପାର୍ଟି ଟିକଟରେ ନିର୍ବାଚିତ ପୁଷ୍ପେନ୍ଦ୍ରଙ୍କ ବୟସ ହେଉଛି ୨୫ ବର୍ଷ ତିନି ମାସ।

4. ଗତବର୍ଷ ମେ ମାସରୁ ମଣିପୁରରେ ମୈତି ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ ଏପର୍ଯ୍ୟନ୍ତ ଥମିନାହିଁ। ଆଜି ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

5. ଭାରତର ପ୍ରଥମ ଉତ୍ସର୍ଗୀକୃତ ସୌର ମହାକାଶ ପର୍ଯ୍ୟବେକ୍ଷଣ ଅଭିଯାନ ଆଦିତ୍ୟ-ଏଲ୍୧ର ଦୁଇଟି ମୁଖ୍ୟ ବୈଜ୍ଞାନିକ ଉପକରଣ (ପେଲୋଡ୍) ମେ ମାସରେ ସୌର ଝଡ଼ ସମୟରେ ତୀବ୍ର ସୌର ଗତିବିଧିର ଫଟୋ ଓ ତଥ୍ୟ ସଂଗ୍ରହ କରିଛି।

6. ଛତିଶଗଡ଼ ବଲୋଦାବଜାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସତନାମୀ ସଂଗଠନର ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଛନ୍ତି। ଏହାସହ ଆଖପାଖରେ ଥିବା ଏକାଧିକ ସରକାରୀ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

7. ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଚିଲମାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମଧ୍ୟ ବିମାନରେ ଥିଲେ। ଏ ନେଇ ମାଲାବି ସରକାର ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି

8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩ କୋଟି ଗୃହ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

9. ପ୍ରଧାନମନ୍ତ୍ରୀ ପିଏମ୍‌ କିଷାନ ନିଧି ଯୋଜନାରେ ୯.୩କୋଟି କୃଷକଙ୍କ ପାଖକୁ ୧୭ତମ ସହାୟତା କିସ୍ତି ପଠାଇବା ଫାଇଲରେ ସ୍ବାକ୍ଷର କରିଥିଲେ।

10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ।

11. ବେଆଇନ ଭାବେ ଗାଡ଼ିରେ ନାଲିବତୀ ବ୍ୟବହାରକୁ ବିରୋଧ କରି ରୁଜୁ ଜନହିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

12 ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍‌)ର ସଭାପତି ପ୍ରେମ ସିଂହ ତମାଙ୍ଗ ସୋମବାର କ୍ରମାଗତ ଦ୍ବିତୀୟ ଥର ପାଇଁ ସିକିମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

13. ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମନ୍ତବ୍ୟ ଶୁଣି ସଂଘକୁ ନିରାଶ ହେବାକୁ ପଡ଼ିଥିଲା। ନଡ୍ଡା କହିଥିଲେ ଯେ, ବିଜେପିକୁ ପୂର୍ବରୁ ସଂଘର ଆବଶ୍ୟକତା ରହୁଥିଲା। କିନ୍ତୁ ଏବେ ବିଜେପି ନିଜେ ସକ୍ଷମ ହୋଇଗଲାଣି। ନଡ୍ଡାଙ୍କ ଏହି ମନ୍ତବ୍ୟକୁ ନେଇ ସଂଘରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏହି କାରଣରୁ ସ୍ୱୟଂସେବକମାନେ ସକ୍ରିୟ ହୋଇ ନ ଥିଲେ।

14 ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି(ଆପ୍‌)କୁ ଆଶ୍ଵସ୍ତି ପ୍ରଦାନ ସ୍ଵରୂପ ରାଉଜ୍ ଆଭେନ୍ୟୁସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଖାଲି କରିବାର ସମୟସୀମା ବୃଦ୍ଧି କରିଛନ୍ତି। ଏବେ ଅଗଷ୍ଟ ୧୦ ସୁଦ୍ଧା ଦଳ କାର୍ଯ୍ୟାଳୟ ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

15. ପ୍ରଧାନମନ୍ତ୍ରୀ ମାନେ ତୃତୀୟ ଥର ଶପଥ ନେବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

309 Y
884 11-06-2024 English

1. The BJP legislature party of Odisha will hold a meeting Tuesday to elect the chief minister of the state and the new government will take oath the next day, a senior party leader said here Monday.

2.The Odisha government Monday announced that all state government offices and courts in the City will close after 1pm June 12 due to the swearing-in ceremony of the new chief minister and council of ministers.

3. The current heatwave on in India is the longest-ever to hit the country, head of India’s Meteorological Department (IMD), Mrutyunjay Mohapatra said Monday. He also warned people will face increasingly oppressive temperatures, if preventive measures are not implemented quickly.

4.  Ashwini Vaishnaw, besides retaining his previous portfolios of Railways as well as Minister of Electronics and Information Technology (MeitY), got a new responsibility as Minister of Information and Broadcasting (I&B) in the third term of the Modi government.

5. At least 41 sunstroke deaths have been reported in the state this summer, while 73 other cases are pending inquiry, according to an official statement.

6.  Prime Minister Narendra Modi Monday cleared the proposal to provide assistance for construction of houses under Pradhan Mantri Awas Yojana (PMAY)

7. The PM signed a file authorising release of 17th instalment of PM Kisan Nidhi. This will benefit 9.3 crore farmers who will receive aid to the tune of `20,000 crore.

8.  Renowned social worker and lifetime member of Odisha’s Nari Seva Sangha, Minati Mohanty, passed away at her Mission Road residence here, Monday, due to age-related health issues. She was 97.

9. The Balasore district police here Monday arrested a 40-year-old woman in connection with the theft of a newborn boy from the District Headquarters Hospital (DHH), Sunday.

10. People affected by fresh incidents of violence in Manipur have started arriving in Assam’s Cachar district in search of safety, the local MLA said Monday. Security along the inter-state border has been tightened, a police officer said.

11. Sikkim Krantikari Morcha (SKM) supremo Prem Singh Tamang Monday took oath as the Chief Minister of the Himalayan state for the second consecutive term.

12. In a titfor-tat move, India is all set to not only refute China’s renaming in recent years of a total of 30-odd places in its northeastern border state of Arunachal Pradesh by claiming they are parts of its territory but also to make counterclaims by giving its own name to a number of places currently in occupied Tibet, reported thediplomat.com June 6.

13. The CBI has arrested NHAI general manager Purushottam Lal Choudhary, posted in Madhya Pradesh’s Chattarpur, in a Rs 10-lakh bribery case, officials said Sunday.

14. The All India Kisan Sabha (AIKS) Monday demanded Parliament to enact a law to prevent mob lynching and hate crimes, as they protested violence perpetrated against three cattle transporters by a mob in Chhattisgarh.

15. India captain Rohit Sharma has termed Jasprit Bumrah as a genius and wants his lethal weapon to perform at the same level for the entire duration of the T20 World Cup.

301 Y
885 10-06-2024 Odia
  1. 1.ମୋଦୀଙ୍କ ୩.୦ ମନ୍ତ୍ରିମଣ୍ଡଳରେ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ନୀତିନ ଗଡକରୀ, ମନସୁଖ ମାଣ୍ଡଭୀୟ, ପୀୟୂଷ ଗୋଏଲ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ପ୍ରହ୍ଲାଦ ଯୋଶୀ, କିରଣ ରିଜିଜୁ, ସିଆର ପାଟିଲ, ଏଲ୍ ମୁରୁଗାନ୍, ହରଦୀପ ପୁରୀ, ଏମ୍ଏଲ୍ ଖଟ୍ଟର, ଶିବରାଜ ଚୌହାନ, ଗଜେନ୍ଦ୍ର ଶେଖାୱତ, ସୁରେଶ ଗୋପୀ ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି।

  2. 2.ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ମୋଦୀ ୩.୦ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।

  3. 3.ମୋଦୀ ୩.୦ ସରକାରର ଶପଥ ଗ୍ରହଣ ଶେଷ ହୋଇଛି। ଜେଡିୟୁ ମୁଖ୍ୟ ନୀତୀଶ କୁମାର ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରକୁ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ତା’ସତ୍ତ୍ବେ ସେମାନଙ୍କ ଉପରେ ବିଶେଷତଃ ନୀତୀଶଙ୍କ ଉପରେ ସବୁବେଳେ ନଜର ରହିବ।

  4. 4.ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ବୈଠକରେ ଜନସେନା ପାର୍ଟି ସଭାପତି ପବନ କଲ୍ୟାଣଙ୍କ ପରିଚୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ୟେ ପବନ ନହିଁ ହୈ, ଆନ୍ଧି ହୈ’ (ଇଏ ପବନ ନୁହନ୍ତି, ଝଡ଼)।

  5. 5.ଏନ୍‌ଡିଏର ସହଯୋଗୀ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ସାଂସଦ ଚନ୍ଦ୍ରଶେଖର ପେମାସାନି ମୋଦୀ-୩.୦ କ୍ୟାବିନେଟ୍‌ର ସବୁଠୁ ଅଧିକ ଧନୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

  6. 6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପ୍ରାୟ ୨୧ ଟି ସବର୍ଣ୍ଣ, ୨୭ ଓବିସି, ୧୦ ଦଲିତ, ୫ ଆଦିବାସୀ ଏବଂ ୫ ସଂଖ୍ୟାଲଘୁ ସମ୍ପ୍ରଦାୟର ଏମପି ଅଛନ୍ତି।

  7. 7.ଜମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆଜି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବା ପରେ ଏକ ତୀର୍ଥଯାତ୍ରୀ ବସ୍‌ ପାହାଡ଼ ତଳକୁ ଖସି ପଡ଼ିଛି। ଏଥିରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

  8. 8.ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି । ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ ।

  9. 9.ଯେଉଁ ଗାଡିରେ ଜିଏନଏସଏସ୍ ଆଧାରିତ ସୁବିଧା ସକ୍ରିୟ ହେବ ସେହି ଗାଡିପାଇଁ ଟୋଲ ପ୍ଲାଜାରେ ଅଲଗା ଲେନ୍ ହେବ । ଏହି ଲେନରେ କାର୍ ଯାତ୍ରା କରିବା ସମୟରେ ଅଟକିବା ଦରକାର ପଡିବନି । ଧିରେ ଧିରେ ପୁରୁଣା ଲେନ୍ ସମାପ୍ତ କରି ସବୁଆଡେ ଜିଏନଏସଏସ୍ ଲେନ୍ ପ୍ରସ୍ତୁତ ହେବ ।

  10. 10.ଦିଲ୍ଲୀର ଏକ ଅଦାଲତ ବିଶିଷ୍ଟ ସମାଜସେବୀ ମେଧା ପାଟେକର୍‌ଙ୍କ ବିରୋଧରେ ଆଗତ ମାନହାନି ମୋକଦ୍ଦମାର ଶୁଣାଣି ଶେଷ କରିଥିବାବେଳେ ଦଣ୍ଡାଦେଶକୁ ଜୁଲାଇ ୧କୁ ସ୍ଥଗିତ ରଖିଛନ୍ତି।

  11. 11.ଏସ୍‌କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ଆସନ୍ତା ୧୦ରେ ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

  12. 12.ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ୍‌ ଓ୍ବାନ୍‌ରେ ଆସିବା ପ୍ରଥମ ଘଟଣା। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରୀଙ୍କୁ କ୍ଷତିପୂରଣ ମାର୍କ ଦିଆଯିବା ମଧ୍ୟ ଅନ୍ୟତମ ପ୍ରଥମ ଘଟଣା।

  13. 13.କାତ୍ତିକ ପାଣ୍ଡିଆନ କହିଛନ୍ତି  ଗତ ନିର୍ବାଚନରେ ବିଜେଡିର ଭୋଟ ହାର ମାତ୍ର ୩ ପ୍ରତିଶତ ହ୍ରାସ ପାଇଛି। ଏଥିପାଇଁ ଦଳ ପରାଜିତ ହେଇଛି। ନିର୍ବାଚନ ଫଳାଫଳ ଭଲ ହୋଇ ନ ଥିବାରୁ,ଏହାର ଦୋଷ ମୁଁ ନିଜେ ନେଉଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି। ଦଳକୁ ଜିତାଇବା ପାଇଁ ମୁଁ ହୃଦୟରୁ କଠିତ ପରିଶ୍ରମ କରିଛି। କିନ୍ତୁ ଶେଷରେ ମୋର ଜନ୍ମସ୍ଥାନ ପରାଜୟର କାରଣ ସାଜିଲା, ଯାହା ଉପରେ ମୋର ନିୟନ୍ତ୍ରଣ ନାହିଁ।

  14. 14.ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍‌ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ।

  15. 15.ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି।

306 Y
886 10-06-2024 English
  1. 1.Narendra Modi was sworn-in as Prime Minister Sunday for a recordequalling third term, heading a Cabinet that emphasised continuity and experience while also rewarding partners in the BJP-led National Democratic Alliance government.

  2. 2.Three state BJP MPs - Jual Oram, Dharmendra Pradhan and Ashwini Vaishnaw – were inducted into the Modi 3.0 Cabinet, Sunday.

  3. 3.Kendu leaves worth crores of rupees were reduced to ashes after a massive fire broke out in a godown at MV-3 village in Malkangiri district, Saturday.

  4. 4.The Rourkela Municipal Corporation (RMC) had in the past received the open defecation free certification (ODF). However, sources informed here Friday that MC has lost its ODF++status.

  5. 5. Mumbai and its neighbouring areas received heavy rains in the last 24 hours, bringing down the mercury and providing relief to residents from the hot and humid weather, officials said Sunday

  6. 6.With the Maratha quotas starting to boil again, the Maharashtra Congress Saturday reiterated its demand for giving reservations to Muslims and Dhangars as well as immediately conducting a nation-wide caste census.

  7. 7.China’s social media landscape has been rocked by a debate over a waterfall, to the point that the water body itself had to respond with an explanation.

  8. 8.The swearing-in ceremony for the first BJP government in Odisha  state has been rescheduled from June 10 to June 12, party leaders Jatin Mohanty and Vijaypal Singh Tomar confirmed here Sunday.

  9. 9.Outgoing Chief Minister and BJD president Naveen Patnaik Sunday congratulated TDP leader N Chandrababu Naidu for his party’s success in the recently concluded elections.

  10. 10.Forrmer bureaucrat and ex-CM Naveen Patnaik’s close aide VK Pandian Sunday announced his withdrawal from active politics following Biju Janata Dal’s drubbing in recently held Assembly and Lok Sabha polls, exactly six months and 13 days after he joined politics.

  11. 11.The newlyelected Khurda MLA Prasanta Jagadev was discharged from SCB Medical College and Hospital (SCBMCH) here Sunday morning.

  12. 12.Canada’s intelligence agency chief David Vigneault paid two under-thewraps visits to India in February and March to apprise Indian officials of the case relating to the killing of Khalistani extremist Hardeep Singh Nijjar, people familiar with the matter said.

  13. 13.A threemember special investigation team has been formed in connection with the incident in which BJP MP-elect Kangana Ranaut was allegedly slapped by a CISF woman constable, a senior police officer said Sunday.

  14. 14.Terrorists opened fire at a bus carrying pilgrims in Jammu and Kashmir’s Reasi district Sunday evening, killing nine people and injuring 33, police said.

  15. 15.Israeli forces pounded central Gaza anew Sunday, a day after killing 274 Palestinians during a hostage rescue raid, and tanks advanced into further areas of Rafah in a bid to seal off part of the southern city, residents and Hamas media said.

312 Y
887 09-06-2024 Odia
  1. 1.ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ହାର ତୁଳନାରେ ପଛରେ ପଡ଼ିଛି। ଜାତୀୟସ୍ତରରେ ଗ୍ରାମାଞ୍ଚଳରେ ଗୋଟିଏ ପରିବାରର ମାସିକ ହାରାହାରି ଖର୍ଚ୍ଚ ୩୭୭୩ ଟଙ୍କା ରହିଛି। ଅନ୍ୟପକ୍ଷରେ ଦେଶରେ ସହରାଞ୍ଚଳରେ ପରିବାରର ହାରାହାରି ମାସିକ ଖର୍ଚ୍ଚ ୬୪୫୯ ଟଙ୍କା ଅଛି।

  2. 2.ମେ ମାସ‌ରେ ଭାରତ  ବିଶ୍ଵରେ ତୃତୀୟ ସର୍ବାଧିକ ସୁନା କିଣିଛି। ଆଲୋଚ୍ୟ ମାସରେ ଭାରତ ୭୨୨ କୋଟି ଟଙ୍କାର ସୁନା କ୍ରୟ କରିଛି। ପରିମାଣ ହିସାବରେ ଦେଖିଲେ ଏହା ୪୫.୯ ଟନ। ଭାରତ ତୁଳନାରେ ବିଶ୍ବର ଦୁଇଟି ଦେଶ ଅଧିକ ସୁନା କିଣିଛନ୍ତି। ସେମାନେ ହେଲେ ସ୍ବିଜରଲ୍ୟାଣ୍ଡ ଏବଂ ଚୀନ। ସ୍ବିଜରଲାଣ୍ଡ ମେ ମାସରେ ସର୍ବାଧିକ ୩୧୨.୪ ଟନ ସୁନା କିଣିଛି।

  3. 3.ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ନୁହେଁ, ୭.୨ ପ୍ରତିଶତ ହେବ।  

  4. 4.ଭାରତୀୟ ଗଣମାଧ୍ୟମର ପ୍ରଖ୍ୟାତ ବ୍ୟକ୍ତିତ୍ବ ତଥା ଇନାଡୁ ଓ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଆଜି ହାଇଦ୍ରାବାଦରେ ଦେହାନ୍ତ ହୋଇଯାଇଛି।

  5. 5.୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଦାବି କରିଛନ୍ତି ଯେ ବିଜେପିର ପ୍ରଥମ ଅପରେସନ ଲୋଟସ୍ ୱାଇଏସଆରସିପିରେ ହେବ।

  6. 6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

  7. 7.ରବିବାର (ଜୁନ ୯)ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରାଯାଇଛି।

  8. 8.ସାମୁଦ୍ରିକ ଝଡ଼ ‘ରେମାଲ’ ସୃଷ୍ଟି ହେବାଠାରୁ ସ୍ଥାନୀୟ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି l ତେଣୁ ଉଚ୍ଚ ଲହଡି ମାଡ଼ ହେବା ଫଳରେ ଋଷିକୁଲ୍ୟା ବେଳାଭୂମି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡଲେଙ୍କ ବିସ୍ତୀର୍ଣ୍ଣ ଗଣ ଅଣ୍ଡାଦାନ ସ୍ଥଳ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଭୌଗୋଳିକ ପରିବେଶ ପରିବର୍ତ୍ତନ ହୋଇଛି।

  9. 9.ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି। ଜିରିବାମ ଜିଲାରେ କେତେଜଣ ଉଗ୍ରବାଦୀ ଗୋଟିଏ ପୋଲିସ ଆଉଟ୍‌ପୋଷ୍ଟ ସହ ଅନେକ ଘର ଜାଳିଦେଇଛନ୍ତି। ଉଗ୍ରବାଦୀମାନେ ଜିଲାର ୭୦ରୁ ଅଧିକ ଘରେ ନିଆଁ ଲଗାଇଦେଇଥିବା ପୋଲିସ ସୂଚନା ଦେଇଛି।

  10. 10.ଶନିବାର ସନ୍ଧ୍ୟାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍‌ପିଙ୍କ ବୈଠକରେ  ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିଜର ପଦବୀ ବଜାୟ ରଖିବାକୁ ଯାଉଛନ୍ତି।

  11. 11.ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି।

  12. 12.ଭାରତୀୟ ମହିଳା କୁସ୍ତିଯୋଦ୍ଧା ଅଂଶୁ ମଲିକ ଏଠାରେ ଚାଲିଥିବା ବୁଦାପେଷ୍ଟ ର଼୍ୟାଙ୍କିଙ୍ଗ ସିରିଜ ୫୭ କାଟେଗୋରିରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।

  13. 13.କଟକ ବଡ଼ ଡାକ୍ତରଖାନାରୁ ଆଜି ଭୋରରେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ୧୧ ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ।

  14. 14.ଲଣ୍ଡନରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତୀୟ ମହିଳା ହକି ଦଳ ଜର୍ମାନୀଠାରୁ ୨-୪ ଗୋଲରେ ପରାସ୍ତ ହୋଇଛି।

  15. 15.ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ୍‌ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି।

314 Y
888 09-06-2024 English
  1. 1.PM Narendra Modi will take oath as the Prime Minister for the third straight term today and while the entire council of ministers will not be sworn in, nearly 30 ministers will, sources have told NDTV. The strength of the full council of ministers is expected to be between 78 and 8

  2. 2.Chandrababu Naidu's TDP will be getting four portfolios in the new cabinet led by Prime Minister Narendra Modi, while the JDU will get two berths, sources have said. 

  3. 3.Veteran media personality and Ramoji group chairman Ch Ramoji Rao, died at a hospital here early Saturday. He was 88

  4. 4.Veteran actor Dick Van Dyke has won a historic Daytime Emmy at age 98.

  5. 5.Maharashtra followed by Karnataka and Delhi are the top three states of India bringing in foreign direct investment (FDI) into the UK.

  6. 6.Amid allegations of inflation of marks in the NEET-UG medical entrance exam, the National Testing Agency (NTA) announced Saturday that the education ministry has set up a fourmember panel to review the grace marks awarded to more than 1,500 candidates.

  7. 7.Tensions heightened in Manipur’s Jiribam district Saturday after suspected militants torched two police outposts, a forest office and at least 70 houses, prompting the authorities to transfer the superintendent of police, officials said.

  8. 8.The Election Commission of India (ECI) has recommended action against IPS officer Ashish Kumar Singh for “misrepresentation of fact” about his health condition while revoking the suspension order on another senior police officer DS Kutey.

  9. 9.Former Congress president Sonia Gandhi was unanimously re-elected as the chairperson of the Congress Parliamentary Party (CPP) Saturday, its leaders said.

  10. 10. BJD supremo Naveen Patnaik Saturday said that criticism of his aide VK Pandian for the party’s defeat in the Odisha Assembly elections was unfortunate as he did an ‘excellent job’

  11. 11.The Southwest Monsoon set in over Odisha Saturday, four days ahead of its schedule, and covered parts of Malkangiri district, the Met office said.

  12. 12.During every summer, there is a loss of around 59 to 60 cusecs of water due to evaporation. If 840 cusecs of water is reaching Delhi, it means Haryana is not releasing water in the Munak canal.

  13. 13.With the dissolution of the 17th Lok Sabha, a bill that aimed to bring uniformity in the age of marriage for men and women has lapsed.

  14. 14.Actor-politician Kangana Ranaut Saturday criticised people praising the CISF woman constable who allegedly slapped her, asking if they also justify “rape or murder”.

  15. 15.Sub-Lieutenant Anamika B Rajeev has become the Indian Navy’s first woman helicopter pilot after she received the prestigious “Golden Wings” at the passing-out parade at a naval air station in Tamil Nadu’s Arakkonam.

  16. 16.A Special Investigation Team Saturday took suspended JD(S) leader Prajwal Revanna to his house at Holenarasipura in Hassan district for spot inspection. The 33-year-old Prajwal, who lost the Lok Sabha election as an NDA candidate from Hassan is facing sexual assault cases.

  17. 17.Israeli forces rescued four hostages held by Hamas since October in a raid in Gaza on Saturday that Palestinian officials said killed more than 200 people, one of the single bloodiest Israeli assaults of the eight-month-old war.

  18. 18.A 39-year old man who assaulted Denmark’s Prime Minister Mette Frederiksen in Copenhagen Friday causing her to suffer a neck injury was sentenced Saturday to 12 days in custody, Danish police said.

  19. 19.E-governance service provider CSC SPV and the Agriculture Ministry have signed a memorandum of understanding to convert 10,000 farmer producer organisations into common service centres , an official statement said Friday.

  20. 20. A determined Afghanistan rode on splendid spells from their skipper Rashid Khan and left-arm pacer Fazalhaq Farooqi to stun an under-prepared New Zealand by 84 runs and make a strong case for a Super Eight berth in the T20 World Cup .

319 Y
889 08-06-2024 Odia
  1. 1.ଜଣେ ସାଂସଦ ମାସିକ ୧,୦୦,୦୦୦ ଟଙ୍କା ମୂଳ ଦରମା (ବେସିକ୍ ସାଲାରି) ପାଆନ୍ତି।ଅଧିବେଶନ ଓ କମିଟି ବୈଠକ ସମୟରେ ସାଂସଦମାନେ ରାଜଧାନୀରେ ଥିବା ସମୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଦୈନିକ ୨, ୦୦୦ ଟଙ୍କା ଭତ୍ତା ପାଇବାକୁ ହକ୍‌ଦାର। ସାଂସଦମାନେ ନିଜ ପାଇଁ ଓ ସେମାନଙ୍କ ପରିବାର ପାଇଁ ପ୍ରତିବର୍ଷ ୩୪ଟି ମାଗଣା ଘରୋଇ ବିମାନ ଯାତ୍ରା ପାଇଁ ହକ୍‌ଦାର। ଆହୁରି ଅନେକ କିଛି ।

  2. 2. ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ମେ ୧୦ ତାରିଖରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରା ସମୟରେ ସ୍ୱାସ୍ଥ୍ୟଜନିତ ଅସୁସ୍ଥତା କାରଣରୁ ଏପର୍ଯ୍ୟନ୍ତ ୮୬ ଜଣଙ୍କ ମୃତ୍ୟୁ ଘଟିଛି।

  3. 3.ଚାଷୀ ସଂଗଠନ ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା (ଅଣ ରାଜନୈତିକ) ଓ କିଷାନ୍‌ ମଜଦୁର ମୋର୍ଚ୍ଚା ଦେଇଥିବା ସୂଚନାନୁସାରେ, ଜୁନ୍‌ ୯ରେ ସେମାନେ ନିଲମ୍ବିତ ସିଆଇଏସ୍‌ଏଫ୍ କନେଷ୍ଟବଳ କୁଲୱିନ୍ଦରଙ୍କ ସମର୍ଥନରେ ‘ଇନ୍‌ସାଫ୍‌’ ମୋର୍ଚ୍ଚା ଆରମ୍ଭ କରିବେ।

  4. 4.କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ କଣ୍ଟେନର ସୁବିଧା ପାଇଁ ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍‌ (ଏପିଏସ୍‌ଇଜେଡ୍‌) ୫ ବର୍ଷର ଅପରେସନ୍‌ ଆଣ୍ଡ ୍‌ ମେଣ୍ଟେନାନ୍‌ସ (ଓଆଣ୍ଡଏମ୍‌) ଚୁକ୍ତି ହାସଲ କରିଛି।

  5. 5.ଷ୍ଟକ୍ ମାର୍କେଟ୍ ପୁଣି ଧାରାକୁ ଫେରିଛି। ଶୁକ୍ରବାର ଦିନ, ସେନସେକ୍ସ ଏକ ରେକର୍ଡ ସୃଷ୍ଟି କରିଛି ​​ଏବଂ ଏହା ରେକର୍ଡସ୍ତରୀୟ ଅଙ୍କରେ ପହଞ୍ଚିଛି। ଏହା ସହିତ, ନିଫ୍ଟି ମଧ୍ୟ ୨୩ ହଜାର ଅଙ୍କ ଅତିକ୍ରମ କରିଛି।

  6. 6.ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ୭ ଦିନ ମଧ୍ୟରେ ସେୟାର ବଜାରରୁ ୫୮୪କୋଟି ଟଙ୍କା ରୋଜଗାର କରିଛନ୍ତ।

  7. 7.ଛତିଶଗଡ଼ ନାରାୟଣପୁର-ଦାନ୍ତେଓ୍ଵାଡା ସୀମାନ୍ତ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗ୍ରୁପ୍ ଯବାନଙ୍କ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି।

  8. 8.ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ଦର୍ଶାଇ ଶ୍ରୀଲଙ୍କାର ଋଣ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି –  ଆଇଏମ୍ଏଫ୍ ବିଶ୍ୱାସ ବ୍ୟକ୍ତ କରିଛି।

  9. 9.ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ ଆକାଉଣ୍ଟ ପାଇଁ କମ୍ପାନୀ କୃତ୍ରିମ ବୁଦ୍ଧିମତା(ଏଆଇ) ସପୋର୍ଟ ଆଣୁଛି। ଏହା ବ୍ୟତୀତ କମ୍ପାନୀ ବ୍ଲୁ ଟିକ୍‌ ମଧ୍ୟ ପ୍ରଦାନ କରୁଛି। ଏହି ଦୁଇ ଫିଚରକୁ ପ୍ରଥମେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯିବ।

  10. 10.ବହୁ ଚର୍ଚ୍ଚିତ କର୍ନାଟକ ଯୌନ କେଳେଙ୍କରୀ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ତଥା ହୋଲେନାରସିପୁରା ବିଧାୟକ ଏଚଡି ରେଭାନ୍ନାଙ୍କ ସ୍ତ୍ରୀ ଭବାନୀ ରେଭାନ୍ନାଙ୍କୁ ଆଗୁଆ ଜାମିନ ମିଳିଛି।

  11. 11.ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମର ଲୋକ ସଭା ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇକୁ ସେ କହିଛନ୍ତି, ଯଦି ଆଗାମୀ ଲୋକ ସଭା ନିର୍ବାଚନ ପାଞ୍ଚବର୍ଷ ପରେ ଅନୁଷ୍ଠିତ ହୁଏ, ତେବେ ଆଉ ଏକ ଲୋକ ସଭା ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ନୁହେଁ। କାରଣ ଏବେ ଯୁବପିଢିି ଆଗକୁ ଆସିବା ଆବଶ୍ୟକ। ଆଉ ଏଥିପାଇଁ ଆମକୁ ପଛକୁ ଯିବା ଜରୁରୀ।

  12. 12.ଛଅ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି।

  13. 13.ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ତାଙ୍କ ପଦବୀରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ।

  14. 14.ଆସନ୍ତା ୨୦ ତାରିଖ ସୁଦ୍ଧା ଡ୍ରେନ୍‌ ସଫେଇ ସାରିବାକୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଡ୍ରେନ୍‌ ସଫେଇ ସାଙ୍ଗକୁ ମୁକ୍ତା ଯୋଜନାରେ ଚାଲିଥିବା କାମର ସମୀକ୍ଷା କରାଯାଇଥିଲା।

  15. 15.ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି । ଏଥିପାଇଁ ପାଗ ଅନୁକୂଳ ହୋଇଛି । ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଆଦି ଜିଲାର କେତେକ ଭାଗରେ ପ୍ରବେଶ କରିବ।

296 Y
890 08-06-2024 English
  1. 1. President Droupadi Murmu Friday appointed NDA Parliamentary Party leader Narendra Modi as Prime Minister-designate and the new government will take oath Sunday evening.

  2. 2.  The first session of the 18th Lok Sabha is likely to begin around June 15, sources said Friday.

  3. 3. Seventythree per cent of the newly elected MLAs in Odisha are ‘crorepatis’ with BJD’s Sanatan Mahakud the richest legislator, a report said.

  4. 4. BJD leader VK Pandian’s wife and Odisha IAS officer Sujata R Karthikeyan has proceeded on a six months’ ‘child care leave’ from May 31, official sources said.

  5. 5. The Nepali Army has removed the remains of five climbers and 11 tonnes of waste from the high-altitude Everest region.

  6. 6. The Congress Friday demanded a high-level investigation under the Supreme Court’s supervision into ‘irregularities’ in NEET and accused the BJP of cheating youngsters and playing with their futures.

  7. 7. A local court Friday granted interim bail to Khurda MLA-elect Prasanta Jagadev, has been granted bail for three days – June 9, 10 and 11 – and asked to surrender before the court June 12.

  8. 8. As many as 85 candidates elected to the Odisha  state Assembly in 2024 elections, have declared criminal cases pending against them, according to the Odisha Election Watch report.

  9. 9. Members of women self-help groups (SHGs) in Mayurbhanj district have become self-reliant and financially independent by undertaking various livelihood programmes under the Mission Shakti scheme, a report said.

  10. 10. The Supreme Court is trying to solve the water problem. The Supreme Court is continuously hearing this matter and has ordered a meeting of the Upper Yamuna River Board. It will hear the matter again Monday.

  11. 11. Samajwadi Party MLA Irfan Solanki, his younger brother and three others were sentenced to seven years of rigorous imprisonment Friday in connection with setting fire to a woman’s house in a bid to grab her land.

  12. 12. The CBI Friday filed a supplementary charge sheet in a Delhi court against BRS leader K Kavitha in the corruption case linked to the alleged excise scam, claiming there was sufficient evidence to prosecute her in the matter.

  13. 13. The CBI Friday filed its final charge sheet against former railway minister Lalu Prasad in connection with the land for jobs scam in which his family allegedly received land parcels from ineligible candidates appointed in various Railways zones as ‘substitutes’, the officials said.

  14. 14. Congress leader Rahul Gandhi Friday was granted bail by a special court here in connection with a case filed by the BJP’s Karnataka unit for issuing defamatory advertisements in mainstream newspaper.

  15. 15.  Israeli strikes hammered a Gaza refugee camp Friday after a deadly strike on a UN-run school, as the war sparked by Hamas’s unprecedented attack on Israel entered its ninth month.

278 Y