-
1. ଟି-୨୦ ବିଶ୍ବକପ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଥିବାବେଳେ କୋଟି କୋଟି ଭାରତୀୟ ମଧ୍ୟ ଭାବପ୍ରବଣ ହୋଇପଡ଼ଛନ୍ତି। ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍ର ଏକ ଯୁଗ ଶେଷ ହୋଇଛି।
-
2. ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି। ଫାଇନାଲ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି।
-
3. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନ୍ୟାୟପାଳିକା ପବିତ୍ର, ସଚ୍ଚୋଟ ଓ ରାଜନୈତିକ ପକ୍ଷପାତିତାମୁକ୍ତ ହେବା ଉଚିତ। ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ ବିଚାରପତିମାନେ ସେମାନଙ୍କ ବ୍ୟକ୍ତିଗତ ବିଶ୍ୱାସ ଦ୍ବାରା ସେମାନଙ୍କ ରାୟକୁ ପ୍ରଭାବିତ ହେବାକୁ ଦେବା ଅନୁଚିତ।
-
4.ଚୀନ ସୀମା ପୂର୍ବ ଲଦାଖରେ ଏକ ବଡ଼ ଅଘଟଣ ଘଟିଯାଇଛି। ଭାରତୀୟ ସେନାର ଏକ ଟ୍ୟାଙ୍କ୍ ସମରାଭ୍ୟାସ ଚାଲିଥିବା ବେଳେ ୫ ଜଣ ଯବାନ ନଦୀରେ ଭାସି ଯାଇ ସହିଦ ହୋଇଛନ୍ତି।
-
5.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଥମ ଥର ପାଇଁ ଚରମପନ୍ଥୀ ବିରୋଧୀ ସୈନ୍ୟ ଅପରେସନ ଆଜମ୍-ଏ-ଇତେହକାମରେ ଚୀନ୍ର ଚାପ ହୋଇଥିବା ସମ୍ପର୍କରେ କହିଛନ୍ତି।
-
6.ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।
-
7.ଉତ୍ତରପ୍ରଦେଶରେ ଆଗାମୀ ୩ବର୍ଷ ମଧ୍ୟରେ ୫୦ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ୫ରୁ ୭ଲକ୍ଷ ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ଦିଆଯିବ । ଏନେଇ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ଯୋଗୀ ସରକାର ।
-
8.ଦିଲ୍ଲୀ ପରେ ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ଘଟଣା ଘଟିଛି।
-
9.ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ସିଏସ୍ ସେଟ୍ଟୀ ହୋଇପାରନ୍ତି। ସରକାରୀ କମିଟି ଫାଇନାନ୍ସିଆଲ ସର୍ଭିସେସ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ (ଏଫ୍ଏସ୍ଆଇବି) ଶନିବାର ତାଙ୍କ ନାମ ସୁପାରିସ କରିଛି।
-
10.ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।
-
11.ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର ମଧ୍ୟ କହିଛନ୍ତି।
-
12.ସରକାରୀ ଅଫିସରେ କାମ ଠିକ୍ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ସରକାରୀ କ୍ଷେତ୍ର, ବ୍ୟାଙ୍କ, ସ୍ବୟଂଶାସିତ ଅନୁଷ୍ଠାନକୁ ଏପରି ନିର୍ଦ୍ଦେଶ ଦେଇଛି।
-
13.ଦ ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ସମ୍ପାଦକ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ ଭେଙ୍କେୟା ନାଇଡୁଙ୍କ ଜୀବନୀ – ଲାଇଫ୍ ଇନ୍ ସର୍ଭିସକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ପୂର୍ବତନ ସଚିବ ଏ.ଆଇ.ବି ସୁବ୍ବାରାଓଙ୍କ ଦ୍ୱାରା ସଂକଳିତ ‘ସେଲିବ୍ରେଟିଙ୍ଗ ଭାରତ-ଦ ମିଶନ ଆଣ୍ଡ ମେସେଜ ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଆଜ ୧୩ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଏବଂ ସଞ୍ଜୟ କିଶୋରଙ୍କ ଦ୍ୱାରା ସଂକଳିତ ସଚିତ୍ର ଜୀବନୀ ମହାନେତା – ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଉନ୍ମୋଚନ କରିବେ।
-
14.କାନରେ ଇୟର୍ଫୋନ୍ ଲଗାଇ ଜୋରରେ ଗୀତ ଶୁଣିବା ଦ୍ବାରା ଏହା ଘାତକ ହୋଇପାରେ। ଏହାଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବଢ଼ିଯାଏ। ଯେତେବେଳେ ଆମେ ଅଧିକ ଜୋରରେ ଗୀତ ଶୁଣୁ ସେତେବେଳେ ଆମର ହୃଦ୍ସ୍ପନ୍ଦନ ବଢ଼ିଯାଏ। ଏଭଳି ନିୟମିତ ହେବା ଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବୃଦ୍ଧିପାଏ।
-
15.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରେକର୍ଡ ୨୨୮.୧ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ୮୮ ବର୍ଷର ରେକର୍ଡ ଭଙ୍ଗ କରିଛି।