1. ଭୁଲ ପ୍ରଶ୍ନ ପାଇଁ ପରୀକ୍ଷାରେ ଗ୍ରେସ୍ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାତିଲ କରାଯାଇଛି। ଏହି ପରୀକ୍ଷାର୍ଥଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ । ଜୁନ୍ ୨୩ରେ ସେମାନେ ପୁଣିଥରେ ପରୀକ୍ଷା ଦେବେ ଏବଂ ଜୁନ ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ।
2. ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅଜିତ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଅନ୍ୟତମ ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ପିକେ ମିଶ୍ରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପୁଣିନିଯୁକ୍ତି କରାଯାଇଛି।
3. କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ଏକ ପୋକ୍ସ ମାମଲାରେ ବେଙ୍ଗାଲୁରୁ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।
4. ଆର୍ଏସ୍ଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ମୁଖପତ୍ରରେ ନିକଟରେ ବାହାରିଥିବା ଏକ ଲେଖା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପିର ଲୋକସଭା ନିର୍ବାଚନ କ୍ଷତି ପାଇଁ ଅଜିତ ପାୱାରଙ୍କ ଏନ୍ସିପି ଏକ ପ୍ରମୁଖ କାରଣ। ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରୁ ବିରୋଧୀ ଏମଭିଏ (ମହା ବିକାଶ ଅଘାଡ଼ି) ୩୦ ଆସନରେ ଜିତିଥିଲା। ଅନ୍ୟପକ୍ଷେ ଶାସକ ମହାୟୁତି ମାତ୍ର ୧୭ ଆସନରେ ଜିତିଥିଲା।
5. ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ ହିମାଚଳ ପ୍ରଦେଶ ସରକାର ୧୩୬କ୍ୟୁସେକ୍ ଜଳ ଛାଡ଼ାଯିବ ଓ ଏହା ବ୍ୟାରେଜ୍ରେ ମହଜୁଦ୍ ରହିଛି ବୋଲି କହିଥିବା ବେଳେ ମତ ବଦଳାଇ ଜଳ ଛାଡ଼ିବା ନେଇ ଅକ୍ଷମତା ପ୍ରକାଶ କରିଛି।
6. ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଋତୁସ୍ରାବରେ ପୀଡିତ ଛାତ୍ରୀମାନଙ୍କୁ ଆବଶ୍ୟକ ବିରତି ଦିଆଯିବା ଉଚିତ୍। ଏହା ବ୍ୟତୀତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସେମାନଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ରଖାଯିବା ଉଚିତ। ଶିକ୍ଷା ମନ୍ତ୍ରଣାଳୟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ), କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ଏବଂ ନବୋଦୟ ବିଦ୍ୟାଳୟ ସମିତିକୁ ଏହି ନିର୍ଦ୍ଦେଶ ଦେଇଛି।
7. କାନପୁର ମେଡିକାଲ କଲେଜରୁ ଏମବିବିଏସ ପାସ କରିଥିବା ଜଣେ ଛାତ୍ରୀ ଗତ ବୁଧବାର ରାତିରେ ସନ୍ଦିଗ୍ଧ ଅବସ୍ଥାରେ ଚତୁର୍ଥ ମହଲା କୋଠାରୁ ତଳକୁ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
8. ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ସଭାପତିଙ୍କୁ ଭେଟୁଛନ୍ତି। ଗୁରୁବାର ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ରଘୁନାଥ ମହାନ୍ତି ପ୍ରମୁଖ ନବୀନଙ୍କୁ ସାକ୍ଷାତ କରିଛନ୍ତି।
9.ହାଇକୋର୍ଟ ୱେବ୍ସାଇଟ୍ରେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଏମ୍ପି ଓ ବିଧାୟକଙ୍କ ବିରୋଧରେ ୪୩୪ଟି ମାମଲା ବିଚାରାଧୀନ ରହିଛି।
10. ଓଡ଼ିଶାରେ ନବଗଠିତ ଭାଜପା ସରକାର ସହଯୋଗରେ ଓଡ଼ିଶାରେ ପିଏମ୍ ଶ୍ରୀ ସ୍କୁଲ ଓ ପିଏମ୍ ଉଷାକୁ କାର୍ଯ୍ୟକାରୀ କରାଯିବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦି ସରକାରଙ୍କ ୩ୟ ପାଳିରେ ବର୍ତ୍ତମାନ ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି।
11. ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ ୫ଟି ଚାର୍ଟର୍ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲା ଶିକ୍ଷାଧିକାରୀଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।
12. ଦକ୍ଷିଣ କୁଏତର ମନଗଫ୍ ଅଞ୍ଚଳରେ ଥିବା ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୪୨ ଭାରତୀୟ। ଏହି ଘଟଣାରେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି
13. ୧୯୯୭ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ବର୍ଡର’ର ସିକ୍ୱେଏଲ ‘ବର୍ଡର-୨’ ଆସିବାକୁ ଯାଉଛି। ଅନେକ ଦିନ ହେବ ‘ବର୍ଡର-୨’ ଫିଲ୍ମ ନିର୍ମାଣ ନେଇ ଚର୍ଚ୍ଚା ଲାଗି ରହିଥିଲା।
14. ବର୍ତ୍ତମାନ ସମୟରେ ଦେଶରେ ୨୧ କୋଟି ୯୧ ଲକ୍ଷ ସିମକୁ କଳାତାଲିକାଭୁକ୍ତ କରିବା ଲାଗି ଯୋଜନା ହୋଇଛି। ଏହି ସିମଗୁଡ଼ିକ ଦୀର୍ଘ ଦିନ ଧରି ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଛି। ଏହା ହେଉଛି ଦେଶରେ ରହିଥିବା ମୋଟ ମୋବାଇଲ ନମ୍ବରର ୧୯ ପ୍ରତିଶତ। ନିୟମ ଅନୁସାରେ ଯଦି ଗୋଟିଏ ସିମ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରିଚାର୍ଜ କରା ନ ଯାଏ ତେବେ ତାହାକୁ କଳାତାଲିକାଭୁକ୍ତ କରିବାର ପ୍ରାବଧାନ ରହିଛି।
15. ଆଗାମୀ ୫ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ଓ୍ବେଭ୍ ଓ୍ବାର୍ନିଂ ଜାରି ହୋଇଛି।