Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1221 18-12-2023 Odia
  1. ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛି। ନିଜ ସାମର୍ଥ୍ୟ ବଳରେ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ବେଳେ ଏନେଇ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି। 

  2. ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୂହାଣ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ ହୋଇଛି। କେତେକ ଦୁବୃର୍ତ୍ତ ଏଟିଏମ୍‌ କାଉଣ୍ଟରକୁ କଟର ମେଶିନ୍‌ରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

  3. ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଥଣ୍ଡା ବଢ଼ିଛି। ତାପମାତ୍ରା ହ୍ରାସ ହେବା କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି।

  4. କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ର ବେଶ୍ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ଚଳିତ ମାସ ୧୫ ତାରିଖରୁ ସୁଧ ଫେରସ୍ତ ପାଇବା ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧, ୨୦୨୦ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ଏଥିପାଇଁ ଆବେଦନ କରିପାରିବେ।

  5. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ସୁଯୋଗ ଦିଆଯାଇଛି। ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ଯେଉଁ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିନାହାନ୍ତି, ସେମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଧାର୍ଯ୍ୟ ଫି’ ଦେଇ ଫର୍ମ ପୂରଣ କରିପାରିବେ।

  6. ଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନକରି ଏମ୍‌ଆର୍‌ଇ କିମ୍ବା ସିଟି ସ୍କାନ୍‌ ପାଇଁ ଲେଖିପାରିବେ ନାହିଁ।

  7. ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଇଛି ବୟଫେଣ୍ଡର ଡ୍ରାଇଭର। ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ.

  8. ଗତ ବିଳମ୍ବିତ ରାତ୍ରରେ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କିଛି ସମୟ ପରେ ଆଜି ପ୍ରତ୍ୟୁଷରେ ପୁଣି ଉତ୍ତର କୋରିଆ ଅନ୍ୟୂନ ଗୋଟାଏ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

  9. କ୍ୟାପ୍‌ଟେନ ଫାତିମା ୱାସିମ୍‌ ଭାରତୀୟ ସେନାର ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରର ଅପରେସନ୍ ପୋଷ୍ଟରେ ନିଯୁକ୍ତି ପାଇଛନ୍ତି।

  10. ପଳାତାକ ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି ଓ ସମ୍ପ୍ରତି ସେ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  11. ଓଡ଼ିଶାରେ ସ୍ନାତକ ପାଠପଢ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତି ଏତେଟା ଉତ୍ସାହଜନକ ନାହିଁ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ସ୍ନାତକଙ୍କ (୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ) ମଧ୍ୟରେ ବେକାରୀ ହାର ୨୧.୯ ପ୍ରତିଶତ ରହିଛି।

  12. ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ନୂଆ ସଂସଦ ଭବନର ସୁରକ୍ଷାର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମଗ୍ର ପରିସରର ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ (ସୁରକ୍ଷା) ପଦବୀ ଗତ ୪୫ ଦିନ ହେଲା ଖାଲି ପଡ଼ିଥିବା ଜଣାପଡ଼ିଛି।

  13. ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ନୂଆ ସଂସଦ ଭବନର ସୁରକ୍ଷାର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସମଗ୍ର ପରିସରର ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ (ସୁରକ୍ଷା) ପଦବୀ ଗତ ୪୫ ଦିନ ହେଲା ଖାଲି ପଡ଼ିଥିବା ଜଣାପଡ଼ିଛି।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍‌ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍‌ ବୁଅର୍ସ’ ଉଦ୍‌ଘାଟନ କରିଛନ୍ତି।

  15. ଗଣମାଧ୍ୟମ ‌କ୍ଷେତ୍ରରେ ଆଦାନି ଗ୍ରୁପ୍‌ର ପତିଆରା ବଢ଼ିବାରେ ଲାଗିଛି। କ୍ବିଣ୍ଟିଲିୟନ ବି‌ଜନେସ୍‌ ମିଡିଆ ଓ ଏନଡିଟିଭିକୁ କିଣିବା ପରେ ଏବେ ଖବର ପ୍ରେରଣକାରୀ ଏଜେନ୍ସି ଆଇଏଏନଏସ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ୫୦.୫୦ ପ୍ରତିଶତ ଅଂଶଧନ ଗୌତମ ଆଦାନିଙ୍କ କମ୍ପାନି କିଣିଛି।

  16. ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଭୁବନେଶ୍ବର ମାଉସୀ ମାଆ ମନ୍ଦିର ଅଞ୍ଚଳରେ ଥିବା ବାସ ଭବନରେ ତାଙ୍କର ପରଲୋକ ହୋଇଛି।

  17. ସାକ୍ଷୀଗୋପାଳ ମନ୍ଦିରରୁ ଚୋରି ଘଟଣାରେ ଚୋରକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ମୁନା ମିଶ୍ର(୨୩) ଓ ବିଶ୍ୱନାଥପୁର ଗ୍ରାମର ଶ୍ରୀଧର ମିଶ୍ର(ଲିପା)। ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଥିଲା।

  18. ଅଭିନେତ୍ରୀ କଙ୍ଗନା ରାଣାୱତ କୁଲୁରେ ଭାଜପା ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ଯଦିଓ ଏହା ଏକ ସୌଜନ୍ୟମୂଳକ କଲ ବୋଲି କୁହାଯାଉଛି, କିନ୍ତୁ କଙ୍ଗନାଙ୍କ ସହିତ ଭାଜପା ଅଧ୍ୟକ୍ଷଙ୍କ ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି।

  19. ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି। ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି। ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି।

  20. ବିଶ୍ବକପ୍‌-୨୦୨୩ ପରେ ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଥର ପାଇଁ ଖେଳିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସହଜରେ ବିଜୟ ହାସଲ କରିଛି। ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ୱିକେଟରେ ଜିତିଛି ଭାରତ। ମାତ୍ର ୧୬.୪ ଓଭରରେ ମ୍ୟାଚ ଜିତିଲା ଭାରତୀୟ ଦଳ।

410 Y
1222 18-12-2023 English
  1. Prime Minister Narendra Modi Sunday inaugurated the Surat Diamond Bourse, the world’s largest and modern centre for international diamond and jewellery business.

  2. A 30-year-old woman has accused industrialist Sajjan Jindal of raping her after promising to marry her, a charge denied Sunday by the billionaire.

  3. Prime Minister Narendra Modi called for a detailed investigation into last week’s major security breach of Parliament, countering demands from protesting Opposition parties for a debate in the House on the incident.

  4. A boat carrying dozens of migrants trying to reach Europe capsized off the coast of Libya, leaving more than 60 people dead, including women and children, the UN migration agency said.

  5. Kremlin chief Vladimir Putin dismissed as complete nonsense remarks by US President Joe Biden that Russia would attack a NATO country if it won the war in Ukraine, adding that Russia had no interest in fighting the NATO military alliance.

  6. North Korea fired an unidentified ballistic missile Sunday, Japan’s Coast Guard and the South Korean military said, as Pyongyang condemned US-led military shows of force as tantamount to “a preview of a nuclear war”.

  7. A top staterun Chinese think-tank warned China of a potential “middletechnology trap” unless it opens doors “wide open” for new investments and scientific innovation to deal with increasing containment in the ongoing tech war with the US.

  8. The number of GST return filers rose about 65 per cent to 1.13 crore in 5 years till April 2023 as compliance by taxpayers improved, the finance ministry said Sunday. Also, the number of active taxpayers registered under GST increased from 1.06 crore as of April 2018, to 1.40 crore.

  9. Around 6,000 people from Myanmar have taken shelter in Manipur after violence in the neighbouring country, Chief Minister N Biren Singh said on Sunday, adding that more refugees are likely to reach the state soon.

  10. The meeting of opposition INDIA bloc parties on Tuesday is likely to focus on seat-sharing in key states, with some leaders pushing for an agreement before December 31, and on redrawing the joint strategy to take on the BJP.

  11. The Supreme Court has asked all High Courts to ensure listing and disposal of bail and anticipatory bail applications expeditiously, saying they concern the liberty of individuals.

  12. The anti-terror agency NIA raided 19 locations across four states this morning in connection with the ISIS terror module case.

  13. Reliance Industries Ltd was the biggest wealth creator during the fiveyear period from 2018 to 2023 while Adani Enterprises Ltd was the top all-round wealth creator, according to a study by Motilal Oswal Financial Services.

  14. Sathish Kumar Karunakaran of India and former World Champion Nozomi Okuhara of Japan bagged the men’s and women’s singles titles at the BWF Super 100 Odisha Masters badminton tournament which concluded at the JN Stadium here Sunday

351 Y
1223 17-12-2023 Odia
  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

  2. ଇଣ୍ଟରନେଟ୍‌ର ବ୍ୟାପକତା ପରେ ନେଟିଜନ୍ସଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଛୋଟଠାରୁ ବଡ଼ ସମସ୍ତେ ଇଣ୍ଟରନେଟ୍‌ରେ କିଛି ନା କିଛି ସର୍ଚ୍ଚ କରିବାରେ ବ୍ୟସ୍ତ। ତେବେ ୨୦୨୩ରେ ଭାରତରେ ସର୍ବାଧିକ ଟ୍ରେଣ୍ଡ୍‌ କରିଥିବା ସର୍ଚ୍ଚ ହେଉଛି ‘ହାଓ ଟୁ’।

  3. ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ୧୦ ଡିଗ୍ରୀ ଓ ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପାମାତ୍ରା ରହିଛି।

  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି।

  5. ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାୟ ୨୫୦ ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସୀମାରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଆତଙ୍କବାଦୀମାନେ ସୀମା ପାର୍ଶ୍ୱରେ ଥିବା ଲଞ୍ଚପ୍ୟାଡରେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।

  6. ନିକଟରେ ଅନୁଷ୍ଠିତ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଆର୍ଥିକ ପୃଷ୍ଠଭୂମି ଏବଂ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରି ନ୍ୟାସନାଲ ଇଲେକ୍ସନ ୱାଚ୍ ଆଣ୍ଡ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୬୭୮ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୫୯୫ ଜଣ (୮୮ ପ୍ରତିଶତ) କୋଟିପତି।

  7. ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ’ (ଆଇଓଏମ୍‌) କହିଛି।

  8. ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ମହଙ୍ଗା ପଡ଼ିଛି। ଆଜି କମଳନାଥଙ୍କୁ ତାଙ୍କ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି।

  9. ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆଜି ସମସ୍ତ ସାଂସଦଙ୍କୁ ପତ୍ର ଲେଖି ଡିସେମ୍ବର ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସାଂସଦଙ୍କ ନିଲମ୍ବନ ମାମଲାରେ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

  10. ମାଲ୍ଟାର ଏକ ଜାହାଜ ସୋମାଲିଆ ଉପକୂଳ ଆଡ଼କୁ ଯାଉଥିବା ବେଳେ ଆରବ ସାଗରରେ ଏହାକୁ ଅପହରଣ କରାଯାଇଥିଲା। ଏହା ଜଣାପଡ଼ିବା ପରେ ତୁରନ୍ତ ଜବାବ ଦେଇଛି ଭାରତୀୟ ନୌସେନା।

  11. ଅତ୍ୟନ୍ତ ସୁରକ୍ଷିତ ମନେ କରାଯାଉଥିବା ଦିଲ୍ଲୀ ମେଟ୍ରୋ ଟ୍ରେନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମେଟ୍ରୋର କବାଟରେ ଶାଢ଼ି ଫସିଯିବାରୁ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।

  12. ଡିସେମ୍ବର ୧୮ରୁ 'ଦେଶ ପାଇଁ ଦାନ' ନାମରେ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଶନିବାର ଘୋଷଣା କରିଛି । ଦଳ କହିଛି ଯେ ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ 'ତିଲକ ସ୍ୱରାଜ ପାଣ୍ଠି'ରୁ ଅନୁପ୍ରାଣିତ ହୋଇ ଆରମ୍ଭ କରାଯାଇଛି ।

  13. କାର୍‌ ଭିତରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଆମେରିକୀୟ ପ୍ରଦେଶ ଉତ୍ତର କାରୋଲିନାର ଜଣେ ମାଆ ଏକ ଜନପ୍ରିୟ ତଥା ବିବାଦୀୟ ‘ଟ୍ରାକିଙ୍ଗ୍‌ ଆପ୍‌’ ସହାୟତାରେ ଧରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

  14. ଇସ୍ରାଏଲ୍‌ ନିମନ୍ତେ ୧୦,୦୦୦ କୁଶଳୀ ଶ୍ରମିକ ଚୟନ କରିବ ବୋଲି ଶୁକ୍ରବାର ଦିନ ‘ହରିୟାଣା କୌଶଳ ରୋଜଗାର ନିଗମ’ (ଏଚ୍‌କେଆର୍‌ଏନ୍‌) ବିଜ୍ଞପ୍ତି ପ୍ରକାଶ କରିଛି।

  15. ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଜରିଆରେ ବର୍ଷ ୨୦୨୨-୨୩ରେ ‘ବିଜେଡ଼ି’ ସମେତ ୫ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୧,୨୪୩ କୋଟି ଟଙ୍କା ସଂଗ୍ରହ କରିଥିବା କଥା ସେମାନଙ୍କ ସଦ୍ୟତମ ବାର୍ଷିକ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି।

  16. ‘ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ’ ‘ସ୍ବିଗି’ରେ ୮.୫ ନିୟୁତ ‌‘କେକ୍‌’ ବରାଦ ଦେଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ ୨୦୨୩ ଲାଗି ଦେଶର ‘କେକ୍‌ କ୍ୟାପିଟାଲ୍‌’ ମାନ୍ୟତା ପାଇଛି।

  17. କଦା ଆମେରିକାର ରିୟଲିଟି ଟେଲିଭିଜନ୍‌ ସୋ’ ‘ଗଟ୍‌ ଟାଲେଣ୍ଟ୍‌’ରେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିବା ୭ ଫୁଟ୍‌ ୬ ଇଞ୍ଚ୍‌ ଡେଙ୍ଗା ପଞ୍ଜାବ ପୁଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍‌’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।

  18. କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

  19. ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା।

  20. ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍‌ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍‌ ବୋଲର୍‌’ ମହମ୍ମଦ୍‌ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।

369 Y
1224 16-12-2023 Odia
  1. ଧନୁ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ। କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। 

  2. ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ କୋର୍ଟ ଦେଇଥିୂବା ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। 

  3. ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ବିକାଶର ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ୧୫୯.୨୯କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଶୁକ୍ରବାର ଶିଳାନ୍ୟାସ କରିଛନ୍ତି

  4. ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ନିଜେ ବଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି।

  5. ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

  6. ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।

  7. ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

  8. ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

  9. ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ‘ବିପଦ’ ବା ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି।

  10. ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଜି ଆଉ ଏକ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଲୋକସଭାରେ ପଶି ଗ୍ୟାସ୍‌ ସ୍ପ୍ରେ କରିଥିବା ଅନୁପ୍ରବେଶକାରୀ ସାଗର ଶର୍ମାର ଡାଏରିକୁ ପୁଲିସ ଜବତ କରିଛି।

  11. ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପର୍କ ବିଗିଡ଼ି ଯାଇଛି।

  12. ଫ୍ରାନ୍‌ସର ବିଳାସମୟ ପ୍ରସାଧନ ସାମଗ୍ରୀ କମ୍ପାନି ‘ହର୍ମସ’ର ଉତ୍ତରାଧିକାରୀ ୮୦ ବର୍ଷୀୟ ନିକୋଲାସ ପ୍ୟୁକ୍‌ ତାଙ୍କର ୫୧ ବର୍ଷୀୟ ମାଳୀକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ସଂପୃକ୍ତ ମାଳୀ ୧,୧୦୦ କୋଟି ଡଲାର ବା ପ୍ରାୟ ୯୧,୦୦୦ କୋଟି ଟଙ୍କା ସମ୍ପତ୍ତିର ଉତ୍ତରାଧିକାରୀ ହେବେ।

  13. ଷ୍ଟକ ବଜାରରେ ଦେଖାଦେଇଥିବା ଉତ୍ସାହ ଆଜି ମଧ୍ୟ ବଜାୟ ରହିଛି। ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଧାରାରେ ବ୍ରେକ୍ ଲଗାଇବା ପରେ ନିବେଶକମାନେ ବେଶ ଉତ୍ସାହିତ ଅଛନ୍ତି।

  14. ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ୮୨ଟି ଶିଳ୍ପପାର୍କ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

  15. ଦେଶରେ ୧୧୦ରୁ ଅଧିକ ୟୁନିକର୍ଣ୍ଣ ମଧ୍ୟରୁ ୪ଟି ସଂସ୍ଥାକୁ ଓଡ଼ିଆମାନେ ସ୍ଥାପନା କରିଛନ୍ତି। ସେମାନେ ହେଉଛନ୍ତି ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌, ଅଫ୍‌ବିଜନେସ୍‌ର ପ୍ରତିଷ୍ଠାତା ଆଶିଷ ମହାପାତ୍ର, ପର୍ପଲର ପ୍ରତିଷ୍ଠାତା ରାହୁଲ ଦାଶ ଓ ଜେଟ୍‌ୱେର୍କର ପ୍ରତିଷ୍ଠାତା ଅମୃତ ଆଚାର୍ଯ୍ୟ।

  16. ନୂଆବର୍ଷ ପହିଲାରେ ଦେଶରେ ନୂତନ ତମ୍ବା କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି ଶିଳ୍ପପତି ଗୌତମ ଆଦାନୀ |

  17. ଓଡ଼ିଶାରେ ଅଦାଲତ ପରିସରରେ ଆଇନୀଜୀବୀଙ୍କ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇଥିବା ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଶୁକ୍ରବାର ଦିନ ଅନ୍ତିମ କାର୍ଯ୍ୟ ଦିବସ ଥିଲା।

  18. ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରୀମକୋର୍ଟଙ୍କ ଶୁଣାଣୀ ୩ ଜାନୁଆରୀ, ୨୦୧୪କୁ ଘୁଞ୍ଚାଇ ଦିଆଯାଇଛି ।

  19. ୨୦୨୪ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ କରାଯାଇଛି। ଚଳିତ ଆଇପିଏଲ ସିଜିନ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଦାୟିତ୍ବ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ।

  20. ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ ୭ ନଂ ଜର୍ସିକୁ ଅବସର ଦେଲା ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ୭ ନଂ ଥିବା ଜର୍ସି ନ ପିନ୍ଧିବାକୁ ଖେଳାଳିମାନଙ୍କୁ ଜଣାଇଛି ବିସିସିଆଇ।

348 Y
1225 16-12-2023 English
  1. The Odisha government Friday announced that the State Food Security Scheme (SFSS) will be extended by five more years till December 31, 2028.

  2. The Council of Higher Secondary Education (CHSE) will conduct the annual Plus II final year examinations from February 16 to March 20.

  3. The Supreme Court Friday asked the family of Nikhil Gupta -- the Indian national accused by US federal prosecutors of plotting to assassinate Khalistani leader Gurpatwant Singh Pannun -- to approach the court in Czech Republic where Gupta is presently detained.

  4. The BCCI has decided to ‘retire' World Cup winning captain MS Dhoni’s No.7 jersey to honour his rich contribution to Indian cricket.

  5. Commerce and Transport (C&T) Minister Tukuni Sahu inaugurated the command and control centre for vehicle location tracking device (VLTD) at Bhubaneswar-II RTO new building in Chandrasekharpur area here, Friday.

  6. The state government Friday appointed IPS officer B Radhika as chairperson of Odisha Police Recruitment Board (OPRB), on her return from central deputation.

  7. The Centre has made a payment of `51.37 crore as ex-gratia and compensation amount to the next of kin and victims of the Balasore train tragedy, Railway Minister Ashwini Vaishnaw informed the Rajya Sabha, Friday.

  8. Capping 10 days of searches, the Income Tax (I-T) department ended its raids being carried out against an Odisha-based distillery owned by a Congress MP’s family and some linked entities and sent a final appraisal report of the entire operation to the Central Board of Direct Taxes (CBDT) in Delhi, Friday.

  9. Chief Minister Naveen Patnaik Friday laid the foundation stone for four infrastructure development projects worth Rs 159.29 crore in Ekamra constituency here.

  10. The Supreme Court Friday extended the deadline for Maharashtra Legislative Assembly Speaker Rahul Narwekar to decide the cross-petitions filed by the rival factions of the Shiv Sena seeking disqualification of each other's MLAs from December 31 to January 10 next year.

  11. The foundation stone of the Masjid Mohammad bin Abdullah in Ayodhya is likely to be laid next year, and saints, pirs and clerics will be invited for the ceremony, people associated with the project said Friday.

  12. A Delhi court Friday sent Lalit Jha, arrested in the Parliament security breach case, to 7-day custody of the Delhi Police that claimed he was the “mastermind” of the shocking incident.

  13. : The Supreme Court Friday refused to stay the Allahabad High Court's decision allowing a court-monitored survey of the Shahi Idgah adjoining the Krishna Janmabhoomi temple in Mathura on an oral plea by the Muslim side and asked them to challenge the order by way of an appeal.

  14. Odisha FC commenced their 2023-24 IWL campaign in spectacular fashion trouncing local rivals Sports Odisha 4-0 in a game played at the Capital Football Arena here Friday.

  15. A new office complex that surpasses the Pentagon in size is set to officially open on Sunday in Surat, cementing the city's ambitions to become the world's diamond capital.

  16. The Supreme Court on Friday directed the Manipur government to apprise the Supreme Court-appointed committee of the steps taken to secure places of public worship in the state where ethnic clashes have claimed more than 170 lives since May.

  17. What seemed like a difficult year for Gautam Adani is set to end on a brighter note, with the Adani Group's losses going down significantly to $64 billion as of December 14.

  18. Rajasthan Chief Minister Bhajan Lal Sharma on Friday said an anti-gangster task force will be formed to control organised crime in the state while a special investigation team will probe government exam paper leak cases.

  19. Vice President Jagdeep Dhankhar on Friday pitched for a "structured mechanism" of interaction among the heads of the Executive, the Legislature and the Judiciary, saying it will not help if the heads of these institutions start sharing their thoughts

  20. As many as 8.3 lakh Canadian citizens have affiliation to Hinduism while 7.7 lakh reported Sikhism as their religion, the government told Parliament on Friday, citing Ottawa's census data for 2021.

387 Y
1226 15-12-2023 Odia
  1. କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ମଣିଷର କ୍ଷମତା ବାହାର କାମ ସମ୍ଭବ କରାଇପାରୁଛି। ତେବେ ‘ଏଆଇ’ ତ୍ରୁଟିର ପରିଣାମ ମଧ୍ୟ ଭୟଙ୍କର ହୋଇପାରେ। ରୁଷିଆର ଆଲେକ୍‌ଜାଣ୍ଡାର ସ୍ବେତକୋଭ୍‌ ନାମକ ଜଣେ ବୈଜ୍ଞାନିକ ‘ଏଆଇ’ ଯୋଗୁଁ ବିନା ଦୋଷରେ ଦୀର୍ଘ ୧୦ ମାସ କାରାଗାରରେ ବିତାଇଛନ୍ତି।

  2. ଲୋକସଭାରେ ଗତକାଲି ବଡ଼ ଧରଣର ସୁରକ୍ଷା ଭଙ୍ଗ ମାମଲାରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ବରିଷ୍ଠ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିବା ସହ ତଦନ୍ତ ପାଇଁ ଗଠିତ କମିଟି ସଂପର୍କରେ ମଧ୍ୟ ଅବଗତ ହୋଇଛନ୍ତି।

  3. ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ ବିଲ୍‌) ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ଇତିମଧ୍ୟରେ ରାଜ୍ୟସଭାରେ ଗୃହୀତ ହୋଇଛି।

  4. ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ବଢ଼ୁଥିବା ଏବଂ ଜାତିସଂଘ ସାଧାରଣ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଥିବା ସତ୍ତ୍ୱେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ସେନା ଗାଜାରେ ଲଢ଼େଇ ଜାରି ରଖିବ।

  5. ଲଦାଖକୁ କେନ୍ଦ୍ରଶାସିତ ଅଂଚଳ ଭାବେ ରଖିବା ସପକ୍ଷରେ ରାୟ ଆସିବା ପରେ ଚୀନ୍‌ ପ୍ରତିକ୍ରିୟା ରଖିଛି। ଲଦାଖକୁ ଆମେ ଭାରତୀୟ ଅଞ୍ଚଳ ଭାବେ ମାନ୍ୟତା ଦେବୁନାହିଁ।

  6. ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  7. ୨୦୨୨-୨୩ରେ ବିଜୁ ଜନତା ଦଳ (ବିଜେଡି)ର ଆୟ ଓ ବ୍ୟୟ କମିଛି। ୨୦୨୨-୨୩ରେ ବିଜେଡିର ସମୁଦାୟ ଆୟ ୧୮୧ କୋଟି ୫ ଲକ୍ଷ ୩୧ ହଜାର ୬୧୯ ଟଙ୍କା ରହିଥିବା ବେଳେ ୨୦୨୧-୨୨ରେ ଆୟ ଥିଲା ୩୦୭ କୋଟି ୨୮ ଲକ୍ଷ ୮୬ ହଜାର ୫୫୧ ଟଙ୍କା।

  8. ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  9. ଲୋକସଭା ସଚିବାଳୟ ୮ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଥିବା କଥା ନିଉଜ୍ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି।

  10. ଗୁଗୁଲ୍ ଘୋଷଣା କରିଛି ଯେ ଜାନୁଆରି ମାସ ପରଠାରୁ ପ୍ଲେ ମୁଭିଜ୍‌ ଏବଂ ଟିଭିକୁ ବନ୍ଦ କରି ଦିଆଯାଉଛି।

  11. ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ୨ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ମହମ୍ମଦ ଜମାଲୁଦ୍ଦିନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ।

  12. କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି।

  13. କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂଶୋଧନ ପରେ ସଂସଦରେ ‘ଭାରତୀୟ ଜୁଡିସିଆଲ କୋଡ’ ଅର୍ଥାତ ବିଏନଏସର ନୂତନ ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଏନଏସ (ଦ୍ୱିତୀୟ) ବିଲ, ୨୦୨୩ ର ନୂତନ ସଂସ୍କରଣ, ସଂସଦୀୟ କମିଟିର ସୁପାରିଶକୁ ଅଣଦେଖା କରି ଅପ୍ରାକୃତିକ ଯୌନ ସମ୍ପର୍କ ଆଉ ବିବାହ ନାରେ ବଳାତ୍କାର ଅପରାଧ ନୁହେଁ ବୋଲି ଏଥିରେ କୁହାଯାଇଛି।

  14. ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

  15. ବିଜୟ ହଜାରେ ଟ୍ରଫି ୨୦୨୩ର ପ୍ରଥମ ଫାଇନାଲିଷ୍ଟ ହୋଇଛି ହରିୟାଣା। ଘରୋଇ କ୍ରିକେଟରେ ଖେଳାଯାଇଥିବା ୫୦ ଓଭର ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ପାଇଁ ହରିୟାଣା ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି।

367 Y
1227 15-12-2023 English
  1. The Allahabad High Court Thursday allowed a court-monitored survey of the Shahi Idgah adjoining the Krishna Janmabhoomi temple, an important milestone in the temple-mosque dispute in Mathura.

  2. As many as 2,366 farmers have died by suicide in Maharashtra between January and October this year, Minister for Relief and Rehabilitation Anil Bhaidas Patil informed the state Assembly Thursday.

  3. Income Tax (IT) officials Thursday resumed searches at the premises of Boudh Distillery Private Limited (BDPL) at Rambhikata under Harbhanga block of the district six days after making the highest-ever haul of `350 crore unaccounted cash from multiple concerns of the firm owned by Jharkhand Cong.

  4. Seventeen candidates were sent to the Bird Academy at Kochi, Kerala by the government of Odisha for undergoing training in airport ground handling, Thursday.

  5. As much as 95 per cent of the country's population is uninsured despite the government and the insurance regulator's efforts to expand coverage, National Insurance Academy said in a report, which was released Thursday.

  6. In order to augment the bus network in rural areas, Chief Minister Naveen Patnaik Thursday launched the ‘Location Accessible Multi-modal Initiative’ (LAccMI) scheme in Koraput district, extending its reach to 234 panchayats through 63 buses.

  7. The health condition of the newborn girl, who was rescued from an abandoned borewell in Sambalpur district Tuesday night, is stable but she suffers from internal bleeding, doctors said Thursday.

  8. Delhi Lieutenant Governor V K Saxena and Chief Minister Arvind Kejriwal flagged off 500 electric buses here Thursday, taking the number of such buses in the national capital to 1,300.

  9. The national capital has not only recorded the highest number of sexual harassment cases among metropolitan cities, as per the National Crime Records Bureau’s (NCRB) report for 2022, it has also taken the lead in workplacerelated incidents.

  10. Delhi's first municipal-run "milk bank", proposed to be setup at a hospital, will have a facility to store mother's milk at low temperatures for future use, officials said.

  11. The Supreme Court Thursday extended till January 8 the interim bail granted to former Delhi minister Satyendar Kumar Jain in a money laundering case.

  12. The Supreme Court Thursday conditionally suspended the conviction of former BSP MP Afzal Ansari in a 2007 Gangsters Act case, saying his Ghazipur constituency will be deprived of its legitimate representation in the legislature since a by-election may not be held given the remaining tenure of the current Lok Sabha.

  13. The Supreme Court has dismissed AAP leader Manish Sisodia’s pleas seeking review of its October 30 verdict dismissing his bail petitions in the corruption and money laundering cases related to the alleged Delhi excise policy scam.

  14. Russian President Vladimir Putin said Thursday there would be no peace in Ukraine until the Kremlin realises its goals, which remain unchanged after nearly two years of fighting that has sent tensions soaring between Moscow and the West.

  15. Israel vowed to keep fighting in Gaza until it crushes Hamas after one of the deadliest single battles of the war for its soldiers, even as it faces mounting international calls for a ceasefire and unease on the part of its closest ally, the US

  16. Net direct tax collection in the eight months of the current fiscal touched 58.34 per cent of Budget Estimates (BE) at `10.64 lakh crore.

  17. Wholesale price-based inflation rose to an eight-month high of 0.26 per cent in November, driven by a sharp jump in food prices, especially onion and vegetables.

  18. NTPC, Coal India booked record profits of 78% and 55% respectively, outpacing historic growth

  19. The Special Investigating Team (SIT) of Mumbai cyber cell, which is investigating the ₹ 15,000 crore Mahadev App online betting case, has issued summons to actor Sahil Khan and three others.

  20. Chief Justice DY Chandrachud has asked for a report after an open letter - purportedly by a woman judge in Uttar Pradesh alleging sexual harassment by a senior and requesting permission to kill herself - went viral on social media

402 Y
1228 14-12-2023 Odia
  1. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ, ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ।

  2. ମୋହନ ଯାଦବ ବୁଧବାରଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହା ହେଉଛି, ଧାର୍ମିକ ସ୍ଥଳରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ବାଜିପାରିବ ନାହିଁ ।

  3. ସଂସଦଭବନରେ ସୁରକ୍ଷା ଭଙ୍ଗ ନେଇ ବିରୋଧୀ ଦଳମାନେ ଆଜି ଏନ୍‌ଡିଏ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଲୋକସଭାରେ ଆଜି ଦୁଇ ଅନୁପ୍ରବେଶକାରୀଙ୍କ ଗ୍ୟାସ୍‌ ସ୍ପ୍ରେ ଘଟଣା ନେଇ ଆଜି ଅପରାହ୍ନରେ ଏକ ଘଣ୍ଟା ଧରି କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ନିର୍ଦ୍ଧାରିତ ସମୟ ଅପରାହ୍ଣ ୨ଟାରେ ଲୋକସଭା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା।

  4. ମହାଦେବ ଅନଲାଇନ୍ ବେଟିଂ ଆପ୍‌ର ଦୁଇ ମୁଖ୍ୟଙ୍କ ମଧ୍ୟରୁ ଅନ୍ୟତମ ରବି ଉପ୍ପଲଙ୍କୁ ଇଡିର ନିର୍ଦ୍ଦେଶକ୍ରମେ ଇଣ୍ଟରପୋଲ୍ ଜାରି କରିଥିବା ରେଡ୍ କର୍ଣ୍ଣର ନୋଟିସ୍ ଆଧାରରେ ସ୍ଥାନୀୟ ପୁଲିସ ଦୁବାଇରେ ଗିରଫ କରିଛି।

  5. ଭାରତ-କାନାଡ଼ା ବିବାଦ ଭିତରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ସେ ଭାରତ ବିରୋଧରେ ସାର୍ବଜନୀନ ଅଭିଯୋଗ ଆଣିଛନ୍ତି। ଭାରତରେ ଯାହା ରିପୋର୍ଟ କରାଯାଉଥିଲା ତାହା ଉପରେ ଅଙ୍କୁଶ ଲଗାଇବା ଜରୁରୀ ଥିଲା।

  6. ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ପ୍ଲାଟଫର୍ମରେ ଏକ ବଡ ପାଣି ଟାଙ୍କି ଖସିପଡି ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି।

  7. ଆଇଟି ନିୟମ ୨୦୦୦ର ଧାରା ୬୯ଏ ଅନୁସାରେ ଦେଶରେ ୫୮୧ ଆପ୍‌କୁ ନିଷିଦ୍ଧ କରାଯାଇଛି। ସେଥିରୁ ୧୭୪ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ ୮୭ଟି ‌ହେଉଛି ୮୭ ଋଣ ଆପ୍। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏହି ସୂଚନା ଦେଇଛନ୍ତି।

  8. ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଓଡ଼ିଶାର ଶକ୍ତିକାନ୍ତ ଦାସ। ନିଜ ବିଚକ୍ଷଣ ଆର୍ଥିକ ପରିଚାଳନା ସାମର୍ଥ୍ୟ ଜରିଆରେ ସେ ଅସ୍ଥିର ରିଜର୍ଭ ବ୍ୟାଙ୍କରେ ସ୍ଥିରତା ଫେରାଇଆଣିପାରିଛନ୍ତି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ସେ ପାଞ୍ଚ ବର୍ଷ ପୂରଣ କରିଛନ୍ତି।

  9. ସୁଲଭ ମୂଲ୍ୟରେ ଲୋକଙ୍କୁ ରହିବା ପାଇଁ ବ୍ୟବସ୍ଥା କରୁଥିବା ‘ଓୟୋ ରୁମ୍‌ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବୁଧବାର ରାୟଗଡ଼ା ଗସ୍ତରେ ପହଞ୍ଚିଛନ୍ତି। ମା' ମଝିଘରିଆଣି ମନ୍ଦିର ଯାଇଥିଲେ। ମା'ଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ।

  10. ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

  11. ନୂଆବର୍ଷରେ ପୁରୀରେ  ଭକ୍ତ ପାଇବେ ନୂଆ ଅନୁଭୂତି, ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି।

  12. ଯଦି ବ୍ରେକଅପ୍ କାରଣରୁ ଜଣେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ପାର୍ଟନରଙ୍କୁ ମୃତ୍ୟୁ ପାଇଁ ଦାୟୀ ହୋଇପାରିବ ନାହିଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି।

  13. ଅନେକ ଦିନ ଧରି ମହିଳା ମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ନାଁ କହିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ।

  14. ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍‌ ଧ୍ୱନିମତରେ ଗୃହୀତ ହୋଇଯାଇଛି।

  15. ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ନଡ଼ାମୂଳି ପୋଡ଼ିବା ବନ୍ଦ କରାଯିବା ଜରୁରୀ।

  16. ପୁରୀରେ ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା,୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ।

  17. ନନ୍ଦନକାନନ ଚିଲ ,ଛଞ୍ଚାଣ ଅନ୍ୟ ପକ୍ଷୀଙ୍କୁ ଖାଇ ଦେଉଥିବା ଅଭିଯୋଗ – ବିହଙ୍ଗ ସାରଣୀ ଜାଲ ଛିଣ୍ଡି ଗଲାଣି।

  18. ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରେ ଅବକାରୀ ବିଭାଗର ଏଣ୍ଟ୍ରି, ରଦ୍ଦ ହୋଇପାରେ ଡିଷ୍ଟିଲାରୀ ଲିମିଟେଡର ଲାଇସେନସ।

  19. ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ, ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକେ।

  20. ଭାରତୀୟ କ୍ରୀଡା ଜଗତର ଭବିଷ୍ୟତ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଧବାର ଓଡିଶା ଏବଂ ଟାଟା ଷ୍ଟିଲ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି।

412 Y
1229 14-12-2023 English
  1. Mohan Yadav, the BJP legislature party leader and MLA from Ujjain South, was sworn in as the Chief Minister of Madhya Pradesh here Wednesday.

  2. Investors are placing significant bets on systematic investment plans, or SIPs, with inflows rising to Rs 1.66 lakh crore in the first 11 months of 2023, while Sebi’s decision to lower the ticket size to Rs 250 will further boost investment.

  3. In a significant ruling, the Orissa High Court has directed the Puri Municipality to pay a compensation of `10 lakh to the family members of a 4-year-old minor boy who was killed by a pack of stray dogs in Puri district in December 2016.

  4. The Board of Secondary Education (BSE) will use Artificial Intelligence (AI) to monitor conduct of the annual High School Certificate (HSC) Examination for Class X that will begin February 20 and conclude March 4, 2024, BSE president Ramashis Hazra said here, Wednesday.

  5. The Supreme Court organised a sports and cultural meet this week to build camaraderie between the judges and all the employees that work in the registry.

  6. IGP (Central Range) Ashish Kumar Singh and Puri SP KV Singh review the progress of an AC tunnel in Puri.

  7. Former Governor of Odisha Ganeshi Lal had issued 319 grants from his discretionary funds totalling more than Rs 6 crore to Haryanabased recipients between FY 2018-19 and FY 2023-24, according to an RTI response received from the Governor's office.

  8. To make bus travel more convenient, Odisha State Road Transport Corporation (OSRTC), a state government undertaking, Wednesday introduced digital transactions with the launch of LAXMI QR Code for bus services available under the Location Accessible Multi-modal Initiative' (LAccMI) initiative.

  9. The Additional District and Sessions Court Judge Abhijit Palai here convicted a youth for raping a nine-year-old girl and sentenced him to 20 years of rigorous imprisonment (RI) Wednesday. The judge also slapped a fine of `70,000 on him and in default the convict has to undergo additional 21 months in jail, the judge observed.

  10. As tributes were paid Tuesday to five persons killed during an anti-CAA stir in Assam four years ago, various organisations have resolved to again build up a movement against the law if the government tried to implement it.

  11. Parliament Wednesday passed a bill to repeal 76 redundant and obsolete laws with the government saying the move is part of its continuing efforts to improve the ease of living and doing business.

  12. The home ministry was Wednesday asked to launch a security review of Parliament as members of opposition at an all-party meeting demanded a through probe into the incident of two persons jumping into the Lok Sabha chamber and also sought action against BJP MP Prathap Simha who felicitated their passes.

  13.  In a significant development, the Supreme Court Wednesday ordered transfer of over 40 FIRs related to the Bitcoin cryptocurrency scam to the CBI for further investigation and shifted the trial to a Delhi court.

  14. The swearing-in ceremony of Bhajan Lal Sharma, the Chief Ministerdesignate in Rajasthan, and his deputies Diya Kumari and Prem Chand Bairwa will be held December 15.

  15. The Supreme Court Wednesday said crop residue burning, which affects air quality in the Delhi-National Capital Region (NCR), “must stop”, and underlined the need for judicial monitoring to ensure people do not face the same scenario every winter.

410 Y
1230 13-12-2023 Odia
  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆସନ୍ତା ମାସରେ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଅନୁ‌ରୋଧ କରିଥିବା ବେଳେ ବାଇଡେନ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେଇପାରନ୍ତି।

  2. ଜାପାନର ସମୁଦ୍ର ତଟରେ ହଜାର ହଜାର ଟନ୍‌ ମଲା ମାଛ ପଡ଼ିଛନ୍ତି। ଅଧିକାରୀମାନଙ୍କୁ ଏହା ହତଚକିତ କରିଛି। ଜାପାନର ଉତ୍ତରରେ ଥିବା ହାକୋଡେଟ୍‌ ବେଳାଭୂମିରେ ପ୍ରାୟ ଅଧ ମାଇଲ ପର୍ଯ୍ୟନ୍ତ ସ୍ଥାନରେ ଏଭଳି ଅଭାବନୀୟ ଦୃଶ୍ୟ ନିକଟରେ ଦେଖିବାକୁ ମିଳିଛି।

  3. କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ସୋମବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କର ଶାରୀରିକ କ୍ଷତି ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

  4. ରପବ୍ଲିକାନ ଦଳ ପକ୍ଷରୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ମିଳିଛି।

  5. ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ ଉତ୍ତର ଗାଜାରେ ହମାସର ବାଟାଲିୟନଗୁଡ଼ିକ ଧ୍ବଂସ ପାଇବାକୁ ଯାଉଛି।

  6. ଲାଗିଥିବା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଓ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନିମନ୍ତେ ମାନବୀୟ ଦୃଷ୍ଟିକୋଣରୁ ତୁରନ୍ତ ଅସ୍ତ୍ରବିରତି ଦାବି କରି ଜାତିସଂଘ ମହାସଭାରେ ଆଗତ ଚିଠା ପ୍ରସ୍ତାବନା ସପକ୍ଷରେ ମଙ୍ଗଳବାର ଦିନ ଭାରତ ଭୋଟ୍‌ ଦେଇଛି।

  7. ରାଜସ୍ଥାନରେ ବିଜେପି ମୁଖ୍ୟମନ୍ତ୍ରୀ ଚୟନରେ ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଚୟନ କରିଛି।

  8. ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୧୦, ୨୦୨୪ରେ ଶେଷ ହେବ । ସିବିଏସଇ ଡେଟସିଟ୍ ୨୦୨୪ ଖୁବଶୀଘ୍ର ବୋର୍ଡର ଅଫିସିଆଲ ୱେବସାଇଟ (cbse.gov.in )ରେ ପ୍ରକାଶ  ପାଇବ।

  9. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୁର୍ନୀତି ମାମଲାରେ ଦୋଷମୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ପରେ ତାଙ୍କ ନିର୍ବାଚନ ଲଢ଼ିବା ନେଇ ସନ୍ଦେହର ବାଦଲ ଦୂର ହୋଇଛି।

  10. କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଝାଡ଼ଖଣ୍ଡ ଓ ଓଡ଼ିଶାରେ ଥିବା ବାସଭବନରେ ଆୟକର ବିଭାଗ ଚଢ଼ାଉ କରି ଏପର୍ଯ୍ୟନ୍ତ ୩୫୧ କୋଟି ନଗଦ ଟଙ୍କା ଓ ପ୍ରାୟ ୩ କିଲୋ ସୁନା ଅଳଙ୍କାର ଜବତ କରିଛି।

  11. ଓଡ଼ିଶାର ବକେୟା ଦେୟ ସାରା ଦେଶରେ ସବୁଠୁ କମ୍ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ ସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ବକେୟା ଦେୟ ସର୍ବନିମ୍ନ। ଏହା ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୩.୯ ପ୍ରତିଶତ ରହିଛି।

  12. ପାକିସ୍ତାନର ଖୈବର ପଖତୁନଖ୍ବାରେ ଡେରା ଇସ୍‌ମାଇଲ ସାମରିକ ଘାଟିରେ ଆତଙ୍କବାଦୀମାନେ ବଡ଼ ଆକ୍ରମଣ କରିଛନ୍ତି। ଆତ୍ମଘାତୀ ବି‌ସ୍ଫୋରଣରେ ପାକିସ୍ତାନର ୨୫ ସୈନିକ ନିହତ ହୋଇଛନ୍ତି।

  13. ଚଳିତ ବର୍ଷ ନଭେମ୍ବରରେ ଓଡିଶା ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ଦେଶରେ ସର୍ବାଧିକ ୭.୬୫ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୫୫ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ତାହା ସାମାନ୍ୟ ଅଧିକ ୭.୯୭ ପ୍ରତିଶତ ରହିଛି।

  14. ବଳାତ୍କାର ପୀଡିତାଙ୍କୁ ପଚରାଉଚରା ଉପରେ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୁରୁଷ ଅଧିକାରୀ କୌଣସି ପରିସ୍ଥିତିରେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ।

  15. ଦେଶରେ ଜଣେ ଡାକ୍ତର ୮୩୪ଜଣଙ୍କୁ ଚିକିତ୍ସା କରୁଛନ୍ତି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପଓ୍ବାର। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପଞ୍ଚିକୃତ ଏଲୋପାଥିକ ଡାକ୍ତରଙ୍କ ସଂଖ୍ୟା ୮୦ପ୍ରତିଶତ ରହିଛି।

  16. ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

  17. ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏକ ନୂତନ ଅଭିଯାନ ଓ ବ୍ରାଣ୍ଡ୍‌ ଫିଲ୍ମ ପ୍ରମୋସନ ସମ୍ପର୍କରେ ଘୋଷଣା କରାଯାଇଛି।

  18. ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା।

  19. ଦେଶରେ ଥିବା ୫୮ଟି ବିମାନ ବନ୍ଦରକୁ କୃଷି ଉଡ଼ାଣ ଯୋଜନାରେ ସାମିଲ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ୨୦୨୦ ଏହି ଯୋଜନା ଆରମ୍ଭ କରାଯାଇଥିଲା।

  20. ନୂଆଦିଲ୍ଲୀର କେ.ଡି. ଯାଦବ ଇଣ୍ଡୋର ହଲ୍‌‌ରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ୩୨ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କ୍ରୀଡ଼ା ସଂଗଠନର ୧ହଜାର ୪୫୦ ଜଣ କ୍ରୀଡ଼ାବିତ୍‌‌ ଭାଗ ନେଇଛନ୍ତି।

416 Y