# |
Date |
Type |
Current Affairs |
No. Of Views |
Status |
Action |
1051 |
18-03-2024 |
Odia |
-
ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନରେ ହୋଇଥିବା ଭୋଟ୍ ଗଣତିକୁ ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍ ୨ ତାରିଖରେ କରାଯିବ।
-
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି।
-
କିଛି କିଛି ଦଳ ନିର୍ବାଚନୀ ବଣ୍ଡ୍ ଜରିଆରେ କୋଟି କୋଟି ଟଙ୍କା ଆଦାୟ କରିଥିବା ବେଳେ ଅଧିକାଂଶ ଦଳଙ୍କୁ ବଣ୍ଡ୍ ଜରିଆରେ ଚାନ୍ଦା ମିଳିନାହିଁ। ସିପିଏମ୍ ସମେତ ସମସ୍ତ ବାମପନ୍ଥୀ ଦଳ ନିର୍ବାଚନୀ ବଣ୍ଡ୍ ଜରିଆରେ ଚାନ୍ଦା ନେବାକୁ ମନା କରିଥିବା ବେଳେ ମାୟାବତୀଙ୍କ ବିଏସ୍ପି ସମେତ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା, ଅୱେସୀଙ୍କ ଅଲ ଇଣ୍ଡିଆ ଇତ୍ତେହାଦୁଲ ମୁସଲେମିନ୍ ଏବଂ ଆସାମ ଗଣ ପରିଷଦ ଭଳି ଅଧିକାଂଶ ଦଳଙ୍କୁ ବଣ୍ଡ୍ ଚାନ୍ଦା ମିଳିନାହିଁ।
-
୬ହଜାର କୋଟିର ବେଟିଂ ଆପ୍ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଏଫ୍ଆଇଆର୍ ରୁଜୁ କରିଛି।
-
ହାଇଦ୍ରାବାଦର ପ୍ରସିଦ୍ଧ ନେହରୁ ପ୍ରାଣୀ ଉଦ୍ୟାନରେ ଏକ ବିଶାଳ ୧୨୫ ବର୍ଷୀୟ ବୃଦ୍ଧ କଇଁଛ ‘ଚାଣକ୍ୟ’ର ମୃତ୍ୟୁ ଘଟିଛି।
-
ଗୁଜରାଟ ବିଶ୍ବବିଦ୍ୟାଳୟର ୫ ଜଣ ବିଦେଶୀ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ଛାତ୍ରାବାସରେ ପଶି ଭଙ୍ଗାରୁଜା କରିଛନ୍ତି।
-
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବିଜେଡିକୁ ନିର୍ବାଚନୀ ବଣ୍ଡ୍ ବାବଦରେ ମୋଟ ୯୪୪.୫ କୋଟି ଟଙ୍କା ମିଳିଛି।
-
ଆଇଏସ୍ଆଇଏସ୍ ‘ମଡ୍ୟୁଲ୍’ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ୧୧ ଜଣ ଅଭିଯୁକ୍ତଙ୍କ ୪ଟି ସ୍ଥାବର ସମ୍ପତ୍ତି ଜବତ କରିଛି।
-
୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଭାଜପା ଏଥିରୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି।
-
ଭାରତୀୟ ସୂଚନା ସେବା (ଆଇଆଇଏସ୍)ର ବରିଷ୍ଠ ଅଧିକାର ଶେଫାଳୀ ବି ସରନ୍ କେନ୍ଦ୍ର ସରକାରଙ୍କ ନୂଆ ମୁଖପାତ୍ର ନିଯୁକ୍ତ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
-
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି।
-
ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି।
-
ଝାଡ଼ଖଣ୍ଡର ଚାଇବାସାଠାରେ ଅବସ୍ଥିତ ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ମାର୍ଚ୍ଚ ୨୦୨୪ରେ ଶଶରୀର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଷୟଟି ୨୦୧୮ ବର୍ଷର।
-
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନବମ ଥର କେଜରୀୱାଲ୍ଲା ୨୧ମାର୍ଚ୍ଚ ୨୦୨୪ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ଭାରତ ମହାସାଗରରେ ଭାରତୀୟ ନୌସେନା ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ।
-
ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦୋଳମଣ୍ଡପ ସାହିର ଦୁଇ ଭାଈ ନିଜକୁ ଇଡିର ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସ ଫୋର୍ସ ଘଟଣାର ତଦନ୍ତ କରି ୨ ଭାଈଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବାର ଜଣାପଡିଛି।
-
ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
-
ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।
-
ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ।
-
ଆରସିବି ୱମେନ ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ୱମେନକୁ ହରାଇ ଚାମ୍ପିଅନ ହୋଇଛି।
-
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ) ବିଜୟୀ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି।
|
362 |
Y |
|
1052 |
18-03-2024 |
English |
-
The Election Commission Sunday advanced the date of the counting of votes for the Arunachal Pradesh and Sikkim Assembly polls to June 2 from June 4.
-
The First National Lok Adalat was held on the premises of Orissa High Court in Cuttack, Sunday. A total of 133 cases were disposed downtown of during the hearing.
-
The district administrations were asked by the Odisha government to pause the weekly public grievance hearings till the elections are complete.
-
Odisha Mining Corporation (OMC) in collaboration with Red Swastik Society, an NGO, and Inali Foundation distributed for the first time 40 electronic prosthetic hands to differently-abled women in the state.
-
Over 1 lakh people residing in urban areas of the state do not have a pucca house to live in. The Centre sponsored Pradhan Mantri Awas Yojana (PMAY) is one among the many housing schemes launched by the Centre and the state government to facilitate access to affordable housing for the low and moderate income residents in the country.
-
The Trinamool Congress (TMC) has challenged senior BJP leaders to engage in an open debate with party national general secretary Abhishek Banerjee regarding the issues of MGNREGA and PM Awas Yojana funding.
-
Adani group plans to invest more than `1.2 lakh crore (about $14 billion) across its portfolio companies
-
Russia witnesses protests outside polling stations at midday Sunday on the last day of a three-day presidential election.
-
Two brothers were arrested in Odisha’s Dhenkanal district for allegedly posing as Enforcement Directorate officers, and extorting money from government officials, police said Sunday.
-
Established in 1774 by the then Governor General of Bengal, Warren Hastings, Kolkata GPO holds the distinction of being India’s first general post office. Over its 250-year history, it has served as a testament to the evolution of postal services in the country.
-
Kerala has filed a fresh plea in the Supreme Court seeking a stay on the implementation of the Citizenship (Amendment) Rules, 2024, contending it was discriminatory, arbitrary and contravened the principles of secularism.
-
The Economic Offences Wing (EOW) in Chhattisgarh has registered a case against former Chief Minister Bhupesh Baghel and others in the alleged Mahadev online betting scam based on a probe report submitted by the ED, officials said Sunday.
-
FPIs came back strongly to invest in the Indian equity markets, buying shares worth ` 40,710 crore in the first fortnight of the month amid an improvement in the global economic landscape and robust domestic macroeconomic outlook.
-
E-commerce firm Flipkart’s valuation has declined by $5 billion or around `41,000 crore as of January 2024 compared to that in January 2022, according to equity transactions carried out by its US-based parent firm Walmart.
-
A spirited women’s team washed away Royal Challengers Bangalore’s 16 years of hurt and disappointment, landing their maiden title which came through an eight-wicket win over Delhi Capitals in front of a cheering full house in the Women’s Premier League final here Sunday.
|
376 |
Y |
|
1053 |
17-03-2024 |
Odia |
-
ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।
-
ଓଡ଼ିଶାରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।
-
ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ।
-
ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି । ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା।
-
ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍ସମ୍ପର୍କିତ ସେବାର ଆବଶ୍ୟକତା ଢେର୍ ବୃଦ୍ଧି ପାଇଛି। ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍ ଅଫିସ୍ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ।
-
ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
-
ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି।
-
ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ଶୁଣାଣିକୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
-
ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ ।
-
ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ।
-
ପାକିସ୍ତାନ ଦ୍ୱାରା ଆଗତ ଏବଂ ଚୀନ୍ ଦ୍ବାରା ସମର୍ଥିତ ଇସଲାମୋଫୋବିଆ(ଇସ୍ଲାମ ପ୍ରତି ଭୟ) ଉପରେ ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ପରିଷଦରେ ଭୋଟ୍ ଦେବାରୁ ବିରତ ରହିଛି ଭାରତ।
-
ବିଆର୍ଏସ୍ ନେତ୍ରୀ କେ କବିତାଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ବିଆର୍ଏସ୍ ଅନ୍ୟ ଦୁର୍ନୀତିଗ୍ରସ୍ତ ଦଳ ସହ ଭାଗୀଦାରି କରିଛି ଏବଂ କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଖସି ପାରିବେ ନାହିଁ।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତରେ ରହିବେ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।
-
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୫ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।
|
421 |
Y |
|
1054 |
17-03-2024 |
English |
-
The state government Saturday decided to construct a `128-crore bridge over Mahanadi in Cuttack district.
-
The sevenphase Lok Sabha polls, the world’s biggest election exercise, will kick off April 19 with the counting of votes set to take place June 4. The elections will begin April 19 followed by subsequent phases April 26, May 7, May 13, May 20, May 25 and June 1, Kumar said at a press conference
-
Chief Minister Naveen Patnaik Saturday said the people of the state are going to create a new record in the political history of the country in the next Assembly elections.
-
A Delhi court Saturday granted bail to Chief Minister Arvind Kejriwal in two complaints filed by the Enforcement Directorate (ED) against him for skipping summons in a money laundering case linked to the alleged Delhi Excise policy scam.
-
The state Cabinet, chaired by Chief Minister Naveen Patnaik, Saturday approved a proposal for construction and upgradation of 21 transmission projects by Odisha Power Transmission Corporation Limited (OPTCL) within five years.
-
Thunderstorms with lightning accompanied by gusty surface wind speed reaching 30-40 kmph is very likely to occur at one or two places over the districts of Odisha during the next five days, India Meteorological Department (IMD) said, Saturday.
-
As many as 10,000 unemployed youths from 20 blocks of Kandhamal Parliamentary Constituency received employment letters here recently through an initiative by Kandhamal MP and KIIT & KISS founder Achyuta Samanta.
-
Noted Bollywood singer Anuradha Paudwal, who is also known for singing devotional songs, joined the BJP Saturday ahead of the Lok Sabha elections.
-
Bharat Rashtra Samithi (BRS) leader K Kavitha was Saturday remanded in ED custody till March 23 in a money laundering case linked to the Delhi excise policy "scam".
-
The CBI Saturday arrested three people, including the brother of suspended TMC leader Shajahan Sheikh, for being allegedly involved in the January 5 attack on an Enforcement Directorate team at Sandeshkhali in West Bengal, officials said.
-
Retired bureaucrat Navneet Kumar Sehgal has been appointed as the new Prasar Bharati chairman, a post that was vacant for four years.
-
Twenty-two historic artefacts that were looted following the Battle of Okinawa in World War II have been returned to Japan after a family from Massachusetts discovered them in their late father's personal items, the FBI said Friday.
-
Indian patent office has granted over 1 lakh patents in the past year on account of steps taken by the government to further strengthen the intellectual property rights ecosystem, an official statement said Saturday.
-
Commonwealth Games gold medallist weightlifter Achinta Sheuli has been expelled from the Paris Olympics preparatory camp after he was caught entering the women’s hostel at night in NIS Patiala.
-
IPL chairman Arun Dhumal dismissed speculation Saturday that the league would be shifted to the UAE due to the upcoming general elections in the country from April 19 to June 1.
|
356 |
Y |
|
1055 |
16-03-2024 |
Odia |
-
ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ।
-
ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଗୁରୁବାର ସିକନ୍ଦରାବାଦରେ ପରଲୋକ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା।
-
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ସାରା ଶର୍ମା। ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ।
-
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (SSB) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛି ।
-
କେନ୍ଦ୍ର ସରକାର ଆଜି ନୂଆ ଇଲେକ୍ଟ୍ରିକ ଭେଇକିଲ (ଇଭି) ନୀତି ଘୋଷଣା କରିଛନ୍ତି।ନୂଆ ନୀତିରେ ସରକାର ଯେଉଁ କମ୍ପାନି ଭାରତରେ ଅତିକମ୍ରେ ୫୦୦ ନିୟୁତ ଡଲାର (୪୧୫୦ କୋଟି ଟଙ୍କା) ନିବେଶ ସମେତ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେବ ସେହି କମ୍ପାନିକୁ ବିଦ୍ୟୁତ୍ ଯାନ ଉପରେ ଆମଦାନୀ ଶୁଳ୍କ ହ୍ରାସ ସୁବିଧା ଦିଆଯିବ।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଅପରାହ୍ଣରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି।
-
ଗାଜାରେ ଥିବା ଏକ ରିଲିଫ୍ ବିତରଣ କେନ୍ଦ୍ର ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍ ଆକ୍ରମଣରେ ଖାଦ୍ୟ ବଣ୍ଟନ କରୁଥିବା କେତେକ କର୍ମଚାରୀଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୫ ଜଣ ଆହତ ହୋଇଛନ୍ତି।
-
ମାଳଦ୍ୱୀପରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଉଡ଼ାଉଥିବା ଭାରତୀୟ ସେନା ତା’ର ପ୍ରଥମ ସାମରିକ ଦଳକୁ ଏହି ଦ୍ୱୀପଦେଶରୁ ସ୍ୱଦେଶକୁ ଫେରାଇ ଆଣିଛି ବୋଲି ଶୁକ୍ରବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି।
-
ଆମ୍ ଆଦମୀ ପାର୍ଟି (ଆପ) ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆଉ ଦଳୀୟ କର୍ମୀମାନେ ଏଥର ପ୍ରଚାର କରୁଥିବା ଦେଖାଯିବ ନାହିଁ |
-
ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି।
-
ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି।
-
୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି।
-
ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
-
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ସମୁଦାୟ ୧୯୨ଟି ଆବେଦନ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଟିସନର ଏକାଠି ଶୁଣାଣି କରାଯାଉଛି।
-
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।
-
ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍ ପୂର୍ବରୁ କଂଗ୍ରେସ ‘ହାଥ୍ ବଦ୍ଲେଗା ହାଲାତ୍’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି।
-
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍ (ଏନଟିପି)କୁ ଉଦଘାଟନ କରିଛନ୍ତି। ଏହା ମିଲିସେକେଣ୍ଡ ସଠିକତା ସହିତ ସମାନ ଏବଂ ସଠିକ୍ ସମୟ ସୂଚନା ପ୍ରଦାନ କରିବ ଏବଂ ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ।
-
ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନକରି ନ ଥିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।
-
ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଶୁକ୍ରବାର ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
-
ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଶୁକ୍ରବାର ସେ ଦଳରୁ ଇସ୍ତଫା ଦେବାର ମାତ୍ର ୧ ଘଣ୍ଟା ମଧ୍ୟରେ ସେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଯାଇ ପଦ୍ମ ଧରିଛନ୍ତି।
|
347 |
Y |
|
1056 |
16-03-2024 |
English |
-
Odisha government awards habitat rights under the Forest Rights Act, 2006 to Paudi Bhuyan community in Deogarh district.
-
The Enforcement Directorate (ED) Friday arrested BRS leader K Kavitha after a daylong raid on her premises in Hyderabad and took her to Delhi for questioning in a money laundering case linked to the now-scrapped Delhi excise policy, agency sources said
-
Neurological conditions such as e pile psy, Alzheimer's disease and dementia are now the leading cause of ill health and disability globally, affecting 4 billion people in 2021, according to a major new analysis published in The Lancet Neurology journal.
-
As many as 2,630 Agniveers, including 396 women, of the Indian Navy graduated from INS Chilka in a ceremonial Evening Passing out Parade Friday under the aegis of Southern Naval Command.
-
The government Friday approved an electric-vehicle policy, under which import duty concessions will be given to companies setting up manufacturing units in the country with a minimum investment of $500 million, a move aimed at attracting major global players like US-based Tesla.
-
He might be drawing comparisons with Mahendra Singh Dhoni, but wicketkeeper-batter Dhruv Jurel said Friday nobody can quite match up to the former India captain. Jurel asserted that he would rather focus on carving his own niche in international cricket.
-
Union Railways Minister Ashwini Vaishnaw Friday announced the sanction of two new railway line projects for Odisha.
-
The Special Vigilance Court here awarded a three-year rigorous imprisonment (RI) to four persons, including former Odisha Rural Housing Development Corporation (ORHDC) Managing Director (MD) Vinod Kumar, for corruption.
-
State government Friday decided to transfer the land of Bargarh Sugar factory to IDCO for setting up industries in future, an official at the Chief Minister's Office said.
-
Himachal Pradesh Chief Minister Sukhvinder Sukhu Thursday inaugurated the state’s first outdoor escalators at the hilltop Hanuman temple Jakhu in Shimla at a height of 2,455 metres above sea level
-
The Bahujan Samaj Party (BSP) will contest the Hyderabad and Nagarkurnool (SC) Lok Sabha seats, out of the total 17 constituencies in Telangana, as part of its alliance with the K Chandrasekhar Rao-led Bharat Rashtra Samithi (BRS).
-
Senior BJP leader and former Karnataka Chief Minister BS Yediyurappa has been booked under the POCSO Act based on a complaint by the mother of a 17- year-old girl, police said here.
-
The Congress Friday demanded a high-level probe by the Supreme Court against the ruling BJP and freezing of its bank accounts for alleged corruption in the electoral bonds scheme, as it claimed the party got 50 per cent of the money received through these bonds.
-
India Friday said its first team of military personnel that was operating an advanced light helicopter in the Maldives has returned from the island nation. The military team has been replaced by civilian technical experts.
-
The Supreme Court Friday refused to stay the appointments of new Election Commissioners (ECs) under a 2023 law that excluded the chief justice of India from the selection panel.
-
The first ship carrying food aid reached the coast of the Gaza Strip Friday, where hopes for a ceasefire to rescue the population from starvation suffered a new blow after Israel rejected the latest truce counterproposal from Hamas.
-
A rubber dinghy carrying migrants sank off Turkey’s northern Aegean coast Friday, killing at least 21 people, officials said.
-
The United States and allies warned Iran Friday that major Western economies will pile new sanctions on Tehran if it moves forward with an advancing plan to provide ballistic missiles to Russia for its war with Ukraine.
-
South African pacer Lungi Ngidi, who was signed by the Delhi Capitals, has been ruled out of IPL 2024 due to an injury, the franchise said in a release Friday. In place of Ngidi, the Delhi side have roped in Australian allrounder Jake Fraser-McGurk. The 21-year-old Australian is a hardhitting opener and leg-spinner from Melbourne.
-
Income Tax 2024 Alert: The Income Tax Department urges all taxpayers to settle their advance tax dues before the deadline. Failure to do so can lead to interest charges under sections 234B and 234C of the Income Tax Act.
|
365 |
Y |
|
1057 |
15-03-2024 |
Odia |
-
ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍ରେ ରଖିଛନ୍ତି। କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ୍ ଦେଇଛନ୍ତି ସଂପର୍କରେ ଏଥିରେ କୌଣସି ସୂଚନା ଦିଆଯାଇ ନାହିଁ।
-
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି।
-
ଇଣ୍ଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରୁଥିବା ପ୍ଲାଟଫର୍ମ ଉପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦାନ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ତୁରନ୍ତ ବ୍ଲକ୍ କରାଯାଇଛି।
-
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଇଡି ଅଧିକାରୀଙ୍କ ବିରୋଧରେ ଦାୟର କରିଥିବା ଏସସି/ଏସଟି ମାମଲାରେ ଝାଡ଼ଖଣ୍ଡ ପୁଲିସ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମନ କରିଛି। ଇଡି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଥାନାରେ ଉପସ୍ଥିତ ରହିବାକୁ କୁହାଯାଇଛି।
-
ଭାରତରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ବଢ଼ିବାରେ ଲାଗିଛି। ଏବେ ଦେଶରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ୬୭.୭ ବର୍ଷ ହୋଇଯାଇଛି। ପୂର୍ବରୁ ଏହା ୬୨.୭ ବର୍ଷଥିଲା। ଫଳରେ ଏବେ ଦେଶର ଲୋକେ ହାରାହାରି ୫ ବର୍ଷ ଅଧିକ ବଞ୍ଚୁଛନ୍ତି।
-
ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି।
-
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟୁଇଟ୍ କରି ସୂଚନା ଦେଇଛି।
-
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିବାରେ ଲାଗିଛି। ଦଳ ପକ୍ଷରୁ ବହୁ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି।
-
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ହେବାକୁ ଯାଉଛି। ରିପବ୍ଲିକାନ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୱାଶିଂଟନ ରାଜ୍ୟରେ ଆବଶ୍ୟକ ହେଉଥିବା ୧୨୧୫ ଡେଲିଗେଟସ୍ ଙ୍କ ସମର୍ଥନ ହାସଲ କରି ସାରିଛନ୍ତି।
-
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩୦ରେ, ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ।
-
ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି।
-
ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ବା ଏଚ.ଆଇ.ଭି ଏକ ବିପଜ୍ଜନକ ରୋଗ। ଏହା ଦେଶର ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
-
ସୁଖବୀର ସିଂ ସାନ୍ଧୁ ଏବଂ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ଭାବରେ ନିର୍ବାଚିତ ହୋଇଛନ୍ତି।
-
ନସିପି ନିର୍ବାଚନୀ ଚିହ୍ନ ବିବାଦକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ଦଳକୁ ଶରଦ ପାୱାରଙ୍କ ଫଟୋ ଏବଂ ନାମ ବ୍ୟବହାର ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
-
ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟରେ ଦେଶର ସବୁଠାରୁ ଧନୀ ଏମପି ତେଲଙ୍ଗାନାରେ ଅଛନ୍ତିି। ରାଜ୍ୟର ଲୋକସଭା ଏବଂ ରାଜ୍ୟସଭା ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୩୮.୩୩ କୋଟି ଟଙ୍କା। ତେଲଙ୍ଗାନାର ୨୪ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨.୨୬ କୋଟି ଟଙ୍କା।
-
ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
-
କେନ୍ଦ୍ର ସରକାର କିଛି ହିଂସ୍ର ପ୍ରଜାତିର କୁକୁରଙ୍କ ଉପରେ ନିଷେଧ ଲଗାଇବାକୁ ଯାଉଛନ୍ତି। ପିଟ୍ବୁଲ୍, ଟେରିୟର୍, ଉଲ୍ଫ ଡଗ୍, ରୋଟ୍ଓ୍ବିଲର, ମାଷ୍ଟିଫ୍ ଆଦି ହିଂସ୍ର ପ୍ରଜାତିର କୁକୁର, ମଣିଷ ଉପରେ ଆକ୍ରମଣ କରୁଥିବାର ଅନେକ ନଜିର ରହିଥିବାରୁ ଏହି ସବୁ ପ୍ରଜାତିର କୁକୁରଙ୍କ ଉପରେ ନିଷେଧାଦେଶ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।
-
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର। କାର ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହାମୁହିଁ ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।
-
ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ।ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଗୁଣାବତ୍ତାକୁ ଆଧାର କରି କାମ ସାରିବାକୁ ଫାଇଭ-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।
-
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ରେ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଟି-୨୦ ଓ ଦିନିକିଆରେ ଶୀର୍ଷରେ ରହିଥିଲା।
|
365 |
Y |
|
1058 |
15-03-2024 |
English |
-
From the who’s who of the corporate world to low-profile businesses – the Election Commission (ED) Thursday put out the entire list of entities that have purchased electoral bonds for making political donations.
-
Former IAS officers Gyanesh Kumar and Sukhbir Sandhu were Thursday appointed as election commissioners (ECs).
-
The committee on ‘One Nation, One Election’ headed by former President Ram Nath Kovind, in its report submitted to President Droupadi Murmu Thursday.
-
Chief Minister Naveen Patnaik announced 4 per cent hike in the dearness allowance (DA) and dearness relief (DR) for state government employees and pensioners respectively, Thursday.
-
Chief Minister Naveen Patnaik inaugurated a modern educational complex at Badapada in the ‘Swabhiman’ area of the tribaldominated Malkangiri district, Thursday.
-
The government has mandated the use of Aadhaar as identity document for availing six scholarships and benefit of as many schemes and initiatives meant for people with disabilities.
-
A court in Mayurbhanj district sentenced Thursday a man to 20 years in prison jail for raping a sevenyear-old girl. The court also imposed a fine of `10,000 on the 30- year-old man, and in case of default, he has to remain in jail for three more months.
-
East Coast Railway (ECoR) has decided to extend services of three pairs of trains to this town keeping in mind the aspirations of local people. Recently train tracks from Bolangir were extended till this town. ECoR sources said the Bhubaneswar-Bolangir-Bhubaneswar Express and two pairs of passenger trains will be extended up to Sonepur
-
Centre bans 18 OTT platforms, websites and apps for posting vulgar and obscene content despite multiple warnings
-
Indian tourists are shunning Maldives and its tourism industry is feeling the pinch of declined revenue
-
Ending a nearly two-year-long hiatus, state-owned oil companies Thursday cut petrol and diesel prices by `2 per litre each.
-
West Bengal Chief Minister Mamata Banerjee Thursday evening suffered a major injury on her forehead and was admitted to a hospital.
-
India’s was ranked 134 out of 193 countries in the 2022 United Nations Human Development Index (HDI), a notch higher than 135 out of 191 countries in 2021.
-
German sportswear giant Adidas posted its first annual loss in more than 30 years Wednesday and warned sales in North America would fall again as sportswear retailers in the US struggle with high inventories.
-
India’s Lakshya Sen recorded a stunning three-game win over World No.3 Anders Antonsen to progress to the quarterfinals but an error-prone PV Sindhu lost in the women’s singles second round of the All England Championships here Thursday.
|
363 |
Y |
|
1059 |
14-03-2024 |
Odia |
-
୨୦୧୯ ଏପ୍ରିଲରୁ ୨୦୨୪ ଫେବ୍ରୁଆରି ୧୫ (ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ଦିନ) ପର୍ଯ୍ୟନ୍ତ ମୋଟ ୨୨,୨୧୭ଟି ନିର୍ବାଚନୀ ବଣ୍ଡ୍ ଜାରି ହୋଇଛି। ଏଥିରୁ ୨୨,୦୩୦ଟି ନିର୍ବାଚନୀ ବଣ୍ଡ୍କୁ ରାଜନୈତିକ ଦଳଗୁଡ଼ିକ ରିଡିମ୍ (ବ୍ୟବହାର କରି ଚାନ୍ଦା ଗ୍ରହଣ) କରିଛନ୍ତି।
-
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ତା’ର ରେଡ୍ ଲାଇନ୍ ଅତିକ୍ରମ କରି ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।
-
ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମ୍କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାର୍ସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
-
ରାଷ୍ଟ୍ରପତିଙ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍କୁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଭବନରୁ ଏହି ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।
-
ଦେଶରେ ଲୋକସଭା ୨୦୨୪ ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ମିଳୁଥିବା ସଙ୍କେତ ଅନୁସାରେ ମାର୍ଚ୍ଚ ୧୬ ଅବା ୧୭ରେ ତାରିଖ ଘୋଷଣା ହୋଇପାରେ।
-
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଏଭଳି ଘୋଷଣା କରିଛନ୍ତି।
-
ବିପୁଳ ପରିମାଣର ସେୟାର ବିକ୍ରି ହେବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ୯୦୬ ପଏଣ୍ଟ ହ୍ରାସ ପାଇ ୭୨,୭୬୧ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ଆଜି ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ୧୪ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି।
-
ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍ଡିଏଆଇ) ତଥ୍ୟ ଅନୁସାରେ ଦେଶରେ ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ରହିଛି। ଦେଶରେ ବିକ୍ରି ହେଉଥିବା ମୋଟ ବୀମା ପଲିସି ମଧ୍ୟରୁ ୪.୭୧ ପ୍ରତିଶତ ପଲିସି ଓଡ଼ିଶାରେ ବିକ୍ରି ହେଉଛି।
-
ବୁଧବାର ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ଆଦାନି ଗ୍ରୁପର ସମସ୍ତ ୧୦ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇଛି।
-
ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି।
-
ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
-
ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି।
-
ଆସନ୍ତା ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଉପଭୋକ୍ତାମାନେ ମାଗଣାରେ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ସମୟସୀମା ଥିଲା । ଏହି ଅବଧି ଶେଷ ହେବା ପୂର୍ବରୁ ବର୍ତ୍ତମାନ ଆଉ ତିନି ମାସ ଅର୍ଥାତ୍ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରାଯାଇପାରିବ।
-
ବିଶ୍ଵସ୍ତରୀୟ ସବୁଜ ବଳୟ ମଡେଲ କାରାଗାର ଜାମୁଝରୀରେ ହେବ । ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାର ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ ।
-
କେନ୍ଦ୍ର ସରକାର ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍ ଅଫ୍ ସେକେଣ୍ଡାରି ଏଜୁକେଶନ୍ (ସିବିଏସ୍ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।
-
ମହାରାଷ୍ଟ୍ରରେ ସମୁଦାୟ ୪୮ଟି ଆସନ ମଧ୍ୟରୁ ଭାଜପା ୩୧ଟି ଆସନରେ ଲଢ଼ିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୧୩ଟି ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦି କଂଗ୍ରେସ ପାର୍ଟି(ଏନ୍ସିପି) ୪ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି। ବାରାମତୀ, ରାଇଗଡ଼, ଶିରୁର୍ ଓ ପାରଭାନି ଆସନ ଏନ୍ସିପିକୁ ମିଳିଛି।
-
ଏପ୍ରିଲ ୨୦୧୯ ରୁ ଫେବୃଆରୀ ୧୫, ୨୦୨୪ ମଧ୍ୟରେ ମୋଟ ୨୨,୨୧୭ ନିର୍ବାଚନ ବଣ୍ଡ ଜାରି କରାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଆଫିଡେଭିଟରେ କହିଛି। ଏଥିରୁ ରାରାଜନୈତିକ ଦଳ ଗୁଡ଼ିକ ୨୨,୦୩୦ ବଣ୍ଡ ବ୍ୟବହାର କରିଛନ୍ତି। ଅବଶିଷ୍ଟ ୧୮୭ ଟି ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରେ ଜମା ହୋଇଥିବା ବ୍ୟାଙ୍କ କହିଛି।
-
ମାଫିଆ ମୁଖତାର୍ ଅନସାରୀଙ୍କୁ ୩୩ ବର୍ଷ ୩ ମାସ ୯ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
-
ଗ୍ୟାଙ୍ଗଷ୍ଟରଙ୍କ ସହ ଲେଡି ଡନଙ୍କ ବିବାହ। ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର କାଲା ଜାଠେଡ଼ି ଓରଫ ସନ୍ଦୀପ ନିଜ ଦୀର୍ଘଦିନର ବାନ୍ଧବୀ ଅନୁରାଧା ଚୌଧୁରୀଙ୍କୁ ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ସେକ୍ଟର-୩ ନିକଟସ୍ଥ ସନ୍ତୋଷ ଗାର୍ଡେନଠାରେ ବିବାହ କରିଛନ୍ତି।
|
382 |
Y |
|
1060 |
14-03-2024 |
English |
-
The State Bank of India (SBI) Wednesday informed the Supreme Court that a total of 22,217 electoral bonds were purchased by political parties between April 1, 2019 and February 15 this year, out of which 22,030 were redeemed.
-
With elections round the corner, the state government Wednesday announced remuneration hike for junior teachers and functionaries of Urban Local Bodies (ULBs) in the state. While the salary of junior teachers has been hiked from `13,800 to `20,000 per month, the Mayors of Municipal Corporations will now get `50,000 instead of `8,000 and the Deputy Mayors `20,000 instead of `5,000 earlier, an official at the CMO said
-
The state government Wednesday announced the formation of 22 new Notified Area Councils (NAC) in 13 districts and upgradation of Bhanjanagar NAC in Ganjam to a Municipality.
-
In recognition to the significant contribution of Padma awardees to the society, Chief Minister Naveen Patnaik has decided to pay an honorarium of `25,000 to the awardees from April this year.
-
The Forest department Wednesday said the mass nesting sites of Olive Ridley sea turtles in the state will remain out of bounds for visitors till the hatchlings are born.
-
Mercury Wednesday touched the 39 degrees Celsius-mark in many parts of Odisha, recording the highest temperature so far this month, weather officials said.
-
The Election Commission (EC) has decided to set up 10 per cent all-women polling booths in every Assembly constituency in Odisha for the upcoming Lok Sabha and Assembly polls in the state, an official said Wednesday.
-
Chief Minister Naveen Patnaik Wednesday inaugurated an integrated sports complex at Jeypore in Koraput district and 26 multipurpose indoor stadiums spread over 12 districts of the state.
-
CSIRInstitute of Minerals and Materials Technology (IMMT) signed an MoU with the Geological Society of India (GSI), Kolkata to work on developing technologies for the recovery of critical minerals from the Indian deposits.
-
A local court Wednesday sentenced a man to ten years of rigorous imprisonment (RI) for sexually assaulting a differently-abled woman. The man is identified as Krushna Chandra Das, a neighbour from the victim’s village under Balipatna police station limits.
-
Gahirmatha Marine Sanctuary personnel have arrested 14 fishermen and seized a fishing vessel on charges of entering the ‘No Fishing Zone’, an official informed here Wednesday
-
Prime Minister Narendra Modi virtually laid the foundation stone for a Rs 27,000-crore semiconductor assembly and test facility in Assam's Morigaon district Wednesday.
-
As many as 1,000 workers of ruling BJD here deserted the party and joined the saffron party at a merger meeting held at the BJP office in Kherang Bazaar under this Assembly segment in Bhadark district, Wednesday
-
Nayab Singh Saini-led BJP government in Haryana Wednesday won the confidence motion by voice vote in the state assembly here, a day after he took oath as the new Chief Minister.
-
The defence ministry Wednesday signed two contracts with a combined value of Rs 8,073 crore with the Hindustan Aeronautics Ltd for acquisition of 34 advanced light helicopters and associated equipment for the Indian Army and the Coast Guard.
|
412 |
Y |
|