Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1611 29-05-2023 Odia
  1. ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

  2. ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍‌ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ।

  3. ନୂଆ ବିଲ୍ଡିଂରେ ଏମ୍‌ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ୍‌ ବ୍ୟବସ୍ଥା ରହିଛି।

  4. ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ।

  5. ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ଶୋଭା ପାଉଛି।

  6. ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ୨୦୨୩ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଏର୍ଡୋଗାନ ଅଦ୍ୟାବଧି ୨୦ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ସେ ଆଉ ୫ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯାଉଛନ୍ତି।

  7. ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୁଲିସ ଦ୍ବାରା ଗିରଫ କରାଯାଇଥିବା ଜଣାପଡ଼ିଛି।

  8. ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ପାଶ୍ଚାତ୍ୟ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ଯୋଗାଇଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି, ରୁଷ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।

  9. ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ।

  10. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

  11. ହିଂସାଗ୍ରସ୍ତ ମଣିପୁରରେ ଗତରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି।ସୁରକ୍ଷା ବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ମୋଟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ଜଣାପଡ଼ିଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କର ୧୦୧ତମ ମନ୍ କୀ ବାତ୍‌ରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବି ଡି ସବରକରଙ୍କୁ ସ୍ମରଣ କରିଛନ୍ତି।

  13. ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି।

  15. ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ମା’ ସମଲେଶ୍ୱରୀଙ୍କ ମନ୍ଦିର ରାଜ୍ୟର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଏଠାରେ ଏକ ଅନନ୍ୟ ଅନୁଭୂତି ମିଳିବା ସହିତ ସ୍ଥାନୀୟ ଲୋକାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ‘୫-ଟି’ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରି ମା’ ସମଲେଇ ମନ୍ଦିର ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

  16. ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

  17. ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ +୨ରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାପରେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ।

  18. ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

  19. ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି।

  20. ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।

451 Y
1612 29-05-2023 English
  1. Prime Minister Narendra Modi inaugurated the new Parliament building here Sunday morning and expressed hope that it will become a cradle of empowerment, igniting dreams and nurturing them into reality.

  2. The inauguration of the new Parliament building Sunday was marked with a boycott by 21 opposition parties which accused Prime Minister Narendra Modi of treating the event like his "coronation", and said democracy is run by people not by buildings.

  3. Congress leader Rahul Gandhi received a new ordinary passport Sunday, two days after a local court granted its no objection to the issuance of the same, sources said. They said the passport office had assured Gandhi in the morning that the passport would be issued to him Sunday and he got it in the afternoon.

  4. The decadal Census, which was postponed for an indefinite period due to the pandemic, is unlikely to be held before the next Lok Sabha elections that are due in AprilMay 2024, officials said.

  5. The Bhubaneswar Zonal Unit of Narcotics Control Bureau (NCB) Sunday seized 273.8 Kg of ganja during a raid in the City. The NCB has apprehended two persons including the driver of the vehicle carrying the contraband items. Both the accused persons are residents of Dhanbad district in Jharkhand.

  6. : Remains of an ancient temple belonging to medieval period were retrieved Sunday during the de-silting of a pond at Dadpur village about 12km from Bhawanipatna Sadar block of Kalahandi district, sources said Sunday. As a result, District Collector P Anvesha Reddy had to issue orders to stop the work and seal the area to prevent people from barging into the site.

  7. Punjab has set up a Special Investigation Team (SIT) for investigating cases of human trafficking, especially women from Punjab to Middle East countries under visit and employment visas, who are being exploited, an official said Sunday.

  8. Manipur Chief Minister N Biren Singh Sunday said nearly 40 armed militants involved in torching houses and firing at civilians have been killed by security forces since they began an operation to bring peace to the north eastern state beset by ethnic rioting.

  9. To mark the inauguration of the new Parliament building and honour the workers who made it possible, Haryana Chief Minister Manohar Lal Khattar Sunday announced an increase of the scholarship of the children whose parents are registered with the state Labour Welfare Board.

  10. The global electric vehicle (EV) market reached 11 million units last year with a penetration rate of 14 per cent, as more countries double down on electrification, connection, autonomous driving and sharing in the automobile industry.

  11. Unified Payments Interface (UPI), which is driving the digital payments revolution, accounted for about 75 per cent of the total transaction volume in the retail segment during 2022-23, said the PwC report titled “The Indian Payments Handbook – 2022-27”.

  12. Favourites Uttar Pradesh Hockey won the 13th Hockey India Sub-Junior Men’s national championships Sunday defeating Hockey Odisha 7-1 in the final played at the iconic Birsa Munda Stadium here. In another match played on the day Hockey Haryana beat Hockey Madhya Pradesh 4-2 finish third.

  13. Congress leaders from Delhi and Punjab met the party leadership here in separate meetings on Monday, and suggested them not to support the Aam Aadmi Party on the Delhi services Ordinance issue, sources said.

  14. Delhi Chief Minister Arvind Kejriwal on Monday urged Lieutenant Governor V K Saxena to take strict action over the murder of a minor girl in Shahbad Dairy here and said it was his responsibility to maintain law and order in the city.

  15. The Congress bit the Rajasthan bullet today, summoning Chief Minister Ashok Gehlot to Delhi for a parley with Rahul Gandhi and party chief Mallikarjun Kharge.

459 Y
1613 28-05-2023 Odia

 

  1. ଆଜି ସକାଳ ୭.୩୦ରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ନୂଆ ସଂସଦ ଭବନରେ ହୋମ ଆରମ୍ଭ ହୋଇଛି। ହୋମରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ପୂଜା ପରେ ପ୍ରଧାନମନ୍ତ୍ରୀ ‘ସେ‌ଙ୍ଗୋଲ୍‌’ ଗ୍ରହଣ କରି ତାହାକୁ ନୂଆ ସଂସଦରେ ସ୍ଥାପନା କରିବେ।

  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସର ଏକ ଅଂଶ କରିବାକୁ ସୁପାରିଶ କରିଛି।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅନୁପସ୍ଥିତ ରହିବା ଏହା ପ୍ରଥମ ଘଟଣା ନୁହେଁ। ନିତି ଆୟୋଗଙ୍କ ମୋଟ ଆଠଟି ପରିଚାଳନା ପରିଷଦ ବୈଠକ ମଧ୍ୟରୁ ନବୀନ ୫ଟିରେ ‌ଯୋଗ ଦେଇଛନ୍ତି।

  4. ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

  5. ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲଙ୍କୁ ରାଜନୀତି ବିଜ୍ଞାନ ସିଲାବସରୁ ବାଦ୍ ଦେବା ପାଇଁ ଆଗତ ପ୍ରସ୍ତାବକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ କାଉନସିଲ ଅନୁମୋଦନ କରିଛି। ପ୍ରସିଦ୍ଧ ଜାତୀୟତାବାଦୀ ସଂଗୀତ ‘ସାରେ ଜହାଁ ସେ ଅଚ୍ଛା’କୁ ଇକବାଲ ହିଁ ଲେଖିଥିଲେ।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି।

  7. କର୍ଣ୍ଣାଟକରେ ସରକାର ଗଠନ କରିବାର ସପ୍ତାହକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୪ ଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି।

  8. ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରାୟ ୧.୧ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟରେ ୩ କୋଟି ୩୧ ଲକ୍ଷ ୫୮ ହଜାର ୯୫୨ ଜଣ ମୋବାଇଲ ଫୋନ ଗ୍ରାହକ ରହିଥିଲେ। କିନ୍ତୁ ମାର୍ଚ୍ଚରେ ଏମାନଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୪୯ ହଜାର ୪୭୧କୁ ବୃଦ୍ଧି ପାଇଛି।

  9. କ୍ରମାଗତ ଦୁଇ ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପରେ ଉକ୍ତ ସପ୍ତାହରେ ଏଥିରେ ୬.୧ ବିଲିଅନ ଡଲାର ହ୍ରାସ ଘଟିଛି। ଉଲ୍ଲେଖlଯୋଗ୍ୟ, ୨୦୨୧ ଅକ୍ଟେବାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଦେଇଛି।

  10. ମଙ୍ଗଳ ଗ୍ରହ ଭଳି ପରିବେଶରେ ଗୋଟିଏ ବର୍ଷ ବିତାଇବାକୁ ଯାଉଛନ୍ତି କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍‌। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି।

  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି।

  12. ଏବେ ୧୫ ବର୍ଷ ପରେ ବି ଆଇପିଏଲ୍‌ ବିଶ୍ବର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗଣା ହେଉଛି। ଚଳିତ ସଂସ୍କରଣରେ ବିଜେତାଙ୍କୁ ୨୦ କୋଟି ଓ ଉପବିଜେତାଙ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯିବ।

  13. କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଗଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୁପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ। ସେହିପରି ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ।

  14. ସ୍ବଚ୍ଛ ନୋଟ୍‌ ନୀତି ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପ୍ରସାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେଇଛି। ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏ ମହଲତ ଦିଆଯାଇଛି। ଅପରପକ୍ଷେ ୨୦୦୦ଟଙ୍କିଆ ନୋଟ୍ ଜମା ଏବଂ ବଦଳ ପାଇଁ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ।

  15. ପ୍ରଧାନମନ୍ତ୍ରୀ, କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ ବୋଲି ଗୁରୁତ୍ବାରୋପ କରିଛନ୍ତି ।

  16. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କ ଜାତିକୁ ନେଇ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବାକୁ ଚେଷ୍ଟା କରିଥିବା ଅଭିଯୋଗକାରୀ ଦାବି କରିଛନ୍ତି ।

  17. ପଡ଼ୋଶୀ ରାଜ୍ୟର ବେପାରୀ କୋରାପୁଟରେ ଡେରା ପକାଇଥିବାରୁ ଓଡ଼ିଶାରେ ଅଦା ଦର ଆକାଶ ଛୁଆଁ ହୋଇଛି। ଯେଉଁ ଅଦାକୁ ଚାଷୀମାନେ ୫ ଟଙ୍କାରେ ବିକି ଦେଉଥିଲେ, ତାହା ଏବେ ବଜାରରେ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ବର୍ତ୍ତମାନ ଯେଉଁ ଅଳ୍ପ ଅଦା ଅମଳ ହେଉଛି, ସେଥିରୁ ଚାଷୀ ଭଲ ରୋଜକାର କରିପାରିବ ବୋଲି ଜଣାପଡ଼ିଛି।

  18.  କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ ସରକାର ନିଦର ଉଠନ୍ତୁ ଓ ତୁରନ୍ତ ଜାରି କରିଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ।

  19. ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି।

  20. ଉପକୂଳ ସୁରକ୍ଷାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଯୋଗାଯୋଗ ଟ୍ରାନ୍ସପଣ୍ଡର ମାଗଣାରେ ଯୋଗାଇବାକୁ ଯାଉଛନ୍ତି। ଏହା ମତ୍ସ୍ୟଜୀବୀଙ୍କୁ ଟ୍ରାକ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

 

442 Y
1614 28-05-2023 English
  1. Prime Minister Narendra Modi today installed a historic sceptre 'Sengol' next to the Lok Sabha Speaker's seat in the newly constructed Parliament building.

  2. Premium hand-knotted carpets weaved laboriously by as many as 900 artisans from Uttar Pradesh for a whopping "10 lakh man-hours" will adorn the floors of Lok Sabha and Rajya Sabha in the new Parliament building.

  3. Four people were arrested on Saturday in connection with the attack on senior TMC leader Abhishek Banerjee's convoy, in which state minister Birbaha Hansda's vehicle was vandalised, police said.

  4. The protesting wrestlers said lon Saturday evening that there was a lot of "pressure" to call off Mahila Mahapanchayat they have planned in front of the new Parliament building on Sunday, but they'll go ahead with the "peaceful" march come what may.

  5. Karnataka Chief Minister Siddaramaiah on Saturday said that strict action will be taken against any organization that disturbs peace and harmony in the state.

  6. Army chief General Manoj Pande on Saturday arrived in Manipur to review the law and order situation as the state reported rising incidents of sporadic violence over the last few days, officials said.

  7. Enabling policies and grassroot initiatives of Modi-led government have led to social and economic transformation of the country since 2014, and the nation is all set to become the fourth largest economy in world within two years, said Union minister

  8. The Rouse Avenue court on Saturday took cognizance of the supplementary charge sheet filed by the Central Bureau of Investigation against former Delhi Deputy Chief Minister Manish Sisodia and others in the Excise policy case.

  9. The Congress government in Karnataka was expanded on Saturday with 24 MLAs taking oath as ministers and the party seeking to give representation to various castes and groups

  10. India is among the top source countries for qualified mathematics and science teachers being lured with “international relocation payments” of GBP 10,000 as part of an overseas drive to fill classroom vacancies in England, according to a UK media report Saturday.

  11. The Higher Education (HE) department has withheld the salary of principals and head clerks of 233 colleges for gross negligence and failure to carry out the instruction of higher authorities

  12. Lions’ Gate, the main entrance to Srimandir in Puri, will be coated with silver during the annual Rath Yatra, when the deities will be away from the 12th century shrine, Shree Jagannath Temple Administration (SJTA) chief administrator Ranjan Kumar Das said, Saturday.

  13. Active investor facilitations and Odisha’s progressive Tourism Policy have helped welcome global hospitality brands and amusement park with investments worth over `5,000 crore, said Tourism Minister Aswini Kumar Patra, Saturday

  14. The Enforcement Directorate (ED) Saturday said that they have attached immovable properties worth `36.3 crore and seized `34.7 lakh lying in the bank account of Udayanidhi Stalin Foundation in Tamil Nadu. The firm is accused of receiving the proceeds of crime amounting to `1 crore.

  15. Russia Saturday dismissed criticism from US President Joe Biden over Moscow’s plan to deploy tactical nuclear weapons in Belarus, saying Washington had for decades deployed just such nuclear weapons in Europe.

  16. A lacklustre India suffered their second successive defeat in the European leg of the FIH Men’s Hockey Pro League, going down to dominant hosts Great Britain 2-4 here Saturday

  17. Court is not an institution to sermonise society on morality and ethics and rather, it is bound by the rule of law while taking decisions, the Supreme Court has said.

  18. Kolkata police said it had registered an FIR against the producer and director of the film 'Diary of West Bengal' alleging that the movie's trailer had promoted enmity between different groups.

  19. West Bengal Chief Minister Mamata Banerjee on Saturday apologised to the people of Egra area in Purba Medinipur district of the state for a blast at an illegal firecracker factory here, in which 12 people were killed and many injured.

  20. "Now, just once, try to disturb the peace in society. Then we will show the power of Babasaheb Ambedkar's Constitution, said Mr. Kharge.

460 Y
1615 27-05-2023 Odia
  1. ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ।

  2. ଶୁକ୍ରବାର ଦିନ ରୁଷ୍‌ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି।

  3. ଆଇଆଇଟିଟିଏମ୍‌ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶର ୪୦ଟି ପ୍ରମୁଖ ଐତିହ୍ୟ ସ୍ଥଳର ନିକଟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ୨୦୧୪ରୁ ଲଗାତାର ସ୍ମାରକୀଗୁଡ଼ିକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଉଛି।

  4. ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ‌ହୋଇଥିଲା ସ୍ବାମିତ୍ବ ‌ଯୋଜନା। ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକ କୋଟି ୭ ଲକ୍ଷ ୧୬ ହଜାର ୧୩ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ଓଡିଶାରେ ଏହି ସଂଖ୍ୟା ରହିଛି ମାତ୍ର ୩୧୬।

  5. ଗତବର୍ଷଠାରୁ ଷ୍ଟାର୍ଟଅପ୍ ଜଗତରେ ଆରମ୍ଭ ହୋଇଥିବା ଛଟେଇ ଧାରା ଏବେବି ଜାରି ରହିଛି। ଇତିମଧ୍ୟରେ ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ସେମାନଙ୍କ ଭିତରୁ ୮୦୦୦ରୁ ଅଧିକ କର୍ମଚାରୀ ୨୦୨୩ରେ ଛଟେଇ ହୋଇଛନ୍ତି।

  6. ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘ ପକ୍ଷରୁ ଗଠନ କରାଯାଇଥିବା ଉପଦେଷ୍ଟା କମିଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଭାରତର ସୁନିତା ନାରାୟଣ ମଧ୍ୟ ରହିଛନ୍ତି।

  7. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ନବୀକରଣ କାର୍ଯ୍ୟ ପାଇଁ ମୋଟ୍‌ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ବାରା ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟରେ ଆଜି ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି।

  8. ସାରା ଦେଶରେ ମୌସୁମୀ ପ୍ରଥମ ମାସରେ ନିଅଣ୍ଟିଆ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ କମ୍‌‌ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି) ପକ୍ଷରୁ କୁହାଯାଇଛି।  ରାଜ୍ୟରେ  ଜୁନ୍‌‌ ମାସରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ହାରାହାରି ବର୍ଷା ଦୀର୍ଘକାଳୀନ ପରିମାଣର ୯୪ ପ୍ରତିଶତ ପଶ୍ଚିମ ଭାରତରେ ୯୨ ପ୍ରତିଶତ ଏବଂ ଓଡ଼ିଶାରେ ୯୫-୯୬ ପ୍ରତିଶତ ହେବାର ସମ୍ଭାବନା ରହିଛି।

  9. କୋଭିଡ୍‌‌ ମହାମାରୀ ଜନିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ ହେବ। ସୂଚନାଯୋଗ୍ୟ ଯେ କୋଭିଡ୍‌‌ ମହାମାରୀ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଲ୍ୟାବ୍‌‌ ଟେକ୍ନିସିଆନ୍‌‌, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କ ନିଷ୍ଠାପର ଉଦ୍ୟମ ହେତୁ ସରକାରୀ ନିଯୁକ୍ତି ପରୀକ୍ଷାରେ ସେମାନଙ୍କୁ ଅତିରିକ୍ତ ୫% ମାର୍କ ଦେବା ପାଇଁ ସରକାର ଗତବର୍ଷ ଘୋଷଣା କରିଛନ୍ତି।

  10. ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ।

  11. ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍‌ବଧ କରାଯିବ।   ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ  ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ।

  12. କାଳବୈଶାଖୀଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଗାମୀ ୫ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

  13. ଭୁବନେଶ୍ୱରରେ ମେଟ୍ରୋ କାମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  14. ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ। ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜ୍‌ବୁତ କରିବ।

  15. ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍‌ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ ହୋଇଛି ।

  16. ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।

  17. ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟଗତ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଓ ପି.ଏସ. ନରସିମ୍ହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜୈନଙ୍କୁ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୦ ସୁଦ୍ଧା ଚିକିତ୍ସା ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ କହିଛନ୍ତି।

  18. ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି।

  19. ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ।

  20. ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ହୋଇ ଉଭା ହୋଇଛି।

461 Y
1616 27-05-2023 English
  1. A week after assuming power in Karnataka, the Congress on Friday released a list of 24 legislators who will be sworn in as ministers on May 27, according to party leaders.

  2. The Centre will issue a commemorative `75 coin to mark the inauguration of the Parliament Building May 28 by the PM. The weight of this coin could be 34.65- 35.35 gram. One side of the coin will bear the image of Lion Capitol of Ashoka Pillar in the centre flanked by the word ‘Bharat’ in Devnagri script and ‘INDIA’ in English.

  3. The Council of Higher Secondary Education (CHSE) will declare the results for Plus II exams by May 31. The council will confirm the final date of the result declaration May 28. As per reports, Science and Commerce results will be declared by May-end while that of Arts and vocational course will be declared by June 8.

  4. Work for the much-awaited metro rail project in Bhubaneswar capital region is likely to start by the end of this year, Housing and Urban Development Minister Usha Devi said Friday.

  5. Puri SP Kanwar Vishal Singh reviews preparedness for Rath Yatra in the Pilgrim City, Friday.

  6. All households in 115 urban local bodies (ULBs) of Odisha will have piped drinking water supply by December 2023, Housing and Urban Development (H&UD) Minister Usha Devi said, Friday.

  7. The state government has decided to stop incentives to workers handling the Covid-19 pandemic and other related activities. The decision was taken Friday and came against the backdrop of World Health Organisation (WHO) declaring that Covid-19 is no more a global health emergency.

  8. China may soon become the world's first country with oral insulin availability, according to a report Friday.

  9. As the state library has become old, it will be renovated with new benches, tables and other furniture. Besides, the flooring and other infrastructures will also be improved. The government is planning to open a public library at Bapuji Nagar to prevent over-crowding of the state library. The new public library will also have state-of-the-art facilities with a food court.

  10. In a good news for animal lovers, a total of 35 hatchlings were found playing with their mother crocodile in the river at Satkosia Crocodile Breeding Centre in Angul district, Thursday.

  11.  Daringbadi in Kandhamal district which is known as the Kashmir of Odisha added another feather to its cap following the unveiling of a watchtower constructed atop the highest hill in Greenbadi panchayat.

  12. All the cases related to the Krishna Janmabhoomi dispute will now be heard by the Allahabad High Court. The high court has transferred the cases currently being heard in the lower court in Mathura to itself.

  13. A Delhi court Friday granted a no-objection certificate (NOC) to Congress leader Rahul Gandhi for issuance of an 'ordinary passport' for three years instead of 10, the period for which it is normally issued, following an objection raised by BJP leader Subramanian Swamy.

  14. The Supreme Court Friday granted jailed former Delhi minister Satyendar Jain interim bail for six weeks on medical grounds, saying a citizen has a right to receive treatment of his choice in a private hospital at his own expense.

  15. The Himachal Pradesh government on Thursday announced that doctors recruited henceforth across departments, including Health and Family Welfare and Animal Husbandry, will not be entitled to NonPracticing Allowance (NPA).

  16. Himachal Pradesh government discussed plans to encourage the use of electric vehicles and has set a target to transform the state into a ‘Green Energy State’ by March 2026.

  17. As many as 175 sheep have died in Bhaksa village of Gorakhpur district in Uttar Pradesh after being administered medication for deworming. The animals belonged to one Naresh Pal, a resident of Bhaksa village.

  18. German police have been left red-faced after a member of the public was able to slip into a VIP convoy for Chancellor Olaf Scholz and then give him a hearty hug as he prepared to board a plane at Frankfurt Airport.

  19. Leading fintech company PhonePe has announced that the company has become the first digital payments app to successfully enable the linkage of two lakh RuPay credit cards to the Unified Payments Interface (UPI). It has also processed a Total Payment Value (TPV) of `150 crore via RuPay Credit on UPI.

  20. The Academic Council of Delhi University on Friday passed a motion to remove a chapter on Pakistan's national poet Muhammad Iqbal, also known as Allama Iqbal, from the political science syllabus, members of the statutory body confirmed.

478 Y
1617 26-05-2023 Odia
  1. କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍‌ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

  2. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ରାତି ସମୟରେ ସଫଳତାର ସହ ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ଅବତରଣ କରିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।

  3. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ଜ୍ୱାଲାର ଗୁରୁବାର ଆଉ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଭୀଷଣ ଗରମ ଯୋଗୁଁ ଚିତା ଶାବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ଏକ ଚିତା ଛୁଆର ମୃତ୍ୟୁ ଘଟିଥିଲା ।

  4.  ଗତକାଲି ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲେ ବି ଦିନ ୨ଟା ୩୦ରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ଆଜି ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ‌ଢେଙ୍କାନାଳ, ଗତସିଂହପୁର, ଯାଜପୁର, ନୟାଗଡ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ମଧ୍ୟମଧରଣର ବର୍ଷା ହୋଇଛି।

  5. ଆସନ୍ତା ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

  6. ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

  7. ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ । ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ୱାଇଫାଇ ସହ ୧ ଜିବି ଡାଟା ମାଗଣା ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି।

  8. ୨୦୦୦ ମସିହାରେ ଓଡିଶା ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି।

  9. ୟୁରୋପର ସର୍ବବୃହତ୍‌ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା।

  10. ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍‌ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି।

  11. ବିଶ୍ବର ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବିଶ୍ବର ତିନି ପ୍ରମୁଖ ଧନୀ ବର୍ନାର୍ଡ ଆର୍ନଲ୍ଟ, ଜେଫ୍‌ ବେଜୋସ୍ ଓ ୱାରେନ୍ ବଫେଙ୍କ ସମ୍ପତ୍ତି ହ୍ରାସ ପାଇଛି।

  12. କେନ୍ଦ୍ର ସରକାର ଷ୍ଟାର୍ଟଅପ୍ ଗୁଡ଼ିକରେ ନିବେଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୧ଟି ଦେଶରୁ ଏଞ୍ଜେଲ ଟିକସ ଛାଡ଼ ଘୋଷଣା କରିଛନ୍ତି।

  13. ଦେଶବ୍ୟାପୀ ଦୁଗ୍ଧର ମାନ ଯାଞ୍ଚ ହେବ। ଦୁଗ୍ଧ ସହିତ ଦୁଗ୍ଧଜାତୀୟ ସାମଗ୍ରୀର ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)। ସବୁ ଜିଲ୍ଲାରୁ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

  14. ଡଲାର ଇଣ୍ଡଷ୍ଟ୍ରିଜ୍‌ର ସେବାନିବୃତ୍ତ ଅଧ୍ୟକ୍ଷ ଦିନ୍ ଦୟାଲ ଗୁପ୍ତାଙ୍କ ଜୀବନୀ ‘ଏ ମିଲିଅନ ଡଲାର ସ୍ମାଇଲ’କୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉନ୍ମୋଚନ କରିଛନ୍ତି।

  15. ମସ୍କୋ ଗୁରୁବାର କହିଛି ଯେ, ଏହା ସ୍ବିଡେନର ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଏବଂ ସ୍ବିଡେନର ଗଟେନବର୍ଗରେ ଥିବା ଦୂତାବାସ ଓ ସେଣ୍ଟ ପିଟ୍‌ସବର୍ଗରେ ଥିବା କୂଟନୈତିକ ମିସନକୁ ଏହା ବନ୍ଦ କରିବାକୁ ଯାଉଛି।

  16. ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି |

  17. ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗ ମୁଳୋତ୍ପାଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ବିଶ୍ୱରେ ଏଥିପାଇଁ ୨୦୩୦ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଭାରତ ରହର ୫ ବର୍ଷ ପୂର୍ବରୁ ଲକ୍ଷ ହାସଲ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।

  18. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।

  19. ମହାଲେଖାକାରଙ୍କ ୧୬ହଜାର ୨୨୭ଟି ନିରୀକ୍ଷଣ (ଇନ୍ସପେକ୍ସନ) ରିପୋର୍ଟ ସାଙ୍ଗକୁ ୬୪ହଜାର ୯୪୨ଟିର ଜବାବ (ପାରା କମେଣ୍ଟ) ଅପେକ୍ଷାରେ ଗଡୁଛି। ଦୀର୍ଘବର୍ଷ ଧରି ବିନିଯୋଗ ପ୍ରମାଣପତ୍ର ନ ଦେବାରୁ ସିଏଜିଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରାଯାଉଛି। ଏଭଳି ବିଶୃଙ୍ଖଳାକୁ ଦେଖି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅର୍ଥ ପରାମର୍ଶଦାତାଙ୍କୁ ଗରିବଙ୍କ ଟିକସ ଅର୍ଥକୁ ଠିକଣା ବାଟରେ ଖର୍ଚ୍ଚ କରିବାକୁ ତାଗିଦ କରିଛନ୍ତି।

  20. ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍‌ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍‌ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍‌ ଖେଳାଯିବ।

452 Y
1618 26-05-2023 English
  1. The Odisha government has decided to provide free Wi-Fi services in all state-run universities and colleges soon, Higher Education Minister, Rohit Pujari said here Thursday.

  2. A court in Rajasthan’s Alwar district sentenced Thursday four people to seven years imprisonment for lynching Rakbar Khan on the suspicion of cow smuggling in 2018. The fifth accused in the case was acquitted due to lack of evidence.

  3. India’s digital economy has become an example for the entire world, who could have imagined street vendors using digital means to sell fruits, vegetables  said  Droupadi Murmu President of India.

  4. There will be three versions of Vande Bharat trains -- Vande Chair Car, Vande Metro and Vande Sleepers -- by February-March next year, Union Railways Minister Ashwini Vaishnaw said Thursday.

  5. Senior IPS officer Praveen Sood took over as the new CBI director on Thursday and he will be in the post for two years, officials said

  6. Tamil Nadu Chief Minister M K Stalin Thursday urged Union Home Minister Amit Shah to direct Gujarat-based dairy giant Amul to desist from milk procurement in the southern state with immediate effect.

  7. The new project of Tamil Nadu government, 'Verkalai Thedi (In search of roots)' initiated by Chief Minister M.K. Stalin during his visit to Singapore will bring 200 non-resident Tamils every year to the state as part of a cultural exchange programme.

  8. West Bengal government has taken a decision to smoothen the process of transfer of ownership of vested land taken on lease by any individual or institutional entity.

  9. The Centre has accorded ‘Z-plus’ category armed security cover to Punjab Chief Minister Bhagwant Mann in view of possible threats to him emanating from the country and abroad, official sources said.

  10. In a first, a MiG-29K fighter jet undertook a maiden night landing on the indigenously-built aircraft carrier INS Vikrant. The Navy termed it as a ‘historic milestone’

  11. Delhi Chief Minister Arvind Kejriwal and his Punjab counterpart Bhagwant Mann Thursday met Nationalist Congress Party President Sharad Pawar who offered his “full support” to the Aam Aadmi Party in its fight to safeguard its powers against the Bharatiya Janata Party-led Central government.

  12. Jailed AAP leader Satyendar Jain was admitted to an ICU at a government hospital here Thursday after he collapsed in the prison due to dizziness, prompting Chief Minister Arvind Kejriwal to target the Centre over his deteriorating health.

  13. OTT platforms may soon be mandated to display anti-tobacco warnings and disclaimers as are seen in movies screened in theatres and in television programmes with the Health Ministry likely to amend the relevant rules, officials sources said Thursday.

  14. Iran successfully test-launched a ballistic missile with a potential 2,000-km range Thursday, state media said, two days after the chief of Israel’s armed forces raised the prospect of ‘action’ against Tehran over its nuclear programme.

  15. The world's 20 richest countries are fuelling forced labour and account for over half the estimated 50 million people living in “modern slavery,” according to a report released Wednesday.

  16. PTI chief Imran Khan files petition in the Pakistan SC challenging army deployment to aid civilian administration.

  17. India logged 490 new coronavirus infections, while the active cases have decreased to 5,707 from 6,168, according to the Union Health Ministry data updated on Friday.

  18. Luxury automaker BMW India Thursday launched new version of Z4 Roadster in the country priced at `89.3 lakh (ex-showroom). The model comes as a completely built-up unit (CBU)

  19. Rodrygo scored an 89th-minute winner as Real Madrid defeated Rayo Vallecano 2-1 in a Spanish league (La Liga) match marked by tributes to Madrid forward Vinicius Junior.

  20.  A decision on Asia Cup’s fate will be taken on the sidelines of the IPL final, which will be attended by a host of top Asian Cricket Council (ACC) dignitaries, BCCI secretary Jay Shah said Thursday. The Asia Cup has been scheduled for September 1-17 window.

461 Y
1619 25-05-2023 Odia
  1. ଜିମ୍ବାୱେବାସୀ ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ଦୁଃଖୀ ବୋଲି ଖ୍ୟାତନାମା ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାନ୍‌କେ୍‌ସଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ଆକଳନ ଅନୁଯାୟୀ ସ୍ବିଜରଲାଣ୍ଡ ହେଉଛି ସବୁଠାରୁ ଖୁସି ରାଷ୍ଟ୍ର। ଦୁଃଖ ସୂଚକାଙ୍କରେ ସ୍ବିଜରଲାଣ୍ଡ୍‌ ସବା ପଛରେ ରହିଛି।

  2. ସ୍ବିଜରଲାଣ୍ଡ୍‌ ପରେ କୁଏତ ହେଉଛି ଦ୍ବିତୀୟ ସର୍ବାଧିକ ଖୁସି ରାଷ୍ଟ୍ର। ଏହା ପଛକୁ ପଛ ରହିଛନ୍ତି ଆୟର୍ଲାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନାଇଜର, ଥାଇଲାଣ୍ଡ୍‌ ‌, ତୋଗ ଏବଂ ମାଲତା ଭାରତ ଏହି ସୂଚକାଙ୍କ ତାଲିକାରେ ୧୦୩ ସ୍ଥାନରେ ରହିଛି।

  3. ନୂତନ ସଂସଦ ଭବନକୁ ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି।

  4. ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଡକ୍ଟର ମାଣ୍ଡଭ୍ୟ  ହିଲ୍‌‌ ବାଇ ଇଣ୍ଡିଆ ଓ ହିଲ୍‌‌ ଇନ୍‌‌ ଇଣ୍ଡିଆ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟ ଆଲୋକପାତ କରିଛନ୍ତି। ବିଶ୍ୱସ୍ତରର ସ୍ୱାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଭାରତର ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ।

  5. ଭାରତ ସମେତ ୧୬ଟି ଏସୀୟ ଦେଶ ଜଳବାୟୁ ପରିବର୍ତ୍ତନ-ଜନିତ ଜଳସଂକଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହିନ୍ଦୁକୁଶ-ହିମାଳୟୀୟ ଜଳ ବ୍ୟବସ୍ଥା ଏବେ ଏସିଆ ପାଇଁ ଚିନ୍ତାର କାରଣ ହୋଇଛି।

  6. ତିନିବର୍ଷରୁ ଊର୍ଦ୍ଧ୍ବକାଳ ପରେ ସାରା ବିଶ୍ବରେ କୋଭିଡ୍‌ଜନିତ ଜରୁରୀ ପରିସ୍ଥିତିର ଅନ୍ତ ଘଟିଛି ବୋଲି କୁହାଯାଉଛି। ତଥାପି ଏହା ଏବେ ବି ପ୍ରତି ୪ ମିନିଟରେ ଜଣେ ଲୋକଙ୍କ ମୃତ୍ୟୁର କାରଣ ହେଉଛି।

  7. ହୁ ମୁଖ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯିବା ଉଚିତ। ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ।

  8. କର୍ଣ୍ଣାଟକରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ କଂଗ୍ରେସ ଯେଉଁ ‘୫ ପ୍ରତିଶ୍ରୁତି’ ଦେଇଥିଲା, ତାକୁ ପୂରଣ କରିବାକୁ ହେଲେ ରାଜ୍ୟର ନୂତନ କଂଗ୍ରେସ ସରକାରକୁ ବର୍ଷକୁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

  9. କେନ୍ଦ୍ର ସରକାର ଯେଉଁ ଚିଠା ଡିଜିଟାଲ୍ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସେଥିରେ ଇଣ୍ଟରନେଟ୍‌କୁ ପିଲାମାନଙ୍କ ଲାଗି ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

  10. ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି ।

  11. ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଅବସର‌ରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ବୋଲି ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

  12. ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

  13. ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି।

  14. ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ ।

  15. ତାମିଲନାଡୁର ତମାଖୁ-ଗୁଟଖା ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି।

  16. କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ନିୟମିତ କିମ୍ବା ଅସ୍ଥାୟୀ ପଦୋନ୍ନତି ମଞ୍ଜୁର କରାଯାଇପାରିବ ନାହିଁ।

  17. ଆସନ୍ତା ୨୭ ତାରିଖରେ ନୂଆ ଦିଲ୍ଲୀରେ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣିଥରେ ରାଜ୍ୟ ପକ୍ଷରୁ ଉତ୍ଥାପନ କରାଯିବ।

  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ।

  19. ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଦେଇଛନ୍ତି।

  20. ୫ମ ଥର ପାଇଁ ଚେନ୍ନଇକୁ ଆଇପିଏଲ ବିଜେତା କରିବା ନେଇ ଧୋନି ଆଉ ମାତ୍ର ଗୋଟିଏ ବିଜୟଠାରୁ ଦୂରରେ ରହିଛନ୍ତି। ଚେନ୍ନଇ ସୁପରକିଙ୍ଗ୍‌ସର ଏହି ସଫଳ ଅଧିନାୟକ ଚଳିତ ଆଇପିଏଲର ଫାଇନାଲ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି। ଏପରିକି ୨୯ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲ-୧୬ ଫାଇନାଲ ପରେ ଧୋନି ଅବସର ନେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ  website ର ସାହାଯ୍ୟ  ନିଆ ଯାଇଛି , ଯଦି  କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି  ରହି ଯାଏ   ସେଥି ପାଇଁ ମୁଁ ଦାୟୀ ନୁହେଁ ।

 

440 Y
1620 25-05-2023 English
  1. Through technology, we are trying to take justice to every home. Under E courts phase three, Rs 7,000 crore has been provided by the government of India. Through technology, judicial work can be linked with common life said  DY Chandrachuda, Chief Justice of India

  2. The Hanke’s Annual Misery Index (HAMI) 2022 list of the world’s most miserable countries is released. As per the index, Zimbabwe has topped the list of world’s most miserable country.

  3. Gross foreign direct investment (FDI) flows, for the first time in a decade, declined on an annual basis in 2022- 23 to $71 billion mainly due to a slowdown in the global economy, according to the RBI data.

  4. Prime Minister Narendra Modi today virtually flagged off the indigenously-built Vande Bharat Express that connects Dehradun with New Delhi.

  5. The new Congress government in Karnataka is all set to remove the ban on hijab in the state, sources said Wednesday.

  6. The Board of Secondary Education (BSE), Odisha announced Wednesday that it has decided to do away with the summative assessment (SA) system that was in place due to the outbreak of Covid-19. It said that it will reintroduce the pre-pandemic mode of holding a single annual examination for Class X students from this academic session.

  7. The supplementary examination for Class X (Matriculation) in Odisha will begin July 3, BSE president Ramashis Hazra said Wednesday.

  8. Bhubneswar , A 34-yearold man was hacked to death by four persons over past enmity at GED slum in Unit-I locality under Capital police station limits here, Wednesday.

  9. Amid speculation about early elections in the state, all the three prominent political parties – BJD, BJP and Congress – have maintained that they are prepared to face an early fight.

  10. The Biju Janata Dal (BJD) Wednesday said it will take part in the inauguration of the new Parliament building (Central Vista) May 28, even as 19 Opposition parties, including the Congress, decided to boycott the event.

  11. The Cooperation department decided to initiate a drive for collection of loans advanced by Primary Agricultural Credit Societies and Large Area Multipurpose Cooperative Societies (PACS/LAMPCS) and co-operative central banks DCCBs from May 25 to June 25.

  12. The Union Health Ministry is planning to launch a 60-day pan India campaign on the theme ‘tobacco-free youth’ May 31 which will focus on taking steps to prevent initiation of tobacco use among youngsters and assisting users to quit.

  13. The Shri Ram Janmabhoomi Tirath Kshetra Trust has decided to form a team of language experts. These experts will have the knowledge of not just Indian but foreign languages as well to address queries of devotees coming to the Ram temple from across the country and abroad.

  14. Some bank branches ran out of cash and temporarily halted the exchange of withdrawn `2000 currency notes as they awaited replenishment of supply from the currency chest on the second day of note swap Wednesday.

  15. Describing himself as an “annoying skipper,” MS Dhoni said months of intense preparation for the IPL has taken a “heavy toll” on him and that he would take a call on his retirement in eight to nine months.

  16. India has recorded 535 new coronavirus infections, while the active cases have decreased to 6,168 from 6,591, according to the Union Health Ministry data updated on Thursday.

  17. President Droupadi Murmu praised the Chief Justice Of India, DY Chandrachud, for delivering his address in Hindi during the inauguration of the new Jharkhand High Court building.

  18. Delhi Chief Minister and Aam Aadmi Party (AAP) national convenor Arvind Kejriwal will meet Nationalist Congress Party president Sharad Pawar in Mumbai on Thursday.

  19. The Delhi government has moved the Supreme Court against an order of the National Green Tribunal naming Lieutenant Governor V K Saxena as the chairperson of the High-Level Committee (HLC) on Yamuna.

  20. The Enforcement Directorate (ED) on Wednesday said it detected illegal foreign remittances of about ₹ 4,000 crore after it carried out multi-state raids against foreign-registered online gaming websites and companies.

470 Y