-
1.ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ନେବା ସହିତ ଡରମେଟ୍ରି, ୱେଟିଂ ରୁମ୍, କ୍ଲକ୍ ରୁମ୍ ଏବଂ ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ଜିଏସ୍ଟିରୁ ବାଦ ଦିଆଯାଇଛି। ବର୍ତ୍ତମାନ ଏଭଳି ସୁବିଧା ଉପରେ କୌଣସି ଜିଏସ୍ଟି ରହିବ ନାହିଁ।
-
2.ଭାରତୀୟ ମୂଳବାସିନ୍ଦା ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସ୍ବିଜରଲାଣ୍ଡ କୋର୍ଟ ଦ୍ୱାରା ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା
-
3.ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଖୁବ୍ଶୀଘ୍ର ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଗଣତିମଣତି କାର୍ଯ୍ୟ ଦିନେ କିମ୍ବା ୨ଦିନର ନୁହେଁ। ପୁର୍ବ ଥର ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଅଧିକ ଦିନ ଲାଗିବ ।
-
4.ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।
-
5.ଛୋଟ ଟିକସଦାତାଙ୍କୁ ଲାଭ ଦେବା ପାଇଁ ଜିଏସ୍ଟିଆର ୪ ଦାଖଲ କରିବାର ସମୟସୀମା ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ଜିଏସ୍ଟିଆର-୧ ରେ ପରିବର୍ତ୍ତନ ଆଣିବା ପାଇଁ ସୁବିଧା ଆରମ୍ଭ କରାଯାଇଛି । ଜିଏସ୍ଟିଆର-୧ ଏ ନାମରେ ନୂଆ ଫର୍ମ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
-
6.ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଇଥିବା ବିଶିଷ୍ଟ ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ଶନିବାର ସକାଳେ ୮୬ ବର୍ଷ ବୟସରେ ପରଲୋକ ଘଟିଛି।
-
7.ନିଟ୍-ୟୁଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ରବି ଅତ୍ରୀକୁ ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଗିରଫ କରିଛି।
-
8.ନିଟ୍ (ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା) ଏବଂ ୟୁଜିସି ନେଟ୍ ବିବାଦ ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବଚ୍ଛ, ସହଜ ଓ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବାପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।
-
9.କେନ୍ଦ୍ର ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
-
10.ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅଭିନେତା ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର କରିଥିବା କହିଛନ୍ତି।
-
11.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୱାଇଏସଆର କଂଗ୍ରେସ ପାର୍ଟିର ଏକ ନିର୍ମାଣାଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଗୁଣ୍ଟୁର ଜିଲାର ତାଡେପଲ୍ଲୀ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା
-
12.ମହାକାଶରୁ ଫେରିପାରୁ ନାହାନ୍ତି ସୁନୀତା ୱିଲିୟମ୍ସ। ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବତରଣ କରିଥିଲେ।
-
13.ସରକାର ଆପଣଙ୍କର ସଉକରୁ ହିଁ ଅତିରିକ୍ତ ଆୟ କରୁଛନ୍ତି । ଏହି ପରିମାଣ ମଧ୍ୟ ଅଳ୍ପ ନୁହେଁ। ସରକାର ଏଥିରୁ ୭୦,୦୦୦କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥନୀତିର ଭାଷାରେ କହିଲେ, ସରକାର ଆପଣଙ୍କର ‘ହବି’ରୁ ଅତିରିକ୍ତ ଟ୍ୟାକ୍ସ ଉପାର୍ଜନ କରୁଛନ୍ତି। ଯାହାକୁ ସିନ ଟ୍ୟାକ୍ସ କୁହାଯାଏ।
-
14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମ୍ପର୍କୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧଗୁଡ଼ିକର ତୁରନ୍ତ ସୁଦୃଢ଼ୀକରଣ କରାଇବା ସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
-
15.ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି।