-
1.ଆଜି ଠାରୁ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ କରାଯିବ।
-
2.ନିଟ୍ ଓ ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ବିହାର ପୁଲିସର ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) କହିଛି ଯେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ନିଟ୍-ୟୁଜି ପ୍ରଶ୍ନପତ୍ର ବକ୍ସର ଡିଜିଟାଲ୍ ଲକ୍ ଖରାପ ହୋଇଯାଇଥିବାରୁ ଏହାକୁ ମାନୁଆଲ ପ୍ରକ୍ରିୟାରେ ଖୋଲାଯାଇଥିଲା ଏବଂ ଏଥିପାଇଁ ପରୀକ୍ଷା ବିଳମ୍ବ ହୋଇଥିଲା।
-
3.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟଙ୍କ ଜାମିନ ସ୍ଥଗିତାଦେଶକୁ ବିରୋଧ କରି ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
-
4.ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଓ ତାଇୱାନ୍ ମଧ୍ୟରେ ଭୀଷଣ ତିକ୍ତତା ରହିଛି। ଗୋଟିଏ ପଟେ ତାଇୱାନ୍ର ସ୍ବାଧୀନତା ନିମନ୍ତେ ଆମେରିକା ସମେତ ଅନ୍ୟ ରାଷ୍ଟ୍ର ସମର୍ଥନ ଦେଉଥିବା ବେଳେ ଅନ୍ୟପଟେ ଚୀନ୍ ବିନାଯୁଦ୍ଧରେ ତାଇୱାନ୍ ଦଖଲ କରିବା ଯୋଜନାରେ କାର୍ଯ୍ୟ କରୁଛି।
-
5.ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ସାରା ଦେଶରେ କେତେକ ପରୀକ୍ଷାର୍ଥୀଙ୍କ ଫଳାଫଳକୁ ଅଟକାଇ ଦିଆଯାଇଛି । ଏହା ସହିତ ଗ୍ରେସ ମାର୍କ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି ।
-
6.ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ ।
-
7.ସାରା ଦେଶରେ ଚହଳ ପକାଇଥିବା ପ୍ରଜ୍ବଳ ରେଭନ୍ନା ଯୌନ କେଳେଙ୍କାରୀ ମାମଲାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହୋଇଛି । ପ୍ରଜ୍ବଳର ବଡ଼ଭାଇ ସୁରଜ ରେଭନ୍ନା ମଧ୍ୟ ଏକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହୋଇଛି ।
-
8.ଭାରତରେ ଡାକ୍ତରୀ ପାଠପଢ଼ା ଏତେ ବ୍ୟୟବହୁଳ ହୋଇପଡ଼ିଛି ଯେ କମ୍ ଖର୍ଚ୍ଚରେ ଡାକ୍ତର ହେବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାକୁ ବିଦେଶ ଯାଉଛନ୍ତି। ଭାରତୀୟ ଛାତ୍ରଛାତ୍ରୀମାନେ ରୁଷିଆ, କିରଗିଜସ୍ତାନ, କଜାଖସ୍ତାନ, ଫିଲିପାଇନ୍ସ ଓ ବାଂଲାଦେଶରେ କମ୍ ଖର୍ଚ୍ଚରେ ଡାକ୍ତରୀ ପଢ଼ିବା ଲାଗି ଯାଉଛନ୍ତି। ୨୦୧୯ରେ ୩୪୩୮ ଛାତ୍ରଛାତ୍ରୀ ଡାକ୍ତରୀ ପାଠପଢ଼ିବାକୁ ବିଦେଶ ଯାଇଥିଲେ
-
9.ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ଜିଏସ୍ଟି ଲାଗୁ ହେଲେ ଏହାର ମୂଲ୍ୟ ଲିଟର ପିଛା ପାଖାପାଖି ୨୦ ଟଙ୍କା କମିଯିବା ସମ୍ଭାବନା ରହିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲର ମୂଲ୍ୟ ୯୪ ଟଙ୍କା ୭୨ ପଇସା ରହିଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆକାରରେ ୩୫ ଟଙ୍କା ୨୯ ପଇସା ଆଦାୟ କରୁଛନ୍ତି।
-
10 କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ମେସିନ ଆଣ୍ଡ୍ ଟୁଲ୍ସ (ଏଚ୍ଏମ୍ଟି)ର ପୂର୍ବ ଗୌରବ ଫେରିବ। ମୋଦୀ ୩.୦ ସରକାରଙ୍କ ଅମଳରେ ଏହି କାର୍ଯ୍ୟ କରାଯିବ। ଗୋଟିଏ ସମୟରେ ଏଚ୍ଏମ୍ଟିର ଦବ୍ଦବା ବଜାରରେ ରହିଥିଲା।
-
11.ଆକାଶ ଆନନ୍ଦ ପୁଣି ଥରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ହୋଇଛନ୍ତି। ରବିବାର ଲକ୍ଷ୍ନୌରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
12.ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଡିସି ପଟ୍ଟା ପାଇଥିବା ହୀରାକୁଦ ବିସ୍ଥାପିତ ବୁଡ଼ି ଅଞ୍ଚଳବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳିବ ।
-
13.ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ, ଡିଜିଟାଲ ନ୍ୟୁଜ୍ ଆଉଟ୍ଲେଟ୍ ଏବଂ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ମତମନ୍ତବ୍ୟ ଦେବାକୁ ବାବୁମାନଙ୍କୁ ବାରଣ କରିଛନ୍ତି।
-
14.ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
-
15.ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର ଶିଭନ ଜିଲିସ। ବ୍ଲୁମବର୍ଗ ସାମ୍ବାଦିକମାନେ ଏହି ଖବରକୁ ପର୍ଦ୍ଦାଫାଶ କରିଛନ୍ତି। ବ୍ଲୁମବର୍ଗ ଅନୁଯାୟୀ, ଏଲନ ମସ୍କ ଅତି କମରେ ୧୨ଟି ସନ୍ତାନର ପିତା।
-
16.ସମ୍ପ୍ରତି ପ୍ଲାଷ୍ଟିକ୍ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି।
-
17.ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଡେଜିସ୍ତାନର ଗଭର୍ନର କହିଛନ୍ତି, ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୋଲିସ ଏବଂ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
-
18.ହିସ୍ଲୋପ ନାମ୍ନୀ ଏହି ୧୦୫ ବର୍ଷୀୟା ଆମେରିକୀୟ ମହିଳା ନାମ ଲେଖାଇବାର ଦୀର୍ଘ ୮୪ ବର୍ଷ ପରେ ‘ଷ୍ଟାନ୍ଫୋର୍ଡ ଗ୍ରାଜୁଏଟ ସ୍କୁଲ୍ ଅଫ୍ ଏଜୁକେଶନ(ଜିଏସ୍ଇ)’ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୪୦ରେ ‘ଷ୍ଟାନ୍ଫୋର୍ଡ ଜିଏସ୍ଇ’ର ଶିକ୍ଷା ବିଭାଗରେ ନାମ ଲେଖାଇବା ସହ ଠିକ୍ ସମୟରେ ନିଜ କୋର୍ସ ମଧ୍ୟ ପୂରା କରିଥିଲେ।
-
19.ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଗୌତମ ଆଦାନୀ ୯.୨୬ କୋଟି ଟଙ୍କା ପ୍ୟାକେଜ ପାଇଛନ୍ତି।.
-
20.ମହାକାଶରୁ ଭୂପୃଷ୍ଠକୁ କିପରି ଫେରିବେ ଭାରତୀୟ ମହାକାଶଚାରୀ? ଏଥିପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଯାଇଥିବା ରି-ୟୁଜେବଲ୍ ବା ପୁନଃ ବ୍ୟବହାରକ୍ଷମ ଲଞ୍ଚ୍ ଭେହିକିଲର ସଫଳ ପରୀକ୍ଷଣ କରିଛି ଇସ୍ରୋ।