-
1.ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍ ଓ୍ବିଲ୍ ବି ଗର୍ଲସ୍’ ଫିଲ୍ମ ସୋମବାର ଆମେରିକାର ଲସ୍ ଏଞ୍ଜେଲସ୍ରେ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଏଲ୍ଏ)ରେ ସମ୍ମାନଜନକ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଛି।
-
2.ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ।
-
3.ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ଖବର ହେଡଲାଇନରୁ ଅଦୃଶ୍ୟ ହୋଇଥାଇପାରେ, କିନ୍ତୁ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଏକ ଆମେରିକୀୟ ରିପୋର୍ଟରେ ଏହି ଦାବି କରାଯାଇଛି।
-
4.ନିଟ ୟୁଜି ପେପର ଲିକ ବିବାଦକୁ ନେଇ ଏକ ବଡ ଅପଡେଟ ଆସିଛି। ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ।
-
5.ଜୁଲାଇ ୫ ତାରିଖରେ ଲୋକସଭା ସଦସ୍ୟ ଭାବେ ଶପଥ ନେବାକୁ କଶ୍ମୀର ନେତା ଶେଖ୍ ଅବଦୁଲ ରସିଦଙ୍କୁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଦୁଇ ଘଣ୍ଟିଆ ପ୍ୟାରୋଲ ପ୍ରଦାନ କରିଛନ୍ତି।
-
6.ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି
-
7.ମଙ୍ଗଳବାର ଭାରତର ଶେୟାର ମାର୍କେଟ୍ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସ ୮୦ ହଜାର ପଏଣ୍ଟ ପାର କରି ଇତିହାସ ରଚିଛି ।
-
8.ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।
-
9.ଉତ୍ତରପ୍ରଦେଶର ହାଥ୍ରସରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୧୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ତେବେ ଏହି ସତସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି ।
-
10.ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
-
11.ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜରେ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଜାରି ରହିବ। ଏନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏଲ୍ଏଲ୍ଏମ୍ ପାଠ୍ୟକ୍ରମକୁ ହଟାଇ ଦିଆଯାଇଥିଲା, ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
-
12.ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁନ୍ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୨୭ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ମାତ୍ର ୧୬୮.୮ ମିଲିମିଟର। ଆଧାରୁ ଅଧିକ ଜିଲାରେ ଏବେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଇ ଗତିକରୁଛି।
-
13.ଭାରତରେ ୫୫୦ ମିଲିୟନରୁ ଅଧିକ ହ୍ବାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି। ଯଦି ହ୍ବାଟ୍ସଆପ୍ କୌଣସି ଆକାଉଣ୍ଟ ବିଷୟରେ ଅଭିଯୋଗ ପାଏ, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ଏହା ବାଧ୍ୟତାମୂଳକ ନୁହେଁ ଯେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ସ୍ଵରୂପ କେବଳ ଆକାଉଣ୍ଟ ବ୍ୟାନ୍ କରିବ।
-
14.ଆସନ୍ତା ୬ତାରିଖ ବେଳକୁ ଏକ ନିମ୍ନଚାପ ରେଖା ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର।
-
15.କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଅଭିଜ୍ଞ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ଏକ ବଡ଼ ଦାୟିତ୍ଵ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମେଣ୍ଟର ତଥା ବ୍ୟାଟିଂ ପ୍ରଶିକ୍ଷକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି।