-
1.ବିଶ୍ବରେ କରୋନାର ପ୍ରାଦୁର୍ଭାବ ରହିଛି। ପ୍ରତି ସପ୍ତାହରେ କରୋନାରେ ୧୭୦୦ ଲୋକଙ୍କ ଜୀବନହାନି ଘଟୁଛି। କରୋନା ଭୂତାଣୁର ଏଚ୍୫ଏନ୍୧ ପ୍ରକରଣ ଅଧିକ ଘାତକ ହୋଇରହିଛି।
-
2.ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଶୁକ୍ରବାର ସଂସଦୀୟ ଆସ୍ଥା ଭୋଟରେ ପରାଜିତ ହେବା ପରେ ୨୦ ମାସର ଅସ୍ଥିର କାର୍ଯ୍ୟକାଳର ଅନ୍ତ ଘଟିଛି।
-
3.ମିଳିତ ଜାତିସଂଘ ପକ୍ଷରୁ ଗୁରୁବାର ପ୍ରକାଶିତ ଆକଳନ ଅନୁଯାୟୀ, ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟାରେ ହ୍ରାସ ଘଟି ଏହା ୧୫୦ କୋଟି ହେବ, ଯାହା ଚୀନ୍ର ଜନସଂଖ୍ୟା ତୁଳନାରେ ଦୁଇଗୁଣରୁ ଅଧିକ ହେବ।
-
4.ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଛନ୍ତି।
-
5.ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି।
-
6.ମନୁସ୍ମୃତିକୁ ଆଇନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଜି ପ୍ରତ୍ୟାଖ୍ୟାନ କରିଛି।
-
7.ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୫.୨ ବିଲିୟନ ଡଲାର ବୃଦ୍ଧି ପାଇ ୬୫୭.୧୬ ବିଲିୟନ ଡଲାରରେ ପହଞ୍ଚିଛି। ଗତ ମାସ ୭ ତାରିଖରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୫.୮ ବିଲିୟନ ଡଲାରର ରେକର୍ଡ ସ୍ଥର ଛୁଇଁଥିଲା।
-
8.ଅମ୍ବାନୀ ପରିବାର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେହିପରି ଅନନ୍ତ ଓ ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବର ମୋଟ୍ ଖର୍ଚ୍ଚ ପ୍ରାୟ ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଦ୍ଵିତୀୟ ପ୍ରାକ୍ ବିବାହ ଉତ୍ସବରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ତେବେ ଅମ୍ବାନୀ ପରିବାର ଅନନ୍ତଙ୍କ ବିବାହରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
-
9.ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ହେଲେ ସିବିଆଇ ମାମଲାରେ ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ ।
-
10.ନେପାଳର ପୋଖଡାରେ ଶୁକ୍ରବାର ହୋଇଥିବା ଏକ ଭୂସ୍ଖଳନରେ ୨ଟି ଯାତ୍ରୀବାହୀ ବସ୍ ଭାସିଯାଇଛି । ନାରାୟଣଘାଟ-ମୁଗଲିଂ ସଡକ ଖଣ୍ଡର ସିମଲତାଲରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ୨ଟି ବସରେ ସମୁଦାୟ ୬୬ ଜଣ ସବାର ଥିଲେ ।
-
11.ରାଜସ୍ଥାନର ଏକ ଘରୋଇ ବିଶ୍ୱବିଦ୍ୟାଳୟ ୨୦୧୩ରୁ ଅଦ୍ୟାବଧି ୪୩,୪୦୯ ପିଲାଙ୍କୁ ଜାଲ୍ ଡିଗ୍ରୀ ପ୍ରମାଣପତ୍ର ଜାରି କରିଛି।
-
12.ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଜଣେ ଏଏସ୍ଓ ଅଭିଯୋଗ ଆରିଛନ୍ତି। ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
-
13.ଓଡିଶା ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
-
14.ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଜାତି ରାଜନୀତି ନେଇ କ୍ରୋଧିତ ହୋଇଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ରରେ ଜାତିବାଦ ରାଜନୀତି ଚାଲିଛି। ମୁଁ ଜାତିବାଦରେ ବିଶ୍ୱାସ କରେ ନାହିଁ । ଯିଏ ଜାତି ବିଷୟରେ କହିବ ମୁଁ ତାଙ୍କୁ ଗୋଇଠା ମାରିବି।
-
15.ଅଧିକରୁ ଅଧିକ ଭାରତୀୟ ବିଦେଶରେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁଜରାଟର ଲୋକମାନେ ଭାରତକୁ ଆଉ ପସନ୍ଦ କରୁ ନାହାନ୍ତି। ଗତ ଏକ ବର୍ଷ ମଧ୍ୟରେ ଗୁଜରାଟର ଭାରତୀୟ ନାଗରିକତ୍ୱ ତ୍ୟାଗ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।