-
1. ଦିଲ୍ଲୀରେ ଘଟିଛି ଆଉ ଏକ ଅଘଟଣ। ଇଷ୍ଟ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲ୍ଡିଂ ଟି ହୁତ୍ହୁତ୍ ହୋଇ ଜଳିବାକୁ ଲାଗିଲା। ଅଗ୍ନିଶମବାହିନୀ ପହଞ୍ଚି ୧୧ଜଣ ଶିଶୁଙ୍କୁ ଉଦ୍ଧାର କରିଥିବାବେଳେ ୬ ଜଣ ଶିଶୁ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
-
2.ଓଡିଶାରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ପ୍ରତିଶତ ମତଦାନ ହୋଇଥିବା ସିଇଓଙ୍କ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ଵରରେ ୬୦.୪ ପ୍ରତିଶତ ଭୋଟ୍ଗ୍ରହଣ ହୋଇଛି।
-
3.ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଇଭିଏମ୍ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା କାରାଗାରକୁ ପଠାଇ ଦିଆଯାଇଛି।
-
4.ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁମ୍ରୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି।
-
5.ତୃତୀୟ ଥର ଜିତିବାର ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ। ମୋଦୀ ଏକ ସାକ୍ଷାତ୍କାରରେ କହିଛନ୍ତି କି ତାଙ୍କୁ ଈଶ୍ବର ଏକ ଉଦ୍ଦେଶ୍ୟରେ ବାଛିଛନ୍ତି ଏବଂ ସେହି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ।
-
6.ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ସକାଳୁ କିଛି ଦୁର୍ବୃତ୍ତ ଏଠାକାର ଜଣେ ଆଇଏଏସ୍ ଅଧିକାରୀଙ୍କ ଘରେ ପଶି ଲୁଟ୍ କରିବା ସହ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
-
7.୫ ମାସ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଉତ୍କଟ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ତ୍ରିପୁରାର ଧଲାଇ ଜିଲ୍ଲାର ଜଣେ ଆଦିବାସୀ ମହିଳା ତାଙ୍କର ନବଜାତ ଶିଶୁକୁ ୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି।
-
8.ଅଭିନେତ୍ରୀ ଅନସୂୟା ସେନଗୁପ୍ତା ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଚଳଚ୍ଚିତ୍ର ସମାରୋହରେ ‘ଅନ୍ ସର୍ଟେନ୍ ରିଗାର୍ଡ’ ବିଭାଗରେ ଶ୍ରେଷ୍ଠ ଅଭିନେତ୍ରୀ
-
9.କୋଲକାତା ବିମାନ ବନ୍ଦର କର୍ତ୍ତୃପକ୍ଷ ବାତ୍ୟା ‘ରେମାଲ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରବିବାର ମଧ୍ୟାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
-
10.ଦେଶର ବିଭିନ୍ନ ଭାଗରେ ଏବେ ପ୍ରବଳ ତାତି ଦେଖାଦେଇଛି। ଏଥିପାଇଁ ଲୋକମାନେ ଅଧିକ ମାତ୍ରାରେ ଏସି ଓ ଅନ୍ୟାନ୍ୟ କୁଲିଂ ସାମଗ୍ରୀ ବ୍ୟବହାର କରୁଛନ୍ତି। ଏଥିଯୋଗୁ ଚଳିତ ଗ୍ରୀଷ୍ମଋତୁରେ ଶୀର୍ଷ ବିଜୁଳି ଚାହିଦା ଶୁକ୍ରବାର ଦିନ ୨୩୯.୯୬ ଗିଗାୱାଟ୍ ଛୁଇଁଛି।
-
11.ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ଆଜି ଭୋଟ୍ ଶେଷ ହୋଇଛି। ଚଳିତ ଥର ଦିଲ୍ଲୀରେ ବିଜେପି ଏବଂ ଆପ୍-କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇଛି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା।
-
12.ଜୁନ୍ ୧ ତାରିଖରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ଭୋଟ୍ ଗ୍ରହଣ ହେବ। ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଂଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ଭୋଟ୍ ଅଛି।
-
13.ଦକ୍ଷିଣ କୋରିଆର ଇଂଚିଅନ୍ରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତା ଷ୍ଟେଜ୍-୨ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତିଛି। କିନ୍ତୁ ହେଲେ ମିଶ୍ରିତ ଭାରତୀୟ ଦଳର ରୌପ୍ୟରେ ସନ୍ତୁଷ୍ଟ ହୋଇଛି।
-
14.ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମ ବାରମ୍ବାର ଭଣ୍ଡୁର ହେବାରେ ଲାଗିଛି।
-
15.ରବିବାର । ଗୋଟିଏ ଦିନରେ ପ୍ରକାଶ ପାଇବ ମାଟ୍ରିକ୍ ଏବଂ ଯୁକ୍ତଦୁଇ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ୍ ପରୀକ୍ଷାଫଳ ରବିବାର ସକାଳ ୧୦ ଟା ୩୦ରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ।
-
16.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।
-
17.ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି।
-
18.ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି।
-
19.ହରିୟାଣାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜ୍ୟର ଗୁରୁଗ୍ରାମର ବାଦଶାହାପୁର ବିଧାନସଭା ଆସନରୁ ବିଧାୟକ ରାକେଶ ଦୌଲତାବାଦଙ୍କ ହୃଦ୍ଘାତ ରେ ମୃତ୍ୟୁ ଘଟିଛି।
-
20.ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲା ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗେମିଂ ଜୋନ୍ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।