-
1.୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ବୁଧବାର ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍ସାଇଟ୍ରେ ଆବେଦନଫର୍ମ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍ ଭିତରେ ଆବେଦନ କରିପାରିବେ।
-
2.ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
-
3.ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍ଏମ୍ଏସ୍ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
4.ଇନଫୋସିସ ସିଇଓ ସଲିଲ ପାରେଖ କହିଛନ୍ତି ଯେ ଇନଫୋସିସରେ କୌଣସି ଛଟେଇ ହେବ ନାହିଁ।
-
5.୨୦୦୨ରେ ଡେରା ସଚ୍ଚା ସୌଦା ସଂଗଠନର ପୂର୍ବ ପରିଚାଳକ ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା ଘଟଣାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସମେତ ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା। ପଞ୍ଜାବ-ହରିୟାଣା ହାଇକୋର୍ଟ ଉକ୍ତ ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
-
6.ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପରିବାର ବିଶେଷ କରି ତାଙ୍କ ପତ୍ନୀ ତାଙ୍କର ରାଜନୀତିରେ ଯୋଗଦେବାକୁ ଚାହୁଁନାହାନ୍ତି।
-
7.ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି।
-
8.ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ କଂଟ୍ରୋଲ ରୁମରେ ମତଦାନ କେନ୍ଦ୍ରର ଭିଡିଓ ଲାଇଭ ୱେବକାଷ୍ଟିଂକୁ ଦେଖି ହେଉଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ହେଉଛନ୍ତି ୱେବକାଷ୍ଟିଂ ରେକର୍ଡର ରକ୍ଷକ । ତେଣୁ ଏହାର ତୁରନ୍ତ ତଦନ୍ତ କରି ଓ ଘଟଣା ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଇଓ କହିଛନ୍ତି ।
-
9.ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ମୋଦି ୪୮ଘଣ୍ଟା ଯାଏଁ ଧ୍ୟାନ କରିବେ। ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ।
-
10.ଭାରତୀୟ ନିର୍ବାଚନ କମିଶନର ସିଏଓ ର ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ।
-
11.ମଙ୍ଗଳବାର ଭାରତୀୟ ଷ୍ଟକ ବଜାରରେ ଆରମ୍ଭରୁ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ବନ୍ଦ ହେବା ବେଳକୁ ହ୍ରାସ ପରିଲକ୍ଷିତ ହୋଇଛି ।
-
12.କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲ୍କୋ) ୨୦୨୩-୨୪ ଆର୍ଥିକ ବର୍ଷରେ ୨୦୬୦ କୋଟି ଟଙ୍କାର ନିଟ୍ ଲାଭ କରିଛି।
-
13.ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ମଙ୍ଗଳବାର ସୂଚନା ଦେଇଛନ୍ତି।
-
14.ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ଇଣ୍ଡୋନେସିଆକୁ ପରାସ୍ତ କରିଛି।
-
15.ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍ କର୍ନେଟ୍।