-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଅନେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଗରମ ଯୋଗୁଁ ଜୀବନ ହାନି ବିଷୟରେ ଜାଣିବା ଦୁଃଖଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି।
-
2.ଦୁଇଟି ରାଜ୍ୟ ଆସାମ ଓ ମଣିପୁରରେ ଅନେକ ଅଂଚଳ ଜଳମଗ୍ନ ହେବା ସହ ଅତି କମ୍ରେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟାରେ ଆଉ ୮ ଜଣଙ୍କ ମୃତ୍ୟୁ ସୂଚନା ମିଳିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।
-
3.ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆକଳନ ଅନୁଯାୟୀ ବିଜେପି ନେତୃତ୍ୱରେ ଏନ୍ଡିଏ ସରକାର ଗଠନରେ ହାଟ୍ରିକ୍ କରିବା ନିଶ୍ଚିତ ବୋଲି କୁହାଯାଉଛି।ଲୋକସଭାରେ ମୋଟ ୫୪୩ ଟି ଆସନ ରହିଛି ଏବଂ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଦରକାର। ସର୍ଭେ ଅନୁଯାୟୀ ଏନ୍ଡିଏକୁ ୩୫୮, ଇଣ୍ଡି ମେଣ୍ଟକୁ ୧୪୮ ଏବଂ ଅନ୍ୟମାନଙ୍କୁ ୩୭ ଆସନ ମିଳିବାର ସମ୍ଭାବନା ରହିଛି।
-
4.୧୦ଟି ସଟ୍ଟା ବଜାରର ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ବିଜୟକୁ ସୂଚିତ କରୁଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ପୂର୍ବାନୁମାନ କରିଛି।
-
5.ମେ ମାସରେ କେନ୍ଦ୍ର ସରକାର ୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ କରିଛନ୍ତି। ଏପ୍ରିଲ ମାସରେ ଆଦାୟ ହୋଇଥିବା ରେକର୍ଡ ୨.୧ ଲକ୍ଷ କୋଟି ଟଙ୍କା ଠାରୁ ଏହା କମ୍ ହୋଇଥିଲେ ମଧ୍ୟ ଗତବର୍ଷର ମେ ମାସ ତୁଳନାରେ ଏହା ପ୍ରାୟ ୧୦ ପ୍ରତିଶତ ଅଧିକ।
-
6.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତିର ପରିଚୟ ହାସଲ କରିଛନ୍ତି।
-
7.ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ।
-
8.ଟିମ୍ ଇଣ୍ଡିଆର ଭେଟେରାନ୍ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି।
-
9.ଓଡ଼ିଶାର ଅନେକ ଅଞ୍ଚଳରେ ହିଟ୍ଓ୍ବେଭ୍ ଜାରି ରହିଛି। ଆଇଏମଡି ସୂଚନା ଅନୁଯାୟୀ, “ଆଗାମୀ ଦିନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ଏବଂ ଏହା ପରେ ଓଡ଼ିଶାର ଅନେକ ଜିଲାରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ।”
-
10.ପୁରୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଏପରି ଘଟଣା ଦେଖିବାକୁ ମିଳିଛି। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।
-
11.କେରଳରେ ପ୍ରବଳ ବର୍ଷା ଜାରି ରହିଛି। ତ୍ରିସୁର, ମାଲାପୁରମ୍ ଓ କୋଝିକୋଡ଼ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଇଡୁକ୍କି, ପାଲକ୍କଡ ଓ ୱାୟନାଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଲାପୁଜା, କୋଟ୍ଟାୟମ, ଏର୍ଣ୍ଣାକୁଲମ୍, ପଥାନମଥିଟ୍ଟା, କନ୍ନୁର ଏବଂ କାସରଗୋଡ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
-
12।ଆଫଗାନିସ୍ତାନର ପୂର୍ବ ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ନଦୀରେ ବୁଡ଼ି ଯିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି।
-
13।ରାଉରକେଲାରେ ଗ୍ରୀଷ୍ମପ୍ରବାହ ଜନିତ ଅସ୍ବାଭାବିକ ମୃତ୍ୟୁ ଘଟଣାରେ ରୋକ୍ ଲାଗିପାରୁନାହିଁ। ଗତ ରାତିରୁ ଶନିବାର ସନ୍ଧ୍ୟା ସୁଦ୍ଧା ପୁଣି ୧୦ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ତିନି ଦିନରେ ମୋଟ୍ ୩୨ଜଣ ଆଖି ବୁଜିଛନ୍ତି।
-
14।ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ନିର୍ବାଚନ ଆସିଛି ଫଳାଫଳ। ଏ ଦୁଇ ରାଜ୍ୟରେ ଆଜି ଭୋଟ୍ ଗଣତି ଚାଲିଛି।ସିକ୍କିମରେ ଶାସକ SKM ୨୭, SDF ୧ ଓ ବିଜେପି ୧ ଆସନରେ ଆଗୁଆ ଅଛି।
-
15।ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣ ଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ରହିଛି।