-
1.ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ହାର ତୁଳନାରେ ପଛରେ ପଡ଼ିଛି। ଜାତୀୟସ୍ତରରେ ଗ୍ରାମାଞ୍ଚଳରେ ଗୋଟିଏ ପରିବାରର ମାସିକ ହାରାହାରି ଖର୍ଚ୍ଚ ୩୭୭୩ ଟଙ୍କା ରହିଛି। ଅନ୍ୟପକ୍ଷରେ ଦେଶରେ ସହରାଞ୍ଚଳରେ ପରିବାରର ହାରାହାରି ମାସିକ ଖର୍ଚ୍ଚ ୬୪୫୯ ଟଙ୍କା ଅଛି।
-
2.ମେ ମାସରେ ଭାରତ ବିଶ୍ଵରେ ତୃତୀୟ ସର୍ବାଧିକ ସୁନା କିଣିଛି। ଆଲୋଚ୍ୟ ମାସରେ ଭାରତ ୭୨୨ କୋଟି ଟଙ୍କାର ସୁନା କ୍ରୟ କରିଛି। ପରିମାଣ ହିସାବରେ ଦେଖିଲେ ଏହା ୪୫.୯ ଟନ। ଭାରତ ତୁଳନାରେ ବିଶ୍ବର ଦୁଇଟି ଦେଶ ଅଧିକ ସୁନା କିଣିଛନ୍ତି। ସେମାନେ ହେଲେ ସ୍ବିଜରଲ୍ୟାଣ୍ଡ ଏବଂ ଚୀନ। ସ୍ବିଜରଲାଣ୍ଡ ମେ ମାସରେ ସର୍ବାଧିକ ୩୧୨.୪ ଟନ ସୁନା କିଣିଛି।
-
3.ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ନୁହେଁ, ୭.୨ ପ୍ରତିଶତ ହେବ।
-
4.ଭାରତୀୟ ଗଣମାଧ୍ୟମର ପ୍ରଖ୍ୟାତ ବ୍ୟକ୍ତିତ୍ବ ତଥା ଇନାଡୁ ଓ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଆଜି ହାଇଦ୍ରାବାଦରେ ଦେହାନ୍ତ ହୋଇଯାଇଛି।
-
5.୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଦାବି କରିଛନ୍ତି ଯେ ବିଜେପିର ପ୍ରଥମ ଅପରେସନ ଲୋଟସ୍ ୱାଇଏସଆରସିପିରେ ହେବ।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
-
7.ରବିବାର (ଜୁନ ୯)ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରାଯାଇଛି।
-
8.ସାମୁଦ୍ରିକ ଝଡ଼ ‘ରେମାଲ’ ସୃଷ୍ଟି ହେବାଠାରୁ ସ୍ଥାନୀୟ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି l ତେଣୁ ଉଚ୍ଚ ଲହଡି ମାଡ଼ ହେବା ଫଳରେ ଋଷିକୁଲ୍ୟା ବେଳାଭୂମି ସାମୁଦ୍ରିକ କଇଁଚ ଅଲିଭ୍ ରିଡଲେଙ୍କ ବିସ୍ତୀର୍ଣ୍ଣ ଗଣ ଅଣ୍ଡାଦାନ ସ୍ଥଳ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଭୌଗୋଳିକ ପରିବେଶ ପରିବର୍ତ୍ତନ ହୋଇଛି।
-
9.ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି। ଜିରିବାମ ଜିଲାରେ କେତେଜଣ ଉଗ୍ରବାଦୀ ଗୋଟିଏ ପୋଲିସ ଆଉଟ୍ପୋଷ୍ଟ ସହ ଅନେକ ଘର ଜାଳିଦେଇଛନ୍ତି। ଉଗ୍ରବାଦୀମାନେ ଜିଲାର ୭୦ରୁ ଅଧିକ ଘରେ ନିଆଁ ଲଗାଇଦେଇଥିବା ପୋଲିସ ସୂଚନା ଦେଇଛି।
-
10.ଶନିବାର ସନ୍ଧ୍ୟାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍ପିଙ୍କ ବୈଠକରେ ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିଜର ପଦବୀ ବଜାୟ ରଖିବାକୁ ଯାଉଛନ୍ତି।
-
11.ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି।
-
12.ଭାରତୀୟ ମହିଳା କୁସ୍ତିଯୋଦ୍ଧା ଅଂଶୁ ମଲିକ ଏଠାରେ ଚାଲିଥିବା ବୁଦାପେଷ୍ଟ ର଼୍ୟାଙ୍କିଙ୍ଗ ସିରିଜ ୫୭ କାଟେଗୋରିରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।
-
13.କଟକ ବଡ଼ ଡାକ୍ତରଖାନାରୁ ଆଜି ଭୋରରେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ୧୧ ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ।
-
14.ଲଣ୍ଡନରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତୀୟ ମହିଳା ହକି ଦଳ ଜର୍ମାନୀଠାରୁ ୨-୪ ଗୋଲରେ ପରାସ୍ତ ହୋଇଛି।
-
15.ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ୍ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି।