Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1651 09-05-2023 Odia
  1. ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର, ୨୦୨୩ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଅତିବଡି ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଏହା ସହିତ ୩ ବର୍ଷ ପାଇଁ ୪୫ଜଣ ବରିଷ୍ଠ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।

  2. ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

  3. ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି।

  4. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ।

  5. କିଙ୍ଗ ଚାଲର୍‌ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍‌ରେ ରବିବାର ଭୋଜିର ଆୟୋଜନ କରିଥିଲେ।

  6. କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍‌କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି।

  7. ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି।ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

  8. ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

  9. ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି।ବର୍ତ୍ତମାନ ଆମ ପାଖରେ ଡି.ଓ୍ବାଇ ଚନ୍ଦ୍ରଚୂଡ ଭାରତର ପ୍ରଧାନ ବିଚାରପତି ଭାବରେ ଅଛନ୍ତି, ଯାହାର ଅଭିଜ୍ଞତା, ପ୍ରତିବଦ୍ଧତାଏବଂ ପ୍ରତିଭାର ଅଭାବ ନାହିଁ।

  10. ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍‌)ର ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା ଆଇଏଏଫ୍‌ କହିଛି।

  11. ୪ ବର୍ଷ ପରେ ଅର୍ଥାତ ୨୦୨୭ ସୁଦ୍ଧା ଦେଶରେ ବନ୍ଦ ହୋଇପାରେ ସମସ୍ତ ପ୍ରକାରର ଡିଜେଲ ଚାଲିତ କାର୍‌। ଡିଜେଲ ଚାଲିତ କାର୍‌ଗୁଡ଼ିକ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ତୈଳ ମନ୍ତ୍ରଣାଳୟର ଗୋଟିଏ ପ୍ୟାନେଲ।

  12. ୫-ଟି ସ୍କୁଲ ରୂପାନ୍ତରଣର ଶେଷ ଦିନରେ ୪ଟି ଜିଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ।

  13. ସାଉଥ୍‌ ଫିଲ୍ମ ‘ପୁଷ୍ପା’ର ଅପୂର୍ବ ସଫଳତା ପରେ ଶୁଟିଂ ହେଉଛି ପାର୍ଟ-୨। ଏହି ଫିଲ୍ମର କିଛି ଅଂଶ ପ୍ରାକୃତିକ ସୌର୍ଯ୍ୟରେ ଭରା ମାଲକାନଗିରି ଶୁଟିଂ ହେବ। ସେଥିପାଇଁ ପୂରା ପ୍ରସ୍ତୁତି କରିଛି ପ୍ରଡକ୍ସନ୍‌ ଟିମ୍‌।

  14. ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଥିବାରୁ ଏଥର ଅଧିକାଂଶ ପାକିସ୍ତାନୀ ନାଗରିକ ହଜ୍ ଯିବା ଯୋଜନାକୁ ବାତିଲ କରିଛନ୍ତି।

  15. ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ, ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆମର ସଂପୂର୍ଣ୍ଣ ଆସ୍ଥା ରହିଛି। ଏହି ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ହସ୍ତକ୍ଷେପ କରିବେ ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।

  16. ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିଥିବା ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କ କହିଛନ୍ତି ଯେ ଟ୍ବିଟରରେ ଦୀର୍ଘବର୍ଷ ଧରି ଅଚଳ ଥିବା ଆକାଉଣ୍ଟ୍‌ଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହେବ।

  17. ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍‌ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍‌ ୯ ମେ ରେ ରିଲିଜ୍‌ ହେବାକୁ ଯାଉଛି।

  18. ସାରା ବିଶ୍ୱରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।

  19. ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି।

  20. ରିଙ୍କୁ ସିଂ ମ୍ୟାଚ୍‌ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍‌ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍‌ ରାଇଡର୍ସ(କେକେଆର୍‌)।

482 Y
1652 09-05-2023 English
  1. Iran hangs two men convicted of blasphemy carrying out death sentences for the crime as executions surge across the Islamic Republic.

  2. After almost five years and 26 sittings, the Supreme Court Monday closed proceedings in a public interest litigation (PIL) which highlighted the difficulties faced by devotees at Srimandir in Puri and sought directions for better management of affairs at the 12th century shrine.

  3. The 117th State Level Single Window Clearance Authority (SLSWCA), chaired by Chief Secretary Pradeep Kumar Jena, Monday approved `2,840.73 crore worth 11 industrial projects that would generate at least 3,721 jobs in Odisha.

  4. Chief Minister Naveen Patnaik Monday inaugurated 335 transformed high schools in four districts, concluding the third phase of state’s ambitious High School Transformation programme.

  5. Chief Minister Naveen Patnaik Monday congratulated Odia film makers for winning awards for their short film at international film festival in Mauritius. Krishna DK and Simanchal Maharaha from Hinjilicut bagged two awards--best documentary short film and best film story writer- for their documentary ‘Adwitiya’ at the Indian Ocean International Film Festival.

  6. West Bengal Chief Minister Mamata Banerjee Monday ordered an immediate ban on the screening of the controversial film 'The Kerala Story' in the state to avoid “any incident of hatred and violence”, a senior state government official said.

  7. Rajasthan Police has booked Manikanta Rathod, a BJP candidate in upcoming Karnataka Assembly poll, and local BJP MLA Madan Dilawar with charges of murder and criminal intimidation for their remarks against Congress leader Mallikarjun Kharge, a senior officer said Monday.

  8. More than 2.7 crore passengers could not travel by train in 2022-23 despite buying tickets because of being waitlisted, according to the response to an RTI query, indicating shortage of trains on busy routes in the country.

  9. All schools for students up to class 8 in Jammu and Kashmir’s Ramban, Doda and Kishtwar districts were closed Monday due to heavy rains, officials said.

  10. Delegates from 10 countries, including host India, will participate in a Youth20 event on climate change to be held at University of Kashmir, Vice Chancellor Prof Neelofar Khan said.

  11. The Centre Monday defended in the Supreme Court the third extension of service granted to Enforcement Directorate chief Sanjay Kumar Mishra, asserting it was due to a peer review being conducted by the Financial Action Task Force (FATF) this year and said he will retire this November.

  12. Concerned over the huge loss of life and property, the Supreme Court Monday asked the Centre and the Manipur government to step up relief and rehabilitation efforts for those hit by ethnic violence in the northeastern state, besides protecting places of worship, many of which were targeted during the mayhem.

  13. Russia launched its biggest swarm of drones for months against Ukraine Monday, the eve of Russia’s May 9 holiday celebrating the defeat of Nazi Germany, which Kyiv marked a day earlier in a symbolic new break with Moscow.

  14. Pakistani authorities are expected to go ahead with its goodwill gesture to release on Friday 199 Indian fishermen arrested for allegedly fishing illegally in the country's waters, despite the death of an Indian civilian who was to be repatriated with them.

  15. Russian investors are flocking to Indian capital markets with three entities in Russia having registered with Sebi as foreign portfolio investors (FPIs) amid sanctions imposed on the nation in response to the war against Ukraine.

457 Y
1653 08-05-2023 Odia
  1. କା‌ଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ ୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫  ଜିଲ୍ଲାଗୁଡିକ ହେଲା ମାଲକନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ।

  2. କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପାର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।

  3. ଓଡ଼ିଶାର ଯୁବକ ଯୁବତୀମାନେ ଡ୍ରୋନ୍‌‌ ପରିଚାଳନାରେ ଦକ୍ଷତା ହାସଲ କରିବେ। ପରିବର୍ତ୍ତିତ ସମୟରେ ଏହା ସେମାନଙ୍କୁ ରୋଜଗାରକ୍ଷମ କରିବ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି।

  4. ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଜଡ଼ିତ ରଖୁଥିବାର ଗୋଟିଏ ପରେ ଗୋଟିଏ ଖବର ଆସୁଛି। କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍‌ ତିଆରି କରିଥିଲେ।

  5. ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ମଦ ଦୁର୍ନୀତି ମାମଲାରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ତଥା ରାୟପୁର ମେୟର ଆଇଜାଦ ଧେବର ଏବଂ ତାଙ୍କ ଭାଇ ଅନୱର ଧେବରଙ୍କୁ ଗତକାଲି ଗିରଫ କରିବା ପରେ ଆଜି ଦୁର୍ନୀତିର ଆକାର ସଂପର୍କରେ ସୂଚନା ଦେଇଛି।

  6. ଦେଶର ପ୍ରଥମ ପଡ୍‌ ଟାକ୍ସି ନୋଏଡାରେ ଚାଲିବ। ଯମୁନା ଏକ୍ସପ୍ରେସ୍‌ୱେ ଶିଳ୍ପ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହେବ। ୨୦୨୪ ଶେଷ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଆଶା କରାଯାଉଛି।

  7. ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏହି ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯେଉଁଥିପାଇଁ ୧୯୮୮ ମସିହାରୁ ଅଦ୍ୟାବଧି ମୋଟ ୪୨ ଜଣ ନିଜର ସାଂସଦ ପଦ ହରାଇଛନ୍ତି।

  8. ଭୁବନେଶ୍ବର ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ।

  9. ଲୋକପ୍ରିୟ ଆଇଫୋନ୍ ନିର୍ମାତା ଆପଲ୍‌ର ସିଇଓ ଟିମ୍‌ କୁକ୍ ଭାରତ ପ୍ରେମରେ ପଡ଼ିଯାଇଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ କଂପାନିର ଦୁଇ ଅଫିସିଆଲ ଷ୍ଟୋର୍‌ ଖୋଲିବା ପରଠାରୁ ସେ ଭାରତକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି।

  10. ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପକୁ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍‌ଆଇପି) ଜରିଆରେ ଆସୁଥିବା ନିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଗତ ଆର୍ଥିକ ବର୍ଷରେ ପରିଲକ୍ଷିତ ହୋଇଛି।

  11. ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ କେବଳ ମହିଳା ମାର୍ଚିଂ ଓ ବ୍ୟାଣ୍ଡ୍‌ କଣ୍ଟିଜେଣ୍ଟଙ୍କୁ ଦେଖିବାକୁ ମିଳିବ।

  12. ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି।

  13. ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସୁପ୍ରିମକୋର୍ଟ କୌଣସି ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ଏହା ସମ୍ପୂର୍ଣ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

  14. ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ପ୍ରାୟ ୬ ଦିନ ହେଲା ଅଶାନ୍ତ ହୋଇପଡ଼ିଛି ମଣିପୁର । ଏହି ରକ୍ତାକ୍ତ ସଂଘର୍ଷରେ ଏ ଯାବତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ବୋଲି ଦାବି ହେଉଛି।

  15. ରବିବାର ଆଇପିଏଲ୍‌ ମ୍ୟାଚ୍‌ର ନାଟକୀୟ ଅନ୍ତଃ ଘଟିଛି। ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦର ଅବ୍‌ଦୁଲ ସମାଦ୍‌ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ଏହ ନୋ’ବଲ୍‌ ଥିବାରୁ ସନ୍‌ରାଇଜର୍ସ ପୁନର୍ଜୀବନ ପାଇଥିଲା। ଶେଷ ବଲ୍‌ରେ ଛକାମାରି ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ସମାଦ୍‌ ସନ୍‌ରାଇଜର୍ସ ଦଳକୁ ୪ ୱିକେଟରେ ରୋମାଞ୍ଚକର ବିଜୟ ଦେଇଛନ୍ତି।

455 Y
1654 08-05-2023 English
  1. Head of the UN’s nuclear watchdog expresses growing anxiety about the safety of the Zaporizhzhia Nuclear Power Plant.

  2. A number of khap panchayats and the protesting wrestlers Sunday issued a 10- day ultimatum to the Central government, demanding action be taken against Wrestling Federation of India (WFI) chief Brij Bhushan Sharan Singh regarding the allegations of sexual harassment against him.

  3. Odia students stuck in conflict-hit Manipur at the Central Agricultural University, Imphal, were Sunday brought back safely after the state government made special arrangements for their evacuation.

  4. The Student Police Cadet (SPC) scheme launched by Odisha Police in January 2019 to inculcate moral values, ethics and discipline in students and make them responsible citizens remains a non-starter.

  5. A cyclonic circulation lies over the southeast Bay of Bengal (BoB) and adjoining south Andaman Sea and under its influence, a low-pressure area is likely to form over the region Monday, the regional centre of India Meteorology Department (IMD) here said, Sunday.

  6. In a drastic shift that is bound to make a statement, next year’s Republic Day Parade here could see all-women marching and band contingents with authorities working on such a proposal for the ceremonial event to be held at Kartavya Path, defence sources said.

  7. The state government Sunday brought back safely 10 Odia students stuck in the conflict-hit Manipur at the Central Agricultural University, Imphal, by making special arrangements for their transport and accommodation. Odisha Paribar director Dilip Routray received the students, who had reached Kolkata from Manipur Saturday night, here at the Biju Patnaik International Airport.

  8.  The state government’s notification regarding the merger of 57 villages under this block in Cuttack district with Cuttack Development Authority (CDA) has heat up politics in the area, a report said

  9. The Tamil Nadu government is planning to distribute coconut oil and groundnut oil through ration shops. As a pilot project, coconut oil and groundnut oil will be distributed from ration shops in Coimbatore, Nilgiris, Tenkasi and Kanniyakumari districts of the state.

  10. The recent disqualification of Rahul Gandhi from Lok Sabha has put the spotlight on provisions of an Act which has been used to removed 42 members from Parliament since 1988, with the 14th Lok Sabha witnessing the ouster of 19 lawmakers in connection with the cash-for-query scam and cross-voting.

  11. Money was "illegally" collected from "every bottle" of liquor sold in Chhattisgarh and evidence of "unprecedented" corruption and laundering of `2,000 crore generated by an alcohol syndicate led by Anwar Dhebar, the elder brother of Raipur Mayor Aijaz Dhebar, has been collected, the ED said Sunday.

  12. One lakh saplings, 90 per cent of them are of willow and poplar species, will be planted in the arid Ladakh region May 17 with an aim to achieve its 85-90 per cent survival rate, volunteers of the plantation drive said Sunday.

  13. The ruling DMK in Tamil Nadu Sunday hit out at the Centre for what it called replacing the national broadcaster’s name ‘All India Radio’ with ‘Akashvani’ and demanded that the Union government restore the name AIR.

  14. In the past two decades, children have become more obese and have developed obesity at a younger age. A 2020 report found that 14.7 million children and adolescents in the US live with obesity.

  15. India’s gold imports, which have a bearing on the current account deficit, dipped 24.15 per cent to $35 billion in 2022- 23 due to global economic uncertainties, according to data from the commerce ministry. Imports of the yellow metal stood at $46.2 billion in 2021-22.

  16. Two civilians were killed after a part of an Air Force MIG-21 Fighter aircraft fell on their home in Rajasthan this morning, officials have said.

  17. The Indian Air Force was closely monitoring a Pakistan International Airlines Boeing 777 jetliner which crossed into the Indian airspace last week after it failed to land at Lahore airport because of heavy rain in the region.

  18. The Supreme Court will on Monday hear a batch of pleas on the Manipur situation including one by a ruling BJP MLA challenging the high court order on the issue of Scheduled Tribe status to the Meitei community.

  19. As many as 94.03 per cent of the over 8 lakh students who appeared for the class 12 exams in Tamil Nadu have passed, the Directorate of Government Examinations (DGE) said on Monday.

  20. The rupee gained 8 paise to 81.70 against the US dollar in early trade on Monday tracking the weakness of the American currency in the overseas market.

472 Y
1655 07-05-2023 Odia
  1. ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

  2. ଓଡ଼ିଶା ହାଇକୋର୍ଟର ପେପରଲେସ କୋର୍ଟ ବ୍ୟବସ୍ଥାକୁ ପ୍ରଶଂସା କରି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଉପନିବେଶ କାଳରେ ଲୋକଙ୍କୁ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡୁଥିଲା । ଏବେ ଅଦାଲତ ଲୋକଙ୍କ ନିକଟରେ ପହଞ୍ଚିପାରୁଛି । ଇ-ଅଦାଲତ ତଥା ପ୍ରଯୁକ୍ତି ବିଦ୍ୟା ପାଇଁ ଏହା ସମ୍ଭବ ହୋଇପାରିଛି । ଏଣୁ ଭର୍ଚୁଆଲ ଅଦାଲତ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରୁଛି ।

  3. ଇ-ଅଦାଲତ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ୭୨୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୩-୨୪ରୁ ୨୦୨୬-୨୭ବର୍ଷ ପାଇଁ ଉପରୋକ୍ତ ଅର୍ଥ ରାଶି ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ପାଇଁ ଖର୍ଚ୍ଚ ହେବ । ୨୦୨୩-୨୪ରେ ୨୦୨୪କୋଟି, ୨୦୨୪-୨୫ରେ ୨୧୦୯କୋଟି,୨୦୨୫-୨୬ରେ ୧୫୨୩କୋଟି ଓ ୨୦୨୬-୨୭ ପାଇଁ ୧୫୫୨କୋଟି ଟଙ୍କା ଇ-ଅଦାଲତ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବା ପାଇଁ ମଂଜୁର ହୋଇଛି ।

  4. ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଂଜ ଜିଲ୍ଲାର ୧୦୦ଟି, ବୌଦ୍ଧ ଜିଲ୍ଲାର ୨୩ଟି ହାଇସ୍କୁଲ ଏବଂ ନବରଙ୍ଗପୁର ଜିଲ୍ଲାର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପଞ୍ଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା।

  5. ମେଡିକାଲ୍‌ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍‌ ୟୁଜି ପ୍ରବେଶିକା ରବିବାର ଅନୁଷ୍ଠିତ ହେବ । ରାଜ୍ୟର ୫୬ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି ।

  6. ଶିକ୍ଷା ଲାଭର କେବେ ବି ଅନ୍ତ ନାହିଁ। ଶିକ୍ଷା ଲାଭ କରିବା କେବେ ବି ସରେ ନାହିଁ । ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନରେ ଏହା କହିଛନ୍ତି।

  7. ଉପନିର୍ବାଚନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ। ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

  8. ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିବାବେଳେ ହଠାତ ବିଜୁଳି ଚାଲିଯାଇଥିଲା । ପ୍ରାୟ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ରଖିଥିଲେ ମହାମହିମ । ଏହାକୁ ନେଇ ସେଠାରେ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା ।

  9. ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ୫-ଟି ରୂପାନ୍ତର ସଂପର୍କରେ ବୁଝାଇ ସାଧୁତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

  10. ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାଫିଆ ଅତିକ ଅହମ୍ମଦର ଓକିଲ ଖାନ ସୌଲତ ହନିଫ ଆଜି ଏକ ବଡ ଖୁଲାସା କରିଛି | ପୁଲିସ ରିମାଣ୍ଡରେ ପଚରାଉଚରା ବେଳେ ହନିଫ କହିଛି ଯେ ଏହି ଗୁଳିକାଣ୍ଡ ପଛରେ ତାହାର ମଧ୍ୟ ସମ୍ପୃକ୍ତି ଥିଲା | ମିଳିଥିବା ସୂଚନା ମୁତାବକ ପୁଲିସକୁ ହନିଫ କହିଛି ଯେ ଫେବୃଆରୀ ୨୪ରେ, ଉମେଶ ପାଲଙ୍କ ଲୋକେସନ ବାବଦରେ ସେ ହିଁ ସୁଟରମାନଙ୍କୁ ସୂଚନା ଦେଇଥିଲା |

  11. ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି।

  12. ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  13. ଉତ୍ତରପ୍ରଦେଶ ମାଧ୍ୟମିକ ସଂସ୍କୃତ ଶିକ୍ଷା ପରିଷଦ, ଲକ୍ଷ୍ନୌ ଦ୍ବାରା ପରିଚାଳିତ ୟୁପି ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏକ ସ୍କୁଲ୍‌ର ଜଣେ ମୁସ୍‌ଲାମାନ ଛାତ୍ର ଟପ୍ପର ହୋଇଥିବା ସୂଚନା ରହିଛି।

  14. ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍‌ବର୍ଗରରୁ ମୂଷାର ମଳ ପଡ଼ିଥିବା ଏବଂ ରେ‌ସ୍ତୋରାଁର ପରିବେଶ ଭଲ ନଥିବାରୁ ୫.୧୪ କୋଟି ଟଙ୍କାର ଜରିମାନା ଅଦାଲତ ଲଗାଇଛନ୍ତି।

  15. ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଝଲକ ଦେଖିବାକୁ ମିଳିଛି।

  16. ଅଷ୍ଟ୍ରେଲିଆ ସୁନ୍ଦରୀଙ୍କର ଶେଷରେ ଘୋଡ଼ାରୁ ପଡ଼ି ଜୀବନ ଗଲା। ମାତ୍ର ୨୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିୟୁଟି ସିଆନା ୱେରଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଏହାକୁ ସହଜେ ତାଙ୍କ ଫ୍ୟାନ୍ସ ଗ୍ରହଣ କରି ପାରି ନାହାନ୍ତି।

  17. କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍‌ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି।

  18. ୬୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛତିଶଗଡ ପୋଲିସ ୨ ବାଂଲାଦେଶୀଙ୍କୁ ଗିରଫ କରିଛି।

  19. ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି।

  20. ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ।

465 Y
1656 07-05-2023 English
  1. King Charles III was crowned Saturday in Britain’s biggest ceremonial event for seven decades, a sumptuous display of pageantry dating back 1,000 years.

  2. Lights went off during President Droupadi Murmu's address at the 12th convocation of the Maharaja Shri Ramchandra Bhanjadeo University in Odisha's Baripada on Saturday plunging the venue into darkness.

  3. An assassination plot has been hatched to ‘wipe out’ Congress president M Mallikarjun Kharge, his wife and his entire family by a BJP candidate, party general secretary and Karnataka in-charge Randeep Singh Surjewala alleged Saturday

  4. The National Eligibility-cum-Entrance Test NEET (UG) – 2023 will be conducted Sunday. A total of 56,989 candidates from Odisha will appear for the examination including 14,481 from the state capital. The tests will be held in 27 cities.

  5. The toll in the ethnic violence which has engulfed Manipur increased to 54, officials said Saturday here. However, unofficial sources placed the figure at several scores dead and more than 150 injured. Life returned to a wary normalcy in the Imphal Valley as shops and markets reopened and a few cars started plying on the roads.

  6. Chief Justice of India (CJI) DY Chandrachud said Saturday that live streaming of court proceedings has a flip side. So, the judges need to be trained because every word that ‘we say is up in the public realm’

  7. Railway Protection Force (RPF) personnel Saturday rescued a newborn baby boy from the dustbin of a train at Khurda Road railway station under the East Coast Railway (ECoR).

  8. Research shows China exporting huge amounts of artificial intelligence (AI) technology, dwarfing its contributions in other frontier technology sectors, said Harvard.

  9. In what may come as a good news for the movie buffs, shooting of Puspa-II is all set to start within two months at Palluru near Andhra-Odisha border under Kalimela block in Malkangiri district.

  10. The Election Commission has issued a notice to the Karnataka Congress over its "corruption rate card" advertisements published in newspapers targeting the BJP, and sought "empirical evidence" to prove its allegations by Sunday evening.

  11. Athletes who are currently protesting at Jantar Mantar were roughed up at the protest site by Delhi Police personnel late at night on Wednesday, May 3. Sakshi Joshi, a journalist, was also reportedly manhandled by the police and detained for a long time. She tweeted videos depicting the events that took place.

  12. The Bombay High Court has directed the Maharashtra government to hand over two south Mumbai flats to their owner, a 93-year-old woman, putting an end to a property dispute that dragged on for eight decades.

  13. The Vishva Hindu Parishad has issued a legal notice to Congress president Mallikarjun Kharge, accusing him of making defamatory remarks against the Bajrang Dal in his party's Karnataka poll manifesto and demanding a compensation of more than Rs 100 crore.

  14. Projects worth `32,000 crore are underway in the Braj region to revive and restore the grandeur and divinity of Mathura as seen during the ‘Dwapar era’. The famous Bankey Bihari temple is to be revamped on the lines of the Kashi Vishwanath Dham in Varanasi.

  15. Madhya Pradesh Chief Minister Shivraj Singh Chouhan Saturday announced to give tax-free status to 'The Kerala Story' in the state, a day after the Prime Minister credited the movie for bringing out terror conspiracies.

  16. The Congress Saturday lodged a complaint against Prime Minister Narendra Modi in Bangalore for his statement linking the party (Congress) with terrorism.

  17. In some shocking news for Elon Musk, more than half of the earliest subscribers of Twitter Blue who paid $8 a month are no longer subscribed and have reportedly ditched the Blue check marks.

  18. In a setback to the ruling Bharatiya Janata Party in Madhya Pradesh months before Assembly elections, senior party leader and former minister Deepak Joshi joined the Congress on Saturday.

  19. Odisha Chief Minister Naveen Patnaik will meet his Bihar counterpart Nitish Kumar on May 9, amid talks of regional parties coming together ahead of the 2024 general elections, officials said.

  20. Dallas- A shooter who went on a rampage at a Texas outlet mall on Saturday killed nine people and wounded seven others, authorities said.

442 Y
1657 06-05-2023 Odia
  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭଗବାନ ବୁଦ୍ଧ କରୁଣାର ପ୍ରତିମୁର୍ତ୍ତି ଥିଲେ ଓ ସେ ମାନବଜାତିକୁ ସହିଷ୍ଣୁତାର ମାର୍ଗ ଦେଖାଇଥିଲେ। ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଆମକୁ ପ୍ରେମ, ସତ୍ୟ ଓ ଅହିଂସାର ଶିକ୍ଷା ଦେଇଥାଏ।

  2. ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ।ଏଥିରେ ୨ ଯବାନ ସହିଦ ହୋଇଥିବାବେ​ଳେ ଆଉ ୪ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ୩ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସହିଦ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

  3. ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଶରଦ ପାୱାର ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି।

  4. ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସମର୍ଥ ଓ ସ୍ୱଧାଙ୍କ ଏହା ଦ୍ୱିତୀୟ ବିବାହ ହେବ । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ ।

  5. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

  6. ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା  କନସେନଟ୍ରିକ୍ସ ବିପିଓ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ‍ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ରାଜ୍ୟରେ ବୃହତ୍‍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

  7. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱରୁ କରୋନା ମହାମାରୀ ମହାମାରୀ ଶେଷ ହେଲା ନେଇ ଘୋଷଣା କରିଛି। ଗତ ତିନିବର୍ଷ ହେଲା ସମଗ୍ର  ବିଶ୍ଵରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ଵ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ। ହୁ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧୋନମ ଗେବ୍ରେସସ କହିଛନ୍ତି, ଗତକାଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ୧୫ତମ ଥର ପାଇଁ ବୈଠକ କରିଥିଲା ।

  8. ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍‌ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।

  9. ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି।

  10. ମଣିପୁରରେ ଉପୁଜିଥିବା ହିଂସା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର କର୍ନାଟକ ଗସ୍ତକୁ ରଦ୍ଦ କରି ଦେଇଛନ୍ତି।

  11. କେଦାରନାଥ ଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ କେଦାରଘାଟିରେ ଖରାପ ପାଗ ସମ୍ଭାବନା ରହିଛି।

  12. ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ ୬ ମେ’ ଶନିବାରରେ ରାଜ୍ୟାଭିଷେକ ହେବ।

  13. କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ।

  14. ଯୁଦ୍ଧତ୍ରସ୍ତ ସୁଦାନରୁ ଏପର୍ଯ୍ୟନ୍ତ ୩ ହଜାର ୮୦୦ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଅଣାଯାଇଥିବା ଜଣାପଡିଛି। ଅପରେସନ କାବେରୀ ଅଧୀନରେ ସେମାନଙ୍କୁ ଭାରତକୁ ଫେରାଇ ଅଣାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

  15. ଟ୍ରେନ ଟିକେଟ ବୁକିଂକୁ ନେଇ ରେଳ ବିଭାଗ ପକ୍ଷରୁ ଅନେକ ସମୟରେ ନିୟମ ପରିବର୍ତ୍ତନ ହୋଇଥାଏ । ଯଦି ନିଜର ଗୃହପାଳିତ ପଶୁଙ୍କୁ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥାନ୍ତି ତେବେ ଏଣିକି ସେମାନଙ୍କ ପାଇଁ ମଧ୍ୟ ଟିକେଟ କାଟିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଯୋଜନା ଉପରେ ବିଚାର ଚାଲିଛି ।

  16. ଓଡିଶାରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୧୧୧କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆଗରୁ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଏହା ଦ୍ୱିତୀୟ ପର୍ଯ୍ୟାୟ ଅଟେ । ଏହି ନିଷ୍ପତ୍ତି ଯୋଗୁଁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀମାନେ ଲାଭବାନ୍ ହେବେ ।

  17. ଦେଶର ଯୁବପୀଢ଼ିଙ୍କ ପାଇଁ ଚାକିରି ସୁବିଧା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

  18. ଅଲମ୍ପିକ୍‌ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍‌ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି ।

  19. ବିଶ୍ୱର ଅନ୍ୟତମ ଟପ ଫୁଟବଲ ତାରକା ଲିଓନେଲ ମେସିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ଭୁଲ ପାଇଁ ମେସିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

  20. ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଆହତ କାରଣରୁ କେଏଲ୍ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରୁ ବାଦ୍ ପଡିଛନ୍ତି। ସେ ନିଜେ ଏହା ଘୋଷଣା କରିଛନ୍ତି।

470 Y
1658 06-05-2023 English
  1. The World Health Organization said Friday that Covid-19 no longer qualifies as a global emergency, marking a symbolic end to the devastating coronavirus pandemic that triggered once-unthinkable lockdowns, upended economies worldwide and killed at least 7 million people worldwide.

  2. IT services and consulting firm Accenture Friday said senior managing director and chairperson for Accenture in India Rekha Menon will retire June 30.

  3. In what would benefit more than 8 lakh kendu leaf workers in Odisha, Chief Minister Naveen Patnaik Friday announced `111-crore financial assistance for them for the crop year 2022. In the first phase, the government had transferred assistance worth `83 crore directly in the bank accounts of the beneficiaries.

  4. A day after ‘shootat-sight’ order was issued by the BJP-ruled Manipur, the Centre Friday invoked Article 355 to control the situation arising out of violent protest over the Tribal Solidarity March organised by All Tribal Student Union Manipur opposing the ST status demand of non-tribal Meiteis.

  5. Odisha and other states in central India have recorded 268 per cent surplus rainfall – 67 mm against the normal of 18.2 mm – during the period from March 1 to May 3, as per the India Meteorological Department (IMD) data.

  6. Sharad Pawar Friday said he has decided to rescind his decision to step down as Nationalist Congress Party (NCP) president, owing to pressure from party leaders and workers.

  7. In a bizarre incident, a school in BJP-ruled Uttarakhand has reportedly collected a fine of `100 from each student who didn’t listen to Prime Minister Narendra Modi’s monthly radio show ‘Mann Ki Baat’ following which the state’s Education department has issued a notice to the institution seeking a reply within three days, an official said Friday.

  8. :Chief Justice of India (CJI) DY Chandrachud, who is on a two-day visit to Odisha, offered prayers to Lord Jagannath and His siblings, Lord Balabhadra and Devi Subhadra, at Srimandir here, Friday

  9. Chief Minister Naveen Patnaik, while inaugurating the state-of-the-art Customer Experience Centre of global customer experience solutions and technology firm Concentrix here, Friday, said that the opening of the centre in the City is a testament to his government’s commitment to promote economic growth of the state.

  10. The state government has won a ‘State Leadership Award’ in skill development at the India Energy Storage Alliance (IESA) Industry Excellence Awards 2023. The award recognises the Odisha government's efforts towards building a skilled workforce that can drive the growth of the energy storage industry in the country.

  11.  President Droupadi Murmu Friday visited Similipal National Park and undertook a safari. Her visit to Similipal was the first by any President of India.

  12. India Friday wrapped up ‘Operation Kaveri’, launched to rescue its nationals stranded in crisis-hit Sudan, with the transport aircraft of the Indian Air Force making its final flight to bring 47 passengers home. India launched ‘Operation Kaveri’ April 24 to evacuate its nationals from Sudan.

  13. The CBI Friday conducted searches at seven locations including the premises of Jet Airways and its founder Naresh Goyal in Mumbai in connection with an alleged `538-crore fraud case in Canara Bank, officials said.

  14. The Supreme Court is scheduled to hear on May 8 a plea challenging the promotion of 68 Gujarat lower judicial officers, including Surat Chief Judicial Magistrate Harish Hasmukhbhai Varma who had convicted Congress leader Rahul Gandhi in a defamation case, on the ground of allegedly disregarding the “merit-cum-seniority principle"

  15. Railway ticket checkers are being provided body cameras with the aim to ensure transparency in the process and prevent violent and unruly behaviour on board trains, officials said.

  16. The Supreme Court has dismissed the bail plea of jailed former CMD of Amrapali Group of Companies Anil Kumar Sharma, saying he doesn't deserve “sympathy” after having siphoned off the hard-earned money and life savings of thousands of homebuyers.

  17. India’s market regulator will direct brokers and mutual funds to limit the use of financial influencers in advertising and marketing campaigns, according to two people with direct knowledge of the matter.

  18. India on Friday wrapped up 'Operation Kaveri', launched to rescue its nationals stranded in crisis-hit Sudan, with the transport aircraft of the Indian Air Force making its final flight to bring 47 passengers home.

  19. Samajwadi Party chief Akhilesh Yadav on Friday said organisations that spread hatred in the country and society should be banned.

  20. Gujarat Titans (GT) made light work of a 119-run target set by Rajasthan Royals (Rr) as the defending champions romped home to a commanding nine-wicket win in a one-sided IPL match here Friday.

508 Y
1659 05-05-2023 Odia
  1. ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ସାତପଉଟିଆ । ଗାଁରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ କରିଛନ୍ତି।

  2. ଦେଶର ଛୋଟ ସହରଗୁଡିକ ବନିବ ନୂତନ ପର୍ଯ୍ୟଟନ ସ୍ଥଳୀ। ଭାରତ ଆସିବାକୁ ଉତ୍ସାହ ଦେଖାଉଛନ୍ତି ବିଦେଶର ବଡ଼ ବଡ଼ ହୋଟେଲ ଚେନ୍‌ ବା ଶୃଙ୍ଖଳାର କମ୍ପାନୀ। ଏହି ବୃହତ୍‌ କମ୍ପାନୀଗୁଡିକ ଏବେ ଟାଏର-୨ ଏବଂ ଟାଏର-୩ ସହରମୁହାଁ ହେଇଛନ୍ତି।

  3. ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛି NMA । ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ । ଏପ୍ରିଲ ୨୫ ତାରିଖରେ ବସିଥିବା ବୈଠରେ ବିଧିବଦ୍ଧ ଅନୁମତି ମିଳିଛି ।

  4. ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ।

  5. ଏପ୍ରିଲରେ ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୪୧ ପ୍ରତିଶତ ମଜଭୁତ ହୋଇଥିଲା। ଏଥ଄ରେ ପ୍ରଥମ ସ୍ଥାନରେ ଇଣ୍ଡୋନେସିଆ ମୁଦ୍ରା ରୁପିୟା ରହିଛି। ଇଣ୍ଡୋନେସିଆର ରୁପିୟା ଡଲାର ତୁଳନାରେ ପ୍ରାୟ ୨ ପ୍ରତିଶତ ମଜଭୁତ ହୋଇ ସୂଚୀର ପ୍ରଥମ ସ୍ଥାନରେ ରହିଛି।

  6. ୨୦୨୨ରେ ଟଙ୍କାର ବିନିମୟ ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ପରେ, ୨୦୨୩ରେ ବର୍ତ୍ତମାନ ସୁଦ୍ଧା ଟଙ୍କା ଡଲାର ତୁଳନାରେ ଟ ୮୧.୮୪ରେ ସ୍ଥିର ରହିଛି।

  7. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ଏହାର ଯୋଗ୍ୟ ସଦସ୍ୟଙ୍କ ପାଇଁ ଅଧିକ ପେନସନ ପାଇଁ ଆବେଦନର ସମୟସୀମାରେ ବୃଦ୍ଧ଄ ଘଟାଇଛି। ଏଥିପାଇଁ ଆବେଦନ ନିମନ୍ତେ ସମୟସୀମାକୁ ମେ’ ମାସ ୩ ତାରିଖ ଅନ୍ତିମ ଦିବସ ରହିଥିଲା। ଏବେ ଇପିଏଫଓ ପକ୍ଷରୁ ଏହି ସମୟସୀମାକୁ ଆସନ୍ତା ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  8. ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ବଢ଼ୁଥିବା ଦେଖି ଏଭଳି ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ବୁଧବାର ଦିନ ହିଂସା ଆରମ୍ଭ ହେବା ପରେ ଏବେ ଏହା ୮ଟି ଜିଲ୍ଲାକୁ ପ୍ରଭାବିତ କରିଛି।

  9. ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଡିୟୁଟି କରୁଥିବା ସମୟରେ ମୈନପୁରୀ ଏସଡିଏମଙ୍କ ପରଲୋକ ହୋଇଥିବା ଖବର ମିଳିଛି।

  10. ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏସଟିଏଫ ଟିମ ଏନକାଉଣ୍ଟର କରି ମେରଠରେ ନିପାତ କରିଛି। ଏହି ଏନକାଉଣ୍ଟରରେ ନିପାତ ହୋଇଥିବା ଗ୍ୟାଙ୍ଗଷ୍ଟର ନାମ ଅନିଲ ଦୁଜାନା ଓରଫ ଅନିଲ ନଗର ବୋଲି ଜଣାପଡ଼ିଛି।

  11. ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍‌ ୱେ‌େ ଜଣେ ୟୁଟ୍ୟୁବର୍‌ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍‌ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

  12. ଗୀତା ପ୍ରେସକୁ ଆଜି ୧୦୦ ବର୍ଷ ପୁରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଦେଶର ଐତିହ୍ୟକୁ ଦେଶ ତଥା ଦେଶ ବାହାରକୁ ନେବା ଦିଗରେ ଏହି ପ୍ରକାଶକର ୧୦୦ ବର୍ଷର ଯାତ୍ରା ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ।

  13. ଦେଶର ସାମଗ୍ରିକ କୋଇଲା ଉତ୍ପାଦନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ୍ ଟନ୍ ବୃଦ୍ଧି ଘଟିଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୨ ମିଲିୟନ୍ ଟନ୍ ତୁଳନାରେ ପ୍ରାୟ ୨୨.୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।

  14. ଏମ୍ସ ଭୁବନେଶ୍ୱରରେ ହୋଇଛି ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର। ଦୀର୍ଘ ୧୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଯୁବ ଡାକ୍ତରମାନେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦେଇଛନ୍ତି ନୂଆ ଜୀବନ। ନୂଆ ଖାଦ୍ୟ ନଳୀ ଲଗାଯିବା ପରେ ଏବେ ଯୁବତୀ ଜଣଙ୍କ ସ୍ୱାଭିବକ ଭାବେ ଜୀବନ ବିତାଇବା ଆରମ୍ଭ କରିଛନ୍ତି।

  15. ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇ ମାତ୍ର ୩୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ଅଲିମ୍ପିକ୍ସରେ ୩ଟି ପଦକ ଓ ଦୁଇଟି ବିଶ୍ୱ ଟାଇଟଲ ହାତେଇଥିଲେ।

  16. ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। 

  17.  ଡିଏମକେ ଏମପି କାନିମୋଝିି କରୁଣାନିଧିଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କାନିମୋଝିଙ୍କ ନିର୍ବାଚନ ରଦ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଶୀର୍ଷ କୋର୍ଟ ଖାରଜ କରିଦେଇଛନ୍ତି।

  18. ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା ଏତେ ଜରୁରୀ କି , ସର୍ବୋଚ୍ଚ ଅଦାଲତ ମନା କରିବା ସତ୍ତ୍ୱେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜଣେ ବ୍ୟକ୍ତି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ କି ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

  19. ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ।

  20. ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୩ ର ୪୫ ତମ ମ୍ୟାଚ ଖେଳାଯାଇଥିଲା। ତେବେ ବର୍ଷା ହେତୁ ଏହି ମ୍ୟାଚ୍‌ ଶେଷ ହୋଇପାରି ନ ଥିଲା।

478 Y
1660 05-05-2023 English
  1. The National Monuments Authority (NMA) has issued a ‘no objection certificate’ (NOC) for construction of a pilgrim shelter and an administrative building in the regulated zone around the Srimandir.

  2. The Manipur government Thursday issued ‘shoot at sight’ order in ‘extreme cases’ to contain the spiralling violence in the state between tribals and the majority ‘Meitei’ community which has displaced over 9,000 people from their villages. Fifty-five columns of the Army and Assam Rifles have been deployed to contain widespread rioting that broke out across Manipur.

  3. President Droupadi Murmu, who is on a three-day visit to Mayurbhanj, laid the foundation stones for Skill Training Hub and community centre at her hometown Pahadpur in the tribal-dominated district, Thursday.

  4. The memorial of Ol Chiki script inventor and noted tribal leader Guru Gomke Pandit Raghunath Murmu in Mayurbhanj district will get a new lease of life, with Chief Minister Naveen Patnaik sanctioning `10 crore in this regard, Wednesday.

  5. To save the life of a young woman, a group of doctors at the City AIIMS performed surgery for a rare variety of larynx (voice box) cancer (adenoid cystic carcinoma).

  6. Public broadcaster Prasar Bharti has decided to drop references to its radio service as ‘All India Radio’ and substitute it with ‘Akashvani’, as mentioned in the law.

  7. An Army helicopter crashed after a “hard landing” in a forested area in the upper reaches of Jammu and Kashmir’s Kishtwar district Thursday following a technical fault, killing a technician and injuring the two pilots on board, officials said.

  8. The Patna High Court Thursday ordered a stay on the caste survey being conducted by the Bihar government.

  9. The Supreme Court Thursday junked an election petition challenging the election of DMK MP Kanimozhi from Tamil Nadu’s Thoothukudi constituency in 2019.

  10.  With less than 1 per cent of total students registering for vocational courses in class 10 and class 12 exams of UP Board, officials of the state's Secondary Education Department have now issued orders for efforts to be made to encourage more and more students to take them up

  11. If Modi is saying Jai Bajrang bali, then I am also appealing to Marathi-speaking people in Karnataka to chant Jai Bhavani Jai Shivaji and vote  said  uddhav Thackeray.

  12.  The Supreme Court Thursday rebuffed a fresh attempt by a petitioner seeking a stay on the release of the film 'The Kerala Story, saying that a filmmaker invests a lot of money and time in making a movie and actors also put in a lot of work, and the market will decide if it is not up to the mark.

  13. Uttar Pradesh Police Thursday gunned down alleged gangster Anil Dujana, an accused in 18 cases of murder, in an encounter at a village in this western UP district, officials said.

  14. Ukrainian President Volodymyr Zelenskyy said Thursday he was convinced that Russian President Putin would face an international war crimes court when Ukraine wins the war that has been raging for over a year.

  15. Ola Electric and Ather Energy Thursday said they will reimburse the cost of chargers to buyers of electric scooters in the larger interest of the EV ecosystem. The company decided to refund the invoiced amount of the chargers for vehicles bought before April 12, 2023.

  16.  Crisis-hit airline Go First has suspended sale of tickets till May 15 and is working to refund or reschedule existing bookings for future dates, aviation regulator DGCA said Thursday.

  17. India’s exports of goods and services could touch $900 billion in the current financial year, up from $770 billion in the previous year, keeping resilient despite global headwinds, a top official of a grouping of exporters said.

  18. India has successfully rescued nearly 3800 citizens from war-torn Sudan, as India intensified Operation Kaveri to rescue stranded citizens from Khartoum.

  19. The ruling Congress in Himachal Pradesh swept the SMC polls on Thursday with a two-thirds majority, by winning 24 of the 34 wards, wresting the prestigious civic body from the Bharatiya Janata Party (BJP).

  20. India has successfully rescued nearly 3800 citizens from war-torn Sudan, as India intensified Operation Kaveri to rescue stranded citizens from Khartoum.

496 Y