Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 13-12-2025 Odia
  1. 1.ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜରୀ ପ୍ରଦାନ କରିଛି। ୨୦୨୭ରେ ହେବାକୁ ଯାଉଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

  2. 2.ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶୁକ୍ରବାର ରାହୁଲ ଗୃହରେ ପ୍ରସ୍ତାବ ଦେଇଥିବାବେଳେ ସରକାର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।

  3. 3.ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ ୩୦ରୁ ପୁଣି ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରୁନଥିବା ପ୍ରତିବାଦରେ ଏଭଳି ଅନଶନ ଆରମ୍ଭ କରିବେ ବୋଲି ଆନ୍ନା କହିଛନ୍ତି।

  4. 4.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିଥିବାରୁ ତାଙ୍କୁ ଗୁରୁବାର ରାତିରୁ ଭେଣ୍ଟିଲେଟରରେ ରଖାଯାଇଛି।

  5. 5.ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ HDFC ବ୍ୟାଙ୍କର UPI ସେବା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଅସ୍ଥାୟୀ ଭାବରେ କିଛି ସମୟ ବନ୍ଦ ରହିବ। ସେହିପରି  ଡିସେମ୍ବର ୨୧ ତାରିଖରେ ବି ୟୁପିଆଇ ସେବା କିଛି ସମୟ ପାଇଁ ବନ୍ଦ ରହିବ ।

  6. 6.ଡିସେମ୍ବର ୧୨, ୨୦୨୫ ରେ, ଏମସିଏକ୍ସରେ ମାର୍ଚ୍ଚ ୫ ତାରିଖ ଏକ୍ସପାରି ପାଇଁ ରୁପା କିଲୋଗ୍ରାମ ପିଛା ୧,୯୬,୯୫୮ରେ ଖୋଲିଥିଲା ଓ କାରବାର ଶେଷ ବେଳକୁ ରୁପା ୧,୯୮,୯୪୨ ରେ ବନ୍ଦ ହୋଇଥିଲା। ଦିନ ମଧ୍ୟରେ ରୁପା ୨,୦୧,୩୮୮ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

  7. 7.କୋଇଲା କ୍ଷେତ୍ରରେ ସରକାର ବଡ଼ ନିଷ୍ପତ୍ତି ନେଇ କୋଇଲା ନିଲାମ ପାଇଁ କୋଲ୍‌ ସେତୁ ୱିଣ୍ଡୋକୁ ମଞ୍ଜୁର କରିଛନ୍ତି। ଏଥିରେ କୌଣସି ଚୂଡ଼ାନ୍ତ ବ୍ୟବହାର ସର୍ତ୍ତ ରଖାଯାଇନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ଏହା ଜରିଆରେ ଦୀର୍ଘକାଳୀନ ଭିତ୍ତିରେ କୋଇଲା କିଣିପାରିବେ।

  8. 8.ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆ‌ଇ)କୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

  9. 9.୨୦୨୬ ଋତୁ ପାଇଁ ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା ନଡ଼ିଆ ଶସର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୪୪୫ ଟଙ୍କା ବୃଦ୍ଧି ପାଇ ୧୨,୦୨୭ ଟଙ୍କା ଏବଂ ବଲ୍ ନଡ଼ିଆ ଶଶର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୧୨,୫୦୦ ଟଙ୍କା ହୋଇଛି।

  10. 10.ଚଳିତ ବର୍ଷ ନଭେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗ୍ରାମାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ତାହା ୦.୨୬ ପ୍ରତିଶତ ରହିଛି।

  11. 11.ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁରଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି।

  12. 12.ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇଯାଇଛି ।

  13. 13.ଓଡିଶାରେ ଏଣିକି ସାଇବର ତଦନ୍ତକୁ ଆହୁରି ଶାଣିତ କରିବା ଲାଗି ରାଜ୍ୟର ୩୪ଟି ସାଇବର ଥାନାରେ ଫୋରେନ୍‌ସିକ୍ ୟୁନିଟ୍‌ ସ୍ଥାପନ ହେବ। ଏଥିରେ ୧୭୦ଜଣ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ।

  14. 14.ଆସାମ କ୍ରିକେଟ ଆସୋସିଏସନର ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଚାରି ଜଣ ଖେଳାଳି(ଅମିତ ସିହ୍ନା ଇଶାନ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର)ଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ।

  15. 15.ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ କୋଲକାତାରେ ହଜାର ହଜାର ପ୍ରଶଂସକ ଉଲ୍ଲସିତ ସ୍ୱାଗତ କରିଛନ୍ତି। ମେସି ତାଙ୍କର ତିନି ଦିନିଆ ଚାରି ସହର ବିଶିଷ୍ଟ GOAT ଇଣ୍ଡିଆ ଟୁର୍ ୨୦୨୫ ପାଇଁ କୋଲକାତାରେ ପହଞ୍ଚିଛନ୍ତି। 

34 Y
2 13-12-2025 English
  1. 1.The Union Cabinet has cleared Rs11,718 crore for the first-ever the 2027  digital census, marking a major technological shift in India’s 16th decadal population count. About 30 lakh enumerators will collect micro-level household data through mobile apps, supported by a new Census Management & Monitoring System.

  2. 2.The rupee depreciated by 17 paise to close at an all-time low of 90.49 against the US dollar.

  3. 3.Veteran Congressman Shivraj Patil, who served as the Lok Sabha speaker and was Union home minister during the 26/11 attacks, passed away at his hometown Latur at the age of 90 in Maharashtra .

  4. 4.The Odisha government is working on a policy to lease out land for renewable energy (RE) projects, as part of its push to meet ‘Net Zero’ commitments, a senior official said Thursday.

  5. 5.Residents of Daringbadi in Kandhamal distrixt are questioning the accuracy of the India Meteorological Department’s (IMD) temperature gauge after the hill town reported visible frost for two consecutive days despite offi cial readings of 7°C Thursday and 6.5°C Friday.

  6. 6.The Delhi government has notified the Delhi School Education (Transparency in Fixation and Regulation of Fee) Act, 2025, bringing into effect a new framework for regulating fees in private schools.

  7. 7.Meta India Friday named Aman Jain as the new head of public policy, tasking him with steering policy strategy and engagements in a market the US-headquartered social media giant considers strategic.

  8. 8.The scheme the Mahatma Gandhi National Rural Employment Guarantee will now be renamed as 'Poojya Bapu Grameen Rozgar Yojna', and the number of workdays under it would be increased from 100 days at present to 125 days.

  9. 9.The Election Commission has deployed ‘special roll observers’ in eight states to oversee the ongoing Special Intensive Revision of electoral rolls.

  10. 10.The Gen Z movement in Nepal that led to the fall of the K P Sharma Oli-led government caused damage worth Rs 84.45 billion and led to the deaths of 77 people, according to a report.

  11. 11.Thailand’s Parliament was dissolved Friday for new elections early next year as the country engaged in deadly fi ghting with Cambodia.

  12. 12.Silver prices strengthened for the third straight day and jumped Rs 5,100 to hit a new peak of Rs 1,99,500 per kilogram in the national capital Friday.

  13. 13. Odisha State Cooperative Milk Producers’ Federation Limited (Omfed) has been honoured with the ‘Trust Brand of Odisha’ award by Network18 at its ‘Atmanirbhar Odisha’ event held Thursday.

  14. 14.Finance Minister Nirmala Sitharaman had proposed to raise the foreign investment limit to 100 per cent from the existing 74 per cent in the insurance sector.

  15. 15.IndiGo said on Friday that it has estimated the compensation amount will exceed Rs 500 crore for customers whose flights were cancelled within 24 hours of departure and who were left severely stranded at certain airports across the country.

15 Y
3 12-12-2025 Odia
  1. 1.୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଜାରି କରାଯାଇଛି।

  2. 2.ମଧ୍ୟପ୍ରଦେଶ ଏବେ ମାଓ ହିଂସାରୁ ମୁକ୍ତ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଜୋନରେ ସକ୍ରିୟ ସମସ୍ତ ୪୨ ଜଣ ମାଓବାଦୀ ୪୨ ଦିନ ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି।

  3. 3.କ୍ରେମଲିନ୍ ବିବୃତ୍ତି ଅନୁଯାୟୀ, ପୁଟିନ୍ ଭେନେଜୁଏଲା ପ୍ରତି ରୁଷର ସମର୍ଥନକୁ ପୁନଃନିର୍ମାଣ କରିଛନ୍ତି।

  4. 4.ମ୍ୟାମାରର ପଶ୍ଚିମ ରାଖାଇନ ରାଜ୍ୟର ମ୍ରାଉକ୍‌ ୟୁ ସହରରେ ଥିବା ଏକ ସରକାରୀ ହସ୍ପିଟାଲ୍ ଉପରେ ସାମରିକ ବିମାନର ଆକ୍ରମଣରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି।

  5. 5.ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ।

  6. 6. ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୌରସ୍ଥିତ ତାଣ୍ଡାର ଘଞ୍ଚ ଜଙ୍ଗଲରେ ଏକ ବିରଳ "ଧଳା ମାଙ୍କଡ଼" ଦେଖାଦେଇଛି। ପ୍ରଥମ ଥର ପାଇଁ ଏଭଳି ଏକ ମାଙ୍କଡ଼ ଦେଖାଯାଇଛି। 

  7. 7.ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକ୍ରୟକରିବାକୁ ଅନୁମୋଦନ ଦେଇଛି ।

  8. 8.ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

  9. 9.ସମ୍ବାଦର ଜୟପୁର ସଂସ୍କରଣର ସବ୍ ଏଡିଟର ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।

  10. 10.ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି।  ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା   ୧୩ ଡିଗ୍ରି ସେଲସିୟସ୍ ରହିଛି।

  11. 11.ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନ କାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

  12. 12.ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ।

  13. 13.ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ  କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା ଭୁବନେଶ୍ବରରେ ଖୋଲିବ। ଏ ସମ୍ପର୍କିତ ପ୍ରସ୍ତାବକୁ ସିଏଜିଙ୍କ ମଞ୍ଜୁରି ମିଳିଛି। ଆସନ୍ତା ବର୍ଷ ଏପ୍ରିଲ ୧୫ରୁ ତାହା କାର୍ଯ୍ୟକ୍ଷମ ହେବ।

  14. 14.କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି।

  15. 15.କଶ୍ମୀରର ଅନେକ ଅଂଶକୁ ପତଳା କୁହୁଡ଼ି ଘୋଡାଇ ଦେଇଛୀ। ଜୋଜି ଲା ପାସରେ ସର୍ବନିମ୍ନ ତାପମାତ୍ରା -୧୮.୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ସେଲସିୟସ ଥିଲା।

37 Y
4 12-12-2025 English
  1. 1.Mexico’s Congress has approved a Bill that seeks to impose tariffs of up to 50 per cent on imports from India, China, Brazil and several other countries with which the North American nation doesn’t have free trade agreements.

  2. 2.The Election Commission (EC) Thursday extended the timeline for Special Intensive Revision (SIR) in five states and one Union Territory (UT) following requests from the chief electoral officers.

  3. 3.The Central government has approved over Rs199 crore for developing tourism infrastructure in the Hirakud and Satkosia regions of Odisha, with Rs131.92 crore already released to the state.

  4. 4.Researchers at the National Institute of Technology (NIT) Rourkela have developed a robotic system designed to interact with people in the most human-like manner.

  5. 5.Rockets will be launched from Kulasekarapattinam in Tamil Nadu from 2027, ISRO chairman V Narayanan said Thursday. India’s second space-port is currently under construction in TN’s Tuticorin district to handle Small Satellite Launch Vehicle (SSLV) launches

  6. 6.With the surrender of two Naxalites in Balaghat district, Madhya Pradesh Chief Minister Mohan Yadav claimed Thursday that the state was free of the Maoist menace.

  7. 7.A Delhi court Thursday granted interim bail from December 16 to 29 to former JNU student Umar Khalid to attend his sister's wedding.

  8. 8.The CBI has filed a chargesheet against 13 individuals for allegedly running “digital arrest” cyber fraud scams.

  9. 9.US President Donald Trump announced the launch of a million-dollar “Gold Card” offering a pathway for immigrants to US citizenship, saying that it is a “shame” that students from India and China have to go back to home countries.

  10. 10.Bangladesh will hold parliamentary elections February 12, authorities said, its first national vote since a deadly student-led uprising forced then Prime Minister Sheikh Hasina to flee to India last year.

  11. 11.Odisha government has appointed 37,916 people after assuming office last year and is committed to fulfilling its promise of filling 65,000 government posts within the fi rst two years.

  12. 12.Chief Minister Mohan Charan Majhi Thursday handed over citizenship certificates to 35 eligible applicants from Nabarangpur district under the provisions of the Citizenship (Amendment) Act (CAA), 2019.

  13. 13.A new office of the Comptroller and Auditor General (CAG) of India – Eastern Region will start functioning from the City Bhubneswar, April 15, 2026.

  14. 14.More than 30 Hero Stones and memorial pillars—worshipped locally as village deities—Hero Stones (Bira Shilas) bearing old Odia inscriptions has been discovered at Malisahi village under Gadakharada Gram Panchayat of Kanasa Block in Puri district.

  15. 15.Of the 147 MLAs, only CPI(M)’s lone member from Bonai constituency in Sundargarh district Laxman Munda has opposed the nearly threefold hike in lawmakers. MLA will get : Salary of Rs90,000 plus allowances — Rs75,000 constituency, Rs50,000 conveyance, Rs10,000 books, Rs20,000 electricity, Rs50,000 travel, Rs35,000 medical and Rs15,000 telephone.

15 Y
5 11-12-2025 Odia
  1. 1.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ‘ଟ୍ରମ୍ପ୍ ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 

  2. 2.ଓଡିଶା ବିଧାନସଭାର ନିୟମ କହୁଛି ବର୍ଷକୁ ୬୦ ଦିନ ଗୃହ ଚାଲିବ। ୨୦୧୪ ମସିହାରେ ବିଧାନସଭାର କାର୍ଯ୍ୟବିଧି ଆଇନର ୧୭୭ ଧାରା ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯାଇଥିଲା।  ଗତବର୍ଷ ୧୬ ଦିନ ଆଗରୁ ବିଧାନସଭା ବନ୍ଦ କରିଦିଆଯାଇଥିଲା ବେଳେ ଏ ବର୍ଷ ୧୮ ଦିନ ଆଗରୁ ବନ୍ଦ କରାଗଲା।

  3. 3.ନୂଆ ବର୍ଷ ୨୦୨୬ରେ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ହେବାର ସୂଚନା ମିଳିଛି।

  4. 4.ଭାରତ ସରକାର ବିଦ୍ୟୁତ୍ ବିଲ୍ ହ୍ରାସ କରିବା ଏବଂ ବିଦ୍ୟୁତ୍ ର ସଠିକ୍‌ ବ୍ୟବହାର କରିବା ପାଇଁ ସାରା ଦେଶରେ କୃତ୍ରିମ ବୁଦ୍ଧିମତ୍ତା (AI) ସହିତ ଏକ ବଡ଼ ପରୀକ୍ଷଣ କରିବା ପାଇଁ ଯାଉଛନ୍ତି ।

  5. 5.ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ ଥିବା ଆଠମହଲା ବିଶିଷ୍ଟ କୋଠାରେ ଭୟଙ୍କର ନିଆଁ ଲାଗିଛି। ନିଆଁ କବଳରେ ଅନେକ ଲୁଗା ଦୋକାନ ମଧ୍ୟ ରହିଛି ।

  6. 6.ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି। ୧୬ ବର୍ଷରୁ କମ୍ ବୟସର ପିଲା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି।

  7. 7.ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଆଲୋକର ପର୍ବ ଦୀପାବଳି।

  8. 8.ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ନାଇଟ୍‌ କ୍ଲବର ମାଲିକ ତଥା ଦୁଇ ଭାଇ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡି ଥାଇଲାଣ୍ଡ ପଳାଇଛନ୍ତି।

  9. 9.ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

  10. 10.ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ଗୃହକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ବୈଦ୍ୟୁତିକ ଯାନ (ଇ-ଯାନ)କୁ ଦିଆଯାଇଥିବା ଟୋଲ୍ ଛାଡ଼ ଆଠ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଉ।

  11. 11.ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଅଫ୍ ଇଣ୍ଡିଆରେ ଚଳିତ ମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରତି ସାତ ଜଣ ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଜଣେ ନିଶା ଜାଲରେ ପଡ଼ିଛନ୍ତି।  ଏହି ଅଧ୍ୟୟନରେ ରାଜଧାନୀ ଦିଲ୍ଲୀ ସହିତ ବେଙ୍ଗାଲୁରୁ, ମୁମ୍ବାଇ, ଚଣ୍ଡିଗଡ଼, ହାଇଦ୍ରାବାଦ, ଲକ୍ଷ୍ନୌ, ଇମ୍ଫାଲ, ଜମ୍ମୁ, ଦିବ୍ରୁଗଡ଼ ଏବଂ ରାଞ୍ଚିର ୧୪-୧୭ ବର୍ଷ ବୟସର ୫,୯୨୦ ପିଲା ସାମିଲ ହୋଇଥିଲେ।

  12. 12.ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

  13. 13.ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟରେ ଏକ ବଡ଼ ଧରଣର ଦୁର୍ନୀତି ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ ଘଟିଛି। ଟେଣ୍ଡରରେ ଶୁଦ୍ଧ ମଲବେରୀ ରେଶମ ଶାଲ୍ ଯୋଗାଇବା ପରିବର୍ତ୍ତେ ଏକ ଠିକାଦାର ୧୦୦% ପଲିଷ୍ଟର ଶାଲ୍ ଯୋଗାଇ ୫୪ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଛି।

  14. 14.କୋରାପୁଟ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା।

  15. 15.ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି।

33 Y
6 11-12-2025 English
  1. 1.India’s Deepavali (the festival of lights) was Wednesday inscribed on UNESCO’s Representative List of the Intangible Cultural Heritage of Humanity, sparking celebrations to mark the earning of the coveted tag.

  2. 2.The Supreme Court Wednesday granted liberty to the Odisha government to move an application before the Orissa High Court’s Chief Justice requesting to assign cases, where proceedings for recovery of dues from defaulting mining lessees are stayed, to a dedicated bench for final disposal.

  3. 3.The Winter Session of the Assembly was adjourned sine die Tuesday, 18 days ahead of its scheduled conclusion December 31.

  4. 4.Public parks in the City, operated by the Bhubaneswar Development Authority (BDA), will remain open throughout the day on weekends (Saturdays and Sundays), beginning December 13.

  5. 5.Dhenkanal Sadar tehsildar faced legal action Wednesday for allegedly defying a court order, resulting in officials sealing the official (government) vehicle used by him.

  6. 6.The state government constituted an all-party high-level committee for amicable resolution of the Mahanadi water dispute with neighbouring Chhattisgarh.

  7. 7.India’s Commerce Secretary Rajesh Agrawal met US Deputy Trade Representative Rick Switzer to discuss bilateral trade and economic ties.

  8. 8.The proportion of women qualifying for the Civil Services Examination (CSE) has increased from 24 per cent in 2019 to 35 per cent in 2023, the government told in Lok Sabha.

  9. 9.DGCA will station its personnel at IndiGo’s headquarters as it steps up oversight on India’s largest airline, which continues to cancel dozens of flights despite saying operations have stabilised.

  10. 10.Over a billion individuals worldwide aged 15 and above had experienced sexual violence during childhood, while around 608 million females were exposed to intimate partner violence in 2023, according to estimates published in The Lancet journal.

  11. 11.Silver prices saw the steepest single-day surge in nearly two months and skyrocketed by Rs11,500 to scale a fresh peak of Rs1,92,000 per kg in the national capital Wednesday, amid robust domestic demand fuelled by global cues.

  12. 12.The Goa Police have suspended the passports of Saurabh and Gaurav Luthra, the principal owners of Goa's Birch by Romeo Lane nightclub, where 25 people were killed in a devastating fire on December 6.

  13. 13.Tesla and SpaceX CEO Elon Musk on Wednesday said he is looking forward to serving India with his affordable internet service Starlink.

  14. 14.Google and the Government of Telangana announced the launch of the Google for Startups Hub at T-Hub in Hyderabad.

  15. 15.India produced a brave-heart performance, nullifying a two-goal deficit to beat Argentina 4-2 and clinch the bronze medal in the FIH Men’s Junior World Cup here Wednesday.

13 Y
7 10-12-2025 Odia
  1. 1.ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ ଡଲାର ନିବେଶ କରିବ।

  2. 2.ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନନ୍ତ ଅମ୍ବାନୀଙ୍କୁ ଆମେରିକାରେ ‌ଆୟୋଜିତ ଏକ ଅନ୍ତର୍ଜାତୀୟ ପୁରସ୍କାର ସମାରୋହରେ ‘ଗ୍ଲୋବାଲ୍ ହ୍ୟୁମାନିଟେରିଆନ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

  3. 3.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଉଳ ରପ୍ତାନିକାରୀ ଦେଶମାନଙ୍କ ଉପରେ ନୂତନ ଶୁଳ୍କ ଲଗାଇବାର ସଙ୍କେତ ପୁଣି ଥରେ ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଏହି ସଙ୍କେତ ପରେ,ବଜାର ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି।

  4. 4.ଦେଶର ବଡ଼ ଏୟାରଲାଇନ୍‌ ଇଣ୍ଡିଗୋରେ ଦେଖାଦେଇଥିବା ସଙ୍କଟ ସପ୍ତମ ଦିନରେ ପ୍ରବେଶ କରିଛି। ସୋମବାର କମ୍ପାନିର ୫୬୨ଟି ବିମାନର ଉଡ଼ାଣ ବାତିଲ ହୋଇଛି। କେବଳ ବେଙ୍ଗାଲୁରୁରେ ୧୫୦ଟି ଉଡ଼ାଣ ବାତିଲ କରାଯାଇଛି।

  5. 5.୨୦୧୪ ମସିହାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୬,୪୪୪ଟି ମନିଲଣ୍ଡରିଂ ତଦନ୍ତ ଆରମ୍ଭ କରିଛି ଏବଂ କୋର୍ଟଙ୍କ ଦ୍ୱାରା ମେରିଟ୍ ଆଧାରରେ ନିଷ୍ପତ୍ତି ନିଆଯାଇଥିବା ୫୬ଟି ମାମଲା ମଧ୍ୟରୁ ୫୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

  6. 6.ନାସା ମହାକାଶଚାରୀ ଜନି କିମ୍ ଏବଂ ରସକସମସ୍ ମହାକାଶଚାରୀ ସର୍ଗେଇ ରିଜିକୋଭ୍ ଓ ଆଲେକ୍ସି ଜୁବ୍ରିଟସ୍କି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ସେମାନଙ୍କର ମିସନ ଶେଷ କରିବା ପରେ ନିରାପଦରେ ପୃଥିବୀକୁ ଫେରିଛନ୍ତି।

  7. 7.ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି।

  8. 8.ପୁଡୁଚେରୀର ଜଣେ ନାବାଳିକାଙ୍କୁ ତାଙ୍କ ପିତାଙ୍କ ବଦଳରେ ତାଙ୍କ ମା’ଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଆକାଶ ତଳେ ଥିବା ଖାଦ୍ୟପେୟରେ ତନ୍ଦୁରରେ କୋଇଲା ଏବଂ ଜାଳେଣି କାଠ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରିବାକୁ ନିର୍ଦ୍ଦେଶ ଜାରି କରିଛି।

  10. 10.ବେଲଜିୟମ କର୍ତ୍ତୃପକ୍ଷଙ୍କ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣକୁ ବିରୋଧ କରି କରିଥିବା ଆବେଦନକୁ ବେଲଜିୟମ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଫେରାର ଅଛନ୍ତି।

  11. 11.ଓଡିଶା ରାଜ୍ୟର ନଅଟି ଜିଲ୍ଲାରେ ଟେକ୍‌ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି।

  12. 12.ଭାରତ ବିକାଶ କରିଥିବା ୟୁନିଫାଏଡ୍‌ ପେମେଣ୍ଟ୍ ଇଣ୍ଟରେଫେସ୍‌ (ୟୁପିଆଇ) ବିଶ୍ଵର ସର୍ବବୃହତ୍‌ ବାସ୍ତବ ସମୟ ପେମେଣ୍ଟ୍‌ ବ୍ୟବସ୍ଥା ମାନ୍ୟତା ହାସଲ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଏହି ସ୍ବୀକୃତି ଦେଇଛି। ସାରା ବିଶ୍ବର ୪୯ ପ୍ରତିଶତ ବାସ୍ତବ ସମୟ ପେମେଣ୍ଟ୍‌ ୟୁପିଆଇ ଜରିଆରେ ହେଉଥିବା ଏହା କହିଛି।

  13. 13.ଦେଶର ବିମାନ ଚଳାଚଳ ନିୟାମକ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି ।

  14. 14.ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ ଉପକଣ୍ଠ ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ମାଡ ମରାଯିବା ସହ ରାଗିଂ କରାଯାଇଛି। 

25 Y
8 10-12-2025 English
  1. 1.India’s first solar observatory Aditya-L1 played a key role in helping scientists decode why the strongest solar storm in more than two decades that struck Earth in May 2024 behaved so unusually, ISRO said Tuesday.

  2. 2.Anant Ambani has been honoured with the Global Humanitarian Award in the United States for his outstanding contribution to wildlife conservation and animal welfare through Vantara.

  3. 3.2025 is currently tied with 2023 to be the second-warmest year on record, according to new data published by Europe’s climate agency Copernicus.

  4. 4.A fire swept through a seven-storey office block in Indonesia’s capital Jakarta Tuesday, killing 22 people, police said.

  5. 5.The Assembly Tuesday passed four Bills on the last day of the Winter Session to increase the salaries and allowances of the Speaker, Deputy Speaker, ministers, MLAs, and other office-bearers. The pension for former MLAs has also been revised.

  6. 6.The revised structure will take effect retrospectively from June 5, 2024. The salary of MLAs has gone up from Rs35,000 to Rs90,000. The pension of former MLAs has been increased from Rs30,000 to Rs80,000, and they will also receive a monthly travel allowance of Rs12,500. The CM’s salary has been increased from Rs41,000 to Rs1 lakh per month, the vehicle allowance from Rs17,000 to Rs91,000, and the sumptuary allowance from Rs40,000 to Rs1,83,000.

  7. 7.The Civil Aviation Minister has asked for a 10 per cent cut in planned IndiGo flights to help restore order at India’s biggest airline.

  8. 8.As many as 136 wild elephants died in Odisha between April 2024 and September 2025 due to multiple causes, including electrocution, disease, poaching and accidents.

  9. 9.At least 518 migrant workers from Odisha died while working outside the state between 2021 and November this year.

  10. 10.The Centre Tuesday approved Rs 44,771 crore for major national and state highway projects in Odisha, giving a substantial boost to the state’s infrastructure.

  11. 11.Karnataka Chief Minister Siddaramaiah Tuesday unveiled the world’s second-largest khadi national flag at the Suvarna Vidhana Soudha.

  12. 12.The cabinet of Bihar Chief Minister Nitish Kumar Tuesday approved proposals to create three new departments and change the names of three others, offi cials said. The decision was taken at a cabinet meeting chaired by Kumar Tuesday.

  13. 13.Bollywood superstar Shah Rukh Khan made it to the list of 67 Most Stylish People of 2025 released by the ‘New York Times’.

  14. 14.The ongoing Special Intensive Revision (SIR) campaign in Gujarat is now 99.97 per cent complete with the verification of all of the state’s 5.08 crore voters almost over.

  15. 15.Microsoft CEO Satya Nadella Tuesday announced plans to invest $17.5 billion in India to help build infrastructure and sovereign capabilities for the country's AI-first future

18 Y
9 09-12-2025 Odia
  1. 1.୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ ୧୫ ସୁଦ୍ଧା ଜନଗଣନା କାର୍ଯ୍ୟକର୍ତ୍ତା ନିଯୁକ୍ତି ସମାପ୍ତ କରିବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲ ( ଆରଜିଆଇ) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

  2. 2.‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’ ସାହିତ୍ୟ ପତ୍ରିକାରେ ଏହା ପ୍ରକାଶ ପାଇଥିଲା।

  3. 3.ଭାରତୀୟ କ୍ରିକେଟ୍‌ ଟିମ୍‌। ଐତିହସିକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବା ପୂର୍ବରୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାସିଂଟନ ସୁନ୍ଦର ଓ ଜିତେଶ ଶର୍ମା ଭୁବନେଶ୍ବରରୁ ପୁରୀ ଗସ୍ତ କରିଛନ୍ତି।

  4. 4.ସୋମବାର ରାତିରେ ଏୟାରଲାଇନ୍ କହିଛି ଯେ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ବାତିଲକରଣ ପାଇଁ ୮୨୭ କୋଟି ଟଙ୍କା ଫେରସ୍ତ କରିଛି ଏବଂ ଏହାର ନେଟୱାର୍କରେ ୯୦ ପ୍ରତିଶତ ସଠିକ ସମୟରେ କାର୍ଯ୍ୟଦକ୍ଷତା ମଧ୍ୟ ରିପୋର୍ଟ କରିଛି। 

  5. 5.ଟୋକିଓ ଗତକାଲିର ଭୂମିକମ୍ପ ପରେ ସମୁଦ୍ରରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଲହରୀ ଉଠୁଛି। ଏହା ଦ୍ୱାରା ଉପକୂଳରେ ରହୁଥିବା ପ୍ରାୟ ୯୦,୦୦୦ ଲୋକଙ୍କୁ ବାସହୀନ କରାଯାଇଛି।

  6. 6.ମାଲକାନଗିରିଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି-୨୬ ଗାଁ। ଗତକାଲି ୫୦ରୁ ଅଧିକ ଘରେ ନିଆଁ ଲଗାଇ ଲୁଟ୍‌ପାଟ କରିଥିଲେ।

  7. 7. ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଆରମ୍ଭ କରିଛି ପରୀକ୍ଷାନିରୀକ୍ଷା। ଗତକାଲି ମନ୍ଦିରର ୮୦ ଫୁଟ ଉଚ୍ଚରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ଆଜିସୁଦ୍ଧା ମନ୍ଦିର କାନ୍ଥକୁ ୨୬ ଫୁଟରୁ ଅଧିକ (୮ ମିଟର) ଡ୍ରିଲିଂ ପରେ ବାଲି ସ୍ତରକୁ ଛୁଇଁଥିଲା 

  8. 8. ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବଢିବାର ବ୍ୟବସ୍ଥା କରାଯାଇଛି । 

  9. 9.ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଭାରତରେ ପହଞ୍ଚିବେ। ଆଲୋଚନାରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।

  10. 10.ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩ ବିଲିୟନ ଡଲାର ସାହାଯ୍ୟ ମାଗିଛି; କିନ୍ତୁ ଏହି ସଂଖ୍ୟା ପଛରେ ଲୁଚିଛି ଏକ କରୁଣ ସତ୍ୟ। ଗତବର୍ଷ ତୁଳନାରେ ଜାତିସଂଘ ଏ ବର୍ଷ ଅଧା ଟଙ୍କା ମାଗିଛି।

  11. 11.ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି ସେବାର ଆବାସିକ ପ୍ଲାନ୍ ପାଇଁ ମାସିକ ₹୮,୬୦୦ ଧାର୍ଯ୍ୟ କରାଯାଇଛି।

  12. 12.ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଗତ ୧୬ ମାସରେ ପ୍ରାପ୍ତ ୧୦,୩୦୬ ଅଭିଯୋଗ ମଧ୍ୟରୁ ୯,୪୦୭ଟିର ସମାଧାନ କରିଛି, ଯାହାର ସମାଧାନ ହାର ୯୧.୩ ପ୍ରତିଶତ ହାସଲ କରିଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ କହିଛନ୍ତି।

  13. 13.କାମ୍ବୋଡିଆ ସହିତ ବିବାଦୀୟ ସୀମାରେ ଥାଇଲ୍ୟାଣ୍ଡ ବିମାନ ଆକ୍ରମଣ ଆରମ୍ଭ କରିଛି କାରଣ ଉଭୟ ପକ୍ଷ ଯୁଦ୍ଧବିରତି ଭଙ୍ଗ ପାଇଁ ପରସ୍ପରକୁ ଅଭିଯୋଗ କରୁଛନ୍ତି।

  14. 14.ସେପ୍ଟେମ୍ବର ସୁଦ୍ଧା ୧୫ ମାସରେ ଓଡ଼ିଶାରେ ୩,୨୦୫ ବଳାତ୍କାର ସମେତ ମହିଳା ବିରୋଧୀ ଅପରାଧର ମୋଟ ୪୦,୯୪୭ ମାମଲା ପଞ୍ଜିକୃତ ହୋଇଛି।

  15. 15.ଗତ ତିନି ବର୍ଷ ମଧ୍ୟରେ ନଦୀ ଏବଂ ସମୁଦ୍ରରେ ବୁଡ଼ିଯିବା ଯୋଗୁଁ ମୋଟ ୧,୮୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।

30 Y
10 09-12-2025 English
  1. 1.The Chief Minister’s Grievance Cell resolved 9,407 out of 10,306 complaints received in the last 16 months, achieving a resolution rate of 93 per cent, Chief Minister Mohan Charan Majhi told the Assembly Monday.

  2. 2.Thailand launches airstrikes along the disputed border with Cambodia as both sides accuse the other of breaking a ceasefire.

  3. 3.A total of 40,947 cases of crimes against women, including 3,205 rapes, were registered in Odisha in 15 months till September.

  4. 4.A total of 1,832 people have lost their lives due to drowning in rivers and sea over the past three years, Chief Minister Mohan Charan Majhi informed the Assembly Monday.

  5. 5.Forest personnel of the Gahirmatha Marine Sanctuary intercepted two trawlers in the early hours of Monday and arrested 17 fishermen for allegedly fishing illegally inside the “No-Fishing Zone” of the sanctuary.

  6. 6.Guwahati has emerged as Northeast India’s commercial powerhouse, with major infrastructure investments set to reshape the region’s real estate landscape through 2028, according to a report.

  7. 7.The government plans to take strict action against IndiGo to “set an example” for airlines that violate regulations, the Civil Aviation Minister said Monday.

  8. 8. An air strike last week by Myanmar's military on a tea shop in the country's upper-central region of Sagaing killed at least 18 civilians and wounded 20 others, a local villager and Myanmar's independent online media said Monday.

  9. 9.Market investors became poorer by Rs 7.12 lakh crore as Sensex nosedived Monday after two consecutive days of gains, as investors rushed to take profits amid unabated selling of stocks by foreign investors.

  10. 10.Public sector banks have written off loans worth Rs 6.15 lakh crore in the last five and a half years, Parliament was informed Monday.

  11. 11.Elon Musk’s Starlink the satellite-based internet service is priced at Rs 8,600 per month, and new subscribers have to purchase a hardware kit for Rs 34,000.

  12. 12.Zorawar Singh Sandhu fi nished seventh in the men's trap fi nal with seven hits in fi rst 10 targets, as India concluded their best-ever campaign at ISSF World Cup Final with six medals, including two gold, here Monday.

  13. 13.Prime Minister Narendra Modi on Tuesday greeted Sonia Gandhi, the leader of the Congress Party in Parliament, on her birthday, wishing her good health

  14. 14.Hours after he warned of exemplary action against IndiGo for the recent chaos at airports, Union Civil Aviation Minister K Ram Mohan Naidu has said the airline's winter flight schedule will be curtailed and its slots given to other operators

  15. Senior batter Ajinkya Rahane struck a scintillating 56-ball 95 as heavyweights Mumbai made short work of Odisha en route to a nine-wicket victory in a Group A match of the Syed Mushtaq Ali Trophy here Monday

21 Y