-
1.ଆମେରିକାର ଟେକ୍ସାସ ରାଜ୍ୟର ହୁଷ୍ଟନଠାରେ ୯୦ ଫୁଟ ଉଚ୍ଚତାର ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏହାକୁ ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ନାମରେ ନାମିତ କରାଯାଇଛି।
-
2.ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ୭ ଅକ୍ଟୋବର ୨୦୨୩ରୁ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଓ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆମେରିକା ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ୍ଙ୍କୁ ଭେଟିଛନ୍ତି।
-
3.କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ସୋମବାର ତେଲେଙ୍ଗାନାରୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ।
-
4.କୋଲକାତା ବଳାତ୍କାର ମାମଲାରେ ଡାକ୍ତରଙ୍କ ବିରୋଧ ସମ୍ପର୍କରେ ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀ ଏକ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଡାକ୍ତରଖାନାରେ ରୋଗୀ ମରିଯାଆନ୍ତି, ତେବେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେବ ଏବଂ ଆମେ ଡାଙ୍କରଙ୍କୁ ବଞ୍ଚାଇ ପାରିବୁ ନାହିଁ।
-
5.ଭାରତୀୟ ରେସଲର ଦୁଃଖ ଦେଖି ହରିୟାଣାର ଖାପ୍ ପଞ୍ଚାୟତ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଭିନେଶ ପ୍ୟାରିସରୁ ତାଙ୍କ ଗାଁ ବଲାଲିରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।
-
6.ସୁପାଲ ଜିଲ୍ଲାର ଭୀମନଗରରେ ଅବସ୍ଥିତ ବିହାର ସ୍ପେଶାଲ ଆର୍ମଡ ପୋଲିସ (ବିଏସଏପି)ର ୨୬୫ଟି ପିଟିସି ତାଲିମପ୍ରାପ୍ତ ଯବାନ ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି।
-
7.. ରିଟେଲ୍ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ (୨୦୨୩-୨୪)ରେ ୫୨ ହଜାର କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। କର୍ମଚାରୀଙ୍କ ଛଟେଇ ଦୃଷ୍ଟିରୁ ଘରୋଇ ରିଟେଲ ବଜାରରେ ରିଲାଏନ୍ସ ରିଟେଲ ହେଉଛି ସବୁଠାରୁ ବଡ କମ୍ପାନୀ ଯିଏ କି ସର୍ବାଧିକ ଲୋକଙ୍କୁ ଛଟେଇ କରିଛି ।
-
8.ରାଖିପୂର୍ଣ୍ଣିମା ପୂର୍ବଦିନ ରାଜସ୍ଥାନ ଯୋଧପୁରରେ ଲୋକହର୍ଷଣକର ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କ ହୃଦହକୁ ଦୋହଲାଇ ଦେଇଛି। ୩ବର୍ଷର ନିରୀହ ଶିଶୁକନ୍ୟା ସହିତ ଜଣେ ୪୫ବର୍ଷୀୟ ବ୍ୟକ୍ତି ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି।
-
9.କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଡେପୁଟି ସଚିବଙ୍କ ପ୍ରମୁଖ ପଦବୀରେ ଖୁବ୍ଶୀଘ୍ର ୪୫ ଜଣ ବିଶେଷଜ୍ଞଙ୍କୁ ‘ଲାଟେରାଲ ଏଣ୍ଟ୍ରି’ ମାଧ୍ୟମରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ରାଜନୈତିକ ମହଲରେ ଆଲୋଚନା ହେଉଛି।
-
10.ଆଇନମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏବର୍ଷକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି।
-
11.ଟିଏମସି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ କ୍ଷମା ମାଗିଛନ୍ତି। କୋଲକାତାର ସରକାରୀ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ନାଁ ସାର୍ବଜନୀନ କରିଥିବାରୁ ସେ ସମସ୍ତଙ୍କୁ କ୍ଷମତା ମାଗିଛନ୍ତି।
-
12.ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟିପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି।
-
13.ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ରାମୁର ମୃତ୍ୟୁ ଘଟିଛି । ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ ଉଦ୍ଧାର କରାଯାଇଛି। ରାମୁ ହାତୀର ବୟସ ପାଖାପାଖି ୪୦ ବର୍ଷ ଅନୁମାନ କରାଯାଉଛି।
-
14.ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି)ରେ ଲାଟେରାଲ୍ ଏଣ୍ଟ୍ରି ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଦଳ ପରେ ଏବେ ସରକାରୀ ମନ୍ତ୍ରୀମାନେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।
-
15.ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଅନୁମତି ଦେବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଥିପାଇଁ ରାଜନୈତିକ ସହମତି ହାସଲ କରିବାକୁ ଉଦ୍ୟମ କରାଯାଉଛି।
-
16.ଖୋର୍ଦ୍ଧାର ଡେରାସ୍ଠାରେ ସ୍ଥାପନ କରାଯାଇଥିବା ସିଫୁଡ୍ (ସାମୁଦ୍ରିକ ଖାଦ୍ୟ) ପାର୍କ ଭଳି ରାଜ୍ୟରେ ଆଉ ଏକ ପାର୍କ ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
-
17.ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ରିଲାଏନ୍ସ ପାୱାରର ଏକ ପ୍ଲାଣ୍ଟ କିଣିବାକୁ ପ୍ରସ୍ତୁତ ହେଉଛି | ଏହି ଚୁକ୍ତିରେ ଆଦାନୀ ଗ୍ରୁପ୍ ୨୪୦୦ ରୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିପାରେ | ଏହି ବନ୍ଦ ପ୍ଲାଣ୍ଟ କିଣିବା ପାଇଁ ଆଦାନୀ ପାୱାର ବର୍ତ୍ତମାନ ଆଲୋଚନା କରୁଛି |
-
18.ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ହିତାଧିକାରୀଙ୍କ ପାଇଁ ଖୁସି ଖବର। ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶି ପରିମାଣ ବୃଦ୍ଧି ପାଇବ।ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ
-
19. ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
-
20.ଆସନ୍ତା ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଗସ୍ତରେ ଯିବେ। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ।