-
1.ଦିଲ୍ଲୀ ମଦ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାପରେ ଗତକାଲି ସନ୍ଧ୍ୟାରେ ସେ ତିହାର ଜେଲ୍ରୁ ମୁକୁଳିଛନ୍ତି।
-
2.ପ୍ରବଳ ହଟ୍ଟଗୋଳ ଓ ତିକ୍ତତା ଭିତରେ ଚାଲିଥିବା ସଂସଦର ମୌସୁମୀ ଅଧିବେଶନ ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ତେବେ ଶେଷ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅନୌପଚାରିକ ଚା ବୈଠକରେ ଏକାଠି ହୋଇଛନ୍ତି।
-
3.ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଛି। ଜୟାଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ସାଂସଦମାନେ ରାଜ୍ୟସଭାରେ କକ୍ଷତ୍ୟାଗ କରିଛନ୍ତି।
-
4.ମନି ଲଣ୍ଡରିଂ ନିରୋଧୀ ନିୟମକୁ କଡ଼ାକଡ଼ି କରିବା ଲାଗି ବିଶ୍ବସ୍ତରୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍)କୁ ଦାୟିତ୍ବ ଦିଆଯାଇଛି। ଏହା ଖୁବ୍ଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଯାଉଛି।
-
5.ବାଂଲାଦେଶର ଦୁଇଟି ଜେଲ୍ ଭାଙ୍ଗି ଫେରାର ହୋଇଥିବା ୭୦୯ ଜଣ କଏଦୀଙ୍କ ମଧ୍ୟରେ ଅନେକ ଆତଙ୍କବାଦୀ ଥିବା ଖବର ମିଳିବା ପରେ ସମଗ୍ର ପଶ୍ଚିମବଙ୍ଗରେ ସୁରକ୍ଷା ଏଜେନ୍ସିମାନେ ସତର୍କତା ବଢ଼ାଇ ଦେଇଛନ୍ତି।
-
6.ମୁମ୍ବାଇର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ହିଜାବ ନିଷେଧାଦେଶ ଉପରେ ସୁପ୍ରିମ୍କୋର୍ଟ ନଭେମ୍ବର ୧୮ ପର୍ଯ୍ୟନ୍ତ ଆଂଶିକ ରୋକ୍ ଲଗାଇଛନ୍ତି।
-
7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ୮ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଯାହାର ସିଂହଭାଗ ଲାଭ ଓଡ଼ିଶାକୁ ମିଳିବ।
-
8.ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍ବଣ ଋତୁରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ୩୫ ପ୍ରତିଶତ ଅଧିକ ରହିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ବହୁ ଅଧିକ ସଂଖ୍ୟକ ଗିଗ୍ ୱାର୍କର୍ସଙ୍କୁ ନିଯୁକ୍ତି ଦେବେ।
-
9.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବ୍ୟାଙ୍କିଂ ନିୟମ (ସଂଶୋଧନ) ବିଲ୍ ୨୦୨୪ ଉପସ୍ଥାପନ କରିଛନ୍ତି। ଏହା ଆଇନରେ ପରିଣତ ହେଲେ ଗ୍ରାହକମାନେ ନିଜ ବ୍ୟାଙ୍କ ଖାତାରେ ଚାରି ଜଣ ନୋମିନିଙ୍କ ନାମ ଯୋଡ଼ିପାରିବେ। ବର୍ତ୍ତମାନ ପ୍ରଚଳନରେ ଥିବା ନିୟମରେ ବ୍ୟାଙ୍କ ଖାତା ପିଛା ଜଣେ ନୋମିନିଙ୍କ ନାମ ଯୋଡ଼ିବା ଅନୁମତି ରହିଛି।
-
10.ୱାରେ ଏନର୍ଜିସ୍ ହେଉଛି ଦେଶର ଏକ ଅଗ୍ରଣୀ ସୋଲାର୍ ପିଭି ନିର୍ମାତା। ଏହି କମ୍ପାନି ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଏକ ସମନ୍ବିତ ସୋଲାର ଉପକରଣ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। କମ୍ପାନି ସେଥିରେ ୨୫୦୦୦ କୋଟି ଟଙ୍କା ନିବେଶ କରିବ।
-
11.ତେଲେଙ୍ଗାନାର ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍ (ଏସ୍ସିସିଏଲ୍)କୁ ଆବଣ୍ଟନ କରାଯାଇଥିବା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ନୟନୀ କୋଇଲା ଖଣି ପାଇଁ ରାଜ୍ୟ ସରକାର କମ୍ପାନିକୁ ୧୪୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ହସ୍ତାନ୍ତର କରିଛନ୍ତି।
-
12.୨୦୨୪ ଜୁନ୍ ଶେଷ ସୁଦ୍ଧା ନିଗମର ଟିକସ ପରବର୍ତ୍ତୀ ଲାଭ ୧୦,୪୬୧ କୋଟି ଟଙ୍କା ରହିଥିଲାବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଭାରତୀୟ ଜୀବନ ବୀମା ନିଗମର ଲାଭ ୯୫୪୪ କୋଟି ଟଙ୍କା ଥିଲା।
-
13.ଭୁବନେଶ୍ବର-ପୁରୀ ଏନଏଚ ୩୧୬ ହେବ ୬ ଲେନ। ଏଥିସହ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ ହେବ। ୬ ଲେନ ରାସ୍ତା ସହ ୨ ପାଶର୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସଂପର୍କୀତ ପ୍ରସ୍ତାବ ମଞ୍ଜୁର ହୋଇଥିବା ଜଣାଇଲେ ରାଜ୍ୟ ସରକାର।
-
14.ବୋଇଂର ଷ୍ଟାର୍ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି ରହିବାକୁ ପଡ଼ିବ।
-
15.ଦେଶର ପ୍ରମୁଖ ଡିଜିଟାଲ ଫାଇନାନ୍ସ ପ୍ଲାଟ୍ଫର୍ମ ‘ଫୋନ୍ପେ’ର ନୂତନ ଉତ୍ପାଦ ‘ଜୀବନ ବୀମା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।