-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନ (ଏସ୍ଏସ୍ଏଲ୍ଭି-ଡି୩)ରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ୍-୦୮)କୁ ସଫଳତାର ସହ ଉତ୍କ୍ଷେପଣ କରିଛି।
-
2.କେନ୍ଦ୍ର ସରକାର ଜାରି କରିଥିବା ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ (ପିଏଲ୍ଏଫ୍ଏସ୍) ରିପୋର୍ଟ ଅନୁସାରେ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ୧୫ରୁ ୨୯ ବର୍ଷ ବୟସର ପିଲାମାନଙ୍କ ଭିତରେ ବେକାରୀ ହାର ବଢ଼ିଛି। ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହି ବେକାରୀ ହାର ୨୩.୩ ପ୍ରତିଶତ ଥିଲା। ଏହାର ପରବର୍ତ୍ତୀ ତିନି ମାସ ଅର୍ଥାତ ଏପ୍ରିଲ୍-ଜୁନ୍ରେ ତାହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି।
-
3.ରାଜ୍ୟରେ ଏକ ଗ୍ରିନ୍ ସିପ୍ ରିସାଇକ୍ଲିଂ ଶିଳ୍ପ ପାର୍କ ସ୍ଥାପନ ହେବାକୁ ଯାଉଛି। ଏହି ପାର୍କ ସ୍ଥାପନ କରିବା ଲାଗି ଅଗ୍ରଣୀ କମ୍ପାନି ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଗ୍ରହ ପ୍ରକାଶ କରିଛି। ଏଥିରୁ ବର୍ଷକୁ ୫ ନିୟୁତ ଟନ୍ ଉଚ୍ଚମାନର ଇସ୍ପାତ ରାଜ୍ୟକୁ ମିଳିବ। ଏହି ପ୍ରକଳ୍ପ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ୨ ନିୟୁତ ଡଲାର ଯୋଗଦାନ ଦେବ।
-
4.ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ଦାରା ସିଂହ ଓରଫ୍ ରବୀନ୍ଦ୍ର ପାଲ୍ଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟରେ ନିଜେ ଦାରା ସିଂହ ମର୍ସି ପିଟିସନ୍ ଦେଇଛନ୍ତି।
-
5.ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ଉଭୟ ସେନସେକ୍ସ ଓ ନିଫଟି ବୃଦ୍ଧି ସହ ବନ୍ଦ ହୋଇଛନ୍ତି । ସେନସେକ୍ସ ୧୩୩୧ ପଏଣ୍ଟ ବୃଦ୍ଧି ସହ ୮୦୪୩୬.୮୪ ପଏଣ୍ଟରେ ବନ୍ଦ ହୋଇଛି ।
-
6.ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭଙ୍ଗାରୁଜା ଓ ହିଂସା ଉପୁଜିଥିଲା। ଏହି ଘଟଣାରେ କୋଲକାତା ପୁଲିସ ଏଯାବତ ୧୯ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ପୁଲିସ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ହାଜତକୁ ନେଇଛି।
-
7.କୋଲକାତାରେ ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ସେପଟେ ଘଟଣାର ତଦନ୍ତ କରୁଛି ସିବିଆଇ । ମାମଲାରେ ୪ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡାକିଛି ସିବିଆଇ ।
-
8.ବାଂଲାଦେଶରେ ସମସ୍ତ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଉପଲବ୍ଧ କରାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି।
-
9.ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ ତାରିଖରେ ମତଦାନ ହେବ। ଅକ୍ଟୋବର ୪ରେ ଉଭୟ ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ଭୋଟ୍ ଗଣତି ହେବ। ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ।
-
10.୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ବଡ଼ ଝଟକା ଦେଇଛନ୍ତି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଶୁକ୍ରବାର (ଅଗଷ୍ଟ ୧୬) ରାୟ ଶୁଣାଇ ଏହି ନିଯୁକ୍ତିର ସମ୍ପୂର୍ଣ୍ଣ ମେରିଟ୍ ଲିଷ୍ଟକୁ ରଦ୍ଦ କରିଛନ୍ତି।
-
11.ନ୍ୟାସନାଲ କନ୍ଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଓମାର ଅବଦୁଲ୍ଲା ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
-
12.ଥାଇଲାଣ୍ଡ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।
-
13.ସଂସଦରେ ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଏବଂ ସଂସଦ ଟେଲିଭିଜନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
-
14.ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ୨୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏତେ ଟଙ୍କାର କୋକେନ ମିଳିବା ବିମାନ ବନ୍ଦର ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।
-
15.ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଆମ ଅର୍ଥନୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ କାହାଣୀକୁ ନିଜ ଆଡୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛନ୍ତି।
-
16.ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି। ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ।
-
17.ୟୁକ୍ରେନ ରୁଷ ଆକ୍ରମଣର କଡ଼ା ମୁକାବିଲା କରିବା ସହିତ ଧୀରେ ଧୀରେ ରୁଷ ମାଟିରେ ପ୍ରବେଶ କରିବାରେ ସଫଳ ହେଉଛି। ରୁଷର ୧୦୦ ସୈନିକଙ୍କୁ ୟୁକ୍ରେନ ବନ୍ଦୀ କରିନେଇଥିବା ଘୋଷଣା କରିଛି।
-
18.ଭାରତକୁ ମିଳିଛି ବଡ଼ ସଫଳତା। ଡ୍ରୋନ ନିର୍ମାଣ କ୍ଷେତ୍ରରେ ଭାରତ ଗୋଟିଏ ପାଦ ଆଗକୁ ବଢ଼ି ଏକ ଅତ୍ୟାଧୁନିକ ଡ୍ରୋନ ତିଆରି କରିବାରେ ସଫଳ ହୋଇଛି। ନେସନାଲ ଏରୋସ୍ପେଶ ଲାବରେଟୋରିଜ(ଏନଏଏଲ) ଦ୍ଵାରା ନିର୍ମିତ ଏହି ଡ୍ରୋନ ଏକ ସମୟରେ ୧୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ି ପାରିବ।
-
19.ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ‘ସ୍ତ୍ରୀ ୨’। ଶ୍ରଦ୍ଧା କପୁର, ରାଜକୁମାର ରାଓ, ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ପଙ୍କଜ ତ୍ରିପାଠୀଙ୍କ ଏହି ଚଳଚ୍ଚିତ୍ର ପ୍ରମାଣ କରିଛି ଯେ, ଫିଲ୍ମକୁ ହିଟ୍ କରିବା ପାଇଁ ବଡ଼ ତାରକା ନୁହେଁ ବରଂ ଭଲ କାହାଣୀ ଆବଶ୍ୟକ।
-
20.ଅନ୍ତର୍ଜାତୀୟ କ୍ରିକେଟ(ଟେଷ୍ଟ, ଦିନିକିଆ ଏବଂ ଟି-୨୦)ଷର ସବୁଠୁ ଅଧିକ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିଥିବା ଖେଳାଳିଙ୍କ ମଧ୍ୟର ଭାରତର ୨ ଖେଳାଳି ଶୀର୍ଷ ୨ଟି ସ୍ଥାନରେ ରହିଛନ୍ତି। ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୫୩୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସର୍ବାଧିକ ୨୧ ଥର ପ୍ଲେୟର ଅଫ ଦ ସିରିଜ ପୁରସ୍କାର ପାଇଛନ୍ତି।