-
1.ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ।
-
2.ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ୍ ୱିଲ୍ମୋର୍ ଫେବ୍ରୁଆରି ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ପୃଥିବୀକୁ ଫେରିବେ।
-
3.ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ପ୍ରତି ଅପରାଧ ଏକ ପାପ ବୋଲି ଅଭିହିତ କରି କହିଛନ୍ତି ଯେ ମା’, ଭଉଣୀ ଓ ଝିଅଙ୍କ ଶକ୍ତିର ଅଭିବୃଦ୍ଧି ସହ ସେମାନଙ୍କ ସୁରକ୍ଷା ମଧ୍ୟ ଦେଶର ପ୍ରାଥମିକତା ଅଟେ। ସେ ଏହି ପ୍ରସଙ୍ଗକୁ ବାରମ୍ବାର ଲାଲକିଲ୍ଲାରୁ ଉତ୍ଥାପିତ କରିଛନ୍ତି। ଯେ କୌଣସି ରାଜ୍ୟ ହେଉନା କାହିଁକି, ସେ ଭଉଣୀ ଓ ଝିଅମାନଙ୍କ କ୍ରୋଧ ଓ କଷ୍ଟକୁ ଅନୁଭବ କରିପାରୁଛନ୍ତି।
-
4.କୋଲକାତାରେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ହାତରେ ଏବେ ମାମଲା ସଂକ୍ରାନ୍ତ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୬ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ସିବିଆଇ ହାତରେ ଏବେ ମୋଟ୍ ୫୩ଟି ପ୍ରମାଣ ରହିଥିବା ବେଳେ ଅପରାଧ ସାବ୍ୟସ୍ତ କରିବା ପାଇଁ ୯ଟି ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି ।
-
5.ଭାରତରେ ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ ଥିବାରୁ ପ୍ରାର୍ଥୀମାନେ ପ୍ରତ୍ୟାଖ୍ୟାନ ହୁଅନ୍ତି। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ରାଜସ୍ବ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ବାୟୁସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ପୋଲିସ ବିଭାଗରେ ଏହି ବିଷୟରେ କଡା ପ୍ରତିବନ୍ଧକ ଏବଂ ନିୟମ ରହିଛି।
-
6.ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଅନ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ଯୋଜନା କରୁଛନ୍ତି।
-
7.ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟପ୍ରାଚ୍ୟ ସଙ୍କଟକୁ ଆହୁରି ଜଟିଳ କରିଛି। ଉଭୟ ପକ୍ଷ ପରସ୍ପର ଉପରେ ଲଗାତାର କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ରକେଟ୍ ଆକ୍ରମଣ କରିବା ପରେ ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଉଦ୍ବେଗ ପ୍ରକାଶ ପାଇଛି।
-
8.ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରୁଷିଆ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ କରିଛି। ଡ୍ରୋନ ସାହାଯ୍ୟରେ ରୁଷିଆର ସରାଟୋଭ ଅଞ୍ଚଳକୁ ଆକ୍ରମଣ କରି ୟୁକ୍ରେନ ବିଶ୍ୱକୁ ଚକିତ କରିଛି। ରୁଷିଆର ସରାଟୋଭ ଅଞ୍ଚଳରେ ୟୁକ୍ରେନ ୯/୧୧ ଭଳି ଆକ୍ରମଣ କରିଛି।
-
9.ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ଶାଖା ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍ ପୁରସ୍କୃତ ହୋଇଛି।
-
10.ଇସ୍ରାଏଲ ବାୟୁସେନାର ୧୦୦ଟି ଲଢୁଆ ବିମାନ ଲେବାନନ୍ର ୨ ହଜାରରୁ ଅଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି। ହିଜବୁଲ୍ଲାର ପ୍ରମୁଖ ଶିବିର ଉପରେ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
-
11.ରାଜ୍ୟ ସରକାର ଗାଡ଼ି ସ୍କ୍ରାପ୍ ନୀତି ୨୦୨୨ ଆଣିବା ପରେ ଓଡ଼ିଶାର ପ୍ରଥମ ପଞ୍ଜୀକୃତ ଗାଡ଼ି ସ୍କ୍ରାପ୍ ସେଣ୍ଟର୍ ବା ଆର୍ଭିଏସ୍ଏଫ୍ (ପଞ୍ଜୀକୃତ ଯାନ ସ୍କ୍ରାପିଂ ଫାସିଲିଟି) ଖୋର୍ଦ୍ଧା ପିତାପଲ୍ଲୀଠାରେ ଗତବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶାର ଏହା ଏକମାତ୍ର ସେଣ୍ଟର ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ବାହନ ପୋର୍ଟାଲରୁ ଜଣାଯାଇଛି। ଏଠାରେ ବର୍ତ୍ତମାନ ଦିନକୁ ୭ରୁ ୮ଟି ଗାଡ଼ି ସ୍କ୍ରାପ୍ ହେଉଛି।
-
12. ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦର ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ପୋଡ଼ାସାହି ଉପରେ ସାମୂହିକ ଆକ୍ରମଣ ହୋଇଛି। କେଇ ମିନିଟ୍ ଭିତରେ ପୋଡ଼ାସାହିର ପ୍ରାୟ ୩୦ଟି କାର୍, ବାଇକ୍, ଟ୍ରକ୍ ଭାଙ୍ଗି ଦିଆଯାଇଛି।
-
13.ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟରେ ୧୮୫ଟି ବୃହତ୍ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି। ସେଥିରୁ କିଛି ପୂର୍ଣ୍ଣ ଓ ଆଉ କିଛି ଆଂଶିକ କାର୍ଯ୍ୟକ୍ଷମ ରହିଛି। ଏହି ଶିଳ୍ପଗୁଡ଼ିକରେ ୩,୫୯,୩୨୪.୮୪ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା ବେଳେ ୨,୬୧,୬୫୩ ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି।
-
14.ଉପର ମୁଣ୍ଡରେ ବର୍ଷା ଜାରିରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ଜଳଭଣ୍ଡାରର ଅଧିକ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
-
15.ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି ଲିମିଟେଡ) ର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ବା ଏଚ୍ଆର୍ ଡାଇରେକ୍ଟର ଭାବେ ଅନିଲ କୁମାର ଜଦ୍ଲି ନିକଟରେ ଯୋଗ (ଦାୟିତ୍ୱ ଗ୍ରହଣ) ଦେଇଛନ୍ତି।