-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୟୁପିଏସ୍ (ୟୁନିଫାଏଡ୍ ପେନ୍ସନ୍ ସ୍କିମ୍)କୁ ମଞ୍ଜୁରି ମିଳିଛି।ବ୨୫ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ ମିଳିବ। ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ।
-
2.ନିକଟରେ ତାଲିବାନ ଆଫଗାନିସ୍ତାନରେ ମହିଳାଙ୍କ ସ୍ୱରକୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି । ତାଲିବାନ ନେତା ହିବତୁଲ୍ଲା ଆଖୁନ୍ଦଜାଦା ଏହି ନୂଆ ଆଇନ ଆଣିଛନ୍ତି।
-
3.ୟୁଆର୍ଏଲ୍, ଓଟିଟି ଲିଙ୍କ୍ ଏବଂ ଏପିକେ (ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ୍) ଥିବା ମେସେଜ୍ କିମ୍ବା କଲ୍ ନମ୍ବର ଯେଉଁଗୁଡ଼ିକ ଟେଲିକମ୍ କମ୍ପାନିଙ୍କ ନିକଟରେ ହ୍ବାଇଟ୍ଲିଷ୍ଟେଡ୍ କିମ୍ବା ପଞ୍ଜୀକୃତ ହୋଇନାହିଁ ସେଗୁଡ଼ିକୁ ବନ୍ଦ କରିବା ପାଇଁ ଟ୍ରାଇ ଟେଲିକମ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
-
4.ଦେଶରେ ୨୦୨୩-୨୪ରେ ମୋଟ ୨୧.୮୮ ନିୟୁତ ଟନ ବକ୍ସାଇଟ୍ ଉତ୍ପାଦନ ହୋଇଛି। ଅପରପକ୍ଷେ, ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ ବକ୍ସାଇଟ ଉତ୍ପାଦନ ୮.୨୩ ପ୍ରତିଶତ ହ୍ରାସ ହୋଇଛି।ରିପୋର୍ଟରେ ଓଡ଼ିଶା ଓ ଝାଡ଼ଖଣ୍ଡ ଦେଶର ପ୍ରମୁଖ ବକ୍ସାଇଟ୍ ଉତ୍ପାଦକ ରାଜ୍ୟ ବୋଲି କୁହାଯାଇଛି।
-
5.ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।
-
6.ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତ୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟ ସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି।
-
7.ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇ-କମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ତା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମର୍ଥ’କୁ ଉତ୍ସାହର ସହ ପାଳନ କରିଛି।
-
8.ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି।ଡୁରୋଭଙ୍କୁ ତାଙ୍କ ଆପ୍ କାରଣରୁ ଗିରଫ କରାଯାଇଛି। ଫ୍ରାନ୍ସ ପୁଲିସ୍ ଅଭିଯୋଗ କରିଛି ଯେ ଡୁରୋଭଙ୍କ ମେସେଜିଂ ଆପ୍ ଟେଲିଗ୍ରାମରେ ମୋଡରେଟର ଅଭାବ ରହିଛି। ଏହି କାରଣରୁ ଆପ୍ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଫରାସୀ ଏଜେନ୍ସି ଓଏଫଏମଆଇଏନ ଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ।
-
9.ଉତ୍ତର ବଙ୍ଗର କୁଚବିହାରରେ ଭାରତ-ବାଂଲାଦେଶ ସୀମା ନିକଟରେ ବାଂଲାଦେଶ ସୀମା ସୁରକ୍ଷା ବଳ (ବିଜିବି)ର ଯବାନମାନେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଅଧିକାରୀଙ୍କୁ ଗୋରୁବାଡ଼ ନିର୍ମାଣ କରିବାରୁ ଅଟକାଇବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
-
10.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ନକ୍ସଲବାଦ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଚ୍ୟାଲେଞ୍ଜ ଏବଂ ଏବେ ଏହା 2026 ସୁଦ୍ଧା ସମ୍ପୂର୍ଣ୍ଣ ମୂଳପୋଛ ହେବ।
-
11.ଅକ୍ଟୋବର ପହିଲା ପୂର୍ବରୁ ଓ ପରେ ଛୁଟି ଥିବା ଦର୍ଶାଇ ଅକ୍ଟୋବର ୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ପାଇଁ ହରିୟାଣା ବିଜେପି ନିର୍ବାଚନ କମିସନଙ୍କୁ ଚିଠି ଲେଖିଛି।
-
12.ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି।
-
13.ଆଦାନି ଗ୍ରୁପ୍ର କମ୍ପାନି ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ କରୁଛି। ସେ ବାବଦରେ କମ୍ପାନି ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ପାଇବାକୁ ଅଛି। ଶୀଘ୍ର ଦେୟ ଦେବାକୁ ଆଦାନି ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ଆଲୋଚନା ଜାରି ରହିଛି।
-
14.ଖେଳର ପ୍ରତିଯୋଗିତାକୁ ନେଇ ପ୍ୟାରିସ ଅଲିମ୍ପିକ୍ସ ୧୭ ଦିନ ଧରି ଚାଲିଥିଲା। ଏହି ଖେଳକୁ ଜିଓ ସିନେମା ଓ ସ୍ପୋର୍ଟସ୧୮ ନେଟୱର୍କରେ ୧୭ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି। ପୁନଶ୍ଚ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବିଜ୍ଞାପନ ରାଜସ୍ବ ବାବଦରେ ଏଥର ପ୍ରାୟ ୧୧୦ କୋଟି ଟଙ୍କାର ରାଜସ୍ବ ମିଳିଛି।
-
15.କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ଦେଶରେ ୫ଜି ପରେ ୬ଜି ସେବା ପାଇଁ ପ୍ରସ୍ତୁତ ହେଉଛି। ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକ ସମସ୍ତ ୬ଜି ପେଟେଣ୍ଟରେ ୧୦ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ୱ ମାନଦଣ୍ଡରେ ଷଷ୍ଠାଂଶ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।