-
1.ସୁପ୍ରିମ୍କୋର୍ଟ ନିଜର ଦୈନନ୍ଦିନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍ଜେଡିଜି) ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮୨,୯୮୯ଟି ମାମଲା ବିଚାରାଧୀନ ରହିଛି, ଯାହା କି ଏ ପର୍ଯ୍ୟନ୍ତ ସର୍ବାଧିକ। ସେଥିମଧ୍ୟରୁ ୨୭,୭୨୯ଟି ମାମଲା ଏକ ବର୍ଷରୁ କମ୍ ସମୟ ଧରି ବିଚାରାଧୀନ ରହିଛି।
-
2.ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ଅଧିକାର ନାହିଁ ଏବଂ ଯେ ପର୍ଯ୍ୟନ୍ତ ଝିଅ ଜୀବିତ ଅଛି କିମ୍ବା ନିଜେ ନିଷ୍ପତ୍ତି ନେବାରେ ସକ୍ଷମ, ସେ ପର୍ଯ୍ୟନ୍ତ ତାଙ୍କ ବାପାଙ୍କର ମଧ୍ୟ ସ୍ତ୍ରୀଧନ ଫେରାଇବା ଦାବି କରିବାର ଅଧିକାର ନାହିଁ।
-
3.ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି-ଏସପି) ମୁଖ୍ୟ ଶରଦ ପାୱାର ଜେଡ୍ ପ୍ଲସ୍ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ସେ ମଧ୍ୟ ଘର ଭିତରେ ସୁରକ୍ଷାକର୍ମୀ ମୁତୟନକୁ ବାରଣ କରିଛନ୍ତି।
-
4.ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଜନନାୟକ ଜନତା ପାର୍ଟି ( ଜେଜେପି)ର ବିଧାୟକ ଥିବା ରାମନିବାସ ସୁରଜାଖେଡା ଓ ତାଙ୍କର ପିଏ ବିନୋଦ ଅସୁବିଧାରେ ଫସି ଯାଇଛନ୍ତି। ରାମନିବାସ ସୁରଜାଖେଡା ଓ ବିନୋଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି।
-
5.ଓଡିଶା ରାଜ୍ୟରେ ୩୫ଟି ବୃହତ୍ ଶିଳ୍ପ ବନ୍ଦ ରହିଛି । ରାଜ୍ୟରେ ବନ୍ଦ ଥିବା ବୃହତ୍ ଶିଳ୍ପ ମଧ୍ୟରୁ ଅଧିକାଂଶ ହେଉଛି ସ୍ପଞ୍ଜ ଆଇରନ୍ କାରଖାନା। କେନ୍ଦୁଝରରେ ସର୍ବାଧିକ ୭ଟି ଓ କଟକରେ ୬ଟି ବୃହତ୍ ଶିଳ୍ପ ବନ୍ଦ ରହିଛି।
-
6.ବିଜେଡି ସରକାରଙ୍କ ‘ନୂଆ-ଓ’ (ନୂତନ ଉନ୍ନତି ଅଭିଳାଷ-ଓଡ଼ିଶା) କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଛନ୍ତି।
-
7.ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ୧୫ ମାସ ଭିତରେ ଏହା ହେଉଛି ଅର୍ଥନୀତିର ସବୁଠୁ ଦୁର୍ବଳ ପ୍ରଦର୍ଶନ। ୨୦୨୩ର ଏହି ତିନି ମାସରେ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଥିଲା।
-
8.ଭାରତର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ‘ଜୋହୋ’ର ସହ-ପ୍ରତିଷ୍ଠାତା ରାଧା ଭେମ୍ବୁ ଚଳିତ ବର୍ଷ ଚମତ୍କାର କାର୍ଯ୍ୟ କରିଛନ୍ତି। ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୪ରେ ତାଙ୍କୁ ଦେଶର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାବରେ ବର୍ଣ୍ଣନା କରାଯାଇଛି। ରାଧା ଭେମ୍ବୁଙ୍କ ସମ୍ପତ୍ତି ମୂଲ୍ୟ ୪୭,୫୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
-
9.ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର (୩୦ ଅଗଷ୍ଟ ୨୦୨୪) ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି। ତେବେ ପଡ଼ୋଶୀ ଦେଶରେ ଅଶାନ୍ତି ଯୋଗୁଁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିବା ଭାରତ ସ୍ୱୀକାର କରିଛି।
-
10.ଇରାନ୍ରେ ବିଶ୍ବର ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଏହା ରେକର୍ଡ ୮୨.୨ ଡିଗ୍ରି ସେଣ୍ଟିଗ୍ରେଡ୍ ଛୁଇଁଥିବା ବେଳେ ବାୟୁର ଆର୍ଦ୍ରତାଙ୍କ (ଡିଉ ପଏଣ୍ଟ) ୩୬.୧ ଡିଗ୍ରି ସେଣ୍ଟିଗ୍ରେଡ୍ ରହିଛି।
-
11.ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ରୁଷୀୟ ଆକ୍ରମଣର ଶିକାର ହୋଇ ଖସିପଡ଼ିଛି । ଏହି ଲଢୁଆ ବିମାନକୁ ଋଷର କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯାଇଥିଲା ଏବଂ ଏହାକୁ ଉଡାଉଥିବା ୟୁକ୍ରେନର ପାଇଲଟଙ୍କର ମୃତ୍ୟୁ ହୋଇଛି । ୨୪ ଫେବୃଆରୀ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଏପରି ଧରଣର ହେଉଛି ପ୍ରଥମ ଘଟଣା ।
-
12.ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତା ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେଇଛନ୍ତି।
-
13.ଛତ୍ରପତି ଶିବାଜୀ ମହାରାଜ ‘ଆମ ପାଇଁ ଭଗବାନ’ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିବାଜୀ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ କ୍ଷମା ମାଗିଛନ୍ତି।
-
14.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ବେଷ୍ଟ ସିଏସ୍ଆର୍ ପୁରସ୍କାର ’ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲା ସୀମାନ୍ତବର୍ତ୍ତୀ କଳମଙ୍ଗ ଏବଂ ଗନ୍ଧଲପଦା ଅଞ୍ଚଳରେ କମ୍ପାନୀର ଗୋଷ୍ଠୀ କଲ୍ୟାଣ କାର୍ଯ୍ୟ ପାଇଁ ଟାଟା ଷ୍ଟିଲ୍କୁ ଏହି ସମ୍ମାନ ମିଳିଛି।
-
15.ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ଭାରତୀୟ ସୁଟର ଅବାନୀ ଲେଖରା ଚମତ୍କାର କରିଛନ୍ତି। ଶୁକ୍ରବାର ମହିଳା ୧୦ ମିଟର ଏୟାର ରାଇଫଲ (SH1) ଇଭେଣ୍ଟରେ ଅବାନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
-
16.ରାଜ୍ୟରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ଏହି ନୂଆ ଆଇନ ବଳରେ ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍ ଗୁଡ଼ିକରେ ଚାହିଁଲେ ଅନୁମତି ନେଇ କେବେଳ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ ବାର୍ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି।
-
17.ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟିରେ ଅନୁମତି ମିଳିଛି। ସେହିପରି ଶ୍ରଦ୍ଧାଳୁଙ୍କ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ।
-
18.ଓଡିଶାର ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।
-
19.ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଓ ବାର୍ଷି ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ୱାରା ନିମ୍ ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ର ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।
-
20. ବିନା ହାତରେ ତୀରନ୍ଦାଜ କରୁଥିବା ୧୬ ବର୍ଷୀୟ ଶୀତଲ ଦେବୀ ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ। ବର୍ତ୍ତମାନ ଶୀତଲଙ୍କ ସହିତ ଦେଶବାସୀ ବି ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ନେଇ ଆଶା ରଖିଛନ୍ତି।