| 1          ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ୟଜି-ପିଜି ଶ୍ରେଣୀ ପାଇଁ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ଚଳିତମାସ ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଶେଷ ହେବ।  2.         ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି।  3.         ଆଉ ଛପା ହେବନି ସରକାରୀ କ୍ୟାଲେଣ୍ଡର, ଡାଏରୀ – କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା। 4.         ୧୫-ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍ । 5.         ଏଥରର ମୌସୁମୀ ଅଧିବେଶନରେ ପ୍ରଶ୍ନୋତ୍ତର ବଦଳରେ ମିଳିବ ଲିଖିତ ଉତ୍ତର । ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। 6.         ଏଣିକି ଆନ୍ତଃ ରାଜ୍ୟ ବସ୍ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(RTO) ସ୍ବତନ୍ତ୍ର ଅନୁମତି (ସ୍ପେଶାଲ ପର୍ମିଟ୍) ଦେବେ। ଆଗରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STO) ଦେଉଥିଲେ । 7.         ଫର୍ଚ୍ୟୁନ୍ ପତ୍ରିକାର ୪୦ ବର୍ଷରୁ କମ୍ ବୟସରେ ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ । 8.         କରୋନା ସତ୍ତ୍ବେ ନିବେଶକଙ୍କ ପସନ୍ଦ ଓଡ଼ିଶା: ପୁଞ୍ଜି ନିବେଶ ୭୮୫% ବୃଦ୍ଧି। 9.        ସେପ୍ଟେମ୍ବର ୩୦ ସୁଦ୍ଧା ବସିବ ବିଧାନସଭା ମୌସୁମୀ ଅଧିବେଶନ। 10       ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ, ସେନା     ସତର୍କ।   |