-
1.ସୁନା ବେଶରେ ସଜେଇ ହେବେ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ରାଧିପତି ମହାବିଷ୍ଣୁ ଶ୍ରୀଜଗନ୍ନାଥ। ଶୃଙ୍ଗାର ପ୍ରିୟ ମହାପ୍ରଭୁ ରଥ ଉପରେ ବଡ଼ତଢ଼ାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସୁବର୍ଣ୍ଣ ନିର୍ମିତ ହସ୍ତ ପାଦରେ ପୂର୍ଣ୍ଣାଙ୍ଗ ଅବୟବରେ ପ୍ରକଟ ହେବେ ଜଗତାଧିପତି।
-
2.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହ ଓ ଆର୍ ମହାଦେବନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।
-
3.ବୈଜ୍ଞାନିକମାନେ ଚନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଐତିହାସିକ ଆପୋଲୋ ୧୧ ଅବତରଣ ସ୍ଥଳ ନିକଟରେ ଏକ ବଡ଼ ଭୂତଳ ଗୁମ୍ଫା ଥିବା ନିଶ୍ଚିତ କରିଛନ୍ତି।
-
4.ସିଏମ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ସେଠାରେ ବୁଲଡୋଜରରେ ବ୍ରେକ୍ ଲଗାଇଛନ୍ତି।ଅନଲାଇନ୍ ଡିଜିଟାଲ ଉପସ୍ଥାନ ଉପରେ ରୋକ ଲଗାଇଛନ୍ତି।
-
5.ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନ ଅର୍ଥାତ୍ ଚବିଶ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ଚାରା ରୋପଣ କରାଯାଇଥିବାବେଳେ ଏହା ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ଭାବେ ମାନ୍ୟତା ପାଇଥିବାବେଳେ ବର୍ତ୍ତମାନ ୧୧ ଲକ୍ଷ ଚାରା ରୋପଣ କାର୍ଯ୍ୟ ଏ ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଇଛି।
-
6.ଯଦିଓ ଶୀଘ୍ର ନିଦ୍ରା ଯାଇ ବଡ଼ି ଭୋରରୁ ଉଠିବା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି କୁହାଯାଏ, ତେବେ ବିଳମ୍ବିତ ରାତି ଯାଏ ଅନିଦ୍ରା ରହୁଥିବା ବ୍ୟକ୍ତିମାନଙ୍କର ମସ୍ତିଷ୍କ ଅପେକ୍ଷାକୃତ ଉନ୍ନତ ଭାବେ କାମ କରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି।ଲଣ୍ଡନ ସ୍ଥିତ ଇମ୍ପେରିଆଲ୍ କଲେଜର ଗବେଷକମାନେ ସେଭଳି ଧାରଣାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏକ ଅନୁଧ୍ୟାନରେ ୨୬,୦୦୦ ଲୋକଙ୍କୁ ସାମିଲ କରି ସେମାନେ ଏକ ନିର୍ଯାସ ପାଇଛନ୍ତି।
-
7.ଚେନ୍ନାଇର ୟୁଟ୍ୟୁବର ସବିର୍ ଅଲି ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଛନ୍ତି।ଜୁନ୍ ୨୯-୩୦ ତାରିଖରେ ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ୨୯ ବର୍ଷୀୟ ଅଲି ଏବଂ ତାଙ୍କର ୭ ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ଟିମ୍ କହିଛନ୍ତି, ସୁନା ଚୋରାଚାଲାଣ ପାଇଁ ଅଲି ମାସିକ ୧୫ହଜାର ଟଙ୍କା ଦରମା ଦେଇ ଲୋକଙ୍କୁ ନିଯୁକ୍ତି ଦେଇଥିଲେ।
-
8.ଉତ୍ତରାଖଣ୍ଡର ବାଗେଶ୍ୱରସ୍ଥିତ ସୁନ୍ଦରଧୁଙ୍ଗା ଗ୍ଲେସିୟର ଉପରେ ୫,୦୦୦ ମିଟର (୧୬,୫୦୦ ଫୁଟ) ଉଚ୍ଚତାରେ ସରକାରୀ ଜମିରେ ଜଣେ ତଥାକଥିତ ଗଡ୍ମ୍ୟାନ ଏକ ଅନଧିକୃତ ମନ୍ଦିର ନିର୍ମାଣ କରିଛନ୍ତି। ବାବା ଯୋଗୀ ଚୈତନ୍ୟ ଆକାଶ ଦାବି କରିଛନ୍ତି ଯେ ପର୍ବତରେ ଉଚ୍ଚରେ ଥିବା ପରିବେଶ ସମ୍ବେଦନଶୀଳ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ତାଙ୍କୁ ସ୍ବର୍ଗୀୟ ନିର୍ଦ୍ଦେଶ ମିଳିଛି।
-
9.କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ ୩ଜଣଙ୍କୁ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ କୌଣସି ଅପମାନଜନକ ଟିପ୍ପଣୀ ଦେବାରୁ ବାରଣ କରିଛନ୍ତି।
-
10ସୋମବାର (୧୫ ଜୁଲାଇ ୨୦୨୪) ଓମାନର ରାଜଧାନୀ ମସ୍କଟସ୍ଥିତ ଏକ ମସଜିଦ୍ ନିକଟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ଭାରତୀୟ ନାଗରିକଙ୍କ ସମେତ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି ।
-
11.ପ୍ରଯୁକ୍ତିଭିତ୍ତିକ ଶିକ୍ଷା କ୍ଷେତ୍ରର କମ୍ପାନି ବାଇଜୁସ୍ ବିରୋଧରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦେବାଳିଆ ମାମଲା ଚଲାଇବା ପାଇଁ ଦାଖଲ କରିଥିବା ପିଟିସନ୍କୁ ବେଙ୍ଗାଲୁରୁସ୍ଥିତ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)ର ବେଙ୍ଗାଲୁରୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି।
-
12.ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଏକ ଷ୍ଟାର୍ଟଅପ୍ ‘ସେଭର୍’ ଦୁଗ୍ଧ ବ୍ୟବହାର ନକରି ପାଣି ଓ ପବନରୁ ଲହୁଣି (ବଟର୍) ତିଆରି କରୁଛି। ମାଇକ୍ରୋଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ସେଥିରେ ନିବେଶ କରିଛନ୍ତି।
-
13.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ବଢ଼ାଇଛି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଜିଡିପି ୨୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୭ ପ୍ରତିଶତ ରେ ପହଞ୍ଚିବ ବୋଲି ଆଇଏମ୍ ଏଫ୍ ଆକଳନ କରିଛି।
-
14.ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଋଣ ସୁଧରେ ବୃଦ୍ଧି ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍ସିଏଲ୍ଆର୍ରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି। କିଛି ନିର୍ଦ୍ଦିଷ୍ଟ ଅବଧିର ଋଣ ଉପରେ ଏହା ଲାଗୁ ହୋଇଛି। ନୂତନ ସୁଧ ହାର ଜୁଲାଇ ୧୫ରୁ ଲାଗୁ କରାଯାଇଛି।
-
15.ଚଳିତ ମାସ ୨୨ ତାରିଖରୁ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ। ଜୁଲାଇ୨୩ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତୃତୀୟ ପାଳିରେ ଏହା ହେବ ପ୍ରଥମ ବଜେଟ୍।
-
16.କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଉତ୍ପାଦିତ ଦ୍ରବ୍ୟର ପରିମାଣ ବୃଦ୍ଧି କରିବା ପାଇଁ ବୈଜ୍ଞାନିକମାନେ କୃଷକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଆବଶ୍ୟକ।
-
17.ସୋମବାର ବିଳମ୍ବିତ ରାତିରେ ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟିର ରାଷ୍ଟ୍ରୟ ଅଧ୍ୟକ୍ଷ ମୁକେଶ ସାହାଣୀଙ୍କ ପିତାଙ୍କୁ ନିମର୍ମ ହତ୍ୟା କରାଯାଇଛି ।
-
18.ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
-
19.ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି।
-
20.ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି।