-
1.୨୦୨୩ ମସିହାରେ ୧୬ ଲକ୍ଷ ପିଲା କୌଣସି ଟିକା ଗ୍ରହଣ କରିନାହାଁନ୍ତି। ୟୁନିସେଫ ଏବଂ ହୁ ର ରିପୋର୍ଟରେ କୁହାଯାଇଛି ଯେ ନାଇଜେରିଆ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ, ଯେଉଁଠାରେ ଏତେ ସଂଖ୍ୟକ ପିଲାଙ୍କୁ ଟୀକାକରଣ କରାଯାଇ ନାହିଁ।
-
2.ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲର ସମୟ ସୀମା ଦ୍ରୁତ ଗତିରେ ପାଖେଇ ଆସୁଥିବା ବେଳେ ଟିକସଦାତାମାନେ ରେକର୍ଡ ସଂଖ୍ୟକ ରିଟର୍ଣ୍ଣ ଦାଖଲ କରୁଛନ୍ତି। ଆୟକର ବିଭାଗ ସୂଚନା ଅନୁସାରେ ଦୈନିକ ୧୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହେଉଛି।
-
3.୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ୫୦%ରୁ ସାମାନ୍ୟ ଅଧିକ ଲୋକ ଦିନକୁ ତିନିଟି ଭୋଜନ ଖାଇପାରୁଛନ୍ତି। ଅନ୍ୟମାନେ ତିନି ବେଳା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି।
-
4.ଓମାନ ଉପକୂଳରେ ବୁଡ଼ିଯାଇଥିବା କ୍ୟାମୋରସ୍ ପତାକା ଥିବା ତୈଳ ଟ୍ୟାଙ୍କର୍ 'ପ୍ରେଷ୍ଟିଜ୍ ଫାଲକନ୍'ର ସମସ୍ତ କର୍ମଚାରୀ ନିଖୋଜ ଅଛନ୍ତି। ସୋମବାର ଏହି ତୈଳ ଟ୍ୟାଙ୍କର୍ ଓଲଟି ପଡ଼ ବୁଡ଼ିଯାଇଥିଲା। ଏହି କ୍ରୁରେ ୧୩ ଜଣ ଭାରତୀୟ ଏବଂ ତିନି ଜଣ ଶ୍ରୀଲଙ୍କା ନାଗରିକ ଥିଲେ।
-
5.ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି। ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨ଟା ୧୫ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଛି।
-
6.ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା ଘଟି ଜଣେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି
-
7.ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କୁ ବଡ଼ ଝଟ୍କା , ୪ ଜଣ ଶୀର୍ଷ ନେତାଙ୍କ ସମେତ ୨୫ ଜଣ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ସେମାନେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପିରେ ଯୋଗଦେବା ସମ୍ଭାବନା ରହିଛି।
-
8.ରାଜ୍ୟରେ ଆହାର କେନ୍ଦ୍ର ବନ୍ଦ ହେବନାହିଁ। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି। ତେଣୁ ଏହା ଚାଲୁ ରହିବ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି।
-
9.ବିମାନବନ୍ଦର ଲୋଡର ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ୨,୨୧୬ଟି ପଦବୀ ପାଇଁ ୨୫,୦୦୦ରୁ ଅଧିକ ଆବେଦନକାରୀ ଆସିଥିଲେ ଏବଂ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ୍ ଲିମିଟେଡର କର୍ମଚାରୀମାନଙ୍କୁ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା।
-
10.ଉତ୍ତରପ୍ରଦେଶ ପୁଲିସର ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟ ଦୋକାନ କିମ୍ବା ଠେଲା ମାଲିକଙ୍କୁ ତାଙ୍କ ନାମ ଦୋକାନ ବାହାରେ ଲେଖିବାକୁ ପଡିବ, ଯାହାଫଳରେ କୌଣସି କାଉଡିଆ ଭୁଲରେ ମୁସଲମାନଙ୍କ ଦୋକାନରୁ କିଛି କିଣି ଏହାକୁ ଖାଇବେ ନାହିଁ।
-
11.ଷ୍ଟେସନାରୀ ବ୍ରାଣ୍ଡ କାମଲିନର ପ୍ରତିଷ୍ଠାତା ସୁଭାଷ ଦାଣ୍ଡେକରଙ୍କ ଗତ ସୋମବାର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।
-
12.କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଅଣପରିଚାଳନାଗତ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।
-
13.ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
-
14.କଳାହାଣ୍ଡି ଜିଲାର ଲାଇଫ୍ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ ରହି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଜିଲାରେ ଗତ ୨ଦିନରେ ସାମାନ୍ୟ ବର୍ଷା ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ମାତ୍ର ୦.୩୧ ମିଟର ବୃଦ୍ଧି ହୋଇ ୬୨୭.୬୫ମିଟରରେ ପହଞ୍ଚିଛି।
-
15.ଗତ ୭ ବର୍ଷ ମଧ୍ୟରେ ‘ନହ୍ନେ ଫରିସ୍ତେ’ ଅଭିଯାନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ୮୪ ହଜାରରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିଛି। ୨୦୧୮ରୁ ଚଳିତ ବର୍ଷ ମେ’ ମାସ ପର୍ଯ୍ୟନ୍ତ ଏହି ସଫଳତା ମିଳିଛି।
-
16.ନିତି ଆୟୋଗର ପୁନର୍ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି।
-
17.ରାଜସ୍ଥାନ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ମୁସଲିମ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। କୌଣସି ସମ୍ପ୍ରଦାୟର ନାଁ ନ ନେଇ ବିଧାୟକ କହିଛନ୍ତି, ‘୪ ବେଗମ ଏବଂ ୩୬ ସନ୍ତାନ’ ଭୁଲ। ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆବଶ୍ୟକ।
-
18.ବ୍ରିଟେନର କଞ୍ଜେରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ୱରେ ବିରୋଧୀ ଦଳ ‘ଛାୟା କ୍ୟାବିନେଟ’ ଗଠନ କରିଛି। ନବୀନ ନିବାସରେ ଗତ ୩-୪ଦିନ ଧରି ଦଳର ଘନଘନ ବୈଠକ କରି ଏହି ବିଟ୍ରିଶ ମଡେଲର ‘ଛାୟା କ୍ୟାବିନେଟ’ ଓ ସାଂଗଠନିକ କମିଟିକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।
-
19.ହରିଆଣା ସରକାର ଅଗ୍ନିପଥ ଯୋଜନାରେ କାର୍ଯ୍ୟ କରିଥିବା ଅଗ୍ନିବୀରମାନଙ୍କୁ ପୁଲିସ ଏବଂ ମାଇନିଂ ଗାର୍ଡ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ।
-
20.ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମ୍ମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମ୍ର ଅଧିନାୟକ ମଧ୍ୟ ଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସାମ୍ନାରେ ଗୁଳି ଚଳାଇଥିଲେ।