-
1. ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
-
2. ଆଜି ସୋମବାର ଠାରୁ ସଂସଦର ମୌସୁମୀ ତଥା ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ବିଜେପି ସମେତ ୪୪ଟି ଦଳର ୫୫ ଜଣ ନେତା ଅଂଶଗ୍ରହଣ କରିଥିଲେ।
-
3. କେରଳରେ ପୁଣି ନିପା ଭୂତାଣୁ ଆତଙ୍କ। ଭୂତାଣୁରେ ଆକ୍ରାନ୍ତ ହେବାର ଗୋଟିଏ ଦିନ ପରେ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି।
-
4. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର ହ୍ବାଇଟ୍ ହାଉସ୍ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି।
-
5. ଇରାକ ବର୍ତ୍ତମାନ ତୁର୍କୀରୁ ଦେଶକୁ ବିଦ୍ୟୁତ୍ ଆମଦାନୀ କରିବ। ଏକ ବିବୃତ୍ତିରେ ଇରାକ ରବିବାର କହିଛି, ଏକ ନୂତନ ବିଦ୍ୟୁତ୍ ଲାଇନ ତୁର୍କୀରୁ ଏହାର ଉତ୍ତର ରାଜ୍ୟକୁ ଆଣିବ। ଦୀର୍ଘଦିନର ବିଦ୍ୟୁତ୍ ସରବରାହକୁ ହ୍ରାସ କରିବା ପାଇଁ ଶକ୍ତି ଅଧିକାରୀମାନେ ଶକ୍ତି ଉତ୍ସକୁ ବିବିଧ କରିବାକୁ ଲକ୍ଷ୍ୟ ରଖିଛନ୍ତି।
-
6. ନେପାଳର ନବନିଯୁକ୍ତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ସଂସଦରେ ଆସ୍ଥା ଭୋଟ ଜିତିଛନ୍ତି।
-
7. ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ମଧ୍ୟରେ ଏକ ବଡ଼ ଖବର ଆସିଛି । ବାଂଲାଦେଶ ସୁପ୍ରିମକୋର୍ଟ ୩୦ ପ୍ରତିଶତ ସଂରକ୍ଷଣ ସଂପର୍କିତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।
-
8. କାଉଁଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ମାଂସ ଏବଂ କୁକୁଡ଼ା ଦୋକାନକୁ ଶ୍ରାବଣ ମାସ ପାଇଁ ବନ୍ଦ ରଖିବାକୁ ବାରାଣସୀ ମ୍ୟୁନିସିପାଲ କର୍ପୋରେସନ ଏକ ଆଦେଶ ଜାରି କହିଛନ୍ତି।
-
9. ଅଫଲାଇନ ଓ ଅନଲାଇନରେ ପ୍ୟାକେଜ୍ ଜରିଆରେ ବିକ୍ରି ହେଉଥିବା ୨୫ କିଗ୍ରାରୁ ଅଧିକ ଓଜନର ସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିବା ପାଇଁ ସରକାର ପ୍ରସ୍ତାବ ରଖିଛନ୍ତି।
-
10. ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ୧ ଲକ୍ଷ ୫୪ ହଜାର ୧୪୧ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୪ ହଜାର ୬୧୬ରେ ପହଞ୍ଚିଛି।
-
11. ରାଏବରେଲିର କଂଗ୍ରେସ ଏମ୍ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ଓମେନ ଚାଣ୍ଡି ପବ୍ଲିକ ସେବା ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି।
-
12. ସକ୍ରିୟ ମୌସୁମୀ ବାୟୁ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିଲା।
-
13.କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
-
14.ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା ପୂର୍ବରୁ ହରିୟାଣା ସରକାରଙ୍କୁ ଘାରିଛି ହିଂସାର ଭୟ। ଏଥିପାଇଁ ସରକାର ନୁହ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ଓ ଏସଏମଏସ୍ ସେବାକୁ ବନ୍ଦ କରି ଦେଇଛନ୍ତି।
-
15. ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ। ଦୌଡ଼କୁଦ ଇଭେଣ୍ଟ ପାଇଁ ସର୍ବାଧିକ ୨୯ ଜଣ କ୍ରୀଡ଼ାବିତ ରହିଛନ୍ତି।