- 1.ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ।
-
2.ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଟି.କେ. ରାମଚନ୍ଦ୍ରନ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ(ପିପିଏ)କୁ ସୋମବାର ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ୧୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।
-
3.ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରବିବାର ସୁଦ୍ଧା ହଜାରେ ପାର୍ କରିଛି ରୋଗୀଙ୍କ ସଂଖ୍ୟା । ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏବର୍ଷ ରୋଗୀଙ୍କ ସଂଖ୍ୟା ବଢି ୧୦୭୬ରେ ପହଞ୍ଚିଛି ।
-
4.ସୁପ୍ରିମକୋର୍ଟରୁ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି।
-
5.ସୋମବାର ବସିଥିବା ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ୍ ବିଶ୍ବନାଥ ରଥ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ।
-
6.ବ୍ରାଜିଲର ରିଓ ଡି ଜେନିରୋରେ ଜି୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ୨ ଦିନିଆ ବୈଠକ ଶୁକ୍ରବାର ଶେଷ ହୋଇଛି। ଅତି ଧନୀମାନଙ୍କ ଉପରେ ଟିକସ ଲଗାଇବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି।
-
7.ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି -ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି
-
8.ଅଫଜଲ ଅନସାରିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି.. ତଳକୋର୍ଟଙ୍କ ଦଣ୍ଡାଦେଶ ରଦ୍ଦ.. ବଜାୟ ରହିବ ସାଂସଦ ପଦ।
-
9.ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର କେନ୍ଦ୍ର ଉଦ୍ଘାଟିତ.. ୧୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି ।
-
10.ମହାକାଶ ଗବେଷଣାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର ଆସିଛି । ୩୦ଜୁଲାଇରେ ଆକାଶରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି। ଆକାଶରୁ ଉଲ୍କା ବର୍ଷା ହେବ।
-
11.ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି।
-
12.ଦିଲ୍ଲୀ କୋଚିଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଦିଲ୍ଲୀର ଏଲଜି ବିନୟ କୁମାର ସକ୍ସେନା ଏହି ସୂଚନା ଦେଇଛନ୍ତି।
-
13.ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି। ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ।
-
14.ଚୀନ୍ର ୧୯ ବର୍ଷୀୟ ସୁଟର ସେଙ୍ଗ ଲିହାଓ। ଦୁଇ ଦିନ ପୂର୍ବେ ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଇଭେଣ୍ଟରେ ସେଙ୍ଗ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ହୁଆଙ୍ଗ ୟୁଟିଙ୍ଗଙ୍କ ସହ ଏହି ପଦକ ଜିତିଥିଲେ। ଦୁଇ ଦିନ ପରେ ସୋମବାର ସେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି।
-
15.ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆ କପ୍ ୨୦୨୫ ଭାରତ ଦ୍ୱାରା ଆୟୋଜିତ ହେବ। ୩୪ ବର୍ଷ ପରେ ଭାରତ ପୁଣି ଏହା ଆୟୋଜନ କରିବ। ୧୯୯୦-୯୧ରେ ଭାରତ ଏସିଆ କପ୍ ଆୟୋଜନ କରିଥିଲା।
-
16. ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ, ଭିଏତନାମ, ତାଇୱାନ୍ ଓ ଜାପାନ ଆଦି ଦେଶ ଉପରେ ଚୀନର ଆଧିପତ୍ୟ ବିସ୍ତାରକୁ ତୀବ୍ର ସମାଲୋଚନା କରାଯିବା ସହ ଅନ୍ୟ ଦେଶ ଉପରେ କୌଣସି ଦେଶର ପ୍ରଭୂତ୍ବ ବିସ୍ତାରକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ କ୍ବାଡ୍ ବିଦେଶମନ୍ତ୍ରୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି।
-
17. ଖାଲସା ପନ୍ଥର ଗୌରବ ଓ ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଗେରୁଆ ହେବ ନାହିଁ, ବରଂ ଏହାର ରଙ୍ଗ ବସନ୍ତୀ (ହଳଦିଆ) ହେବ।
-
18. ଇନ୍ଫୋସିସ୍ର ସହ-ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି କହିଛନ୍ତି ଯେ ଚୀନ୍ ସହ ନିଜକୁ ତୁଳନା କରିବା ପୂର୍ବରୁ ଅନେକ କଥା ଭାବିବାକୁ ପଡ଼ିବ। ଚୀନ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ଭାରତଠାରୁ ୬ ଗୁଣା ବଡ଼।
-
19. ରିଚାର୍ଜ ପ୍ୟାକ୍ଗୁଡ଼ିକୁ ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ କରିବା ଲାଗି ମଧ୍ୟ ଟ୍ରାଇ ପ୍ରସ୍ତାବ ଦେଇଛି। ଟପ୍-ଅପ୍ ପାଇଁ ସବୁଜ ଭାଉଚର, କମ୍ବୋ ପାଇଁ ନୀଳ ରଙ୍ଗ ବ୍ୟବହାର କରିବାକୁ କୁହାଯାଇଛି। ଭାଉଚର୍ରେ ପ୍ୟାକ୍ର ମୂଲ୍ୟ ଲେଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
-
20. କାର ଭିତରୁ ବାହାରକୁ ଛିଟିକି ପଡ଼ିଥିଲେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଛନ୍ତି। କାନାଡାର ମିଲ୍ଲ କୋଭେ ଠାରେ ଏପରି ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ପଞ୍ଜାବର। ସେମାନେ କାନାଡାରେ ପାଠ ପଢ଼ିବାକୁ ଯାଇଥିଲେ। ହେଲେ ଦୁର୍ଘଟଣାରେ ୩ ଜଣ ଯାକ ପ୍ରାଣ ହରାଇଛନ୍ତି।