-
1.ଏନ୍ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି।
-
2.ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଡି.ଏ. ଚନ୍ଦ୍ରଚୂଡ଼ ପୁଣି ଥରେ ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅପରାଧର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆବେଦନକାରୀଙ୍କୁ ଜାମିନ ନାମଞ୍ଜୁର କରିବା ଅତ୍ୟନ୍ତ ସନ୍ଦେହଜନକ ମନେହୁଏ।
-
3.ମନୁଭାକର ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲରେ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରେଞ୍ଜ ପଦକ ଜିତିଛନ୍ତି।
-
4.ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ପରେ ରାଓ ଆଇଏଏସ୍ କୋଚିଂ ସେଣ୍ଟର ବିଲ୍ଡିଂର ତଳ ମହଲାରେ ପାଣି ହୋଇଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁଘଟିଛି।
-
5.ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ଚାମ୍ପିଅନ ହୋଇଛି। ରବିବାର ଦାମ୍ବୁଲାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ଭାରତୀୟ ମହିଳା ଦଳକୁ ୮ ଉଇକେଟରେ ପରାଜିତ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।
-
6.ଗଛରେ ଫଳ ପାଚିବା ସମୟରେ ବାଦୁଡ଼ିମାନେ ତାହାକୁ ଖଣ୍ଡିଆ କରିଦେଇଥାଆନ୍ତି। ଯେହେତୁ ବାଦୁଡ଼ିଙ୍କଠାରୁ ନିପା ଭୂତାଣୁ ବ୍ୟାପୁଛି, ତେଣୁ ଫଳ ବି ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଉଛି। ସେହି ଫଳକୁ ଖାଇଲେ ମଣିଷ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହେଉଛନ୍ତି। ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ଦ୍ଵାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
-
7.ଇଲେକ୍ଟ୍ରିକ୍ ଦୁଇ ଚକିଆ କମ୍ପାନୀ ଓଲା ଇଲେକ୍ଟ୍ରିକ୍ ମୋବିଲିଟିର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ଅଗଷ୍ଟ ୨ରୁ ଖୋଲିବ।
-
8.ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଇସ୍ପାତ ଚାହିଦା ବୃଦ୍ଧି ପାଇବା ଆଶା ରହିଛି। ୨୦୩୦ ମସିହା ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନ ୩୦୦ ନିୟୁତ ଟନ୍ ଟପିବା ସମ୍ଭାବନା ରହିଛି ବୋଲି କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା ମତବ୍ୟକ୍ତ କରିଛନ୍ତି।
-
9.କେନ୍ଦ୍ର ସରକାର ୨ ଓ ୩ ଚକିଆ ବିଦ୍ୟୁତ୍ ଉପରେ ରିହାତି ଅବଧିକୁ ଆଉ ୨ ମାସ ବୃଦ୍ଧି କରିଛନ୍ତି। ଇଲେକ୍ଟ୍ରିକ ମୋବିଲିଟି ପ୍ରୋତ୍ସାହନ ଯୋଜନା ୨୦୨୪ ଅଧୀନରେ ଏହି ସୁବିଧା ମିଳୁଛି। ଉକ୍ତ ଯୋଜନାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି.
-
10.ପାକିସ୍ତାନରୁ ତୀର୍ଥଯାତ୍ରା ପାଇଁ ଇରାକକୁ ଯାଇଥିବା ପ୍ରାୟ ୫୦ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି।
-
11.ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ASI। ଏଥିପାଇଁ ପ୍ରାଥମିକ ଯାଞ୍ଚ ସରିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
-
12.ପାଣି ଉଠାଇବା ବେଳେ ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡ଼ି ଯାଇଛନ୍ତି ଦୁଇ ଜଣ ଯୁବକ। ସର୍ବସମ୍ମୁଖରେ ଦୁଇ ଜଣ କାଉଡ଼ିଆ ବୁଡ଼ି ଯାଉଥିବା ବେଳେ ସାଥୀ ବୋଲ ବମ ବ୍ରତଧାରୀ ଓ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଛନ୍ତି।
-
13.ଓଡ଼ିଶାକୁ ମୋଦି ସରକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ଅନେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସେସବୁ ଅର୍ଥ ସଠିକ୍ ବିନିଯୋଗ କରୁନଥିଲେ ବୋଲି କହିଛନ୍ତି ବୈଜୟନ୍ତ।
-
14.ମାଲକାନଗିରି ଜିଲ୍ଲାରେ କାୟା ମେଲାଉଛି ଝାଡ଼ାବାନ୍ତି। ଗତ ସପ୍ତାହକ ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ.
-
15.ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ଏବେ ମୋଟ୍ ୨୦ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ। ଆଜି ସକାଳ ସାଢେ ୯ଟାରେ ପୂଜାର୍ଚ୍ଚନା କରାଯାଇ ୭ଟି ଗେଟ୍ ଖୋଲାଯାଇଥିଲା।
-
16.ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା।
-
17.ସୀମାରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସେନା ସଦସ୍ୟଙ୍କ ମିଳିତ ବାହିନୀ ବର୍ଡର୍ ଆକ୍ସନ୍ ଟିମ୍ (ବ୍ୟାଟ୍)ର ଆକ୍ରମଣ ମଧ୍ୟ ଉଦ୍ବେଗର କାରଣ ପାଲଟିଛି । ଏହି ଆକ୍ରମଣରେ ଗତ ୨୮ ଦିନ ମଧ୍ୟରେ ୧୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି।
-
18.ରାଜ୍ୟର ମୋଟ୍ ଶ୍ରମଶକ୍ତିର ୨୬ ପ୍ରତିଶତ ଲୋକ ଶିଳ୍ପ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ସଂଖ୍ୟା ୫୩ ଲକ୍ଷ ୩୦ ହଜାରରୁ ଅଧିକ। ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକରେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି।
-
19.ଭାରତରେ ନିଜର ସେବା ବନ୍ଦ କରିବା ଲାଗି ହ୍ବାଟସ୍ଆପ୍ କିମ୍ବା ଏହାର ମାଲିକାନାସତ୍ତ୍ବ ରଖିଥିବା କମ୍ପାନି ମେଟା କୌଣସି ସୂଚନା ଦେଇନାହିଁ।
-
20.ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ ଆସିବେ।