-
1.ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଆଞ୍ଚଳିକ ଶକ୍ତି ଭାରତ ଓ ଚୀନ୍ ମଧ୍ୟରେ ମାଳଦ୍ୱୀପ ନିଜର ବୈଦେଶିକ ନୀତିକୁ ସନ୍ତୁଳିତ କରିବାକୁ ଚାହୁଛି।
-
2.ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ୫୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଉଡୁଥିବା ଏକ ଗୁପ୍ତଚର ବେଲୁନକୁ ଖସାଇ ଦେଇଛି । ରାଫେଲ ବିମାନ ବ୍ୟବହାର କରି ଏହାକୁ ଖସାଇ ଦିଆଯାଇଛି । ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ବାୟୁସେନାର ଏକ ଅଭ୍ୟାସ ଥିଲା ।
-
3.'ମେଘମ୍ କାରୁକଥା' ଗୀତ ପାଇଁ 'ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଲୋକପ୍ରିୟ କୋରିଓଗ୍ରାଫର ଶେଖ୍ ଜାପୀ ବାଶା ଓରଫ୍ ଜାନୀ ମାଷ୍ଟରଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କୁ ଦିଆଯାଇଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ପୁରସ୍କାର କମିଟି ଏକ ବିବୃତ୍ତି ଜାରି କରିଛି।
-
4.ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ' ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଅତି କମରେ ଜଣକ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର କହିଛନ୍ତି।
-
5.କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡର ଅଟା, ଚାଉଳ, ଡାଲି ସବୁ ଅଧିକ ଦରରେ ବିକ୍ରି ହେବ ।
-
6.ଆମେରିକାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ସୂର୍ଯ୍ୟଙ୍କଠାରୁ ଏକ ଶକ୍ତିଶାଳୀ ସୌରଝଡ଼ ପୃଥିବୀ ଆଡକୁ ମୁହାଁଇଛି। ଏହି ଏକ୍ସ-୯ ଶ୍ରେଣୀର ସୌରଝଡ଼ର ଧକ୍କା ପୃଥିବୀ ଉପରେ ଏକ ବଡ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏହା ଦ୍ୱାରା ସାଟେଲାଇଟ୍ ଏବଂ ଇଲେକ୍ଟ୍ରୋନିକ୍ ଯୋଗାଯୋଗ ଠପ୍ ହୋଇପାରେ।
-
7.ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍ ଜୋନ୍ସ ନିଜ ଝିଅ ଏଲିଜାବେଥ୍ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ।
-
8. ଜୁଲାଇ ମାସରେ ପେନ୍ସିଲଭାନିଆର ବଟ୍ଲରରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ଯେଉଁ ସ୍ଥାନରେ ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିଲେ, ଠିକ୍ ସେହି ସ୍ଥାନରେ ଅନୁଷ୍ଠିତ ଏକ ମେଗା ରାଲିରେ ମସ୍କ ଯୋଗଦେଇ ଟ୍ରମ୍ପ୍ଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରାଇବାକୁ ଆହ୍ବାନ ଦେଇଛନ୍ତି।
-
9.ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୦,୦୦୦ ନୂତନ କର୍ମଚାରୀ ନିଯୁକ୍ତି କରିବାକୁ ଯୋଜନା କରିଛି।
-
10.ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ଜୋର୍ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍) ମୁଖ୍ୟ ଜେନେରାଲ ମାଇକେଲ ଇ. କୁରିଲା ଶନିବାର ଇସ୍ରାଏଲ୍ରେ ପହଞ୍ଚିଛନ୍ତି ।
-
11.ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍ ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ହଟାଇବା କ୍ଷେତ୍ରରେ ଜି୭ ଦେଶ ମଧ୍ୟରେ ପ୍ରଥମ ହୋଇଛି। ୨୦୨୫ରେ କୋଇଲାରୁ ବିଦ୍ୟୁତ୍ ଉପତ୍ାଦନ ପ୍ରକ୍ରିୟା ବନ୍ଦ କରିବା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଏହାର ଏକ ବର୍ଷ ପୂର୍ବରୁ ୟୁକେ ଏହି ଲକ୍ଷ୍ୟ ହାସଲ କରିଛି।
-
12.ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍ସନାଲ ସବ୍ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି।
-
13.ଅଧିସୂଚନା ଅନୁସାରେ, ଓଡ଼ିଶାର ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।
-
14.ଇସ୍ରାଏଲ ଉପରେ ହମାସ କ୍ଷେପଣାସ୍ତ୍ର ଆକ୍ରମଣର ଆସନ୍ତାକାଲି ଅର୍ଥାତ୍ ସୋମବାର ଏକ ବର୍ଷ ପୂରଣ ହେବ। ହମାସର ଏହି ଆକ୍ରମଣରେ ୧୦୦୦ରୁ ଅଧିକ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି।
-
15.ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ ସ୍ଥିତ ମହାକାଳେଶ୍ୱର ମନ୍ଦିରର ଲଡୁ ପ୍ରସାଦ ଖାଦ୍ୟ ସୁରକ୍ଷା ନିୟମର ୧୩ଟି ପାରାମିଟର ପୂରଣ କରିଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।