-
1.ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ୍ ଏମ ଜମ୍ପରଙ୍କୁ ପ୍ରଦାନ କରାଯିବ। ପ୍ରୋଟିନ୍ ବିଜ୍ଞାନରେ ସେମାନଙ୍କର ଅଦ୍ୱିତୀୟ ଅବଦାନ ପାଇଁ ଏହି ଲୋକମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି |
-
2.ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଦଶହରା ଉପଲକ୍ଷେ ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ।
-
3.ଭାରତ ସରକାର ପ୍ରଦତ୍ତ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପାଇଥିବା ଶିଳ୍ପ ଜଗତର ମହାନ ନାୟକ ରତନ ଟାଟା ଙ୍କର ୮୬ବର୍ଷରେ ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। । ୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା।
-
4.ଅକ୍ଟୋବର ମାସ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ମୁଦ୍ରା ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରମାଗତ ଦଶମ ଥର ପାଇଁ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି ଏବଂ ଏହା ୬.୫% ରେ ରହିଛି।
-
5.ଓଡିଶା ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି।
-
6.ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲରେ 'ଭୁଲ ଭୁଲୈୟା-୩'ର ଟ୍ରେଲର ରିଲିଜ୍ ହେଲା ।
-
7.ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ୩୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି।
-
8.ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ନର୍ଲା ଓ କେସିଙ୍ଗାରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧, ୧୯୭୪, ୨୦୦୦, ୨୦୦୪ ଓ ୨୦୧୪ ନିର୍ବାଚନରେ ସେ ବିଜୟୀ ହୋଇଥିଲେ।
-
9.ଓଡିଶା ରାଜ୍ୟର ସବୁ ଜିଲ୍ଲାରେ ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲା ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଲିକା ଜାରି ହୋଇଛି।
-
10.ଗୁଗ୍ଲ ଏହାର ବ୍ୟବହାରକାରୀଙ୍କୁ ଏକ ନୂଆ ଫିଚର ସହିତ ପରିଚିତ କରାଇବାକୁ ଯାଉଛି। ଏହି ଫିଚର୍ର ନାଁ ‘ଏ ବାଉଟ୍ ଦିସ୍ ଇମେଜ୍।’ ଏହି ଫିଚର ମାଧ୍ୟମରେ ଜଣେ ଏଆଇ ଜେନେରେଟେଡ୍ ଫଟୋକୁ ଖୁବ୍ ସହଜରେ ଜାଣିପାରିବେ।
-
11.ସମ୍ପ୍ରତି ରାଜ୍ୟର ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରୁ ୧୪ଟି ଅଭୟାରଣ୍ୟ ମଧ୍ୟରେ ଜନବସତି ରହିଛି । ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ମଧ୍ୟରେ ସଂରକ୍ଷିତ ଅଞ୍ଚଳରେ ରହିଥିବା ୭୫୬ ଗାଁକୁ ହଟାଯିବ। ଏହି ଗାଁରେ ବସବାସ କରୁଥିବା ଜନସାଧାରଣଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ।
-
12.ଭାରତୀୟ ଦମ୍ପତି ଉଧାର ଗର୍ଭ ଜରିଆରେ ନିଜ ମୃତ ପୁଅର ସଂରକ୍ଷିତ ଶୂକ୍ରାଣୁ ବ୍ୟବହାର କରି ପରବର୍ତ୍ତୀ ପିଢ଼ି ସୃଷ୍ଟି କରିବେ। ସରୋଗେସି ବା ଉଧାର ଗର୍ଭ ଜରିଆରେ ନାତିନାତୁଣୀ ଜନ୍ମ କରିବା ପାଇଁ ମୃତ ପୁଅର ଶୂକ୍ରାଣୁ ସେମାନଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ଏକ ହସ୍ପିଟାଲକୁ ନିର୍ଦ୍ଦେଶ ଦେବା ପରେ ସମ୍ପୃକ୍ତ ଦମ୍ପତି ସନ୍ତୋଷ ବ୍ୟକ୍ତ କରିଛନ୍ତି।
-
13.ଇସିଆଇଙ୍କ ସହ ବୈଠକ ପରେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି ଯେ ଯେଉଁ ସବୁ ଭୋଟିଂ ମେସିନ ବିରୋଧରେ ଅଭିଯୋଗ କରାଯାଇଛି, ସେଗୁଡ଼ିକୁ ସିଲ୍ କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଅଭିଯୋଗ ଦାଖଲ କରାଯିବ।
-
14.ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ । ଏବେ ଏହା ଟାମ୍ପା ଫ୍ଲୋରିଡ଼ା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୪୮୫ କିଲୋମିଟର ଦୂରରେ ରହିଛି ।
-
15.ପୂଜାରେ ପାଗ ଶୁଖିଲା ରହିପାରେ। କାରଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆଗାମୀ ୭ ଦିନ ଯାଏଁ କୌଣସି ଜିଲ୍ଲାକୁ ବଡ଼ ବର୍ଷା ଭୟ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
-
16.ଚାଇନାର ଏକ ସାମରିକ ପ୍ରଶିକ୍ଷଣ ଜାହାଜ ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଏଥିପାଇଁ ଶ୍ରୀଲଙ୍କାର ନୂଆ ସରକାର ଦେଇଥିବା ଅନୁମତିକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ ବିଜିଥା ହେରାଥ ସମର୍ଥନ କରିଛନ୍ତି।
-
17.ଇସ୍ରାଏଲ ସେନା କହିଛି ଯେ ହେଜବୁଲ୍ଲା ଉତ୍ତର ଇସ୍ରାଏଲର ହାଇଫା ବନ୍ଦର ସହରର ଦକ୍ଷିଣକୁ ଲକ୍ଷ୍ୟ କରି ପ୍ରାୟ ୧୮୦ଟି ରକେଟ୍ ନିକ୍ଷେପ କରିଥିଲା। ଅନ୍ୟପକ୍ଷରେ ଇସ୍ରାଏଲର ସ୍ଥଳ ଅଭିଯାନ ଓ ବିମାନ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନ୍ରେ ୫୦ରୁ ଅଧିକ ନିହତ ହୋଇଛନ୍ତି।
-
18.ରାଜ୍ୟ ସରକାର ଆଜି ନିଜର ସଚିବସ୍ତରୀୟ ଅଫିସରଙ୍କୁ ନିତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ୧୬ଟି ଜିଲ୍ଲାର ସେକ୍ରେଟେରୀ ଇନଚାର୍ଜ ଭାବେ ମନୋନୀତ କରିଛନ୍ତି । ଏହି ଜିଲ୍ଲାଗୁଡିକରେ ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଜାରି ରହିଛି ।
-
19.ଦେଶର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ମାନ୍ଦାବସ୍ଥାର ଲକ୍ଷଣ ଦେଖାଯିବା ଆରମ୍ଭ କରିଛି। ଦେଶର ୮ ଟି ସହରି ବାସଗୃହ ବିକ୍ରି ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। ନୂତନ ଅଫରର ଅଭାବ ଏବଂ ମୂଲ୍ୟ ବୃଦ୍ଧି ହେତୁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଦେଶର ଶ୍ରେଷ୍ଠ ୮ଟି ସହରରେ ଗୃହ ବିକ୍ରି ୫ ପ୍ରତିଶତ ହ୍ରାସ ପାଇଛି।
-
20.ନାବାଳକମାନଙ୍କ ଦ୍ଵାରା ଡ୍ରାଇଭିଂ ଯଥା ୧୮ ବର୍ଷରୁ କମ୍ ପିଲାମାନଙ୍କ ଗାଡି ଚଳାଇବା ପ୍ରସଙ୍ଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ନୂଆ ନିୟମ ଅନୁଯାଇ ଯାନଗୁଡିକର ସର୍ବାଧିକ ଗତି ସୀମା ଘଣ୍ଟା ପ୍ରତି ୨୫ କିଲୋମିଟରରେ ସ୍ଥିର କରିଛନ୍ତି ।