- 1.ସଂସଦୀୟ ଷ୍ଟାଣ୍ଡିଂ କମିଟି। ୩୧ ଜଣିଆ ବାଣିଜ୍ୟ କମିଟିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି।
-
2.କୋଇଲା, ଖଣି, ଇସ୍ପାତ କମିଟିରେ ଅନନ୍ତ ନାଏକ ଏବଂ ଶ୍ରମ, ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ ସାମିଲ ହୋଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ବିଭାଗ କମିଟିରେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି। ପଞ୍ଚାୟତିରାଜ ବିଭାଗ କମିଟିରେ ନବ ଚରଣ ମାଝୀ ଓ ଜଳ ସଂପଦ ବିଭାଗ କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଦସ୍ୟ ଅଛନ୍ତି।
-
3.ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ନାୟକ ଓ ଶ୍ରମ, ଦକ୍ଷତା ବିକାଶ କମିଟିରେ ରୁଦ୍ର ନାରାୟଣ ପାଣି ସାମିଲ ହୋଇଛନ୍ତି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ରହିଛି। ବାଣିଜ୍ୟ କମିଟିରେ ସାଂସଦ ଅନିତା ଶୁଭଦର୍ଶିନୀ ସଦସ୍ୟ ଅଛନ୍ତି। ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ।
-
4.ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ର ଓ ପ୍ରତିରକ୍ଷା ବିଭାଗ କମିଟିରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସାମିଲ ହୋଇଛନ୍ତି। ଶିଳ୍ପ କମିଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ନାଁ ରହିଛି। ସେହିପରି ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ରହିଛି।
-
5.ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି । ଦେଶରେ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିସନ ଆରମ୍ଭ ହୋଇଥିଲା ।
-
7.ମେଟା କନେକ୍ଟ-୨୦୨୪ କାର୍ଯ୍ୟକ୍ରମରେ ଭାରତୀୟ ସମୟ ଅନୁସାରେ ବୁଧବାର ରାତିରେ ହିଁ ଏକ ବଡ଼ ଘୋଷଣା କରାଯାଇଛି। କମ୍ପାନି ‘ଓରିୟନ୍’ ନାମରେ ଏକ ଆଧୁନିକ ଚଷମା ଲଞ୍ଚ୍ କରିଛି। ଏହା କେତେକ ସ୍ଥାନରେ ଆପଣଙ୍କୁ ଆପଲ୍ ଭିଜନ୍ ପ୍ରୋର କଥା ମନେ ପକାଇଦେବ।
-
8.ରୁଷିଆର ଆଣବିକ ନୀତିରେ ପୁଟିନଙ୍କ ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିପାଦିତ କରିଛି। ଆମେରିକା ଏବଂ ବ୍ରିଟେନରେ ଚାଲିଥିବା ଆଲୋଚନାର ଜବାବରେ ୟୁକ୍ରେନକୁ ରୁଷିଆରେ ବିପଜ୍ଜନକ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଅନୁମତି ଦିଆଯାଇଛି।
-
9.ସୁପ୍ରିମ୍କୋର୍ଟ ବିଲକିସ ବାନୋ ମାମଲାରେ ରାୟ ଦେବା ସମୟରେ କହିଥିଲେ, ଗୁଜରାଟ ସରକାର ଦୋଷୀଙ୍କ ସହ ତାଳମେଳ ରଖି କାମ କରିଛି। ତେବେ କୋର୍ଟଙ୍କର ଏହି ଟିପ୍ପଣୀକୁ ଗୁଜରାଟ ସରକାର ଆବେଦନରେ ଅନୁପଯୁକ୍ତ ଦର୍ଶାଇବା ସହ ଟିପ୍ପଣୀ ପ୍ରତ୍ୟାହାର କରିବାପାଇଁ କହିଥିଲେ। । କିନ୍ତୁ କୋର୍ଟ ଗୁଜରାଟ ସରକାରଙ୍କ ଏହି ଆବେଦନ ଖାରଜ କରିଦେଇଛନ୍ତି।
-
10.ବିହାରରେ ‘ଜୀବିତପୁତ୍ରିକା’ ଉତ୍ସବ ବେଳେ ବଡ଼ ଅଘଟଣ ଘଟିଛି। ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇ ୩୭ ଶିଶୁଙ୍କ ସମେତ ୪୩ ଜଣଙ୍କ ମୃତ୍ୟୁ ହୋଇଯାଇଛି।
-
11.କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ୬.୬୧ ଲକ୍ଷ କୋଟି ଟଙ୍କାର ଋଣ ସଂଗ୍ରହ କରିବେ। ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ସରକାର ବ୍ୟାଙ୍କିଂ କ୍ଷେତ୍ରର ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କ ସହଯୋଗରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧ ପାଇଁ ଋଣ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛନ୍ତି।
-
12.ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ଭେରିଏବଲ୍ ମହଙ୍ଗା ଭତ୍ତା (ଭିଡିଏ)ରେ ସଂଶୋଧନ କରି ସର୍ବନିମ୍ନ ମଜୁରି ହାର ବୃଦ୍ଧି ଘୋଷଣା କରିଛନ୍ତି। ଅଣକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୭୮୩ ଟଙ୍କା ରହିବ। ଅର୍ଦ୍ଧକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୮୬୮ ଟଙ୍କା (ମାସକୁ ୨୨,୫୬୮ ଟଙ୍କା) ରହିବ। କୁଶଳୀ ଶ୍ରମିକ, କିରାଣୀ ଏବଂ ନିରସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୯୫୪ ଟଙ୍କା (ମାସକୁ ୨୪,୮୦୪ ଟଙ୍କା) ରହିବ।
-
13.ଟେଲିକମ୍ ସେବାର ପରବର୍ତ୍ତୀ ପିଢ଼ି ୬ଜି ଖୁବ୍ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି। ଏବେ ୫ଜିକୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯାଉଥିବା ବେଳେ ୬ଜିକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି।
-
14.ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ହଷ୍ଟେଲ ଓ୍ବାର୍ଡେନ ୟୁମକିନ ବାଗ୍ରାଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଧାନ ଶିକ୍ଷକ ଶିଙ୍ଗ୍ତୁଙ୍ଗ୍ ୟୋର୍ପେନ୍ ଓ ହିନ୍ଦୀ ଶିକ୍ଷକ ମାର୍ଗୋମ ଗୋମ୍ଦାରଙ୍କୁ ସ୍ବତନ୍ତ୍ର ଜଜ୍ ଜାୟେପ୍ଲୁ ଚାଇ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୟୁମକିନ୍ ୬ରୁ ୧୫ ବର୍ଷ ବୟସର ୧୫ ଛାତ୍ରୀ ଏବଂ ୬ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିଲେ।
-
15.ଓଡିଶା ରାଜ୍ୟରେ ଉଧାର ମାତୃତ୍ୱ ‘ସରୋଗେଟ ମାତା’ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯିବାର ସୁବିଧା ପ୍ରଦାନ କରାଯିବ। ଉଧାର ମାତୃତ୍ୱ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା।