-
1.ଆଗାମୀ ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯିବ।
-
2.ପ୍ରଧାନ ବିଚାରପତି ଡିଵାଇ ଚନ୍ଦ୍ରଚୂଡ଼ ଏକ ଦମ୍ପତିଙ୍କୁ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ରାଜି ହେବାକୁ ପରାମର୍ଶ ଦେଇ କହିଛନ୍ତି ଯେ ଲମ୍ବା ଆଇନଗତ ଲଢ଼େଇ କେବଳ ଓକିଲମାନଙ୍କ ପାଇଁ ଲାଭଦାୟକ ହେବ।
-
3.ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍ ବୋଲି ସୁପ୍ରମିକୋର୍ଟ କହିଛନ୍ତି।
-
4.ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି।
-
5.କେନ୍ଦ୍ର ସରକାର ଅକ୍ଟୋବର ପହିଲାରୁ ଶ୍ରମିକମାନଙ୍କ ନିମନ୍ତେ ସର୍ବନିମ୍ନ ମଜୁରିରେ କରାଯାଇଥିବା ପରିବର୍ତ୍ତନକୁ ଲାଗୁ କରିବେ।
-
6.ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ।
-
7.ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଏହା ବ୍ୟାରେଲ ପିଛା ୭୧.୩୧ ଡଲାରରେ ପହଞ୍ଚି ଯାଇଛି। ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଲାଣି।
-
8.ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍ ଦରରେ ପରିବର୍ତ୍ତନ କରିଛି। ୧୯ କିଲୋଗ୍ରାମ ଗ୍ୟାସ୍ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି।
-
9.କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ଜିଲ୍ଲାରେ ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା, ସର୍ବସାଧାରଣ ରାସ୍ତା ଓ ଫୁଟପାଥ ଉପରେ ବଡ ବଡ ପୂଜା ମଣ୍ଡପ ତଥା ଇଲେକଟ୍ରିକ୍ ଗେଟ ନିର୍ମାଣ କରିବା ବିଭିନ୍ନ କଟକଣା ଲାଗୁ କରିଛନ୍ତି ।
-
10.ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ ନାୟକ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ ଭିନେ ହୋଇ ଅଲଗା ପରିବାର କରିଥିଲେ ବି ଘର ମିଳିବ। ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ।
-
11.କଳାହାଣ୍ଡିରେ ଓଏଚ୍ପିସି ପକ୍ଷରୁ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏକ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ଆଜି ୪୬୭୧ କୋଟି ଟଙ୍କାର ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ କମିଟି ମଞ୍ଜୁରି ପ୍ରଦାନ କରିଛି।
-
12.ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଆୟ ଅସମାନତା ଖୁବ୍ ଅଧିକ ରହିଛି। କାରଣ ୧.୪୦ କୋଟି ଲୋକଙ୍କ ପାଖରେ ଦେଶର ୯୦% ସମ୍ପତ୍ତି ରହିଛି। ଅବଶିଷ୍ଟ ୯୮ କୋଟି ଲୋକଙ୍କ ପାଖରେ ମାତ୍ର ୧୦% ସମ୍ପତ୍ତି ରହିଥିବା ଆମେରିକାର ଗ୍ଲୋବାଲ ଫାଇନାନସିଆଲ ଇଣ୍ଟିଗ୍ରିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି।
-
13.୨୦୨୨ ଫେବ୍ରୁଆରି ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ରୁଷ୍ ୬,୫୧,୮୧୦ ସୈନିକଙ୍କୁ ହରାଇଛି ବୋଲି ୟୁକ୍ରେନ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍ କହିଛନ୍ତି।
-
14.ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର କହିଛନ୍ତି ୨୦୫୦ ସୁଦ୍ଧା କେବଳ ତିନୋଟି ମହାଶକ୍ତି ରହିବ: ଚୀନ୍-ଆମେରିକା ଏବଂ ସମ୍ଭବତଃ ଭାରତ।
-
15.ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି।