# |
Date |
Type |
Current Affairs |
No. Of Views |
Status |
Action |
1361 |
08-10-2023 |
Odia |
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର କହିଛି ଯେ, ଏହାର ଗଗନଯାନ ମିସନ ପାଇଁ ଖୁବ୍ଶୀଘ୍ର ମାନବରହିତ ଉଡ଼ାଣ ପରୀକ୍ଷା ଆରମ୍ଭ କରାଯିବ। ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ ପ୍ରକଳ୍ପର ଆବର୍ଟ ଟେଷ୍ଟ ଚଳିତମାସରେ ହୋଇପାରେ ବୋଲି ଇସ୍ରୋ ପ୍ରକାଶ କରିଛି।
-
ସମାଜଇସ୍ରାଏଲ ଉପରେ ପାଲେଷ୍ଟାଇନ୍ର ଇସ୍ଲାମିକ ଆତଙ୍କବାଦୀ ସଂଗଠନ ‘ହମାସ୍’ ପକ୍ଷରୁ ଅତର୍କିତ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଉଦ୍ବେଗ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲକୁ ନୈତିକ ସମର୍ଥନ କରିବା ସହ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ସହିତ ଭାରତ ରହିଛି ବୋଲି ମୋଦୀ କହିଛନ୍ତି।
-
ଛାଡପତ୍ର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ବିବାହିତ ଦମ୍ପତିଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟନ୍ତ ନିଷ୍ଠୁରତା।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା ୩ ମହାକାଶଚାରୀ ଯାତ୍ରା କରିବା ସହ ପୃଥିବୀ ପୃଷ୍ଠକୁ ଫେରି ଆସିବେ ବୋଲି ଇସ୍ରୋ କହିଛି।
-
ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ।
-
ଦ୍ବାରକାର ପୋଚନପୁର ଗାଁରେ ୪୦ ମିଟର ଟନେଲ ଖୋଳି ଜଣେ ସୁରକ୍ଷା କର୍ମୀ ଇଣ୍ଡିଆନ ଅଏଲ୍ ପାଇପଲାଇନରୁ ଲକ୍ଷଲକ୍ଷ ଟଙ୍କାର ତେଲ ଚୋରି କରି ଶେଷରେ ଧରାପଡ଼ିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ସୁରକ୍ଷା କର୍ମୀ ଜଣକ ଗତ ଜୁନ୍ ମାସରୁ ତେଲ ଚୋରି କରି ଆସୁଥିଲା।
-
ଇସ୍ରାଏଲରେ ହୋଇଥିବା ଭୟଙ୍କର ହମାସ ଆକ୍ରମଣକୁ ବିଶ୍ବ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଆଜି ବଡ଼ି ଭୋର ସମୟରେ ଇସ୍ରାଏଲରେ ହୋଇଥିବା ହମାସ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
-
ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୮ ଜଣ ଆହତ ହୋଇଛନ୍ତି।
-
ଫୋର୍ବ ପକ୍ଷରୁ ଚଳିତବର୍ଷ ୨୦୨୩ ପାଇଁ ବିଶ୍ବର ଧନୀ ତାଲିକା ପ୍ରକାଶ କରାଯାଇଛି। ଚଳିତବର୍ଷ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ କମ୍ପାନି ଏଲଭିଏମ୍ଏଚ୍ (ଲୁଇ ଭୁଟୋ ମୋଏଟ ହେନେସିର ସିଇଓ ବର୍ନାର୍ଡ଼ ଅରନଲ୍ଟ ରହିଛନ୍ତି।
-
ଗୁଡ଼ ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଚିନି ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରିବ ।
-
ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ୨୨ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ।
-
ଶେଷ ଦିନରେ ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି।
-
ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ । ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ । ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ ।
-
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିବା ସହ ୫୯୨୯ କୋଟିର ଏହି ପ୍ରକଳ୍ପର ଡିପିଆର୍କୁ ଅନୁମୋଦନ ପ୍ରଦାନ କରିଛନ୍ତି।
-
ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ୩୨୮ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରେ ଛତୁ ଚାଷୀଙ୍କୁ ସବସିଡି ଦେବ ସହିତ ଛତୁ ଚାଷ ପାଇଁ ନୂଆ ଜ୍ଞାନ କୌଶଳ ଉପରେ ତାଲିମ ଦିଆଯିବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ।
-
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଚଳିତ ପର୍ଯ୍ୟଟନ ଋତୁ ନଭେମ୍ବର ୧ ପରିବର୍ତ୍ତେ ଆସନ୍ତା ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି।
-
ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ୍ ବ୍ୟାଙ୍କ୍। ପରୀକ୍ଷାର୍ଥୀ ମାନେ କୋଶ୍ଚିନ୍ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ୍ ବ୍ୟାଙ୍କ୍ ଜାରି କରାଯାଇଥାଏ।
-
ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
-
ଓଡ଼ିଆ ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ଼ କୋଟି ତାଙ୍କ ପୁରସ୍କାର । ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସୀୟ ହକି କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ ।
|
390 |
Y |
|
1362 |
08-10-2023 |
English |
-
More than 100 Israelis were reported dead and over 700 wounded as Islamist group Hamas launched its biggest attack on Israel in years Saturday, even as health officials of Gaza claimed 198 Palestinians were killed in retaliatory air strikes by Israel.
-
There won’t be any relief for lakhs of Kendu leaf pluckers in Odisha as the Centre is unlikely to withdraw goods and services tax (GST) on Kendu leaves in near future citing opposition from some states to the proposal.
-
A day after the state government announced a cash award of `5 lakh each to players and staff members of Indian Men’s Hockey Team, Chief Minister Naveen Patnaik Saturday said Odia defender Amit Rohidas will also be given an additional `1.5 crore for his role in country’s historic gold win at the 19th Asian Games in Hangzhou.
-
The Bhubaneswar Municipal Corporation (BMC) has asked Durga Puja Committees across the city to avoid using laser lights and reduce the use of DJ music during Dussehera celebrations this year.
-
Chief Minister Naveen Patnaik is scheduled to lay the foundation stone for the Bhubaneswar metro rail project January 1 next year, officials said Saturday. Patnaik also approved its detailed project report (DPR) of over Rs 5,900 crore, which will be borne by the state government, they said.
-
As 2023 has been declared the Year of the Millet, the GST Council Saturday decided to exempt millet flour from GST regime. Flour, containing at least 70 per cent millets will not attract any GST if sold in loose form or non-branded packets. However, branded millet products will attract a GST of 5 per cent.
-
With the Plus-II examination in view, the Council of Higher Secondary Education (CHSE), Odisha Saturday announced creation of a question bank for state college students.
-
Keeping the rising industry needs for advanced technology and skilled workforce to manage modern equipment like elevators, escalators and travelators, World Skill Center Bhubaneswar (WSC) has launched a new programme in ‘Vertical Transportation’ to prepare the youths for a global career under the state government’s ‘Skilled In Odisha’ vision.
-
The state’s biggest dandiya event will be organised at Wonder World Water Park and Resort at Malatipatpur in Puri from October 20 to October 24.
-
Chief Minister Naveen Patnaik announced cash awards of Rs 3 lakh each for members of the Indian Women’s Hockey Team and the support staff recognising their achievement of securing a bronze medal at the 19th Asian Games in Hangzhou. In the match, India defeated Japan, 2-1 to finish third in the continental event.
-
Caste is the biggest factor to define the social structure of Bihar and people choose their life partner and elect their representatives from the same caste as theirs. There is a perception here that people from the same caste may be better disposed and more trustworthy than people from other castes.
-
Imran Masood, an ex-MLA from western Uttar Pradesh who was expelled by the BSP in August, returned to the Congress Saturday with the party describing it as ‘ghar wapsi’
-
A Congress leader has filed a petition in a court against BJP national president JP Nadda and party's IT cell incharge Amit Malviya over a social media post by the saffron party, showing party leader Rahul Gandhi as 'a new age Ravan'.
-
The Supreme Court is scheduled to hear Monday two petitions including the one alleging delay by the Centre in clearing the names recommended by the collegium for appointment and transfer of judges.
-
Governor Shaktikanta Das Friday said `3.43 lakh crore of `2,000 denomination notes have come back to the system so far, and reminded the public that they can return the withdrawn notes at 19 RBI offices from October 8.
-
India’s fuel consumption dropped 2% monthon-month in September, data from the Petroleum Planning and Analysis Cell (PPAC) of the oil ministry showed Friday.
-
Ojas Deotale and Jyothi Surekha Vennam led India’s medal rush with a hattrick of gold as the compound archers ended South Korea’s dominance to propel the country to its best-ever haul of nine medals at the Asian Games here Saturday.
-
S Somanath, the chairman of the Indian Space Research Organisation (ISRO) on Saturday said that the country's space agency is facing more than 100 cyber-attacks daily.
-
The Indian men’s kabaddi team emerged victorious after an hour of arguments to reclaim its Asian Games title, beating defending champions Iran 33-29 in a controversial final, which was temporarily suspended, here Saturday.
-
The Indian men’s cricket team clinched the gold medal on their Asian Games debut after their final against Afghanistan was called off due to rain, and the Ruturaj Gaikwadled side was adjudged winners by virtue of being seeded higher in the continental showpiece Saturday.
|
479 |
Y |
|
1363 |
07-10-2023 |
Odia |
-
ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି।
-
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାରର ସହବିଜେତା ମୌଙ୍ଗି ବାୱେଣ୍ଡି। ‘କ୍ବାଣ୍ଟମ ଡଟ୍ସ’ର ବିକାଶ ପାଇଁ ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ମୌଙ୍ଗିଙ୍କୁ ଏହି ସମ୍ମାନ ମିଳିଛି।
-
ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ୧୩ଥର ଗିରଫ ହୋଇଛନ୍ତି, ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ମୋଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
-
ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଆସନ୍ତା ୮ରୁ ୧୦ ତାରିଖ ଭିତରେ ଘୋଷଣା ହୋଇପାରେ। ନିର୍ବାଚନ କମିସନ ସୂତ୍ରକୁ ଆଧାର କରି ଏକ ଟିଭି ଚ୍ୟାନେଲରେ ଏହା କୁହାଯାଇଛି।
-
ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
-
ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ । ‘ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଅଭିନେତା, ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ଚିତ୍ତରଞ୍ଜନ ହେଉଛନ୍ତି ପ୍ରଥମ ଓଡ଼ିଆ।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ପୁଣି ଏକ ସୁନା ଜିତିଛି ଭାରତ। ପୁରୁଷ ହକି ଫାଇନାଲରେ ଭାରତ ଜାପାନ ୫-୧ ଗୋଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି।
-
ଆବଣ୍ଟନ ବାତିଲ ହେବା ପରେ ମଧ୍ୟ ଆପ୍ ସାଂସଦ ରାଘବ ଚଡ୍ଡା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାରୀ ବାସଭବନରେ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଦାବି କରିପାରିବେ ନାହିଁ ବୋଲି ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର କହିଛନ୍ତି।
-
ଭର୍ଚୁଆଲ୍ ଶୁଣାଣି ଜାରି ରଖିବାକୁ ଦେଶର ସମସ୍ତ ହାଇକୋର୍ଟକୁ ଅନୁରୋଧ କରି ସୁପ୍ରିମ୍ କୋର୍ଟ ଶୁକ୍ରବାର କହିଛନ୍ତି ଯେ ଭାରତର ପ୍ରତ୍ୟେକ ବିଚାରପତି ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବା ଆବଶ୍ୟକ।
-
ଇଣ୍ଡିଆ ମେଣ୍ଟର ତିନି ପ୍ରମୁଖ ନେତା ଆଜି ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି
-
ରାଜ୍ୟ ସରକାରଙ୍କ ଯୋଜନା-ପ୍ରସ୍ତୁତି ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ କହିବା ସହିତ ଜାତିଭିତ୍ତିକ ଜନଗଣନା ଉପରେ ସବିଶେଷ ତଥ୍ୟାବଳି ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
-
କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଘୋଷଣା କରିଛି।
-
ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନି କରୁଥିବା ଭାରତ ଭଳି ଦେଶ ପାଇଁ ଖୁସି ଖବର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ରେ ହେଉଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି। ତେଲ ଦାମ୍ ହ୍ରାସ ପାଇ ଏବେ ବ୍ୟାରେଲ ପିଛା ୮୫ ଡଲାର ତଳକୁ ଖସିଆସିଛି।
-
ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି।
-
ଗୁରୁବାର ସିରିଆର ଏକ ସାମରିକ ଏକାଡେମୀ ଉପରେ ହୋଇଥିବା ଆକ୍ରମଣରେ ଅତି କମ୍ରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି ବୋଲି ଜଣେ ଯୁଦ୍ଧ ନିରୀକ୍ଷକ ତଥା ଅଧିକାରୀ କହିଛନ୍ତି।
-
ଶିଶୁ ଯୌନ ଶୋଷଣ ବିଷୟବସ୍ତୁକୁ ନେଇ ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ।
-
ଦେଶର ଅର୍ଥନୈତିକ ପ୍ରଗତି ଲୋକମାନଙ୍କୁ ଷ୍ଟକ ବଜାର ଜରିଆରେ ନିଜ ଆୟ ବଢ଼ାଇବା ଓ ସମ୍ପତ୍ତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଛି।ୟେସ୍ ସିକ୍ୟୁରିଟିଜ୍ ନାମକ ପ୍ରମୁଖ ବ୍ରୋକରେଜ୍ ସଂସ୍ଥାର ସୂଚନା ଅନୁସାରେ ଓଡ଼ିଶାରେ ଷ୍ଟକ ବଜାରରେ ନିବେଶ କରିବାରେ ଯୁବପିଢ଼ି ଆଗରେ ରହିଛନ୍ତି। କଂପାନିର ଓଡ଼ିଶାରେ ଥିବା ନିବେଶକମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ବୟସ ୧୮-୩୦ ବର୍ଷ ଭିତରେ ରହିଛି।
-
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେବି ୧୨ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଶକ୍ତିକାନ୍ତ କହିଛନ୍ତି ଯେ ଅକ୍ଟୋବର ୮ ପରେ ମଧ୍ୟ ଲୋକମାନେ ନୋଟ୍ ଫେରାଇପାରିବେ।
-
ମଣିପୁରରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ରାଜ୍ୟରେ ଇଣ୍ଟରନେଟ୍ ଉପରେ ଥିବା ପ୍ରତିବନ୍ଧକକୁ ଆହୁରି ୫ ଦିନ ବୃଦ୍ଧି କରିଛି।
-
ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ଟିକେଟ ଦାମ ବୃଦ୍ଧି କରିଛି। ବିମାନ କମ୍ପାନୀ ଏବେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ରୁଟ୍ ଲାଗି ଫ୍ଳାଇଟ୍ର ଟିକେଟ୍ ଦାମକୁ ୩୦୦ରୁ ୧୦୦୦ ଟଙ୍କା ଯାଏ ବଢ଼ାଇଛି।
|
402 |
Y |
|
1364 |
07-10-2023 |
English |
-
Imprisoned Iranian activist Narges Mohammadi won the Nobel Peace Prize Friday in recognition of her tireless campaigning for women’s rights and democracy, and against the death penalty.
-
Odisha will soon become a hub of cancer care in eastern India, says Chief Minister Naveen Patnaik,
-
Uttar Pradesh Chief Minister Yogi Adityanath has declared the Gangetic Dolphin as the state aquatic animal.
-
Minister for Road Transport and Highways Nitin Gadkari announced on Friday that schemes worth ₹ 154.25 crore had been approved for the Una and Kangra region of Himachal Pradesh under the Central Road and Infrastructure Fund (CIRF).
-
Chief Minister Ashok Gehlot on Friday announced the formation of three new districts in poll-bound Rajasthan, taking their total number to 53.
-
A 60-year-old man allegedly raped a five-year-old girl and later hanged himself in a village in Uttar Pradesh's Bareilly district, police said on Friday.
-
Experienced wrestler Bajrang Punia suffers embarrassing defeats to make Asian Games exit without a medal.
-
The Supreme Court Friday questioned the Bihar government as to why it published its caste survey data but refused to restrain it from making public further data, and said it may examine if the state has power to conduct such an exercise.
-
Senior TMC leader Abhishek Banerjee, whose indefinite sit-in outside Raj Bhavan here entered its second day Friday, said the time for the governor avoiding difficult questions is over as the people are demanding their rightful dues of the MNREGS funds withheld by it.
-
The Supreme Court said Friday it will hear October 9 the arguments on petitions challenging the premature release of 11 convicts in the Bilkis Bano gangrape case and murder of seven of her family members during the 2002 Gujarat riots.
-
The Delhi High Court Friday sought the response of the city police on the pleas filed by NewsClick founder Prabir Purkayastha and human resources department head Amit Chakravarty challenging their arrest in a case lodged under antiterror law Unlawful Activities (Prevention) Act (UAPA).
-
Irked over the minimal use of technology, the Supreme Court Friday said no high court in the country shall deny access to video conference or hearing through hybrid mode to lawyers and litigants after two weeks and made clear that technology now is not a matter of choice for judges.
-
Freebies being doled out by the Madhya Pradesh and Rajasthan governments ahead of the assembly polls Friday came under scrutiny by the Supreme Court which sought responses from the two states, the Centre and the Election Commission on a PIL alleging misuse of public money.
-
Canada has evacuated a majority of its diplomats working in India outside of New Delhi to either Kuala Lumpur or Singapore after it gave Ottawa an October 10 deadline to reduce its diplomatic staff to achieve parity in strength following a row over the killing of Hardeep Singh Nijjar, according to a media report Friday.
-
Turkish warplanes have carried out airstrikes on sites believed to be used by a US-backed Kurdish militia in northern Syria, after the US military shot down an armed Turkish drone that came within 500 meters (yards) of American troops, officials said Friday.
-
The government has issued notices to social media platforms X, formerly Twitter, YouTube and Telegram to remove child sexual abuse material from their platforms in India, an official statement said Friday.
-
Congress on Friday raised before the Election Commission the issue of duplication in electoral rolls in poll-bound Madhya Pradesh. The poll panel disclosed that it has already removed 11 lakh duplicate names in a bid to present a clean voters' list.
-
The World Trade Organisation (WTO) Thursday lowered the trade growth projection for 2023 to 0.8 per cent amid global manufacturing slowdown.
-
A 13-year wait ended in archery Friday when the Indian men’s and women’s teams surpassed expectations to clinch a silver and bronze respectively, their first medals since 2010, at the Asian Games here Friday
-
Title favourites India confirmed a medal in men’s cricket competition with a crushing ninewicket win over Bangladesh to sail into the final of the Asian Games here Friday. India will take on Afghanistan, who defeated Pakistan in the other semifinal, in the gold medal clash Saturday.
|
397 |
Y |
|
1365 |
06-10-2023 |
Odia |
-
ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ତଥା ନାଟ୍ୟକାର ୟୁନ ଫସା। ଏ ନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ନୋବେଲ କମିଟି କହିଛି ଯେ ଯାହା ସାଧାରଣ ମଣିଷଟିଏ ପ୍ରକାଶ କରିପାରେ ନାହିଁ, ତାହା ୟୁନ ଫସାଙ୍କ ନାଟକ ଓ ପ୍ରବନ୍ଧରେ ଶବ୍ଦର ରୂପ ପାଇଛି।
-
ସିକ୍କିମରେ ପ୍ରବଳ ବର୍ଷା ପରେ ଗ୍ଲାସିୟାଲ ହ୍ରଦ ଫାଟି ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ପାଖାପାଖି ୧୨୦ ଜଣ ନିଖୋଜ ହୋଇଯାଇଥିଲେ।
-
ଆମ ଆଦମୀ ପାର୍ଟି(ଏଏପି)ନେତା ସଞ୍ଜୟ ସିଂଙ୍କୁ ଗୁରୁବାର ରୌଜ୍ ଏଭେନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି।
-
ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ ପଶ୍ଚିମ ଜିଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଗୁରୁବାର ପୋଲିସ କହିଛି।
-
ପାଞ୍ଚଟି ରାଜ୍ୟରେ ଯେକୌଣସି ସମୟରେ ନିର୍ବାଚନ ବିଗୁଲ ବାଜିପାରେ। ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗର ସୁନିଶ୍ଚିତତା ପାଇଁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ଡାକିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି।
-
ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି।
-
ଅଭିନେତା ତଥା ନେତା ପୱନ କଲ୍ୟାଣ ଗୁରୁବାର ଭାଜପା ନେତୃତ୍ୱାଧୀନ ଏନଡିଏ ହାତ ଛାଡି ଟିଡିପିକୁ ସମର୍ଥନ କରିଛନ୍ତି।
-
ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତି ଏବେ ଜୋର ଧରିଛି। ଉନ୍ନାଓରେ ପହଞ୍ଚିଥିବା ଭାଜପା ଏମପି ମୁକେଶ ରାଜପୁତ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି।
-
ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମହମ୍ମଦ ଫୈଜଲଙ୍କ ଲୋକସଭାର ଏମପି ପଦ ରଦ୍ଦ ହୋଇଛି।
-
ଡେଙ୍ଗୁ ମହାରାଷ୍ଟ୍ରର ପୁଣେ ସହରରେ ଆତଙ୍କ ସୃଷ୍ଟି କରିଛି। ତେବେ ସେରୋ ସର୍ଭେରୁ ଜଣାପଡ଼ିଛି ୮୮ ପ୍ରତିଶତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ଆଣ୍ଟିବଡି ଚିହ୍ନଟ କରାଯାଇଛି।
-
ସୁପ୍ରିମକୋର୍ଟର ଏକ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ପି ଭି ନରସିଂହ ରାଓ ମାମଲାରେ ଏହାର ୧୯୯୮ର ରାୟର ପୁନଃ ଯାଞ୍ଚ ଏବଂ ଜଣେ ସାଂସଦ ବା ବିଧାୟକ ଭୋଟ୍ ପାଇଁ ଲାଞ୍ଚ ମାମଲାରେ ସୁରକ୍ଷା ପାଇପାରିବେ କି ନାହିଁ ସେ ସମ୍ବନ୍ଧରେ ଆଦେଶ ସଂରକ୍ଷିତ ରଖିଛନ୍ତି।
-
ପ୍ରତିରକ୍ଷା ସରଞ୍ଜାମ ନିର୍ମାଣରେ ଆତ୍ମନିର୍ଭରତା ହାସଲ ଲକ୍ଷ୍ୟରେ ଭାରତ ବିଦେଶରୁ ୯୮ ପ୍ରକାର ଅସ୍ତ୍ରଶସ୍ତ୍ର ଆମଦାନିକୁ ନିଷିଦ୍ଧ କରିଛି ଏବଂ ଏହାର ଏକ ସ୍ବଦେଶୀ ତାଲିକା ଜାରି କରିଛି।
-
ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ସେଭଳି ଲୋକଙ୍କ ସଂଖ୍ୟା ୩୮ ଲକ୍ଷ ଥିଲା। ୨୦୨୦-୨୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇ ୧.୮ କୋଟି ହୋଇଛି।
-
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ତାଙ୍କୁ ୬୩ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିବେ। ୨୦୨୦ ଅକ୍ଟୋବର ୭ରେ ଶ୍ରୀ ଖାରା ଷ୍ଟେଟ୍ ବ୍ୟାଙ୍କର ମଙ୍ଗ ସମ୍ଭାଳିଥିଲେ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୧୭ ତାରିଖରେ ଲୋକଙ୍କୁ ଦାବିବିହୀନ ବ୍ୟାଙ୍କ ଜମା ସଂପର୍କିତ ସୂଚନା ଦେବାଲାଗି ଉଦ୍ଗମ ନାମରେ ଏକ କେନ୍ଦ୍ରୀକୃତ ୱେବ ପୋର୍ଟାଲ ଖୋଲାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ଜମା ରହିଥିବା ଟଙ୍କା ସଂପର୍କରେ ଗୋଟିଏ ସ୍ଥାନରେ ସୂଚନା ପ୍ରଦାନ ଲାଗି ଏହା କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୭ଟି ବ୍ୟାଙ୍କ ଏଥିରେ ଯୋଡ଼ି ହୋଇଥିଲେ। ଅକ୍ଟୋବର ୧୫ ସୁଦ୍ଧା ପର୍ଯ୍ୟାୟକ୍ରମେ ଅନ୍ୟ ବ୍ୟାଙ୍କଗୁଡ଼ିକକୁ ମଧ୍ୟ ଏହାର ପରିସରକୁ ଅଣାଯିବ ବୋଲି କୁହାଯାଇଥିଲା।
-
କଟକ ବଡ଼ ଡାକ୍ତରଖାନା ICUରେ ବାଜିବ ଭଜନ . ‘ଇନ୍ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ଏହା ଉପରେ ତର୍ଜମା କରାଯିବା ପରେ ପ୍ରତ୍ୟକ ବିଭାଗରେ ଥିବା ଆଇସିୟୁରେ ଇନ୍ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ୍ ବଜାଇବା ପାଇଁ ନିଷ୍ପତ୍ତି ହୋଇଛି।’
-
ରାଜ୍ୟରେ ନିଷିଦ୍ଧ ହୋଇଛି ପାରାକ୍ୱେଟ୍ କେମିକାଲ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଦେବରିଆ ହତ୍ୟାକାଣ୍ଡ ମାମଲାରେ ଅବହେଳା ପାଇଁ ୧୫ ସରକାରୀ ଅଧିକାରୀ କଲେ ନିଲମ୍ବିତ। ଏହି ଅଧିକାରୀମାନେ ଉଭୟ ପକ୍ଷଙ୍କ ଜମି ବିବାଦର ସମାଧାନ କରିବାରେ ଅବହେଳା କରିଥିଲେ।
-
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ଇଭେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରତିଯୋଗୀ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି।
|
379 |
Y |
|
1366 |
06-10-2023 |
English |
-
Norwegian author Jon Fosse, a master of spare Nordic writing in a sprawling body of work ranging from plays to novels and children’s books, won the Nobel Prize in Literature Thursday for works that ‘give voice to the unsayable.’
-
Chief Minister Naveen Patnaik Thursday asked students of Biju Patnaik University of Technology (BPUT) to keep themselves abreast with the latest technology.
-
Keeping in view its adverse impact on human and animal health, the state government has banned Paraquat, a highly toxic substance used as an herbicide.
-
A doctor was critically injured in an explosion after his car ran over illegal crackers being dried on the road at Khandiabandi village under Bharatpur panchayat and Sadar police limits in Kendrapara district, Thursday
-
Rajasthan would see a substantial number of 22 lakh first-time voters in the forthcoming Assembly elections, and at the same time 17,241 voters above 100 years of age will exercise their franchise.
-
India Thursday asserted that Canada must reduce its diplomatic presence in the country to achieve parity in strength and alleged that some of the Canadian diplomats are involved in interfering in New Delhi’s internal matters, signalling continuing slide in the ties between the two nations over the killing of a Sikh separatist leader in June.
-
The Delhi Police Thursday questioned journalists Urmilesh and Abhisar Sharma for a second time this week in the NewClick foreign funding case, even as a court here directed the authorities to provide the copy of FIR to two persons arrested in the case under anti-terror law UAPA.
-
Bribery can never be a subject matter of immunity and a parliamentary privilege is not meant to place a lawmaker above law, the Centre Thursday told the Supreme Court which reserved its verdict on reconsideration of its judgement of 1998 when it held that MPs and MLAs enjoy immunity from prosecution for taking bribe to make a speech or cast a vote in legislature.
-
Six soldiers are among 19 dead in the Sikkim flash floods, sources said today. Over 100 including 16 soldiers are missing and 3,000 tourists are stranded. Over 2,500 people have been evacuated so far, and 6,000 have been moved to relief camps.
-
Odia jawan Saroj Kumar Das, who was missing in Sikkim flash flood along with 22 other Army personnel, was found dead Thursday
-
Coming down heavily on CBI and Enforcement Directorate while hearing the bail petition of former Delhi deputy chief minister Manish Sisodia in the excise policy case, the Supreme Court Thursday posed a volley of questions to the central agencies and asked the antimoney laundering wing how a case was made out against Sisodia.
-
Fresh violence broke out in Manipur's Imphal West district where at least two houses were set on fire and several rounds of bullets were fired, police said Thursday.
-
The women’s combine emerged triumphant in an edge-of-the-seat thriller while the men’s outfit secured the top prize without fuss as Indian compound archers swept all three gold medals on offer in team events, further bettering their best-ever show at the Asian Games, here Thursday
-
The Punjab government will attach the properties of everyone who built these assets by indulging in corruption, Chief Minister Bhagwant Mann said on Thursday and added that a crusade has been launched in the state against graft.
-
A day after the ED arrested AAP leader Sanjay Singh, the Congress has come out in support of its INDIA ally and condemned BJP's vendetta politics, but also used the opportunity to bring up the recent arrests of its leaders in Punjab
|
387 |
Y |
|
1367 |
05-10-2023 |
Odia |
-
୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
-
ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ ।
-
ଗୁଗଲ ପକ୍ଷରୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି ନିଜର ପ୍ରଥମ ସ୍ମାର୍ଟଓ୍ବାଚ୍ ପିକ୍ସେଲ ୱାଚ୍-୨ । ଏହି ସ୍ମାର୍ଟୱାଚ୍ ରେ ମିଳିବ ୨୪ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ । ପିକ୍ସେଲ ୱାଚ୍ ୨ରେ ଏକ ଷ୍ଟ୍ରେସ୍ କାଉଣ୍ଟ ଫିଚର ରହିଛି, ଯାହା ଏହି ସ୍ମାର୍ଟୱାଚ୍କୁ ବଜାରର ଅନ୍ୟ ସ୍ମାର୍ଟୱାଚ୍ ଠାରୁ ଭିନ୍ନ କରିଥାଏ। ଏହା ସହ ଆପଣ ପିକ୍ସେଲ ୱାଚ୍ ୨ ଜରିଆରେ ନିଜର ଫିଜିକାଲ ଫିଟନେସ କୁ ଟ୍ରାକ୍ କରିପାରିବେ ।
-
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ତାଙ୍କ ଦଳ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି।
-
ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାୟ ୧୦୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ପ୍ରିୟଙ୍କା ଗାନ୍ଧିଙ୍କ ରାଲି ସହିତ ଶେଷ ହେଉଥିବା ଜନ ଆକ୍ରୋଶ ଯାତ୍ରା ପରେ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଏହା ଘୋଷଣା କରାଯିବ।
-
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଉପସ୍ଥାପନ କରିଥିବା ଶିଳ୍ପପତି ବିବେକ ରାମାସ୍ବାମୀ ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି । ମାସକୁ ସେ ୮୩ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡ଼ିଛି।
-
ଧ୍ୟପ୍ରଦେଶର ଉଜ୍ଜୟିନୀରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଟୋ ଚାଳକ ଭରତ ସୋନିର ଘରକୁ ବୁଧବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
-
ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି।
-
ସିକ୍କିମରେ ଗ୍ଲାସିୟାଲ ହ୍ରଦ ଫାଟି ଉଚ୍ଛୁଳି ଆସିବାରୁ ତିସ୍ତା ନଦୀରେ ଅଚାନକ ଭୀଷଣ ବନ୍ୟା ଆସି ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି।
-
ଭାରତର ଅଭିବୃଦ୍ଧିକୁ ଦେଖି ସମଗ୍ର ବିଶ୍ୱ ବର୍ତ୍ତମାନ ଚକିତ। ବିଶ୍ୱ ବ୍ୟାଙ୍କ ହେଉ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ସମସ୍ତ ଆର୍ଥିକ ଏଜେନ୍ସି, ଭାରତର ଅଭିବୃଦ୍ଧିକୁ ନେଇ ଆଶ୍ବସ୍ତ। ସମ୍ପ୍ରତି ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ଝଟ୍କା ଦେଇଛି ବିଶ୍ୱ ବ୍ୟାଙ୍କ। ଧୀରେଧୀରେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି।
-
୧୨୬ ବର୍ଷ ପୁରୁଣା ବୟସ୍କ ଗୋଦ୍ରେଜ୍ ଗ୍ରୁପର ବିଭାଜନ ହୋଇପାରେ। ଗ୍ରୁପର ବଜାର ପୁଞ୍ଜି ୧.୭୬ ଲକ୍ଷ କୋଟି ଟଙ୍କା ହେବ। ଏହାର ବଣ୍ଟାକୁଣ୍ଟା ଏବେ ଆରମ୍ଭ ହୋଇଯାଇଥିବା କୁହାଯାଉଛି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି।ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି।
-
ବିଏସପି ଏମ୍ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ।
-
ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି।
-
ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି।
-
ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ।
-
ଅକ୍ଟୋବର ୪ ତାରିଖ ସକାଳେ ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ (ହିମବାହ-ନିର୍ଭର) ହ୍ରଦ ଉଛୁଳିବା ଦ୍ବାରା ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରମୁଖ ରାଜପଥ ଏବଂ ବସତିଗୁଡିକ ଧୋଇ ଯାଇଥିଲା।
|
431 |
Y |
|
1368 |
05-10-2023 |
English |
-
Three scientists in the United States won the Nobel Prize in chemistry Wednesday for their work on quantum dots – particles just a few atoms in diameter that can release very bright coloured light and whose applications in everyday life include electronics and medical imaging.
-
At least 10 people have died and 80 others, including 22 Army personnel, are missing after a cloudburst over Lhonak Lake in north Sikkim triggered a flash flood Wednesday in the Teesta River basin, officials said. All the 10 dead are civilians, the officials informed and added that among the 23 Army men who had gone missing, one has been rescued.
-
In a freak mishap, a six-year-old boy died after an information plaque lying close to the school compound wall collapsed on him Wednesday. The tragic incident took place at Uchapada Government Primary School in Gadhiali panchayat under Dhamnagar block in Bhadrak district.
-
The Enforcement Directorate arrested Wednesday Aam Aadmi Party Rajya Sabha member Sanjay Singh in connection with the Delhi excise policy case, officials said. Singh was arrested after the agency conducted searches at his residence earlier in the day, they added.
-
Odisha Chief Minister Naveen Patnaik approved Wednesday 429 road projects worth `32.25 crore for residential colonies in the Odisha capital, Bhubaneswar, Balianta, and Jatni blocks, officials said here Wednesday.
-
Pope Francis opened Wednesday a big meeting on the future of the Catholic Church by saying it was in need of repair to make it a place of welcome for ‘everyone, everyone, everyone’, not a rigid barricade driven by fears and ideology.
-
Chief Minister Naveen Patnaik Wednesday inaugurated and flagged off 26 new state-of-the-art 108 ambulances to provide emergency healthcare services to the people of the state. In a programme held at Naveen Niwas, the Chief Minister flagged off these 26 new ambulances purchased with the state government’s own funds to provide emergency services to the people of the state.
-
Following the Union government’s decision to increase the subsidy for PM Ujjwala beneficiaries by `100, LPG cylinder will now cost `629 in Bhubaneswar.
-
Union Culture and Tourism Minister G Kishan Reddy Wednesday said the constitution of the National Turmeric Board will benefit the farmers of Odisha and other states in terms of value added and export of turmerim.
-
The Enforcement Directorate (ED) has summoned Trinamool Congress national general secretary Abhishek Banerjee to appear before its officers here on October 9 in connection with the West Bengal school jobs scam, an official said.
-
NewsClick founder Prabir Purkayastha and human resources head Amit Chakravarty, arrested in a case filed under anti-terror law UAPA, have been sent to police custody for seven days, even as the media organisation has said it has not been provided with a copy of the FIR or informed about the offences.
-
The Enforcement Directorate is not expected to be “vindictive” in its conduct and must act with utmost probity and fairness, the Supreme Court has held, and directed the anti-money laundering agency to henceforth furnish the grounds of arrest to the accused in writing “without exception”
-
The Canadian allegations regarding India’s involvement in the killing of a pro-Khalistan separatist are “serious” and need to be investigated fully, the White House has said.
-
Ahead of the ICC World Cup 2023, Disney Star which has exclusive broadcast and media rights for linear and digital platforms, has roped in a record number of 26 sponsors and 500 advertisers so far, a top company official said Wednesday.
-
Oil fell by over $3 a barrel Wednesday, as demand fears stemming from macroeconomic headwinds offset pledges by Saudi Arabia and Russia to continue crude output cuts to the end of 2023.
-
Equity benchmark indices ended lower by 286.06 points Wednesday, extending their previous day’s fall, due to unabated foreign fund outflows and weak trends in the US and Asian markets.
-
Beverages major Coca-Cola Wednesday said it has introduced 100 per cent recycled PET bottles for its carbonated beverage supporting the circular economy.
-
Ojas Deotale’s youthful energy blended seamlessly with Jyothi Surekha Vennam’s skills, securing India’s maiden gold medal in the compound mixed team event and contributing to their best-ever show in archery at the Asian Games, here Wednesday.
-
India defeated South Korea 5-3 in a hard-fought semifinal to enter the title clash of the men’s hockey competition at the Asian Games here Wednesday.
-
A golden generation of England cricketers who have transformed the white ball format template forever will begin their 50-over World Cup title defence against an injury-battered New Zealand in a repeat of the 2019 final here, Thursday.
|
429 |
Y |
|
1369 |
04-10-2023 |
Odia |
-
ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍ଜ ଏବଂ ଆନ୍ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।
-
ନେପାଳରେ ୫ କିଲୋମିଟର ଗଭୀରତାରେ ଦୁଇଟି ଭୂମିକମ୍ପ ଅନୁଭୂତ ହେବା ପରେ ଆଜି ଦିଲ୍ଲୀରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ନେପାଳରେ ଅପରାହ୍ନ ୨ଟା ୨୫ରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ୨ଟା ୫୧ରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା।
-
ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାର ସିକୃତି ଲାଭ କରିଛି ।
-
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା ।ରସାବଳିକୁ ମଙ୍ଗଳବାର ୨୦୨୩ ମସିହା ୩ ଅକ୍ଟୋବରରେ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି ।
-
କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ( NBW ) ପାଇଁ କୋର୍ଟ ଗଲା ପୁଲିସ । NBW ପାଇଁ JMFC କୋର୍ଟରେ ଆବେଦନ କଲା କମିଶନରେଟ ପୁଲିସ। ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
-
ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।
-
ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।
-
ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ଉପରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରୁଥିବା କାନାଡାକୁ ଭାରତ ଖୋଲା ଚ୍ୟାଲେଞ୍ଜ ଦେବା ସହ ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।
-
ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ନ୍ୟୁଜ୍ କ୍ଲିକର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ତଥା କମ୍ପାନିର ଅଂଶୀଦାର ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
-
କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଅନୁ ରାଣୀ ସ୍ୱର୍ଣ୍ଣ ଜିତିଛନ୍ତି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୫ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ ।
-
ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୫-୩ ଗୋଲରେ କୋରିଆକୁ ପରାସ୍ତ କରିଛି ।
-
ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ। ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ। ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।
-
ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ ଶ୍ରେଣୀରେ ନାମ ଲେଖାଇ ପାରିନାହାନ୍ତି, ସେମାନଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍ଲାଇନ୍ ନାମଲେଖା ପ୍ରକ୍ରିୟା ଆସନ୍ତା ୦୪.୧୦.୨୦୨୩ ଠାରୁ ଆରମ୍ଭ ହେବାକୁ ଯାଉଛି।
-
ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ସାହାନୱାଜ ଓରଫ ସାଫି ଉଜ୍ଜାମା, ମହମ୍ମଦ ରିଜୱାନ ଓ ଅର୍ସଦ ୱାର୍ସି। ପୁଲିସ କହିବା ଅନୁଯାୟୀ ସାହାନୱାଜ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା।
-
ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଆଜି ଓଏଏସ୍ ଅଫିସର ସ୍ତରରେ ଅଦଳବଦଳରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ।
-
ଦିଲ୍ଲୀ ପୁଲିସ୍ ସକାଳୁ ଚଳାଇଥିବା ରେଡ୍ ପରେ ସନ୍ଧ୍ୟାରେ ଭେଟରାନ ସାମ୍ବାଦିକ ତଥା ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିଛି। ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଗିରଫ କରାଯାଇଛି
-
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
|
411 |
Y |
|
1370 |
04-10-2023 |
English |
-
Three scientists, including a woman, have been awarded the 2023 Nobel prize in Physics for their work on creating extremely short pulses of light that can be harnessed to study processes occurring inside atoms and molecules.
-
Kendrapara’s famous Rasabali, one of the heritage sweetmeats of Odisha, received the prestigious Geographical Indication (GI) tag, Tuesday.
-
A total of 107 MPs and MLAs have hate speech cases against them and 480 candidates with such cases have contested elections in the last five years, according to poll rights body Association for Democratic Reforms (ADR).
-
Chief Minister Naveen Patnaik Tuesday laid the foundation stone for Homi Bhabha Cancer Hospital and Research Centre (HBHRC) near here and said Odisha will get a world class cancer care, research and innovation centre by December 2025.
-
Odisha has lost 698 elephants, 48 leopards and seven tigers to various reasons, including poaching, between 2015-16 and 2023-24, Forest, Environment and Climate Change Minister Pradip Kumar Amat said, Tuesday.
-
The Delhi Police Tuesday arrested NewsClick founder Prabir Purkayastha and HR head Amit Chakravarty after searching more than 30 locations and questioning several journalists in a case filed under the anti-terror law UAPA following allegations that the portal received money for pro-China propaganda.
-
Three days after a man was killed in a horrific hit-and-run incident at Rajmahal Square here, the Commissionerate Police Tuesday arrested the absconding car owner who was at the wheels during the mishap. The accused was identified as Bikash Pal, 26, a native of Kakatpur in Puri district.
-
Odisha Assembly was adjourned sine die Tuesday by the Speaker a day before its scheduled date. The Monsoon Session of the Assembly commenced September 22 and was to end October 4, but the Speaker adjourned the House Tuesday.
-
Drinking dark tea every day may help in controlling blood sugar to reduce diabetes risk, finds a new study. Dark tea, which originated in China, is a microbially fermented type of tea. The fermentation continues several months to many years and the leaves are often pressed in a cake or brick shape.
-
To ensure universal access to quality healthcare, Chief Minister Naveen Patnaik Tuesday approved in principle extension of the ‘Ama Hospital’ scheme to all government hospitals of the state.
-
Delhi Lieutenant Governor (L-G) VK Saxena Tuesday approved the extension of all 8539 Home Guards volunteers, including 4060 deployed with DTC as bus marshals.
-
The Delhi government's control centre to monitor air pollution and redress complaints -- 'Green War Room' -- started functioning round-theclock with a larger team of analysts and experts from Tuesday, Environment Minister Gopal Rai said.
-
The Assam government has decided to hike the daily minimum wage of tea garden workers by `18 to `250 and `228 in Brahmaputra and Barak valley, respectively, Chief Minister Himanta Biswa Sarma said.
-
The Nitish Kumar government in Bihar Tuesday announced 10 per cent reservation for economically weaker sections (EWS) in the judicial services, and the state-run law colleges and universities. The decision was taken at a cabinet meeting chaired by the Chief Minister.
-
In an affidavit filed Tuesday in the Rajasthan High Court, Chief Minister Ashok Gehlot tendered an "unconditional apology" for his remark suggesting that there was “rampant corruption” in the judiciary. The affidavit was in response to a petition filed by an advocate over Gehlot's remark on August 30 that had triggered outrage in the lawyers' community.
-
The Indian Railway Tuesday released its new timetable of trains effective from October 1. The highlights of the new time table are the induction of 64 Vande Bharat trains along with 70 other train services.
-
Embattled US House Speaker Kevin McCarthy Tuesday teed up a vote on a challenge to his leadership by a fellow Republican, in an intra-party dispute that could plunge Congress into chaos.
-
Meta plans to give Facebook and Instagram users in Europe the option of paying for ad-free versions of the social media platforms as a way to comply with the continent's strict data privacy rules, the Wall Street Journal reported Tuesday
-
The World Bank Tuesday retained India’s growth forecast at 6.3 per cent for current financial year on the back of robust services activities despite global headwinds.
-
Parul Chaudhary pulled off a heist for a sensational women’s 5000m gold while Annu Rani conjured up her season-best performance to claim the top prize in women’s javelin throw as Indian athletes bagged six medals from track and field at the Asian Games, here Tuesday.
|
436 |
Y |
|