-
ଜାପାନରେ ପରମାଣୁ ବୋମା ମାଡ଼ରୁ ବଞ୍ଚିଥିବା ବ୍ୟକ୍ତିମାନଙ୍କର ତୃଣମୂଳସ୍ତରର ସଂଗଠନ ‘ନିହୋନ୍ ହିଡାଙ୍କିଓ’କୁ ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହିରୋସୀମା ଓ ନାଗାସାକିରେ ପରମାଣୁ ବୋମାମାଡ଼ରୁ ବଞ୍ଚିଥିବା (ହିବାକୁଶା)ଙ୍କ ପ୍ରତିନିଧିତ୍ୱ କରୁଛି ନିହୋନ୍ ହିଡାଙ୍କିଓ।
-
ମାଲେସିଆ, ଥାଇଲାଣ୍ଡ, ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ମିଆଁମାର, ଫିଲିପିନ୍ସ, ଭିଏତନାମ, ଲାଓସ ଓ ସିଙ୍ଗାପୁର ସମେତ ଆସିଆନ୍ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ବିଶ୍ୱାସ କରେ ଯେ ଏକବିଂଶ ଶତାବ୍ଦୀ- ଏସୀୟ ଶତାବ୍ଦୀ ହେଉଛି ଭାରତ ଓ ଆସିଆନ୍ ରାଷ୍ଟ୍ରଗୁଡ଼ିକର ଶତାବ୍ଦୀ।
-
ରତନ ଟାଟାଙ୍କ ଉତ୍ତରାଧିକାରୀ ତାଙ୍କ ସାବତ ଭାଇ ନୋଏଲ ଟାଟା ହୋଇଛନ୍ତି। ୬୭ ବର୍ଷୀୟ ନୋଏଲଙ୍କୁ ଟାଟା ଟ୍ରଷ୍ଟ୍ସର ଉତ୍ତରାଧିକାରୀଭାବେ ନିଯୁକ୍ତି ଦିଆଯାଇଛି। ନୋଏଲ ଟାଟା ଏବେ ଟାଟା ଗ୍ରୁପ୍ର ଅନେକ କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଛନ୍ତି।
-
୧୪୧ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ତାହାର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା । ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି ।
-
ରାଜସ୍ଥାନର ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଘରର ପାଣି ଟାଙ୍କିକୁ ଡେଇଁ ଆତ୍ମହତ୍ୟା କଲେ | ସୁଇସାଇଡ଼ ନୋଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଦମ୍ପତିଙ୍କୁ, ପୁଅ ଏବଂ ବୋହୂ କେବଳ ମାଡ଼ ମାରୁନଥିଲେ ବରଂ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ | ଏହା ସହ ଖାଦ୍ୟ ଦେବା ବନ୍ଦ କରିବା ସହ ତାଟିଆ ନେଇ ଭିକ ମାଗିବାକୁ କହୁଥିଲେ |
-
ହରିୟାଣା, ଜାମ୍ମୁ କାଶ୍ମୀରର ନିର୍ବାଚନ ପରେ ଝାଡଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ତାରିଖ ଆସନ୍ତା ସପ୍ତାହରେ ନିର୍ବାଚନ ଆୟୋଗ ଘୋଷଣା କରିପାରନ୍ତି।
-
ବିଶ୍ଵ ସ୍ତରରେ ଦେଶଦେଶ ଭିତରେ ହେଉଥିବା ଆମଦାନି ଓ ରପ୍ତାନି କାରବାରରେ ମୁଖ୍ୟତଃ ଆମେରିକୀୟ ଡଲାରକୁ ପେମେଣ୍ଟ ଲାଗି ବ୍ୟବହାର କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁସାରେ ଅକ୍ଟୋବର ୪ ସୁଦ୍ଧା ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୭୦ କୋଟି ଡଲାର ହ୍ରାସ ଘଟିଛି। ଚଳିତ ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡ଼ିଥିବା ବେଳେ ପ୍ରଥମ ଥର ଲାଗି ୮୪ ଟଙ୍କା ସ୍ତରକୁ ଖସିଯାଇଛି।
-
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଫାଇନାନ୍ସିଆଲ କମ୍ପାନି ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ନାମକ ଏକ ନୂତନ ଜିଓ ଫାଇନାନ୍ସ ଆପ୍ ଲଞ୍ଚ କରିଛି।
-
୨୧ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦେଶର ପ୍ରସିଦ୍ଧ ୫୦୦ କମ୍ପାନୀରେ ଇଣ୍ଟର୍ନସିପ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍ ଇଣ୍ଟର୍ନସିପ ଯୋଜନା ଆରମ୍ଭ ହେବାକୁ ଯାଉଛି।
-
ଲେବାନନ୍ରେ ଥିବା ଜାତିସଂଘ ଶାନ୍ତିରକ୍ଷା ବାହିନୀକୁ ଟାର୍ଗେଟ କରି ଇସ୍ରାଏଲୀ ସେନାର ଆକ୍ରମଣ ଘଟଣାରେ ଭାରତ ଉଦ୍ବେଗ ପ୍ରକାଶ କରିଛି। ଦକ୍ଷିଣ ଲେବାନନ୍ର ନାକୁରାସ୍ଥିତ ୟୁଏନ୍ଆଇଏଫ୍ଆଇଏଲ୍ ମୁଖ୍ୟାଳୟରେ ଇସ୍ରାଏଲ୍ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି।
-
ବାଂଲାଦେଶର ସାଥିରାଠାରେ ଅବସ୍ଥିତ ମା’ କାଳୀଙ୍କ ଜେଶେରେଶ୍ୱରୀ ମନ୍ଦିର ବହୁତ ପ୍ରସିଦ୍ଧ। ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ୨୭ ମାର୍ଚ୍ଚ ୨୦୨୧ରେ ମନ୍ଦିରରେ ଥିବା ମା’ କାଳୀଙ୍କୁ ମୁକୁଟ ଉପହାର କରିଥିଲେ। ଏବେ ସୁନା ଲେପ ଦିଆ ରୂପା ମୁକୁଟ ଚୋରି ମନ୍ଦିରରୁ ଚୋରି ହୋଇଛି।
-
ମହାଦେବ ଅନଲାଇନ୍ ବେଟିଂ ଆପ୍ର ମାଲିକ ତଥା ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲର ରେଡ୍ କର୍ନର ନୋଟିସ୍ ପରେ ତାଙ୍କୁ ଅଟକ ରଖାଯାଇଛି।
-
ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି।
-
ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
-
ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ରିଲିଜ୍ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ।