-
1.ଅର୍ଥନୀତିଜ୍ଞ ଡାରୋନ୍ ଏସିମୋଗ୍ଲୁ, ସାଇମନ୍ ଜନସନ୍ ଏବଂ ଜେମ୍ସ ଏ ରବିନସନଙ୍କୁ ଅର୍ଥନୀତିରେ ୨୦୨୪ ମସିହା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।ଏହି ୩ ଅର୍ଥନୀତି ନୋବେଲ ବିଜେତାଙ୍କୁ ୧୧ ନିୟୁତ କ୍ରୋନର (୧.୧ ନିୟୁତ ଡଲାର) ପୁରସ୍କାର ବାବଦରେ ପ୍ରଦାନ କରାଯିବ।
-
2.ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍ସିପ୍ ରକେଟର ଉତ୍କ୍ଷେପଣ ଓ ଅବତରଣ କରାଯାଇଛି, ଯାହା ଇତିହାସ ସୃଷ୍ଟି କରିଛି।
-
3.ଭାରତର ଶୀର୍ଷ ଗବେଷଣା ସଂସ୍ଥା ଆଇସିଏମ୍ଆର-ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ ଇନ୍ଫର୍ମେଟିକ୍ସ ଆଣ୍ଡ ରିସର୍ଚ୍ଚର ଏକ ଅଧ୍ୟୟନ ଅନୁଯାୟୀ ପୁରୁଷଙ୍କଠାରେ ଓଠ ଓ ମୁଖ କର୍କଟ ସବୁଠାରୁ ଅଧିକ ଚିହ୍ନଟ ହେଉଥିବା ବେଳେ ସ୍ତନ କର୍କଟ ମହିଳାମାନଙ୍କଠାରେ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି।
-
4.ଡବ୍ଲୁଡବ୍ଲୁଏଫ୍ ଭାରତୀୟ ଭୋଜନ ଥାଳିକୁ ପରିବେଶ ପାଇଁ ସର୍ବୋକୃଷ୍ଣ ବୋଲି ମାନ୍ୟତା ଦେଇଛନ୍ତି । ଭାରତୀୟ ଭୋଜନ ଢାଞ୍ଚାକୁ ସାରା ବିଶ୍ବ ଗ୍ରହଣ କରିବ ତେବେ ୨୦୫୦ ସୁଦ୍ଧା ନିରନ୍ତର ଖାଦ୍ୟ ପାଇଁ ପୃଥିବୀର ମାତ୍ର ୦.୮୪ ଭାଗ ବ୍ୟବହାର ହେବ ଯାହା ବର୍ତ୍ତମାନର ବ୍ୟବସ୍ଥା ତୁଳନାରେ ଯଥେଷ୍ଟ କମ୍ ଓ ନଗଣ୍ୟ।
-
5.ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞଙ୍କ ସମ୍ପୃକ୍ତି ଅଛି ବୋଲି କାନାଡ଼ା କହିଛି। ଏହାଦ୍ବାରା ଭାରତ-କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହେବା ସହ ସଂପର୍କ ଖରାପ ହୋଇଛି।
-
6.ପ୍ରସିଦ୍ଧ ମରାଠୀ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ହୋଇଛି । ତାଙ୍କୁ ୫୭ ବର୍ଷ ହୋଇଥିଲା। ସେ ଶାହାରୁଖ ଖାନଙ୍କ 'ବିଲୁ', ସଲମାନ୍ ଖାନ୍ ଙ୍କ 'ପାର୍ଟନର' ଏବଂ ଅଜୟ ଦେବଗନଙ୍କ 'ଅଲ୍ ଦି ବେଷ୍ଟ' ଭଳି ଫିଲ୍ମରେ ଅଭିନୟ କରିଥିଲେ।
-
7.ଅକ୍ଟୋବର ୧୬ରେ ଜମ୍ମୁ-କଶ୍ମୀରର ନୂଆ ସରକାର ଶପଥ ଗ୍ରହଣ କରିବ। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉପରାଜ୍ୟପାଳ ମନୋଜ ସିହ୍ନା ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ସମାରୋହ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।
-
8.ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷା ନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ୍ କରାଇବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
-
9.ବିଶ୍ବବ୍ୟାଙ୍କ ଜଣାଇଛି ଯେ ଏହି ୨୬ଟି ଗରିବ ଦେଶର ମୁଣ୍ଡପିଛା ଆୟ ୧୧୪୫ ଡଲାରରୁ କମ୍ ଥିବା ବେଳେ ସେମାନେ ମୁଖ୍ୟତଃ ଆଇଡିଏ ଦେଉଥିବା ଅନୁଦାନ ଓ ସୁଧ ମୁକ୍ତ ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି।
-
10.ରେରା ଆଇନରେ ସଂଶୋଧନ ହେବ। ଆଜି ସମ୍ବଲପୁର ଗସ୍ତରେ ଯାଇ କିଛି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରେରା ଆଇନରେ ସଂଶୋଧନ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ। ଏବେ ଏମିତି ପରିସ୍ଥିତି କି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ତେଣୁ ଆଇନରେ ପରିଣତ କରିବାକୁ ହେବ।
-
11.ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା କ୍ୟାନସର ଭଳି ଦୂରାରୋଗ୍ୟ ଦୂର ହୋଇପାରେ। ଏକଥା ଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର ଦାବି କରିଛନ୍ତି।
-
12.ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି।
-
13.ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷର ଜବାବରେ ପେଣ୍ଟାଗନ୍ ଇସ୍ରାଏଲ ପାଇଁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା ଟର୍ମିନାଲ ହାଇ-ଅଲଟିଚ୍ୟୁଡ୍ ଏରିଆ ଡିଫେନ୍ସ (ଥାଡ୍) ମୁତୟନ କରିବାକୁ ଘୋଷଣା କରିଛି।
-
14.ଉତ୍ତର ଗାଜାକୁ ମାନବୀୟ ସହାୟତା ଯୋଗାଣ ବନ୍ଦ ପାଇଁ ଯୋଜନା ହୋଇଛି। ଏହି ନୂଆ ଯୋଜନାର ଲକ୍ଷ୍ୟ ହେଉଛି ହମାସ୍ ଆତଙ୍କବାଦୀଙ୍କୁ ଭୋକରେ ମାରିବା।
-
15.ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି।