-
1.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଗାଜା ନାଗରିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯଦି ହମାସ ଅସ୍ତ୍ର ଛାଡ଼ି ଦେବାପାଇଁ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବାପାଇଁ ରାଜି ହୁଏ ତା’ହେଲେ ଆମେ ଯୁଦ୍ଧ ଆସନ୍ତାକାଲି ହିଁ ବନ୍ଦ କରିଦେବୁ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍ ଗସ୍ତରେ ଯିବେ। ଆସନ୍ତା ଅକ୍ଟୋବର ୨୨ରୁ ୨୩ ପର୍ଯ୍ୟନ୍ତ ସେ ରୁଷ୍ ଗସ୍ତ କରିବେ।
-
3.ବାଲ୍ୟବିବାହ ନିବାରଣ ଆଇନ, ୨୦୦୬ରେ ସଂଶୋଧନ କରି ବାଲ୍ୟବିବାହକୁ ନିଷିଦ୍ଧ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍କୋର୍ଟ ସଂସଦକୁ ପରାମର୍ଶ ଦେଇଛନ୍ତି।
-
4.ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାରେ ଏକ ସନ୍ଧାନୀ କୁକୁର କମାଲ କରିଦେଇଛି | ଜଣେ ଚାଷୀଙ୍କ ଚୋରି ଟଙ୍କା ମିଳିବାରେ କୁକୁରଟି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା | ଏହି ସନ୍ଧାନୀ କୁକୁର ୧.୦୭ କୋଟି ଟଙ୍କା ଚୋରି ମାମଲାର ସମାଧାନ କରିବାରେ ସାହାଯ୍ୟ କରିଥିଲା।
-
5.ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ଦିଲ୍ଲୀର ରସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ଏହି ମାମଲାର ଖୁବ୍ ଶୀଘ୍ର ଶୁଣାଣି ଶେଷ ହେବାର ସମ୍ଭାବନା ନାହିଁ। ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି।
-
6.୨୦୧୪-୧୫ରେ ନିଟ୍ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ରାଶି ୬.୯୫ ଲକ୍ଷ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୨୩-୨୪ରେ ଏହା ୧୯.୬୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
-
7.ଓଡ଼ିଶାରେ ନିର୍ମାଣ ହେବ ଜାତୀୟ ଜଳପଥ-୫ (ନ୍ୟାସନାଲ୍ ୱାଟରୱେ-୫)। କୋଇଲା ନଗରୀ ତାଳଚେରକୁ ଜଳପଥରେ ଧାମରା ଏବଂ ପାରାଦୀପ ବନ୍ଦରକୁ ଯୋଡ଼ାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ୍ ଇଣ୍ଡିଆ ସହ ମିଶି ରାଜ୍ୟ ସରକାର କାମ କରୁଛନ୍ତି।
-
8.ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଚାଲିଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)ରେ ଭାରତ ସଞ୍ଚାର ନିଗମ ଲିମିଟେଡ ଏହାର ସିମ ଭେଣ୍ଡିଂ ମେସିନ ପ୍ରଦର୍ଶନ କରିଛି। ଉପଭୋକ୍ତାମାନେ ଯେକୌଣସି ସମୟରେ ବିଏସଏନଏଲ ର ସେଲ୍ଫ କେୟାର ଆପ୍ ଏବଂ ସିମ୍ ଭେଣ୍ଡିଂ ମେସିନ୍ ବ୍ୟବହାର କରି ସିମ୍ କାର୍ଡ ପାଇପାରିବେ |
-
9.ଏକ ସାକ୍ଷାତକାର ସମୟରେ ସଲମାନ ଖାନଙ୍କ ପିତା ସଲିମ ଖାନ କହିଛନ୍ତି, କ୍ଷମା ମାଗିବା ହେଉଛି ମୁଁ ହତ୍ୟା କରିଛି। ସଲମାନ କୌଣସି ପ୍ରାଣୀକୁ ହତ୍ୟା କରି ନ ଥିଲେ। ଆମେ କୌଣସି ଅସରପାକୁ ମଧ୍ୟ ଆଜି ପର୍ଯ୍ୟନ୍ତ ହତ୍ୟା କରିନାହୁଁ। ଆମେ ମଧ୍ୟ କେବେ ବି ବନ୍ଧୁକ ବ୍ୟବହାର କରିନାହୁଁ। ସଲମାନ ପଶୁମାନଙ୍କୁ ଭଲ ପାଆନ୍ତି। ତେଣୁ ସେ ହତ୍ୟା କଲେ କୁଆଡୁ, କ୍ଷମା ମାଗିବେ କାହିଁକି ବୋଲି ସଲିମ ପ୍ରଶ୍ନ କରିଛନ୍ତି।
-
10.ସଦ୍ଗୁରୁ ଜାଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନ୍ ବିରୋଧରେ ମାଡ୍ରାସ୍ ହାଇକୋର୍ଟରେ ଚାଲିଥିବା ମକଦ୍ଦମାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି।
-
11.ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଲୋକ ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିଥିଲେ। କିନ୍ତୁ କାହାକୁ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିବାକୁ ଅନୁମତି ନାହିଁ।
-
12.ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ଆଗାମୀ ଦିନରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ।
-
13.ବିହାର ବାଙ୍କା ଜିଲ୍ଲାରେ ମହାଦେବ ମନ୍ଦିରକୁ ପାଣି ନେଇ ଯାଉଥିବା କାଉଡିଆଙ୍କ ଉପରେ ଚଢ଼ିଗଲା କାର୍ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଛନ୍ତି।
-
14.ଟେଣ୍ଡର ଦୁର୍ନୀତି ଓ ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇଏଏସ୍ ସଞ୍ଜୀବ ହଂସ ଓ ଆର୍ଜେଡିର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କୁ ଗିରଫ କରିଛି।
-
15.ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦଳ ୪୬ ରନରେ ଅଲଆଉଟ ହୋଇଥିଲା ସତ, କିନ୍ତୁ ଦଳ ଏବେ ଦ୍ୱିତୀୟ ଇନିଂସରେ ଦମ ଦେଖାଇବା ସହ ଇତିହାସ ରଚିବାକୁ ସକ୍ଷମ ହୋଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୨୩୧ ରନ କରି ନେଇଛି।