-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ନୂଆ ପତାକା ଓ ଚିହ୍ନ ଉନ୍ମୋଚନ କରିବେ।
-
2.ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ ତେଜିନ୍ଦର ସିଂହ ଆଜି ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି
-
3.ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି।
-
4.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ।
-
5.ସିଣ୍ଡି ରୋଡ୍ରିଗୁଏଜ୍ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ୍ (ଏଫ୍ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍ବିଆଇ ଜାଣିବାକୁ ପାଇଛି। ଏହି ୩୯ ବର୍ଷୀୟା ମହିଳାଙ୍କୁ ଧରାଇଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫,୦୦୦ ଡଲାର ପୁରସ୍କାର ଦିଆଯିବ ବୋଲି ସଂଘୀୟ ତଦନ୍ତକାରୀ ସଂସ୍ଥା ଘୋଷଣା କରିଛି।
-
6.ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହ ୧.୭୪ ଲକ୍ଷ କୋଟି ରହିଛି ଏବଂ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୩ ରେ, ଏହି ସଂଖ୍ୟା ୧,୫୯,୦୬୯ କୋଟି ଅର୍ଥାତ୍ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା
-
7.ଦେଶର ଅଗ୍ରଣୀ ଅଗରବତି ନିର୍ମାତା ମହୀଶୂର ଦୀପ ପ୍ରଫ୍ୟୁମେରୀ ହାଉସ (ଏମ୍ଡିପିଏଚ୍)ର ପ୍ରମୁଖ ବ୍ରାଣ୍ଡ୍ ବ୍ଲାକ୍ ଜେଡ୍କୁ ଶ୍ରେଷ୍ଠ ରପ୍ତାନି ପୁରସ୍କାର(ଟପ୍ ଏକ୍ସପର୍ଟ ଆଓ୍ବାର୍ଡ) ମିଳିଛି।
-
8.୧୨ କୋଟି ଟଙ୍କାର ପ୍ରାୟ ୧୬୦୦ ଆପଲ ବ୍ରାଣ୍ଡର ଆଇଫୋନ ଚୋରି କରିନେଇଛନ୍ତି ଲୁଟେରା। ହାଇଦ୍ରାବାଦରୁ ଉତ୍ତରଭାରତକୁ ଏହି ଫୋନଗୁଡ଼ିକ ଏକ ଟ୍ରକରେ ନିଆଯାଉଥିବାବେଳେ ଲୁଟେରାମାନେ ମଧ୍ୟପ୍ରଦେଶର ସାଗର ଜିଲାରେ ଏହି ଘଟଣା ଘଟିଛି। ପୁଲିସ ୧୫ ଦିନ ପରେ ମାମଲା ରୁଜୁ କରିଛି।
-
9.ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର।
-
10.ଡଲାର ତୁଳନାରେ ଖରାପ ପ୍ରଦର୍ଶନ କରୁଥିବା ଏସୀୟ ମୁଦ୍ରା ମଧ୍ୟରେ ଭାରତୀୟ ଟଙ୍କା ଦ୍ୱିତୀୟ ସ୍ଥାନରେ ରହିଛି।
-
11.ମଣିପୁରରେ କୁକି ସଂପ୍ରଦାୟର ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଡ୍ରୋନ୍ ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି । ନିହତ ମହିଳାଙ୍କ ୧୨ ବର୍ଷର ଝିଅ ମଧ୍ୟ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
-
12.'ପୁଷ୍ପା ୨' ଚଳିତ ବର୍ଷ ଡିସେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଓଟିଟି ଅଧିକାର ବିକ୍ରି ହୋଇସାରିଛି। କୋଟି କୋଟି ଟଙ୍କା ମୂଲ୍ୟର ଚୁକ୍ତି ସହିତ ନିର୍ମାତା ଫିଲ୍ମର ଅଧା ବଜେଟ୍ ଆୟ କରିଛନ୍ତି।
-
13.ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଜାଣିପାରିଛନ୍ତି ଯେ ଆବଶ୍ୟକତାଠାରୁ ଅଧିକ ଥର ଏବଂ ପରିମାଣର ଚା’ ପିଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏଭଳି ଅଭ୍ୟାସ ଦ୍ୱାରା ବୁଦ୍ଧିମତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି।
-
14.ସବୁବେଳେ ଅମୃତଭଣ୍ଡା ଖାଇଲେ ତାହାର ସୁପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହା କୋଷ (ସେଲ୍)କୁ କ୍ୟାନ୍ସରଠାରୁ କେତେକାଂଶରେ ଦୂରେଇ ରଖିଥାଏ।
-
15.ବେଙ୍ଗାଲରୁର କାନ୍ତିରବା ଷ୍ଟାଡିୟମ୍ରେ ଚାଲିଥିବା ୬୩ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଦେଇଛନ୍ତି ପୁରୁଷ ରିଲେ ଦଳ।
-
16. ସତୀଶ କୁମାର ରବିବାର ରେଳ ବୋର୍ଡର ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍। ଗ୍ରହଣ କରିଛନ୍ତି ବୋଲି ରେଳ ମନ୍ତ୍ରଣାଳୟର ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି। କୁମାର ଜୟ ଭର୍ମା ସିହ୍ନାଙ୍କ ସ୍ଥାନ ନେଇଥିଲେ ଯିଏ ଅଗଷ୍ଟ 31, 2024 ରେ ସୁପରନୁଏଟ୍ ହୋଇଥିଲେ।
-
17.ଗତ ମାସରେ ମିସ୍ ଦକ୍ଷିଣ ଆଫ୍ରିକାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରିବା ପରେ ଚିଦିମା ଆଡେଟସିନାଙ୍କୁ ମିସ୍ ୟୁନିଭର୍ସ ନାଇଜେରିଆ ମୁକୁଟ ପିନ୍ଧାଯାଇଛି।
-
18.ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି
-
19.ହଷ୍ଟେଲରେ ପଞ୍ଚମ ଶ୍ରେଣୀ ପିଲାମାନେ ମ୍ୟାଜିକ୍ କରୁଥିଲେ। ଏତିକିବେଳେ ଯାଦୁ ଖେଳ ଦେଖାଇବ କହି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ବ୍ଲେଡରେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି।
-
20.ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସର ୪ ଦିନର ମର୍ଣ୍ଣିଂ ସେସନ୍ସରେ ଭାରତକୁ ମିଶ୍ରିତ ରେଜଲ୍ଟ ମିଳିଛି। ୧୦ ମିଟର ଏୟାର ରାଇଫଲ (ଏସଏଚ୍ ୧) ମିକ୍ସଡ ଇଭେଣ୍ଟରେ ଅବନୀ ଲେଖାର ଓ ସିଦ୍ଧାର୍ଥ ବାବୁ ନିରାଶ କରିଛନ୍ତି। ଅବନୀ ୧୦ ମିଟର ଏୟାର ରାଇଫଲ(ଏସଏଚ୍ ୧) ମହିଳା ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।