-
1.ମାନ୍ୟବର ରାଷ୍ଟ୍ରପତି ଗୁରୁବାର ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।
-
2.ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି ଜିଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲାର ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
-
3.ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍ସି/ଏସ୍ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ ହେବ
-
4.ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପାରାଜିତା ବିଲ ବିଚାରାଧୀନ ଅଛି। ମମତା ସରକାର ଏହି ବିଲ ସହିତ ବୈଷୟିକ ରିପୋର୍ଟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ ଅନୁମୋଦନ ହୋଇପାରିବ ନାହିଁ।
-
5.ୟୁନୁସ କହିଛନ୍ତି ଯେ ପର୍ଯ୍ୟନ୍ତ ବାଂଲାଦେଶ ସରକାର ତାଙ୍କୁ ନ ଡାକିଛନ୍ତି ସେ ପର୍ଯ୍ୟନ୍ତ ଭାରତ ଶେଖ ହାସିନାଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି। ତେବେ ସର୍ତ୍ତ ରହିବ ଯେ ହାସିନାଙ୍କୁ ଚୁପ ରହିବାକୁ ପଡ଼ିବ।
-
6.ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାଁକର ଗୁରୁବାର ୟୁରୋପୀୟ ସଂଘର ପୂର୍ବତନ ବ୍ରେକ୍ଜିଟ୍ ମଧ୍ୟସ୍ଥ ମିଶେଲ ବାର୍ନିୟରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି।
-
7.ରୁଷ୍-ୟୁକ୍ରେନ୍ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁତ୍ବପୂର୍ଣ୍ଣ ଘୋଷଣ କରିଛନ୍ତି। ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ରୁଷ୍ ରାଷ୍ଟ୍ରପତି ବୟାନ ଜାରି କରିଛନ୍ତି।
-
8.ସାଂଘାତିକ ଭାବେ ମାଟି ଦବୁଥିବାରୁ ୪୫୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିବା ଆଶଙ୍କା କରାଯାଉଛି। ବାଗେଶ୍ବର ଜିଲ୍ଲାର କୁମାଓଁରେ ଘର, ରାସ୍ତା ଏବଂ ଜମିବାଡ଼ି ସବୁଠି ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି।
-
9.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
-
10.ସାଇଣ୍ଟିଫିକ ରିପୋର୍ଟସ ନାମକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ଵଚ୍ଚ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ଯୋଗୁଁ ଏବଂ ୨୦୦୦ ରୁ ୨୦୨୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଛି।
-
11.ଦେଶର ଚତୁର୍ଥ ଧନୀ ମହିଳା ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ହିସାରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।
-
12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଞ୍ଜି ନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ସ୍ଥାୟୀତା ଏବଂ ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କର ଏକ ଦଳ ସହିତ ଆଲୋଚନା କରିଛନ୍ତି ।
-
13.ଫୋନ୍ପେ’ ନାଁରେ ନକଲି କମ୍ପାନି ଦର୍ଶାଇ ୧୬୧ ଜଣ ନକଲି କର୍ମଚାରୀଙ୍କ ନାଁରେ ଏସ୍ବିଆଇର ୪ ଶାଖାକୁ ୧୬ କୋଟି ୭୧ଲକ୍ଷ ଟଙ୍କାର ଋଣ ନେଇଥିବା ମାଷ୍ଟରମାଇଣ୍ଡ ଦମ୍ପତିଙ୍କ ସମେତ ୬ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) କୋର୍ଟ ଚାଲାଣ କରିଛି।
-
14.ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍ଡେଟ୍ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍ଡେଟ୍ କରିନିଅନ୍ତୁ।
-
15.ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍ ୱାଲର୍ଡ କଞ୍ଜରଭେଶନ୍ ସେଣ୍ଟର’ରେ ରହୁଥିବା ହେନ୍ରୀ ନାମକ ଏକ କୁମ୍ଭୀର ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ କୁମ୍ଭୀରର ଆଖ୍ୟା ପାଇଛି। ଏହି କୁମ୍ଭୀରର ଓଜନ ପ୍ରାୟ ୭୫୦ କିଲୋଗ୍ରାମ। ଏହାର ୬ଟି ସ୍ତ୍ରୀ ଓ ୧୦ ହଜାର ସନ୍ତାନ ରହିଛନ୍ତି।