-
1.ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋଜିଶନ ମାର୍ଟ ଲିମିଟେଡ୍ଠାରେ ଏକ ୩ ଦିନିଆ ସମ୍ମିଳନୀ ‘ସେମିକନ୍ ଇଣ୍ଡିଆ-୨୦୨୪’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡ଼ିତ ଭାରତ ବିଶ୍ୱର ଅଷ୍ଟମ ଦେଶ ହୋଇପାରିଛି।
-
2.ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
-
3.ସ୍କ୍ରବ୍ ଟାଇଫସ୍। ୮ ମାସ ମଧ୍ୟରେ ଅର୍ଥାତ ଜାନୁଆରିରୁ ଅଗଷ୍ଟ ମାସ ମଧ୍ୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍ସାର)ରେ ସମୁଦାୟ ୪୧୮ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ମ୍ୟାଲେରିଆ, ଟାଇଫଏଡ୍ ପ୍ରବଣ ପଶ୍ଚିମ ଓଡ଼ିଶାରେ ଗତ କିଛି ବର୍ଷ ହେଲା ସ୍କ୍ରବ ଟ୍ରାଇଫସ ନୂତନ ରୋଗ ଭାବରେ ଚିନ୍ତା ବଢ଼ାଇବା ଆରମ୍ଭ କରିଛି।
-
4.ଲାଞ୍ଚ ଦେଇ ଧରାପଡ଼ିଛନ୍ତି ଏକ ଘରୋଇ କଂପାନିର ଉଚ୍ଚ ଅଧିକାରୀ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଅମ୍ବୁଜା ସିମେଣ୍ଟର ଚିଫ୍ ମାନୁଫାକ୍ଚରିଂ ଅଫିସର (ସିଏମ୍ଓ) ରାମଭାବ ଗଟ୍ଟୁଙ୍କୁ ବାନ୍ଧିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଶ୍ରୀ ଗଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
-
5.ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା। ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଆଜି ଶେଷ ହୋଇଛି।
-
6.୨୦୧୫-୧୬ରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ କରିଥିଲେ। ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପାଇଁ ୧୮୮୮.୭୪ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା। ସେଥିରୁ ୧୫୭୩.୦୩ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଏହି ସମୟରେ ୮୦୮ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବା ବେଳେ କେବଳ ୩୫୯ଟି ସମ୍ପୂର୍ଣ କରାଯାଇପାରିଥିଲା।
-
7.ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆ ଏହାର ଖଣି ପାଖାପାଖି ଅଞ୍ଚଳରେ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ଆସନ୍ତା ୬-୭ ବର୍ଷ ମଧ୍ୟରେ କମ୍ପାନି ୪.୭ ଗିଗାୱାଟ୍ର ବିଦ୍ୟୁତ୍ ଉତ୍ପାଦନ କରିବା ଲାଗି ମଞ୍ଜୁରି ପାଇଛି।
-
8.କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଟୋଲ୍ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍), ଗ୍ଲୋବାଲ ପୋଜିସନିଂ ସଷ୍ଟମ୍ (ଜିପିଏସ୍) ଏବଂ ଅନ୍ ବୋର୍ଡ ୟୁନିଟ୍ସ (ଓବିୟୁ)ର ବ୍ୟବହାର କରାଯିବ। ଏସବୁ ଉପାୟରେ ଟୋଲ୍ ଫି ଆଦାୟ କରାଯିବ। ପ୍ରଥମ ୨୦ କିମି ଯାତ୍ରା ଉପରେ କୌଣସି ଶୁଳ୍କ ଆଦାୟ ହେବନାହିଁ।
-
9.ପ୍ରତିବର୍ଷ ଚିଲିକା ହ୍ରଦରୁ ମାଛ ଉତ୍ପାଦନ ପରିମାଣ ବଢ଼ୁଛି। ମାତ୍ର ଚିଙ୍ଗୁଡ଼ି ଓ କଙ୍କଡ଼ା ଉତ୍ପାଦନ ପରିମାଣ କମିବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ମାଛ ଜାତୀୟ ଉତ୍ପାଦନ ପରିମାଣ ୧୯୪୨୮.୩୦ ମେଟ୍ରିକ୍ ଟନ୍ ରହିଥିବାବେଳେ ,୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପରିମାଣ ୨୦୯୪୭.୪୧ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି।
-
10.ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ‘ଆୟୁଷ୍ମାନ ଯୋଜନା’ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
11.ରେସ୍ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍) ବୁଧବାର କବିତା ଦଲାଲଙ୍କୁ ପ୍ରାର୍ଥୀ କରିଛି।
-
12.ପାକିସ୍ତାନ ସେନା ବୁଧବାର ବିନା ଉତ୍ତେଜନାରେ ଜମ୍ମୁ-କଶ୍ମୀରର ଅଖନୁର ଅଞ୍ଚଳରେ ଥିବା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ଗୁଳିବର୍ଷା କରିଛି। ପାକିସ୍ତାନର ଏଭଳି ଅଚାନକ ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଜଣେ ଯବାନ ଆହତ ହୋଇଛନ୍ତି।
-
13.ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡ଼ା ଓ ଅମ୍ରିତା ଅରୋଡ଼ାଙ୍କ ପିତା ଅନିଲ ଅରୋଡ଼ା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
-
14.ବେଆଇନ ଧର୍ମାନ୍ତରୀକରଣ ମାମଲାରେ ମୌଲାନା ଉମର ଗୌତମ, ମୌଲାନା କଲିମ ସିଦ୍ଦିକି ଓ ଅନ୍ୟ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଥିବା ବେଳେ ୪ ଦୋଷୀ ରାହୁଲ ଭୋଲା, ମନ୍ନୁ ଯାଦବ ଓରଫ ଅବଦୁଲ ମନ୍ନାନ, ମହମ୍ମଦ ସଲିମ, କୁନାଲ ଅଶୋକ ଚୌଧୁରୀ ଓରଫ ଆତିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏନଆଇଏ-ଏଟିଏସ୍ ସ୍ୱତନ୍ତ୍ର କୋର୍ଟର ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
-
15.ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟ ରୋହିତ ଶର୍ମାଙ୍କୁ ମିଳିଛି ବଡ଼ ସଫଳତା। ସେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫ରେ ପ୍ରବେଶ କରିଛନ୍ତି।