-
1.ବ୍ୟକ୍ତିଗତ ମହିଳାକୈନ୍ଦ୍ରିକ ‘ସୁଭଦ୍ରା’ ଯୋଜନାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ସୁଇଚ୍ ଟିପି ରାଜ୍ୟର ୨୫ଲକ୍ଷ ୧୧ହଜାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଅର୍ଥ ପ୍ରଦାନ କରିଛନ୍ତି।
-
2.ଜିମ୍ବାଓ୍ବେରେ ମରୁଡ଼ି ଯୋଗୁ ଖାଦ୍ୟ ଅଭାବ ଦେଖାଦେଇଛି। ତେଣୁ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଜିମ୍ବାଓ୍ବେ ସରକାର ୨୦୦ ହାତୀଙ୍କୁ ମାରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଜିମ୍ବାଓ୍ବେ ବନ୍ୟପ୍ରାଣୀ ପ୍ରାଧିକରଣ ମୁଖପାତ୍ର ତିନଶେ ଫରାଓ୍ବ ଏନେଇ ସୂଚନା ଦେଇ କହିଛନ୍ତି।
-
3.ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି।
-
4.ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମ୍ ତେଲ ଓ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି। ସେହିପରି ରିଫାଇନ୍ଡ ପାମ୍ ଅଏଲ୍, ରିଫାଇନ୍ଡ ସନ୍ଫ୍ଲାୱାର ଅଏଲ୍, ରିଫାଇନ୍ଡ ସୋୟାବିନ୍ ଅଏଲ୍ର ମୂଳ ଆମଦାନି ଶୁଳ୍କ ୧୨.୫ ପ୍ରତିଶତରୁ ବଢ଼ାଇ ୩୨.୫ ପ୍ରତିଶତ କରାଯାଇଛି।
-
5.ସୁପ୍ରିମକୋର୍ଟ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ କୌଣସି ପ୍ରକାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ।
-
6.ସୁନାବେଡ଼ା-ସେମିଳିଗୁଡ଼ାର ଜୀବନରେଖା କେରାଣ୍ଡି ନଦୀକୁ ବଞ୍ଚାଇବା ନିମନ୍ତେ ଆଜିଠାରୁ ଅଭିଯାନ ଆରମ୍ଭ ହେବ। ନଦୀ ସହ ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଏହି ଅବସରରେ ଘୋଷଣା କରିଛନ୍ତି।
-
7.ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ଧାର୍ମିକ ଗୁରୁତ୍ବ ରହିଛି। ଖଣ୍ଡଗିରି ଓ ଉଦୟଗିରିରେ ବହୁତ ଗୁମ୍ଫା ଓ ମନ୍ଦିର ରହିଛି। ଜୈନ ସମ୍ପ୍ରଦାୟ ପାଇଁ ମଧ୍ୟ ଏହି ସ୍ଥାନ ବହୁତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପାହାଡ଼ର କେତେକ ସ୍ଥାନକୁ ଜବରଦଖଲ କରାଯାଇ ବେଆଇନ୍ ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ରହିଛି।
-
8.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି।
-
9.ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଦିତ୍ୟ ପଟ୍ଟନାୟକ ସର୍ବଭାରତୀୟ ଗାନ୍ଧୀବାଦୀ ସଂଗଠନ ‘ସର୍ବ ସେବା ସଂଘ’ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
-
10.ରାଷ୍ଟ୍ରାୟତ୍ତ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍କୋ)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଭାବେ ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟର ଡାଇରେକ୍ଟର ଇନ୍-ଚାର୍ଜ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ଚୟନ କରାଯାଇଛି।
-
11.ମୋବିଲିଟି ସମାଧାନ ପ୍ରଦାନକାରୀ ସଂସ୍ଥା ଜୁପିଟର୍ ୱାଗନ୍ସ ଲିମିଟେଡ୍ ଏହାର ସହାୟକ ସଂସ୍ଥା ‘ଜୁପିଟର ଟାଟ୍ରାଭାଗୋଙ୍ଗା ରେଲ୍ହ୍ବିଲ୍ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଓଡ଼ିଶାରେ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ।
-
12.କମ୍ପାନି ପକ୍ଷରୁ ଅବଗତ କରାଯାଇଛି ଯେ କଳିଙ୍ଗନଗରରେ ସମ୍ପ୍ରସାରଣ କାର୍ଯ୍ୟ ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ୍)କୁ ଅଧଗ୍ରହଣ କରିବାରେ କମ୍ପାନି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛି।
-
13.ବିହାର ଜମୁଇ ଜିଲାର ଜଣେ କମ୍ପ୍ୟୁଟର ଇଂଜିନିୟର ଗୁଗୁଲ ଲଣ୍ଡନ ଅଫିସରେ ୨ କୋଟି ଟଙ୍କାର ଚାକିରୀ ପାଇଛନ୍ତି।
-
14.ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସେ ଭଞ୍ଜନଗର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରେ ୧୪ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ୨୦୧୮ ନଭେମ୍ବରରେ ସେ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ହୋଇଥିଲେ।
-
15.ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ ଆକାଉଣ୍ଟ କରିବାକୁ ଯାଉଛି।