-
1.୨୦୨୬-୨୭ ସୁଦ୍ଧା ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବାର ଯେଉଁ ଅଭିଳାଷ ରଖାଯାଇଛି ତାହାକୁ ପୂରଣ କରିବାକୁ ହେଲେ ଏକ ବଡ଼ ସମନ୍ବିତ ରଣନୀତି ଆବଶ୍ୟକ। ତେବେ ଏହି ଯନ୍ତାରୁ ମୁକୁଳିବାକୁ ହେଲେ ଭାରତକୁ ଏହାର ଅର୍ଥନୀତିକୁ ଅଧିକ ମୁକ୍ତ ବାଣିଜ୍ୟ ଆପଣଇବାକୁ ହେବ ବୋଲି ନିତି ଆୟୋଗ ସିଇଓ କହିଛନ୍ତି।
-
2.ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରତ୍ୟେକ ଥର ଏକ ରିପୋର୍ଟ ପ୍ରକାଶ କରେ, ଯେଉଁଥିରେ ଏହା କୁହାଯାଇଛି ଯେ ଭାରତରେ କଣ୍ଡୋମ ବିନା ଯୌନ ସମ୍ପର୍କର ଧାରା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୬ ପ୍ରତିଶତ ଲୋକ କଣ୍ଡୋମ ବିଷୟରେ ଜାଣି ନାହାଁନ୍ତି। କେବଳ ୯୪ ପ୍ରତିଶତ ଲୋକ କଣ୍ଡୋମ ବିଷୟରେ ଅବଗତ ଅଛନ୍ତି । ପ୍ରତିବର୍ଷ ଭାରତରେ ହାରାହାରି ୩୩.୦୭ କୋଟି କଣ୍ଡୋମ କ୍ରୟ କରାଯାଏ।
-
3.ଭାରତର ମହାକାଶ ଅନ୍ୱେଷଣ ଅଭିଯାନକୁ ଆଉ ଏକ ଲମ୍ବଡିଆଁ ଦେଇ ଭାରତ ସରକାର ପୃଥିବୀର ନିକଟତର ଗ୍ରହ ଶୁକ୍ର ପ୍ରଦକ୍ଷିଣ ଅଭିଯାନ ବା ଭେନସ୍ ଅର୍ବିଟର୍ ମିଶନ (ଭୋମ)କୁ ମଂଜୁରୀ ପ୍ରଦାନ କରିଛନ୍ତି।
-
4.ଭାରତ ସରକାରଙ୍କ ଲକ୍ଷ ଲକ୍ଷ ଖଦି କାରିଗରଙ୍କୁ ଏକ ବଡ଼ ଉପହାର । ସୂତାକଟାଳିଙ୍କ ମଜୁରିରେ ୨୫ ପ୍ରତିଶତ ଏବଂ ବୁଣାକାରଙ୍କ ମଜୁରିରେ ୭ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ବର୍ଦ୍ଧିତ ମଜୁରି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହେବ।
-
5.ହିମାଦ୍ରି ସ୍ପେସିଆଲିଟି କେମିକାଲ୍ ଖୁବ୍ଶୀଘ୍ର ଓଡ଼ିଶାରେ ସ୍ଥାପନ ହେବାକୁ ଥିବା କାରଖାନା କାମ ଆରମ୍ଭ କରିବ। କମ୍ପାନିର ସିଇଓ ଅନୁରାଗ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
-
6. ପେଟ୍ରୋଲ କାର ଅପେକ୍ଷା ଦୁନିଆରେ ପ୍ରଥମ ଥର ପାଇଁ ଅଧିକ ବୈଦ୍ୟୁତିକ କାର ବିକ୍ରି ହୋଇଛି। ନରୱେ ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି।
-
7.ପଶ୍ଚିମବଙ୍ଗ ମେଡିକାଲ କାଉନ୍ସିଲ (ଡବ୍ଲ୍ୟୁବିଏମ୍ସି) ଗୁରୁବାର ଆର୍.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି।
-
8.ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।
-
9.ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି ପାଇଛି।
-
10.ଆପ୍ ନେତ୍ରୀ ଆତିଶୀ ଆସନ୍ତା ଶନିବାର ତଥା ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
-
11.ବିହାରର ନୱାଦାରେ ଏକ ଦଳିତ ବସତିରେ ୨୧ଟି ଘର ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଜମି ବିବାଦ ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଛନ୍ତି।
-
12.ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍ସ ଫର ଜଷ୍ଟିସ୍’ର ନେତା ଗୁରୁପତୱନ୍ତ ସିଂହ ପନ୍ନୁକୁ ହତ୍ୟା ଉଦ୍ୟମ ମାମଲାରେ ଆଜି ଆମେରିକାର ନ୍ୟୁୟର୍କ ଦକ୍ଷିଣ ଜିଲ୍ଲା କୋର୍ଟ ଭାରତ ସରକାର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଓ ପୂର୍ବତନ ‘ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ସମନ ଜାରି କରିଛି।
-
13.ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ ୱାଇଏସ୍ଆର୍ କଂଗ୍ରେସ ଦ୍ୱାରା ପରିଚାଳିତ ପୂର୍ବ ସରକାର ସମୟରେ ତିରୁପତି ଲଡୁ ତିଆରି କରିବା ପାଇଁ ପଶୁ ଚର୍ବି ବ୍ୟବହାର କରାଯାଉଥିଲା।
-
14.ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମ୍ଟିପିଏ)ରୁ ୮ ନିୟୁତ ଟନ୍ (ଏମ୍ଟିପିଏ)କୁ ବୃଦ୍ଧିପାଇବ।
-
15.ଲେବାନନ୍ର ସଶସ୍ତ୍ର ସଂଗଠନ ହେଜ୍ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା ଭାଷାରେ ଧମକ ଦେଇ କହିଛନ୍ତି।
-
16.ଇଟାଲୀ ଫୁଟ୍ବଲ ଦଳର ପୂର୍ବତନ ଖ୍ୟାତନାମା ଖେଳାଳି ସାଲ୍ଭାଟୋର ସ୍କିଲାଚିଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ୧୯୯୦ ଫୁଟ୍ବଲ ବିଶ୍ବକପ୍ରେ ସ୍କିଲାଚି ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଗୋଲ୍ଡେନ ବଲ୍ ପୁରସ୍କାର ପାଇଥିଲେ।
-
17.କାର୍ଯ୍ୟ ଚାପ ଯୋଗୁ ମାତ୍ର ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ସେ ହେଉଛନ୍ତି ସେବାଷ୍ଟିଆନ ପେରାୟିଲ। ପୁଣେସ୍ଥିତ ଅର୍ନଷ୍ଟ ଆଣ୍ଡ ୟୋଙ୍ଗ(ଇଓ୍ବାଇ) ନାମକ ଏକ କମ୍ପାନୀରେ ଚାକିରି କରୁଥିଲେ।
-
18.ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଲମ୍ବୋଦର ବେହେରା ଯିଏକି ଏବେ ଅନୁଗୋଳ ଡିପିଏମୟୁରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଭିଜିଲାନ୍ସ ମାମଲାରେ ଚାକିରିରୁ ବରଖାସ୍ତ କରାଯାଇଛି।
-
19.ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ସୁବର୍ଣ୍ଣରେଖା ବିପଦସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । କିନ୍ତୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।
-
20.ଆସନ୍ତାକାଲି(ଶନିବାର)ଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି।