-
1.ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୬ରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ।
-
2.ଆମେରିକାର କମ୍ପ୍ୟୁଟର ଇନ୍ଫର୍ମେଶନ ସିଷ୍ଟମ୍ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍ ଇଣ୍ଡିଆ ଓ୍ବାଲର୍ଡଓ୍ବାଇଡ୍ ବିଜେତା ଘୋଷଣା କରାଯାଇଛି।
-
3.ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ ଉପରେ ଖାଦ୍ୟ ନିୟନ୍ତ୍ରକମାନଙ୍କ ଲଗାମ ରହୁନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଅଧନୋମ୍ ଘେବ୍ରେୟେସସ୍ ଶୁକ୍ରବାର ଏହି ଉଦ୍ବେଗଜନକ ବିଷୟ ପ୍ରକାଶ କରିଛନ୍ତି।
-
4.ଇସ୍ରାଏଲ ପୁଣିଥରେ ଦକ୍ଷିଣ ଲେବାନନ୍ରେ ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ୧୫୦ରୁ ଅଧିକ ଆଡ଼ା ଉପରେ ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ ସେନା ଗୁରୁବାର ହେଜବୁଲ୍ଲାର ସମସ୍ତ ପ୍ରମୁଖ ଆଡ଼ା, କମାଣ୍ଡ ସେଣ୍ଟର ଆଦିକୁ ଟାର୍ଗେଟ୍ କରି ଘନ ଘନ ବିମାନ ଆକ୍ରମଣ କରିଛି।
-
5.ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍ (ଏଫ୍ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍କା ଲାଗିଛି। ଷ୍ଟାଣ୍ଡ୍ଅପ କମେଡିଆନ୍ କୁନାଲ କାମରାଙ୍କ ଆବେଦନର ଶୁଣାଣି କରି ଶୁକ୍ରବାର ବମ୍ବେ ହାଇକୋର୍ଟ ଏହାକୁ ସମ୍ବିଧାନ ବିରୋଧୀ କହି ଖାରଜ କରିଦେଇଛନ୍ତି। ଫେକ୍ ନ୍ୟୁଜ କ’ଣ ତାହା କେନ୍ଦ୍ର ନିର୍ଦ୍ଧାରଣ କରିପାରିବ ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
-
6. ଅମିତ ଶାହ ଶୁକ୍ରବାର ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ ନିବେଦନ କରିବା ସହ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
-
7.ବିଚାରପତିମାନଙ୍କର ନିଯୁକ୍ତିରେ ବିଳମ୍ବ ହୋଇଛି ତଥା କଲେଜିୟମ୍୍ର ଏକାଧିକ ସୁପାରିସ ସତ୍ତ୍ବେ ଯେଉଁମାନଙ୍କ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇନାହିଁ, ତାହାର ଏକ ତାଲିକା ଦେବାପାଇଁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
8.ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ୨୦୨୪ ପାଇଁ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଆ ଯାଉଥିବା ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣପଦକରେ ସମ୍ମାନିତ ହୋଇଛନ୍ତି |
-
9.ଖୋର୍ଦ୍ଧାର କୁମାରବସ୍ତରେ ସ୍ଥାପନ କରାଯାଇଥିବା ୱଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ୍ ପାର୍କ ଚଳିତ ବର୍ଷ ମେ’ ମାସରେ ଏହାର ଦ୍ବାରକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଥିବା ବେଳେ ଶୁକ୍ରବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।
-
10.ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍ପୋଷ୍ଟ ସିଲ୍ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ ସୀମାକୁ ୩ ଦିନ ପାଇଁ ସିଲ୍ କରିବା ନିମନ୍ତେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
-
11.କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବିଚାରପତି ଶୁଣାଣି ବେଳେ ବେଙ୍ଗାଲୁରୁର ଏକ ମୁସଲମାନ ବହୁଳ ଅଞ୍ଚଳକୁ ‘ପାକିସ୍ତାନ’ କହିବା ସହ ମହିଳା ଆଇନଜୀବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ।
-
12.ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, ଚାରୋଟି ଦାମିକିଆ ହୋମଷ୍ଟେଡ୍ ପ୍ଲଟ୍ ଏବଂ ଏନଭି ହରିହର ରାଓଙ୍କ ନାମରେ ୧ କୋଟିରୁ ଅଧିକ ବ୍ୟାଙ୍କ ଜମା ଥିବା ଜଣାପଡିଛି
-
13.ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍, ସାମାଜିକ କର୍ମୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଗବେଷଣା କେନ୍ଦ୍ର ଖୋଲିବ।
-
14.ଓଲିଉଡ୍ ନାୟକ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ‘କାଉଁରୀ କନ୍ୟା’, ‘ଟପୋରି’, ‘ଅ ଆ ହର୍ଷେଇ’, ‘ବ୍ଲାକ୍ମେଲ୍‘ ଓ ‘ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଛି। ହେଲେ କୌଣସି ଗୋଟିଏ ବି ଦଶହରା ଅବସରରେ ମୁକ୍ତିଲାଭ କରି ନଥିଲା। ପୂଜା ବଜାରରେ ତାଙ୍କର ପ୍ରଥମ ପଦାର୍ପଣ ହେବାକୁ ଯାଉଛି, ତାହା ହେଲା ‘ଭିଲେନ୍’।
-
15.‘ଆର୍ଆର୍ଆର୍’ର ଦମ୍ଦାର୍ ସଫଳତା ପରେ ଜୁନିୟର୍ ଏନ୍ଟିଆର୍ଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କର ଆଗାମୀ ସିନେମା ‘ଦେବରା’ ସେପ୍ଟେମ୍ବର ୨୭ରେ ରିଲିଜ୍ ହେବାକୁ ଥିବା ବେଳେ ଆମେରିକାରେ ଏହା ଅଗ୍ରିମ ଟିକେଟ୍ ବୁକିଂରେ ରେକର୍ଡ କରିଛି।