-
1.ଅଷ୍ଟ୍ରିଆକୁ ଗ୍ୟାସ୍ ଯୋଗାଣ ବନ୍ଦ କରିଛି ରୁଷ୍। ଗ୍ୟାସ୍ ଯୋଗାଣ ବନ୍ଦ କରିବ ବୋଲି ରୁଷ୍ ନୋଟିସ ଦେଇଥିବା ସଂପର୍କରେ ଅଷ୍ଟ୍ରିଆର ଶକ୍ତି କମ୍ପାନି ଓଏମ୍ଭି କହିବାର କିଛି ସମୟ ପରେ ଏହାକୁ ବନ୍ଦ କରାଯାଇଛି।
-
2.ଅନ୍ତର୍ଜାତୀୟ ସ୍ତରରେ ସୁନା କିଣିବା ପାଇଁ ଲୋକପ୍ରିୟ ସ୍ଥାନ ମଧ୍ୟପ୍ରାଚ୍ୟ ଯଥା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କତର, ଓମାନ ଏବଂ ସିଙ୍ଗାପୁର ତୁଳନାରେ ଭାରତରେ ସୁନା ଦର ଶସ୍ତା ରହିଛି। ନଭେମ୍ବର ୧୬ରେ ଭାରତରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୭୫,୬୫୦ ଟଙ୍କାରେ ରହିଛି।
-
3.ପାସୱାର୍ଡ ଏପରି ହେବା ଦରକାର ଯାହା ହ୍ୟାକ୍ ହୋଇପାରିବ ନାହିଁ। ମାତ୍ର ଆମ ଦେଶର ଅଧିକାଂଶ ଲୋକ ଏପରି ଏକ ପାସ୍ୱାର୍ଡ ରଖନ୍ତି ଯାହାକୁ ହ୍ୟାକ୍ କରିବା ଅତି ସହଜ ହୋଇଥାଏ। ତାହା ହେଉଛି ‘୧୨୩୪୫୬’।
-
4.ଦେଶରେ ନବରାତ୍ରି ଆରମ୍ଭରୁ ଧନତେରସ୍ ଶେଷ ହେବାର ୧୫ ଦିନ ପର୍ଯ୍ୟନ୍ତ (୪୨ଦିନ) ଦେଶରେ ଗାଡ଼ି ବିକ୍ରିରେ ବୃଦ୍ଧି ଦେଖାଦେଇଛି।
-
5.ଓଡିଶାରେ ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି
-
6.ରାଜ୍ୟର ପ୍ରତି ପଞ୍ଚାୟତରେ କ୍ଷୀର ଧାରା କେନ୍ଦ୍ର ଖୋଲିବ । ଚାଷୀମାନେ ସେଠାରେ କ୍ଷୀର ବିକ୍ରି କରିପାରିବେ। ଓମ୍ଫେଡ୍ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛି।
-
7.ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ସ୍ପେସ୍ ଏକ୍ସ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଆମେରିକାର କେପ କାନଭେରାଲରୁ ଜିସ୍ୟାଟ-୨୦କୁ ଲଞ୍ଚ କରାଯିବ |
-
8.ଆମେରିକାର ମହାକାଶ ଏଜେନ୍ସି ନାସା ଆଉ ଏକ ନୂଆ ଚନ୍ଦ୍ର ମିସନ ଆରମ୍ଭ କରିବ। ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଅମ୍ଳଜାନ ଗ୍ୟାସ ପାଇପଲାଇନ ବିଛାଇବା ପାଇଁ ନାସା ଯୋଜନା କରୁଛି। ନାସା ଏହି ନୂତନ ପ୍ରକଳ୍ପର ନାମ ଆର୍ଟେମିସ୍ ରଖିଛି।
-
9.ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି।
-
10.ଆୟକର ଭାଷାରେ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ କମ୍ ଆୟକାରୀଙ୍କୁ ମଧ୍ୟବିତ୍ତ ବର୍ଗ ଧରାଯାଉଛି। ମୋଟ ସଂଗୃହୀତ ଆୟକରର ୭୬ ପ୍ରତିଶତ ଏହି ବର୍ଗର କରଦାତାଙ୍କଠାରୁ ଆଦାୟ ହେଉଛି। ଅପରପକ୍ଷେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାର ଅଧିକ ଟିକସ ରାଜସ୍ବ ଆଶା ରଖିଛନ୍ତି।ମୁଦ୍ରାସ୍ଫୀତିରେ ଖାଉଟିଙ୍କ ଅବସ୍ଥା ବେହାଲ। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ଗରିବ ଆଉ ମଧ୍ୟବିତ୍ତ ପରିବାର।
-
11.ନିକଟ ଭବିଷ୍ୟତରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ, ଟୋକିଓରୁ ଦିଲ୍ଲୀ ଓ ଦିଲ୍ଲୀରୁ ୱାସିଂଟନକୁ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଯାଇହେବ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ରକେଟ୍ ଉତ୍ପାଦନକାରୀ କମ୍ପାନି ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଏହାକୁ ବାସ୍ତବରେ ପରିଣତ କରିପାରନ୍ତି।
-
12.ସରକାରୀସ୍ତରରେ ଶନିବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୋଟିଏ ଦିନରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ। ଯୁଗ୍ମ ସଚିବ, ଉପସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି।
-
13.ଓଡ଼ିଶାର ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଟଙ୍କା ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ। ଡିବିଟି ମାଧ୍ୟମରେ ଏହି ଟଙ୍କା ଆକାଉଣ୍ଟକୁ ଯିବ ବୋଲି ମନ୍ତ୍ରୀ କହିଛନ୍ତି।
-
14.ପଞ୍ଚାୟତ ଏକ୍ସଟେନଶନ ଟୁ ସିଡ୍ୟୁଲ ଏରିଆଜ୍ (ପେସା) ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନିଆଯିବ। ଏଥିସହିତ ରାଜ୍ୟ ସରକାର ସଚେତନତା ସୃଷ୍ଟି ପାଇଁ ଜନସଭାର ଆୟୋଜନ କରିବେ।
-
15.ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅବଶିଷ୍ଟ ୭୧% ଛାତ୍ରୀଛାତ୍ର ଭାରତୀୟ ୟୁନିଭର୍ସିଟିରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି ବୋଲି ନୀତି ଆୟୋଗ ସିଇଓ ବିଭିଆର୍ ସୁବ୍ରମଣ୍ୟମ୍ ସୂଚନା ଦେଇଛନ୍ତି।
-
16.ସୁପରମାର୍କେଟଗୁଡ଼ିକରେ ବିକ୍ରି ହେଉଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହୁ ଭେଜାଲ। ସେଥିରେ ଚିନିଶିରା ଭଳି ଶସ୍ତା ସିରପ୍ ମିଶାଯାଉଛି, ଯାହା ପ୍ରକୃତିର ଅମୃତକୁ ନକଲି କରିଦେଇଛି। ଠକମାନେ ଏଥିରୁ ଲାଭ ଉଠାଉଥିବାବେଳେ ମହୁମାଛି ଚାଷୀ ଏବଂ ଜୈବବିବିଧତାକୁ ମୂଲ୍ୟ ଦେବାକୁ ପଡ଼ୁଛି। ଗତ ମାସରେ ହନି ଅଥେଣ୍ଟିସିଟି ନେଟ୍ଓ୍ବର୍କ ଦ୍ୱାରା ମହୁର ଡିଏନ୍ଏ ପରୀକ୍ଷା କରାଯାଇଥିଲା।
-
17.ପ୍ରଥମ ଥର ପାଇଁ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ ଜିତିଛି ଓଡ଼ିଶା। ଆଜି ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି ଏହି ଇତିହାସ ରଚିଛି ଓଡ଼ିଶା। ତାମିଲନାଡୁ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓଡ଼ିଶା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ସମୟରେ ସେଠାରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ।
-
18.ଟୋକିଓ ଅଲିମ୍ପିକ୍ସ ପରେ ୨୯ ବର୍ଷୀୟ ରାନୀ ଆହତ ସମସ୍ୟା ଦେଇ ଗତି କରିଥିଲେ। ଏବେ ସେ ନିଜ ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।
-
19.ଓଡ଼ିଶାର ଅମିତ ରୋହିଦାସ ଏଚଆଇଏଲରେ ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ।
-
20.ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍ ।