| # |
Date |
Type |
Current Affairs |
No. Of Views |
Status |
Action |
| 1 |
25-10-2025 |
Odia |
-
1.ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି। ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ।
-
2.ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍ ମଧ୍ୟ ଏହି ପରିସର ମଧ୍ୟରେ ରହିବ। ମୁଖ୍ୟମନ୍ତ୍ରୀ ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
3.୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲାୱାଲରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସ୍ଥାନଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ତିବ୍ଦତର ପାଙ୍ଗୋଙ୍ଗ ହ୍ରଦର ପୂର୍ବ ଭାଗରେ ଚୀନ୍ ଦ୍ବାରା ନିର୍ମାଣ କାର୍ଯ୍ୟକଳାପ ଜୋର୍ସୋରରେ ଚାଲିଛି।
-
4.ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ଶାସକ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)କୁ ବଡ଼ ସଫଳତା ମିଳିଛି। ତିନୋଟି ଆସନରେ ଏନ୍ସି ବିଜୟୀ ହୋଇଥିବା ବେଳେ ଚତୁର୍ଥ ଆସନ ବିଜେପିକୁ ଯାଇଛି।
-
5. ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା (India-China Direct Flight ) ଆରମ୍ଭ ହେବ । Indigo ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ।
-
6. ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ ଦୁଷ୍କର୍ମ ଓମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
-
7.ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି।
-
9.ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।
-
10. ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଆଉ ପାଦେ ଆଗକୁ ବଢ଼ିଛି। ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।
-
11.ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି।
-
12.ଜାତିସଂଘ (United Nations) ପ୍ରତିଷ୍ଠାର ୮୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ଅଭିଭାଷଣ ସମୟରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଦସ୍ୟମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସୁରକ୍ଷା ଦେବାର ଅଭିଯୋଗ କରିଥିଲେ।
-
13.ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
-
14.ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, IRCTC ପ୍ରତିଦିନ ୧.୩ ରୁ ୧.୪ ନିୟୁତ ଟ୍ରେନ ଟିକେଟ୍ ବିକ୍ରୟ କରେ। ତଥାପି, ପର୍ବପର୍ବାଣୀ ଏବଂ ଛୁଟିଦିନ ଭଳି ପିକ୍ ଯାତ୍ରା ଋତୁରେ ଏହି ସଂଖ୍ୟା ବହୁତ ବଢ଼ିଯାଏ।
-
15.ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ।
|
10 |
Y |
|
| 2 |
25-10-2025 |
English |
-
1.Gold prices tank to Rs1,25,600 per 10 grams in the national capital amid weak trends in the international markets.
-
2.The Indian Space Research Organisation (ISRO) and Indian Institute of Technology (IIT) Bhubaneswar have signed an agreement to foster collaborative research and development.
-
3.Growth in India’s private sector eased to a five-month low in October as weaker demand and rising output prices weighed on business optimism, a survey showed Friday
-
4.ITC Hotels Friday reported a nearly 74 per cent rise in its consolidated net profi t for the second quarter ended September at Rs 133.29 crore, on higher revenue from operations.
-
5.SBI Life Insurance Company Friday reported a 6.6 per cent decline in net profi t to Rs 494.6 crore in the September quarter of the current fiscal.
-
6.Federal indictments have detailed a sophisticated poker cheating ring with alleged ties to National Basketball Association (NBA) figures and organised crime October 23, 2025.
-
7.Indian refiners are likely to ramp up crude oil purchases from the Middle East, Latin America and the US to compensate for reduced imports from Russia, following Washington’s sanctions on two major Russian producers, sources and analysts said.
-
8.US President Donald Trump intensified his criticism of Canada on Friday after terminating trade talks over a Canadian political advertisement that used Republican icon Ronald Reagan saying tariffs cause trade wars and economic disaster.
-
9.A woman doctor working at a government hospital in Maharashtra’s Satara district has died by suicide, leaving a note on her palm, accusing a police sub-inspector of rape and mental harassment.
-
10.A 16-year-old girl was allegedly raped by her two distant relatives in Puri district, police said Friday.
-
11.Piyush Pandey, one of India’s most celebrated advertising minds whose works included 2014 election slogan ‘Ab ki baar, Modi sarkar’, died in Mumbai Friday at the age of 70.
-
12.Bollywood singer and music composer Sachin Sanghvi has been arrested for allegedly sexually assaulting a woman after promising her a chance in a music album as well as marriage, police said Friday.
-
13.Eminent poet and novelist Rajendra Kishore Panda passed away Friday. He was 81. His notable works include Gaun Devata (1975), Nija Pain Nanabaya (1980), Shailakalpa (1982), Anya (1988), Bahubreehi (1991), and Drohavakya (2003).
-
14.Indian Railways has announced extension of the Hyderabad–Bhubaneswar New weekly special train to accommodate rising passenger demand during the festive season.
-
15.The India A men’s and women’s hockey teams wrapped up their respective international exposure tours in China on a positive note, showcasing promising performances and gaining valuable experience against competitive local opposition.
|
6 |
Y |
|
| 3 |
24-10-2025 |
Odia |
- 1.ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରବର୍ତ୍ତୀ ସିଜେଆଇ ହେବା ପ୍ରାୟ ନିଶ୍ଚିତ। ଉତ୍ତରାଧିକାରୀଙ୍କ ନାମ ନେଇ ଜଷ୍ଟିସ୍ ଗୱାଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପତ୍ର ଦିଆଯିବ।
-
2.ଭୁବନେଶ୍ବର ରେଳ ଷ୍ଟେସନ୍ରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ଷ୍ଟେସନ୍ର ପୁନଃବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପୂର୍ବତଟ ରେଳପଥ ପାଇଁ ବଡ଼ ଆହ୍ଵାନ ପାଲଟିଛି।ନିୟମିତ ସମୟରେ ଦୈନିକ ହାରାହାରି ୭୦ରୁ ୮୦ ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି।
-
3. ଯୁକ୍ତରାଷ୍ଟ୍ର ଆମେରିକା ରୁଷ୍ ତେଲ ବିକ୍ରି ଉପରେ ବଡ଼ଧରଣର କଟକଣା ଲଗାଇଛି। ୟୁକ୍ରେନ ଯୁଦ୍ଧ ତୁରନ୍ତ ବନ୍ଦ ପାଇଁ ମସ୍କୋ ଓ ପୁଟିନଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଛି।
-
4.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ, ସେ କୁଆଲାଲମ୍ପୁରରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିବେ।
-
5. ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଜାରି ଅନେକ ଭିଡିଓରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀରଙ୍କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଭିଡିଓରେ ଜଣେ ବରିଷ୍ଠ ଟିଟିପି କମାଣ୍ଡରମାନେ ମୁନିରଙ୍କୁ ଧମକ ଦେଇଛନ୍ତି। ପାକିସ୍ତାନୀ ସେନା ସହିଦ ହେବା ପାଇଁ ସାଧାରଣ ସୈନିକଙ୍କୁ ପଠାଇବା ପରିବର୍ତ୍ତେ ଶୀର୍ଷ ଅଧିକାରୀମାନେ ଯୁଦ୍ଧ ମୈଦାନକୁ ଓହ୍ଲାଇବା ଉଚିତ।
-
6.ଭୁବନେଶ୍ବରର ବଡ଼ ସପିଂ ମଲ୍ ‘ନେକ୍ସସ ଏସ୍ପ୍ଲାନେଡ୍’ରେ ଗ୍ରାହକଙ୍କଠାରୁ ପାର୍କିଂ ଫି’ ନାଁରେ ଶୋଷଣ ଆରମ୍ଭ ହୋଇଯାଇଛି। ବାଇକ୍ ପିଛା ୧୦ ଟଙ୍କା ଓ କାର୍ ପିଛା ୨୦ ଟଙ୍କା ପାର୍କିଂ ଫି’ ଆଦାୟ କରାଯାଉଛି।
-
7.ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି।
-
8.ଟିଭି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିନିତ ହିନ୍ଦୀ ଧାରାବାହିକ ‘କ୍ୟୋଁକି ସାସ ଭି କଭି ବହୁ ଥି-୨’ର ଦୁଇଟି ଅଧ୍ୟାୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଦେଖିବାକୁ ମିଳିବ।
-
9.ଢେଙ୍କାନାଳଜିଲ୍ଲା ସଦର ବ୍ଲକ ତରଭାର ଶୁଭସ୍ମିତା ସାହୁ ,ପ୍ରଥମେ ଅଳ୍ପ କିଛି କୁକୁଡ଼ା ରଖୁଥିଲେ। ନିଜ ଘର ଅଗଣାରେ କରିଥିବା ନିଜର ଫାର୍ମରେ ଶୁଭସ୍ମିତା ୬୦୦ ରୁ ଅଧିକ ରଙ୍ଗୀନ କୁକୁଡ଼ା ରଖୁଛନ୍ତି । ଯେଉଁଥିରୁ ସେ ଗୋଟିଏ ବ୍ୟାଚରେ ପ୍ରାୟ ୫୦ ହଜାରରୁ ଅଧିକ ଲାଭ ପାଉଥିବା ବେଳେ ବର୍ଷକୁ ସବୁ ଖର୍ଚ ଯାଇ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପାଇପାରୁଛନ୍ତି ।
-
10.ଇଣ୍ଟରନେଟ୍ ଜଗତର ସର୍ବବୃହତ୍ ବ୍ରାଉଜର ଗୁଗଲ୍ର ଏକଚାଟିଆ ଆଧିପତ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଚାଟ୍ଜିପିଟି ଆଣିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇ ନିଜର ବ୍ରାଉଜର ‘ଆଟ୍ଲାସ୍’ ଉନ୍ମୋଚନ କରିଛି।
-
11.ବିନା କୌଣସି ଲ’ସୁଟ୍ (ମକଦ୍ଦମା) ରେ ପିତାମାତାଙ୍କ ଦ୍ଵାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
-
12.ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍ ଏକ ମୋଟର ସାଇକେଲ ସହିତ ଧକ୍କା ହେବା ପରେ ନିଆଁ ଲାଗି ସପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
-
13.ମହାରାଷ୍ଟ୍ରରେ ବାଘ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୨୦୨୨ ଜାନୁଆରୀରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ରାଜ୍ୟରେ ୧୪୨ ବାଘ ଓ ୫୩୭ କଲରାପତରିଆଙ୍କ ମୃତ୍ୟୁ ହୋଇଛି। କେବଳ ୨୦୨୫ ମସିହା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୫ ବାଘ ୧୧୫ କଲରାପତରିଆଙ୍କ ମୃତ୍ୟୁ ହୋଇଛି।
-
14.ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
-
15.ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଉଇକେଟରେ ବିଜୟୀ ହୋଇଛି।
|
23 |
Y |
|
| 4 |
24-10-2025 |
English |
-
1.The government Thursday initiated the process to appoint the next Chief Justice of India (CJI) as incumbent BR Gavai demits office November 23. Justice Surya Kant is the seniormost judge after the CJI and is next to become the head of the Indian judiciary.
-
2.The Delhi High Court has denied anticipatory bail to a man accused of raping a 17-year old girl while rejecting his contention that both were friends, saying friendship does not give licence to rape the victim repeatedly, confine her, or beat her mercilessly.
-
3. The Union Territory of Ladakh is hosting the highest population of about 477 snow leopards out of a total of 718 across India.
-
4.Union Minister for Road Transport and Highways, Nitin Gadkari, will attend the 84th annual session of the Indian Roads Congress (IRC) scheduled to be held here from November 7 to 10.
-
5.The Opposition INDIA bloc declared RJD leader Tejashwi Yadav its chief ministerial candidate for the Bihar Assembly polls.
-
6.US President Donald Trump hit Russia’s two biggest oil companies with sanctions in a sharp policy shift on Moscow’s war in Ukraine, prompting global oil prices to rise by 5 per cent and India to consider cutting Russian imports.
-
7.Vedanta Group will invest Rs 1 lakh crore in Odisha, creating over one lakh employment opportunities.
-
8.The Odisha Urban Conclave 2025, a flagship two-day event hosted by the Housing & Urban Development department, was inaugurated Thursday here with the vision of steering Odisha’s cities towards a smarter, inclusive, and sustainable urban future.
-
9.In a massive crackdown against illegal horns used by vehicles, the Commissionerate Police removed pressure horns from as many as 62 buses in the Capital city and collected penalties to the tune of Rs31,000.
-
10.The East Coast Railway (ECoR) has issued a strong advisory urging citizens to prioritise safety over social media stunts and strictly adhere to railway rules during the festive season.
-
11.The Delhi government mopped up about Rs600 crore in excise revenue from the sale of liquor from retail stores run by its corporations during Diwali.
-
12.Delhi Chief Minister Rekha Gupta Thursday said the city is set to witness its first-ever artificial rain through cloud seeding as preparations for the ambitious pollution-control initiative have been completed.
-
13.The defence ministry Thursday cleared proposals to procure weapons and military hardware worth Rs 79,000 crore, including Nag missiles, amphibious warfare ships and electronic intelligence and surveillance systems, to boost the combat capabilities of the three services.
-
14.The SIT probing the alleged 'vote chori' (vote theft) in Aland assembly segment in 2023 Assembly elections in Karnataka has discovered that “attempts” were made to delete names from the voters list and zeroed in on at least six suspects involved in the scam.
-
15.Smriti Mandhana (105) and Pratika Rawal (122) struck regal hundreds as a reinvigorated India outclassed New Zealand by a sumptuous 53-run margin to power-walk into the Women's World Cup semi-fi nals here Thursday.
|
22 |
Y |
|
| 5 |
23-10-2025 |
Odia |
-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି।
-
2.ଚୀନ୍ ଏପର୍ଯ୍ୟନ୍ତ ବଡ଼ ପରିମାଣରେ ଇ-ସିମ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିନାହିଁ। ଏହି କାରଣରୁ ଆପଲ୍ ଚୀନ୍ରେ ଆଇଫୋନ୍ ଏଆର ଲଞ୍ଚ୍କୁ ଗୋଟିଏ ମାସ ବିଳମ୍ବ କରିଥିଲା।
-
3.ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।
-
4.ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
-
5.ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବ ରାଷ୍ଟ୍ରୀୟ ଜନତା ଦଳ (RJD) ଟିକେଟରେ ବିହାର ନିର୍ବାଚନ ଲଢ଼ୁଛନ୍ତି।
-
6.ଆଗାମୀ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ନଭେମ୍ବର ୧୪ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
-
7.ନୂଆଦିଲ୍ଲୀ ଲୋକପାଳଙ୍କ ନିକଟରେ ବର୍ତ୍ତମାନ ସାତ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଜଣେ ଅଧ୍ୟକ୍ଷ ଏବଂ ଛଅ ଜଣ ସଦସ୍ୟ ଅଛନ୍ତି। କିନ୍ତୁ ଏହାର ଅନୁମୋଦିତ ସଂଖ୍ୟା ଆଠ। ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରୁଥିବା ଲୋକପାଳ ପ୍ରାୟ ୫ କୋଟି ମୂଲ୍ୟର ସାତୋଟି ବିଳାସପୂର୍ଣ୍ଣ BMW କାର କ୍ରୟ କରିବା ପାଇଁ ଏକ ଟେଣ୍ଡର ଜାରି କରିଛନ୍ତି।
-
8.କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି।
-
9.ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହାଫଳରେ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ- ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଆସିଛି।
-
10ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍।
-
11.ଉଚ୍ଚ ନ୍ୟାୟାଳୟ ଏଫ୍ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀ ବିସି ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଛି । ସୈାମ୍ୟାଶ୍ରୀ ବିସି ଆତ୍ମହୁତି ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରାଯାଇଥିଲା ।
-
12.ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
-
13.ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି।
-
14.ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି।
-
15.ବହୁପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ଡିଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଲ୍ ଘୋଷଣା ହେବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬% ହ୍ରାସ କରିପାରେ। ଏବେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରୁଛି।
|
37 |
Y |
|
| 6 |
23-10-2025 |
English |
-
1.India has climbed to the ninth spot globally in total forest area and retained its third rank in annual forest area gain, according to a new report released by the UN Food and Agriculture Organisation (FAO)..
-
2.India has donated 81 school buses to various educational institutions in Nepal, including in disasteraffected districts of Koshi province.
-
3.Eknath Vasant Chitnis, who along with Vikram Sarabhai laid the foundation of India's space programme, breathed his last here Wednesday, family members said. Chitnis had turned 100 in July.
-
4.A Belgian court has ruled that fugitive diamantaire Mehul Choksi, main accused in a Rs 13,000 crore PNB scam, faces "no risk" of being denied a fair trial or subjected to ill-treatment if he is extradited to India.
-
5.BJP leader Pitabas Panda was gunned down by miscreants near his house in the Silk City, Berhampur Police Wednesday claimed to have cracked the gruesome murder by arresting BJD district unit president Bikram Panda and 11 others, and revealing that a Rs50-lakh contract was made for the execution.
-
6.State government Wednesday recommended a CBI investigation into alleged irregularities in the recruitment of sub-inspectors (SIs) in various departments, including police, and fire and emergency services.
-
7.A fire broke out at Unit-1 Haat, the largest daily market in the state capital, here Wednesday, destroying around 30 shops and damaging properties worth crores of rupees.
-
8. Punjab recorded 415 farm fire incidents between September 15 and October 21 this year, down from 1,510 incidents during the same period last year, data showed.
-
9.Delhi For many years, permission was not granted to perform Chhath Puja on the Yamuna banks. But this time, the government has allowed it and made preparations for the same.
-
10.The Election Commission top brass Wednesday assessed the progress made on mapping the current electors with the voters as per the last SIR in different states.
-
11.Russia said Wednesday it had carried out a major training exercise involving nuclear weapons, a day after the United States announced a delay in plans for a second summit between presidents Vladimir Putin and Donald Trump on the Ukraine war.
-
12.North Korea fi red what appeared to be multiple short-range ballistic missiles Wednesday, South Korea’s military said, a week before a key Asia-Pacifi c leaders' meeting in South Korea.
-
13.In a jolt to Jindal Steel and Power Limited (JSPL), the working permission for its Iron & Manganese mines at Roida in Keonjhar was revoked for allegedly violating forest norms.
-
14.A 15-year-old boy died after being hit by a speeding train while attempting to shoot an Instagram reel near a railway track in Puri district, police said Wednesday.
-
15.Light rain and thunderstorms are likely in Odisha over the next four days under the impact of two back-to-back low-pressure areas, the IMD said Wednesday.
|
19 |
Y |
|
| 7 |
22-10-2025 |
Odia |
-
1.ଜାପାନର ସଂସଦ ମଙ୍ଗଳବାର ଅତିରକ୍ଷଣଶୀଳ ସାନେ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି।
-
2.ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ହ୍ରାସ ପାଇଛି। ବଜାରରେ ଚାହିଦା ତୁଳନାରେ ଅଧିକ ତେଲ ରହିଥିବାରୁ ଦାମ୍ କମ୍ ହୋଇଛି।
-
3.ଟାଟା ଟ୍ରଷ୍ଟ୍ସ ପକ୍ଷରୁ ବେଣୁ ଶ୍ରୀନିବାସନଙ୍କୁ ଟ୍ରଷ୍ଟି ଭାବେ ଆଜୀବନ ନିଯୁକ୍ତି ପ୍ରଦାନ କରାଯାଇଛି।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ଭାରତୀୟ ଅର୍ଥନୀତିର କୌଣସି କ୍ଷତି କରିପାରିବନି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅକ୍ଟୋବର ମାସ ବୁଲେଟିନ୍ରେ ଏଭଳି କହିଛି।
-
5.ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି।
-
6.ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୁଲିସ ବେଆଇନ ଜବତ ବାଣ ବିସ୍ଫୋରଣ କରାଇବା ଯୋଗୁ ଏଭଳି ଅଘଟଣ ଘଟିଛି। ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝରକା ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି।
-
7.ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି।
-
8.କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ଏକ ବିସ୍ତୃତ ରିପୋର୍ଟରୁ ଜଣାପଡିଛି ଯେ, ଭାରତ ଚଳିତ ପାର୍ବଣ ଋତୁରେ ରେକର୍ଡ ଭାଙ୍ଗି ୬.୦୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରିଛି।
-
9.ବାଣଫୁଟାଜନିତ ଭାରତର ପ୍ରଦୂଷିତ ବାୟୁ ପଡ଼ୋଶୀ ଦେଶକୁ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତଥା ଏହାର ରାଜଧାନୀ ଲାହୋରରେ ବାୟୁ ଗୁଣବତ୍ତାରେ ତୀବ୍ର ହ୍ରାସ ଘଟାଇଛି।
-
10.ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ସମୟସୀମାକୁ ଉଲ୍ଲଂଘନ କରି କ୍ରମାଗତ ବାଣ ଫୁଟାଯିବା ଦ୍ଵାରା ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ଚାଲିଯାଇଛି।
-
11.ସମ୍ପ୍ରତି ସାରା ବିଶ୍ୱରେ ବିରଳ ଧାତୁ(Rare Earth) ଏଳିମେଣ୍ଟଗୁଡ଼ିକ ବିଷୟରେ ବ୍ୟାପକ ଆଲୋଚନା ହେଉଛି। କୁହାଯାଉଛି ଯେ, ବିରଳ ଧାତୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ରାଷ୍ଟ୍ରଗୁଡ଼ିକର ଶକ୍ତି ଗତିଶୀଳତାକୁ ପରିବର୍ତ୍ତନ କରିବ। ବିରଳ ଧାତୁକୁ ୨୧ ଶତାବ୍ଦୀର "ନୂତନ ତେଲ" ମଧ୍ୟ କୁହାଯାଉଛି।
-
12.ମହାରାଷ୍ଟ୍ରର ଶାନିବାର ୱାଡା ଦୁର୍ଗରେ କିଛି ମହିଳା ନମାଜ ପାଠ କରିବା ପରେ ବିଜେପି ରାଜ୍ୟସଭା ସାଂସଦ ମେଧା କୁଲକର୍ଣ୍ଣି, ହିନ୍ଦୁ ସଂଗଠନର କର୍ମୀମାନଙ୍କ ସହିତ, ପୁଣେର ଐତିହାସିକ ଶାନିବାର ୱାଡା ଦେଇ ଶୋଭାଯାତ୍ରା କରିଥିଲେ ଏବଂ ମୁସଲିମ ମହିଳାମାନେ ନମାଜ ପାଠ କରିଥିବା ସ୍ଥାନକୁ ଶୁଦ୍ଧିକରଣ କରିଥିଲେ।
-
13.ବ୍ୟବସାୟୀମାନେ ପୂର୍ବ ବର୍ଷ ତୁଳନାରେ ଭାରତୀୟ ନିର୍ମିତ ସାମଗ୍ରୀର ବିକ୍ରୟରେ ୨୫% ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି।
-
14.ଆସନ୍ତା ୨୬ରେ ଦକ୍ଷିଣ ବଙ୍ଗୋପସାଗର ଏବଂ ୨୯ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ ଓ ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପାଇଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
-
15.ମାଆ ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମାଆ ହେଲେ। ଦିଲ୍ଲୀରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ତାଙ୍କ ସ୍ଵାମୀ ତଥା ଆମ ଆଦମୀ ପାର୍ଟୀ ନେତା ରାଘବ ଚଡ୍ଢା ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଦେଇଛନ୍ତି।
|
40 |
Y |
|
| 8 |
22-10-2025 |
English |
-
1.Japan's parliament elected ultraconservative Sanae Takaichi as the country's first female prime minister Tuesday.
-
2.According to reports, the Air Quality Index (AQI) of Bhubaneswar and Cuttack was 657 and 582 respectively Monday evening, which is considered as hazardous. The visibility in both cities was significantly reduced in many areas, according to residents as they faced inconvenience while commuting.
-
3.Pakistan's Punjab government this month deported around 22,000 Afghan nationals residing in the province illegally besides closing down the last Afghan refugee camp, a Punjab police spokesperson said Tuesday.
-
4.The Reserve Bank sold $7.7 billion in August to check exchange rate volatility as well as to arrest the decline in value of the rupee against the American currency.
-
5.India has succeeded in diversifying its export market with overseas shipments recording a yearon-year growth in over 20 countries across Europe, the Middle East, Africa and Latin America which has helped to offset the adverse impact of the US tariff turmoil.
-
6.In a shocking development, mosquitoes have been found in Nordic island nation Iceland for the first time as global heating makes the country more hospitable for insects.
-
7.Cuttack, A self-styled godman was arrested in Cuttack district for allegedly sexually assaulting a seven-year-old girl, police said Monday.
-
8.Thousands of devotees gathered near the Srimandir here Monday to perform ‘Paya Shraddha’, a ritual to honour ancestors on ‘Diwali’.
-
9.Elephant incursions into human habitats have become a daily concern across several blocks of Keonjhar district.
-
10.Paradip Port is going to sign Memorandum of Understandings (MOUs) worth Rs1.5 lakh crore at the upcoming India Maritime Week scheduled to be held in Mumbai from 27 to 31 October.
-
11.Berhampur A team of researchers from the Estuarine Biology Regional Centre of the Zoological Survey of India have discovered a new fish species in the Bahuda estuary in Ganjam district, a report said.
-
12.Keonjhar district police here Monday busted a sex racket operating from a three-storied building at Gobindpur village under Town police limits as it arrested six persons including a woman and rescued fi ve other women.
-
13.The National Green Tribunal (NGT) has been urged to take a "holistic" approach to tackle the alarming loss of forest cover in the northeast region.
-
14.New Delhi More than 250 people reported burn wounds in Delhi, and over 100 in Jaipur, while properties worth crores were gutted in Shimla Diwali night.
-
15.The Kerala High Court expanded the scope of the SIT probe into the loss of gold from the Sabarimala temple, directing investigators to examine a possible wider conspiracy and the role of Travancore Devaswom Board .
|
17 |
Y |
|
| 9 |
21-10-2025 |
Odia |
- 1.ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏବଂ ଜାପାନ ଇନୋଭେସନ୍ ପାର୍ଟି ଏକ ମେଣ୍ଟ ଚୁକ୍ତିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି। ଏହି ଚୁକ୍ତି ଫଳରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନେତା ତାକାଇଚି ସାନାଏଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ବାଟ ଫିଟିଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସ୍ ବ୍ରିକ୍ରାନ୍ତରେ ଦୀପାବଳି ପାଳନ କରିବା ସହ ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଦେଇଛନ୍ତି ।
-
3.‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବୈଷୟିକ ଜ୍ଞାନକୌଶଳର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମ୍ବଲପୁର ଜିଲା ବୁର୍ଲା ଭିସୁଟ୍ର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ନିର୍ମିତ ଡ୍ରୋନ୍ ଏବେ ଚୀନ୍ ସୀମାରେ ନିୟୋଜିତ ହେବ।
-
4.ଆସ୍ରାନି ଭାବରେ ପରିଚିତ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଗୋବର୍ଦ୍ଧନ ଆସରାନିଙ୍କର ସୋମବାର ୮୪ ବର୍ଷ ବୟସରେ ପରଲୋକ ଘଟିଛି।
-
5.ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ, ତେବେ ଭାରତକୁ ଭାରୀ ଶୁଳ୍କ ଦେବାକୁ ପଡିବ। ଗତ ଗୁରୁବାର ଦିନ କରିଥିବା ତାଙ୍କ ଦାବିକୁ ଦୋହରାଇ ଟ୍ରମ୍ପ୍ କହିଛନ୍ତି।
-
6.ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ପକାଇ ଧ୍ୱଂସ କରିଥିବା ନେଇ ଆମେରିକାର ଦାବିରେ କୌଣସି ସତ୍ୟତା ନାହିଁ ।
-
7.ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ହ୍ୱାଇଟ୍ ହାଉସରେ ସାକ୍ଷାତ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ଟ୍ରମ୍ପ୍ ଜେଲେନ୍ସକିଙ୍କୁ ରୁଷର ସର୍ତ୍ତ ଗ୍ରହଣ କରିବାକୁ ଚାପ ପକାଇଥିଲେ।
-
8.ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର ଭୋଟର ତାଲିକାରେ ୯୬ ଲକ୍ଷ ନକଲି ଭୋଟର ଯୋଡ଼ା ଯାଇଛି ଏବଂ ନିର୍ବାଚନ କମିସନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଭୋଟର ତାଲିକାକୁ ଠିକ୍ ନକରି ସେମାନେ କିପରି ସ୍ଥାନୀୟ ସଂସ୍ଥା ନିର୍ବାଚନ କରିବେ।
-
9.କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚଳିତବର୍ଷ ଦୀପାବଳିକୁ ଏକ ଅନନ୍ୟ ଉପାୟରେ ପାଳନ କରିବା ପାଇଁ ପୁରୁଣା ଦିଲ୍ଲୀର ଏକ ପ୍ରସିଦ୍ଧ ମିଠା ଦୋକାନରେ ଯାଇ ପହଞ୍ଚି ମିଠା ଓ ଜିଲେପି ତିଆରି କରିବା ଆରମ୍ଭ କରିଥିଲେ।
-
10.ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି କହିଛନ୍ତି ଯେ, ଯଦି ଜଣେ ପତ୍ନୀ ଆର୍ଥିକ ଭାବରେ ସ୍ୱାବଲମ୍ବୀ ଏବଂ ସ୍ୱାଧୀନ। ସେ ରୋଜଗାର କରୁଛନ୍ତି ତେବେ ତାଙ୍କୁ ସ୍ଵାମୀଙ୍କ ପକ୍ଷରୁ ଭରଣପୋଷଣ ଦିଆଯାଇପାରିବ ନାହିଁ।
-
11. ରାଷ୍ଟ୍ରୀୟ ଜନତା ଦଳ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ମୋଟ ୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
-
12. ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହୋଇପଡିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଥିଲା।
-
13.IMF ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆମେରିକା ଏବଂ ଚୀନ୍ ବାଣିଜ୍ୟ ଉତ୍ତେଜନାକୁ କମ କରିବେ ଏବଂ ବିରଳ ପୃଥିବୀ ଉପାଦାନର ବିଶ୍ୱ ପ୍ରବାହରେ ବାଧା ଏଡାଇବେ।
-
14.ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ପିଣ୍ଟୁ ପଲେଇ ନାମକ ଯୁବକ ବାଣ ବିସ୍ଫୋରଣ ପରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
-
15.ହାଇଦ୍ରାବାଦର କୋମ୍ପାଲି ଅଞ୍ଚଳରେ ଜଣେ ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ମୃତକ ଭୁବନେଶ୍ୱରର ଭରତପୁର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସ୍ୱାମୀ ଓ ୪ ବର୍ଷର ପୁଅ ସହିତ ଗତ ଛଅ ମାସ ହେବ ସେଠାରେ ରହୁଥିଲେ।
-
16.ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଶକ୍ତିଶାଳୀ ହେବ । ଆଗାମା ଦିନରେ ଏହା ଅବପାତରେ ପରଣିତ ହେବ । ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
-
17.ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି।
-
18.ସୋମବାର କ୍ରମାଗତ ଚତୁର୍ଥ ଦିନ ପାଇଁ ଷ୍ଟକ୍ ବଜାରରେ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଯୋଗୁଁ ଷ୍ଟକ୍ ବଜାର ନିବେଶକଙ୍କୁ ଗତ ୪ଟି ସେସନରେ ୧୦ ଲକ୍ଷ କୋଟିରୁ ଅଧିକ ଲାଭ ମିଳିଛି। ଏହି ସମୟ ମଧ୍ୟରେ, ଷ୍ଟକ୍ ବଜାରରେ ୨.୭୫% ରୁ ଅଧିକ ବୃଦ୍ଧି ହୋଇଛି।
-
19.ଦେଶର ଅନ୍ୟତମ ସର୍ବପୁରାତନ ତଥା ୧୧୭ ବର୍ଷ ପୁରୁଣା କଲିକତା ଷ୍ଟକ୍ ଏକ୍ସଚେଞ୍ଜ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦଶନ୍ଧିରୁ ଅଧିକ ସମୟ ଧରି ଏହା ଆଇନଗତ ଓ ନିୟାମକ ଲଢ଼େଇ ଲଢ଼ୁଥିଲା। ଶେଷରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଅଯାଇଛି। ଏମିତିରେ ୨୦୧୩ ଏପ୍ରିଲରୁ ଷ୍ଟକ୍ ବଜାରରେ କାରବାର ବନ୍ଦ ହୋଇଯାଇଥିଲା।
-
20.ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପରେ, ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ୭ ରନରେ ବାଂଲାଦେଶ ମହିଳା ଦଳକୁ ପରାସ୍ତ କରିଛି।
|
49 |
Y |
|
| 10 |
21-10-2025 |
English |
-
1.Two new world records were set at this year's Deepotsav in Ayodhya: 26.17 lakh diyas lit at the same place as 2,128 people performed 'aarti' together for the grand celebrations in the temple town.
-
2.The Supreme Court has modified the standard operating procedure (SOP) for payment of bail amount of poor undertrial prisoners by state governments through district legal services authority (DLSA).
-
3.Bollywood veteran Govardhan Asrani, known by his stage name, Asrani, has passed away at the age of 84.
-
4.Noted Odia NRI Dr. Arun Kumar Praharaj, residing in the Kingdom of Bahrain, has been conferred with the prestigious ‘Odisha Sevaratna Award – 2025’ by the Bright Odisha Foundation in collaboration with the Ministry of Culture, Government of Odisha.
-
5.The Rashtriya Janata Dal (RJD) Monday announced its list of 143 candidates for the Bihar assembly polls..
-
6.US President Donald Trump said India will continue to pay “massive tariffs” if it keeps buying oil from Russia.
-
7.China's economy expanded at the slowest annual pace in a year in July- September, growing 4.8 per cent,
-
8.19 candidates filed nomination papers for the November 11 bypoll to Nuapada assembly constituency.
-
9.Delhi's air quality deteriorated on Diwali, with 34 out of 38 monitoring stations recording pollution levels in the 'red zone' on Monday.
-
10.Hemant Soren's Jharkhand Mukti Morcha or JMM has announced that it would not contest the assembly elections in Bihar.
-
11.The number of stubble burning incidents in Punjab has reached 308.
-
12.A low-pressure area has formed over the southwest Bay of Bengal early on Tuesday, according to the India Meteorological Department (IMD).
-
13.US President Donald Trump once again claimed to have resolved the war between India and Pakistan, saying that seven planes were shot down in the firing between the two countries without specifying to which nation they belonged.
-
14.Congress leader Rahul Gandhi on Monday put out a video of him trying his hand at making 'imarti' and 'besan laddoo' at the famous Ghantewala sweet shop in old Delhi, as he greeted people on Diwali.
-
15.Heavy rain (7-11 cm) is very likely to occur at one or two places over Nicobar Islands. Thunderstorms likely to occur at one or two places over Andaman and Nicobar Islands on October 21, 22 and 23," an official said.
|
22 |
Y |
|