-
1.ଡିଜିଟାଇଜେସନ ଅଭିଯାନ ଜରିଆରେ ୫.୮ କୋଟି ଜାଲ ରାସନ କାର୍ଡକୁ ହଟାଇବାରେ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଜରିଆରେ ୮୦.୬ କୋଟି ହିତାଧିକାରୀଙ୍କୁ ରାସନ ଦିଆଯାଉଛି।
-
2.ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ପ୍ରତିଶତ ମତଦାନ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଶନିବାର (୨୩ ତାରିଖ) ଉଭୟ ରାଜ୍ୟରେ ଭୋଟ୍ ଗଣତି ହେବ।
-
3.ଯଦି କେବେ ଯୁଦ୍ଧ କିଂବା ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟର ସମ୍ମୁଖୀନ ହୋଇ ମାନବ ପ୍ରଜାତି ଲୋପ ପାଇଯାଏ, ତେବେ ପୃଥିବୀରେ ଅକ୍ଟୋପସ୍ମାନେ ରାଜୁତି କରିବେ ବୋଲି କେତେକ ଅଗ୍ରଣୀ ବୈଜ୍ଞାନିକ କହୁଛନ୍ତି।
-
4.ବ୍ୟାଙ୍କ ଜରିଆରେ ବୀମାର ଭୁଲ ବିକ୍ରି (ମିସ୍ ସେଲିଂ)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ମିସ୍ ସେଲିଂ ହେଉଛି ଯେଉଁ ଗ୍ରାହକଙ୍କ ପାଇଁ ଯେଉଁ ବୀମା ଦରକାର ନୁହେଁ, ତାହା ତାଙ୍କୁ ଯେକୌଣସି ପ୍ରକାରରେ ବୁଝାଇଶୁଝାଇ ବିକ୍ରି କରିବା।
-
5.ବିଶ୍ବର ବିଭିନ୍ନ ଦେଶ ଉପରେ ଥିବା ଋଣ ୧୦୦ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଗଲାଣି ଯାହା ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୯୩ ପ୍ରତିଶତ। ଏଥିରେ ଆମେରିକା ଓ ଚୀନ୍ର ଭାଗ ଅଧିକ ରହିଛି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି।
-
6.ଗୁଗୁଲକୁ ଏକ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ବାସ୍ତବରେ, ଗୁଗୁଲ କ୍ରୋମ୍ ଇଣ୍ଟରନେଟ ବ୍ରାଉଜରକୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାୟ ବିଭାଗ ଯଥା ଡିଓଜେ ଦ୍ୱାରା ଚାପ ସୃଷ୍ଟି କରାଯାଇପାରେ। ଏହି ମାମଲାରେ କୋର୍ଟ ନିଜର ରାୟ ଦେଇପାରନ୍ତି ବୋଲି କୁହାଯାଉଛି।
-
7.୨୦୨୫ରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ କାଶ୍ମୀର ସହିତ ଜାତୀୟ ରାଜଧାନୀକୁ ସିଧାସଳଖ ସଂଯୋଗ କରିବ।
-
8. ଏଆର୍ ରହମାନଙ୍କ ଛାଡପତ୍ର ଘୋଷଣା ପରେ ତାଙ୍କ ଟ୍ରୁପ୍ ର ଗୀତାରିଷ୍ଟ ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀ ହାର୍ଟଙ୍କ ଠାରୁ ଛାଡପତ୍ର ଘୋଷଣା କରିଛନ୍ତି।
-
9.ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (ସିଏସ୍ଓ) ସୁରେଶ ପାଣିଗ୍ରାହୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ଉ କରିଛି।
-
10.ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି।
-
11.ଓଡିଶାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରକୁ ୨୪ଘଣ୍ଟା ଖୋଲା ରହିବ। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
-
12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୫ ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି।
-
13.ମାଲକାନଗିରିରେ ଅପରେସନ ଗ୍ରୀନ କ୍ଲିନ ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ଉ କରା ୨୪ ଏକର ଜମିରେ ଚାଷ କରାଯାଇଥିବା ୩୬୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩,୬୦,୦୦,୦୦୦(ତିନି କୋଟି ଷାଠିଏ ଲକ୍ଷ) ଟଙ୍କା ହେବ ବୋଲି ଜଣାପଡ଼ିଛି।
-
14. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.ବର୍ତ୍ତମାନ କାନାଡା ଏକ ନୂଆ ଘୋଷଣା କରିଛି।ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବ। ସେ ଭାରତ ଯାତ୍ରା କରୁଥିବା ଲୋକଙ୍କୁ ଯାଞ୍ଚ କରିବାରେ ‘ଅତ୍ୟଧିକ ସତର୍କତା’ ବିଷୟରେ କହିଛନ୍ତି।
-
16.ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏପରି ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କିଛି ଯୁବକ ବିଚ୍ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି।
-
17.୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
-
18.ଗୋ-ଚାଲାଣକାରୀଙ୍କୁ ପିଛା କରିବା ବେଳେ ହେଲା ମୁହାଁମୁହିଁ ସ୍ଥିତି। ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କଲେ ଗୋ-ଚାଲାଣକାରୀ । ମାତ୍ର ପୁଲିସ୍ ଫାଙ୍କା ଗୁଳି ଚଳାଇଲା। ଏଥିସହ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିଥିବା ବେଳେ ୨୬ ଗୋରୁଙ୍କୁ ଉଦ୍ଧାର କରିଛି। ଏପରି ଏକ ହାଇଡ୍ରାମା ସିନ୍ ଗତ ରାତିରେ କଟକ ଜିଲ୍ଲା ବାଙ୍କୀ ଟି- ବ୍ରିଜ୍ ପାଖରେ ଘଟିଛି।
-
19.ଚୀନର ହାଙ୍ଗଝୌ ସହରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମ୍ପନ୍ନ ଏକ ରୋବର୍ଟ ସାଙ୍ଘାଇ ରୋବଟିକ୍ସ କମ୍ପାନୀର ଏକ ଶୋ’ ରୁମ୍ରୁ ୧୨ଟି ବଡ ରୋବଟ୍କୁ ଅପହରଣ କରିନେଇଛି।
-
20.ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି।