-
1.ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି।
-
2.ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ମିଳିତଭାବେ ପ୍ରକାଶିତ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
-
3.ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଛି।
-
4.ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି।
-
5.ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆଦାନୀ ଗ୍ରୁପରୁ ୧୦୦ କୋଟି ଟଙ୍କା ଦାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
-
6.କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି।
-
7.ମଣିପୁର ହିଂସା ଥମୁନି। ହିଂସା ବଢ଼ୁଥିବାରୁ ମଣିପୁର ସରକାର ୯ଟି ଜିଲ୍ଲାରେ ପୁଣିଥରେ ଇଣ୍ଟରନେଟ୍ କଟକଣା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
8.ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।
-
9.୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।
-
10.ଝାଡ଼ଖଣ୍ଡରେ ୮୯ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି। କଂଗ୍ରେସ ଦଳର ରାମେଶ୍ବର ଓରାଓଁ ହେଉଛନ୍ତି ସବୁଠାରୁ ଧନୀ ବିଧାୟକ। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୪୨.୨୦ କୋଟି।
-
11.ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛି |
-
12. ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍କୁ ଆଉ ଏକ ଶକ୍ତ ଝଟ୍କା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍ ଓ ଆଦାନି ଟୋଟାଲ୍ ଗ୍ୟାସ୍ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ ଲଗାଇଛି।
-
13.ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଆହ୍ବାନ ଦେଇଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।
-
14.ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି ।
-
15.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।
-
16.କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ସୋମବାର କାର୍ଯ୍ୟସୂଚୀ ପ୍ରକାଶ କରିଛି।
-
17.ଆଇଫୋନ୍ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍ଏଚଏସ୍) ଦାବି କରିଛି।
-
18.ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ ।
-
19.ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲା ନାହିଁ ଗୃହ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
-
20.ବିହାରର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୩ ବର୍ଷ ବୟସରେ ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ୍ ଆଇପିଏଲର ଚୁକ୍ତି ହାସଲ କରିଛନ୍ତି। ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାର ବିଡ୍ କରି ବୈଭବଙ୍କୁ କିଣିଛି।