-
1.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ।
-
2.ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ ଜେଡ୍ସ୍କେଲର ପ୍ରକାଶ କରିଛି।
-
3.ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ନୌସେନା ଦିବସରେ ଯୋଗଦେବା, ଭୁବନେଶ୍ବରରେ ଜୁଡିସିଆଲ କୋର୍ଟର ଲୋକାର୍ପଣ କରିବା ଭଳି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବେ।
-
4.ସଂସଦରେ ଉସ୍ଥାପନ କରାଯାଇଥିବା ତଥ୍ୟ ଏହା କହୁଛି। ବର୍ଷକ ପୂର୍ବେ ଦେଶରେ ୨,୫୭,୯୪୦ ଏଟିଏମ୍ ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ସେହି ସଂଖ୍ୟା ୨,୫୫,୦୭୮କୁ ହ୍ରାସ ପାଇଛି।
-
5.ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି।
-
6.ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର (୧୪୫୯ କୋଟି ଟଙ୍କା) ଆସିଛି।
-
7. ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି।
-
8.ବାତ୍ୟା ଫେଙ୍ଗଲ୍ ତାମିଲନାଡୁର ୧୪ଟି ଜିଲ୍ଲାରେ ବିନାଶ ଘଟାଇବା ସହିତ ୧.୫ କୋଟି ଲୋକଙ୍କୁ ପ୍ରଭାବିତ କରିଛି। ୨.୧୧ ଲକ୍ଷ ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇଛି। ବାତ୍ୟା ଯୋଗୁ ଭିତ୍ତିଭୂମିରେ ବଡ଼ ଧରଣର କ୍ଷୟକ୍ଷତି ଘଟିଛି।
-
9.ଚଳିତ ନବନିର୍ବାଚିତ ସପ୍ତଦଶ ଓଡିଶା ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
-
10.ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍ ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଲ୍ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର ବ୍ୟବସ୍ଥା କରାଯାଇଛି।
-
11.ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
-
12.ଗତ ତିନି ବର୍ଷରେ ୨୩୩ ଓଡ଼ିଆ ଲୋକ ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ।
-
13.ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି।.
-
14.ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି।
-
15.ଦଶମ ଇଣ୍ଡିଆ ଗ୍ରୀନ୍ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍ସି) କାର୍ଯ୍ୟକ୍ରମରେ ଜେଏସ୍ଏଲ୍ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି।